କଳଙ୍କ
କଳଙ୍କ


ସତରେ ଗୋଟେ କଳଙ୍କ ର ଛିଟା ଦେହରେ ଲାଗିଲା ପରେ ଆଉ ମୁହଁ ଦେଖେଇ ହୁଏନି କାହାକୁ ସ୍ଵାଭାବିକ ଭାବରେ । ସମସ୍ତ ଙ୍କ ନଜର ତୁମ ପ୍ରତି ବଦଳି ଯାଏ । କାଲି ସକାଳେ ଯିଏ ସମ୍ମାନ ରେ କୋଟି ଆଦର କରୁଥିଲେ ଆଜି ସିଏ ଛିଛାକର କରି ପାଖରେ ପୁରେଇ ଦେବେନି । ପାଖରେ ଠିଆ ହେବା ତ ଦୂରର କଥା ଡାକିଲେ ବି ଶୁଣିବେନି । ଏକବାର ଏମିତି ନହେଲେ ବି ସେଇ ଭଳି କିଛି ଘଟିଛି ମୋ କ୍ଷେତ୍ରରେ ।
ଏତେ ଆଗ ଧାଡିରେ ଲେଖକ ନହେଲେ ବି ପ୍ରାୟ ଖବର କାଗଜ ପତ୍ରିକା ରେ ମୋ ଲେଖା ସ୍ଥାନ ପାଇଛି । ଛୋଟ ଛୋଟ ମଞ୍ଚ ରେ ସମ୍ମାନିତ ବି ହୋଇଛି । ପତ୍ର ପତ୍ରିକାରେ ମୋ ଲେଖା ସହ ମୋବାଇଲ ନମ୍ବର ବି ସ୍ଥାନ ପାଏ । ଅନେକ ଫୋନ୍ କରନ୍ତି ଅଭିନନ୍ଦନ ବାର୍ତ୍ତା ସହ ଲେଖା ର ତାରିଫ୍ କରନ୍ତି । ଯଦି କେ ଝିଅ କି ସ୍ତ୍ରୀ ଲୋକ କଣ୍ଠ ସ୍ବର ଶୁଣେ ମୁଁ ଟିକେ ଲାଳେଇ ଯାଏ । ତା ସହ କେମିତି ଅଧିକ ରୁ ଅଧିକ କଥା ହୋଇ ହେବ ସେଥିପ୍ରତି ଦୃଷ୍ଟି ଦିଏ ।
କାହାକୁ ମୋର କଥା ଚାତୁରି ର ଫାସ ରେ ଫସେଇବାକୁ ଚେଷ୍ଟା କରେ । ମୋର ଅଧିକ ନାରୀ ଆତୁରତା ମନୋଭାବ ଦେଖି ଅନେକ ବାଟ ଭାଙ୍ଗନ୍ତି । ଆଉ ମୁଁ ଯାହାକୁ ମୋ ହିସାବରେ ପଟେଇ ପାରିଲି ତା ସହ ଗପେ , ଖାଲି ଗପେ ତ କହିଲେ ହେବନି ଯେମିତି ଅଶ୍ଲୀଳତା ର ସବୁସିମା ଟପି ଯାଏ ହ୍ବାଟସପ ଚାର୍ଟ ରେ ଆଉ କଥାରେ କଥାରେ । ବେଶ୍ ଉପଭୋଗ କରେ ମୁଁ ତାଙ୍କୁ , ସେମାନେ କରନ୍ତି କି କଣ ମୁଁ ଜାଣେନି କିନ୍ତୁ ମୋ ଲେଖକ ହେବାର ଫାଇଦା ମୁଁ ଭଲଭାବେ ଉଠାଏ । ବାହା ସାହା ହୋଇକି ବି ମୁଁ ସୁଧୁରିବାର ନାଁ ଧରେନି । ସ୍ତ୍ରୀ ତା'ର ପତିବ୍ରତା ପ୍ରେମରେ ମୋତେ ବାନ୍ଧି ରଖିଥାଏ ମୁଁ କିନ୍ତୁ ତା ଆଖିରେ ଆଙ୍ଗୁଳି ଗେନ୍ଜି ତାକୁ ଧୋକା ଦେଉଥାଏ ବାର ବାର । କେବେ ଧରା ପଡ଼ିନଥିଲି କି ନିନ୍ଦା ଅପବାଦ ସହିନଥିଲି ।
