jyotsna mayee panda

Tragedy

2.8  

jyotsna mayee panda

Tragedy

କ୍ଲାନ୍ତ ଅପରାହ୍ନ

କ୍ଲାନ୍ତ ଅପରାହ୍ନ

4 mins
197


ଗାଁ ମୁଣ୍ଡ ରେ ଏକ ଝଙ୍କାଳିଆ ବର ଗଛ l ସେ କେତେ ଯୁଗ ରୁ ଛିଡା ହୋଇଛି ଏ ଗାଁ ର ଶେଷ ମୁଣ୍ଡ ରେ କେହି ଜଣାନ୍ତି ନି l କେତେ ପକ୍ଷୀ ଙ୍କୁ ଆଶ୍ରୟ ଦେଇଛି ତାରି କୋଳରେ l ଯେତେ ସୁଖ ଦୁଃଖ ଏ ଗାଁ ର ଦେଖିଛି ତାରି ଜୀବନ କାଳ ରେ l ସେଇ ବର ଗଛ ତଳେ ଗୋଟେ ଛୋଟ କୁଡ଼ିଆ ଟିଏ ଅଛି ଦିନ ଅଜା ର l ପୁରା ନା ଦୀନବନ୍ଧୁ ବିଶ୍ୱାଳ l

ବୟସ ପ୍ରାୟ ସତୁରି ଟପିବନି l ହେଲେ ମନ ତାଙ୍କ ଗୋଟେଯୁବକର lଖୁବ ମଜା ମଜା କଥା କହି ସାରା ଗାଁ କୁ ହସାନ୍ତି ଦିନ ଅଜା l ହେଲେ ରାତି ର ନିଃଶବ୍ଦ ପ୍ରହରେ ଏ ବର ଗଛ, ଜହ୍ନ, ତାରା ଙ୍କୁ ହିଁ ନିଜ ଦୁଃଖ କୁହନ୍ତି l ଅନେକ ରାତି ଯାଏ ସେଇ ମିଟି ମିଟି ତାରା ସହ କଥା ହୁଅନ୍ତି l କାରଣ ତାଙ୍କୁ ବୁଢ଼ୀ କହିକି ଯାଇଛି "ମୁଁ ଯେଉଁଠି ବି ଥିବି ତୁମ କଥା ସବୁବେଳେ ଭାବୁଥିବି ଆମ ସବୁ ସ୍ମୃତି କୁ ସେପାରି ରେ ବି ସାଇତି ରଖିଥିବି ତୁମ ଆସିବା ପର୍ଯ୍ୟନ୍ତ ସେ ସ୍ମୃତି ରେ ନିଜେ ହଜିଯିବି " ଆଉ ସତରେ ଏ ଝିମିଟି ତାରା ଦିନ ଅଜା ର ବୁଢ଼ୀ ନୁହଁ ତ ?