ହେଲେ ଦୁଇ ଦିନ ହେଲା ସଂପୂର୍ଣ୍ଣ ଭାବରେ ମୋ ମୁହଁ ରେ କଳା ଛିଟା ବୋଳି ଦେଇଛି ଗୋଟେ ଝିଅ । ଝିଅଟି ସହ ଫେସବୁକ ରୁ ଚିହ୍ନା କଥା ହେଉ ହେଉ ଅନ୍ତରଙ୍ଗ କଥାରେ ଜଡ଼ିତ ହେଲି । ଲେଖା ରେ ଲେଖାରେ ତା ପାଖରେ ନିଜକୁ ସଂପୂର୍ଣ୍ଣ ଖୋଲିଦେଲି ବେଲଜ୍ଜା ଭାବେ । ସେ ଝିଅଟି କଣ କଲାନା । ତା ମୋର ଯେତେସବୁ ଅଶ୍ଳୀଳ କଥା କୁ ସ୍କ୍ରିନ ସଟ୍ ମାରି ଫେସବୁକ ରେ ପୋଷ୍ଟ କରି ଦେଇଛି , ଉପରେ ଲେଖିଛି " ଲେଖକ ର ଅସଲ ଚେହେରା ଦେଖନ୍ତୁ ଉପରେ ଭଦ୍ର ଭିତରେ କେଡେ ଅଭଦ୍ର ଆଉ ନିର୍ଲଜ୍ଜ । "
ପୋଷ୍ଟ ତ କଲା କଲା ତା ସହିତ ମୋ ନାଁ କୁ ଟ୍ୟାଗ୍ କରିଛି । ତା ସାଙ୍ଗ ସାଥି ସହ ମୋର ଯେତେ ସାଙ୍ଗ ସାଥି ସବୁ ଦେଖି ସାରିଲେଣି । ମୋର ବନ୍ଧୁ ବାନ୍ଧବ ତକାତେ ସମସ୍ତେ ଜାଣି ସାରିଲେଣି ଏକଥା । କଲ୍ ପରେ କଲ୍ ଆସୁଛି ସେ ବିଷୟରେ ପଚାରୁଛନ୍ତି । ମୁଁ ଫେସବୁକ ବ୍ଲକ ମାରି କାଟି ଦେଇଛି ମୋବାଇଲ ରୁ ତଥାପି ବଡ଼ ଭୟ ଟେ ମନରେ , ମୋନିକା ( ମୋ ସ୍ତ୍ରୀ ) ଯେତେ ବେଳେ ଜାଣିବ ଏ କଥା କ'ଣ ହେବ କେଜାଣି ? ବିରାଟ ବଡ ଝଡ ଉଠିବ ଘର ଭିତରେ ।
କାସ୍ ମୁଁ ଆଗରୁ ଟିକେ ଏକଥା ଭାବି ପାରିଲିନି କାହିଁକି । କିଛି ଭୁଲ୍ କରିବା ପୂର୍ବରୁ ଶ଼ହେଥର ଭାବିବା ଉଚିତ ଥିଲା ମୋର । ତେବେ ଏମିତି କଳଙ୍କ ର ଛିଟା ମୋ ମୁହଁ ରେ ପଡି ମୁହଁ କୁ କଳା କରିବା ପୂର୍ବ ରୁ ମୁଁ ହୁଏତ ବର୍ତ୍ତି ଯାଇଥାନ୍ତି ।
କାସ୍ ... ମୁଁ ନିଜକୁ ଟିକେ ନିୟନ୍ତ୍ରଣ ରେ ରଖିଥାନ୍ତି କି ???
ମୋ ସମ୍ମାନ ର ସିମା ଭିତରେ ସବୁବେଳେ ରହିଥାନ୍ତି କି ????