ଯେ ବୁଢ଼ା ପାଇଁ ସବୁ ରାତି ରେ ଆସେ କିଛି ସ୍ମୃତି କିଛି ଅନୁଭୁତି ର ସୁନ୍ଦର ଛବିଟେ ହୋଇ ସେଇ ଦୂର ଆକାଶ ରେ ପୁଣି କେତେବେଳେ ଉଭେଇ ଯାଏ ଆଉ ଦିନ ଅଜା ର ଆଖି ର ପଲକ ପଡ଼ିଯାଏ ଆସ୍ତେ ଆସ୍ତେ l ସକାଳ ହେଲେ ପୁଣି ଗାଁ ଟା ଚଳ ଚଞ୍ଚଳ ହୋଇଉଠେ l କେତେ କୁନି କୁନି ଛୁଆ ଦିନ ଅଜା ର ପିଣ୍ଢା ରେ ଖେଳନ୍ତି l ଦିନ ଅଜା ସହିତ ଥଟା ମଜା କରନ୍ତି l ମା ମାନେ ଦିନ ଅଜା ପାଖରେ ଛୁଆ ଙ୍କୁ ଛାଡି ନଈ କୁ ଗାଧୋଇବା ପାଇଁ ଯାଆନ୍ତି l କିଏ ଜଙ୍ଗଲ କୁ କାଠ ପାଇଁ ଯାଏ ତ କିଏ ବିଲ କୁ ଯାଏ l ଆସିବା ପରେ ସମସ୍ତେ କିଛି ନା କିଛି ଥୋଇ ଦେଇ ଯାଆନ୍ତି ଦିନ ଅଜା ଘରେ ସେଥିପାଇଁ ଦିନ ଅଜା କୁ ଭାତ ଟିକେ ରାନ୍ଧିଲେ ବି ଚଳିଯାଏ l କେତେ ସମ୍ମାନ ଆଉ ଶ୍ରଦ୍ଧା କରନ୍ତି ସବୁ ଗାଁ ଲୋକ ଏହି ଦିନ ଅଜା ଙ୍କୁ l କାରଣ ପାଠ ଦି ଅକ୍ଷର ପଢ଼ିଛି ବୋଲି ସଞ୍ଜରେ ଭାଗବତ ଦି ଅଧ୍ୟାୟ ପଢେ l ଖୁବ ସୁନ୍ଦର ଭାବେ ଗାଇ ଜଣେ ସେ ତା ସ୍ୱର ରେ ସମସ୍ତେ ମୁଗ୍ଧ ହୋଇ ଯାଆନ୍ତି lଯାହାର ଶକ୍ତି ଯେତେ କିଛି କିଛି ଦିଅନ୍ତି ଦିନ ଅଜା ଙ୍କୁ l ଭତ୍ତା କିଛି ପାଏ ସେଥିରେ ଚଳିଯାଏ ତାର ଛୋଟିଆ ସଂସାର l

ଖୁସି ଦୁଃଖଦ ଏ ଦିନ ଅଜା ର ଜୀବନ କାହାଣୀ l ଦିନ ଅଜା ପ୍ରକୃତ ରେ ଏ ଗାଁ ବାସିନ୍ଦା ନୁହନ୍ତି l ସେ ସୁବର୍ଣ୍ଣପୁର ର l ହେଲେ ବାରମ୍ବାର ମରୁଡି ପଡିବା ରୁ ସେ ଗୁଡ଼ ବେପାର କରି ଏ ଗାଁ କୁ ଆସିଥିଲେ ତାଙ୍କ ବୁଢ଼ୀ ସହିତ l କେବେ କାହା ପିଣ୍ଢା ରେ ସୋଇ ଦେଉଥିଲେ l ଆର ଦିନ ସବୁ ଗୁଡ଼ ବିକ୍ରି କରି ପୁଣି ବସ ରେ ଯାଉଥିଲେ ନିଜ ଘର କୁ l

କିନ୍ତୁ ଏ ଗାଁ ଲୋକ ଙ୍କ ସ୍ନେହ, ମମତା ର ସମ୍ମୋହନ ଏମିତି କଲା ଯେ ଶେଷରେ ଏ ଗାଁ ର ହୋଇ ରହିଗଲେ ସବୁଦିନ ପାଇଁ l ଏମିତି ଅନେକ ବର୍ଷ ବିତିଯାଇଛି ଏହାରି ଭିତରେ l ଆଧୁନିକତା ର ଛାପ ରେ ସମସ୍ତେ ବଦଳି ଗଲେଣି l ଆଉ କେହି ଦିନ ଅଜା ର ଭାଗବତ ଶୁଣିବା ପାଇଁ ଆସୁ ନାହାନ୍ତି l କାହିଁକି ନା ଆଜିକାର ଯୁଗ ରେ ସେ ସମୟ ନାଶକ ଯନ୍ତ୍ର ସବୁରି ପାଖରେ l ଆଉ ସମୟ କାହିଁ ଯେ ଭାଗବତ ଶୁଣିବାକୁ ?ଯୁଗ ବଦଳି ଗଲାଣି l ଛୁଆ ମାନେ ବି ଆଉ କାହାଣୀ ଶୁଣିବା କୁ ଆସୁ ନାହାନ୍ତି ତାଙ୍କ ପିଣ୍ଢାକୁ କାରଣ ମୋବାଇଲ ଖୋଲିଲେ ସୁନ୍ଦର ସୁନ୍ଦର ଫୋଟୋ ସହିତ କାହାଣୀ ଖୁବ ମଜା ଲlଗୁଛି ଆଉ ଏ ଦିନ ଅଜା ର ପାକୁଆ ପାଟି ରୁ ଛେପ ବି ବେଳେ ବେଳେ ବାହାରୁଚି କାହିଁକି ବା ଆସିବେ l ଦିନ ଅଜା ସମ୍ପୂର୍ଣ ଭାବେ ଏବେ ଏକା ହୋଇ ନିଜ କୁଡ଼ିଆ ରେ ପଡିଛନ୍ତି l ଗୋଡ଼ ହାତ ଚାଲିଲେ ପେଜ ତୋରାଣି ଟିକେ ପାଟି କୁ ଯାଏ ନ ହେଲେ ସେମିତି ଭୋକ ଉପାସ ରେ ପଡ଼ିଥାନ୍ତି l ସଞ୍ଜ ନଇଁ ଗଲେ କେହି ଶୁଣୁ କି ନ ଶୁଣୁ ତାଙ୍କ କୁଡ଼ିଆ ରୁ ଭାସିଆସେ

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ପଦୁ ଗଳୁଛି ମକରନ୍ଦ

ସେ ମକରନ୍ଦ ପାନ କରି

ହେଲେ ତରିଲେ ବ୍ରଜ ନାରୀ

କେହି କେହି ଟିକେ ଅଟକି ଶୁଣନ୍ତି ଆଉ କେହି କେହି କାନ ରେ ବାଜିଲେ ବି ବାଟ ଭାଙ୍ଗି ଚାଲି ଯାଆନ୍ତି l ଏମିତି ରାତି ଆସେ ପୁଣି ଦିନ ଅଜା ସେଇ ଜହ୍ନ, ତାରା, ସେଇ ବରଗଛ ସହିତ କଥା ହୁଏ ନିଜ ଦୁଃଖ କୁହେ ହେଲେ ଦି ଦିନ ହେବ ଭୀଷଣ ଜ୍ୱର କିଛି ନ ଖାଇ ନ ପିଇ ପାଟି ଅଠା ଅଠା ହୋଇ ଗଲାଣି l ଆଉ ଭାଗବତ ବି ପଢି ପାରୁନି l

ରାତି ଅନେକ ହେଲାଣି ହେଲେ ଦିନ ଅଜା କୁ ନିଦ ନାହିଁ l ବାଉଳି ଚାଉଳି ହୋଇ କଣ ସବୁ କହୁଛି l ସତେ ଯେମିତି ସେ ଝିମିଟି ତାରା ତାକୁ ହାତ ଠାରି ଡାକୁଛି ଏମିତି କିଛି ସମୟ ପରେ ଦିନ ଅଜା ର ଖର ନିଶ୍ୱାସ ବନ୍ଦ ହୋଇଗଲା l ସକାଳ ହେବା ପରେ ଗାଁ ରେ ଚହଳ ପଡିଗଲା l କୁଆଡେ ଦୀନ ଅଜା ଆଉ ନାହିଁ l ଗାଁ ମଶାଣି ରେ ରେ ଦିନ ଅଜା ର ଶରୀର ଜଳିଗଲା l ସମସ୍ତେ କହିଲେ "ବିଚରା ଦିନ ଅଜା ଚାଲିଗଲେ l ଆଉ ଶୁଣିବାକୁ ମିଳିବନି କାହାକୁ ସେ ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ଗୋଟେ ଯୁଗ ର ଯେମିତି ଅନ୍ତ ହୋଇଗଲା ଏ ଦିନ ଅଜା ସାଥିରେ ।

      



Rate this content
Log in

Similar oriya story from Tragedy