STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

କିନ୍ତୁ??

କିନ୍ତୁ??

1 min
61

ବେଶ୍ ଡେଙ୍ଗା, ଛାତି ଚଉଡା ଓ ମୁଖମଣ୍ଡଳ ଆକର୍ଷଣୀୟ କହିଲେ ଅତ୍ୟୁକ୍ତି ହେବନି . ଅଚାନକ ଚେମ୍ବର ଭିତରକୁ ଧସେଇ ପଶି ଆସିଲା, ମୁଁ ସେଇ ଚେମ୍ବରରେ ବସିଥିଲି . ଲେଡିଡାକ୍ତରଜଣକ ତାଙ୍କ ମୁହଁକୁ ଚାହିଁ ପଚାରିଲେ, ‘ତୁମକୁ କଣ ବର୍ତ୍ତମାନ ଟାଇମ୍ ଦିଆଯାଇଥିଲା’? ସେ କହିଲା ନା ମୁଁ ଆପଣଙ୍କ ସହିତ କଥା ହେବାକୁ କିଛି କଥା ହେବାକୁ ଆସିଛି . ସେ କାବା ହୋଇ କହିଲେ ବାହାରେ ଡ୍ରଇଂ ରୁମରେ ଅପେକ୍ଷା କର . ଡକାହେଲେ ଆସିବ . ମୋର ପ୍ରାୟ ଦେଖାସରିଥାଏ . ଡ଼କ୍ଟର ମେଡ଼ିସିନ ଲେଖି ଫୁଣି ପନ୍ଦର ଦିନ ପରେ ସ୍ମିତହାସ୍ୟ ବଦନରେ ଆସିବାକୁ କହିଲେ .ମୁଁ ଉଠିଗଲି, ଫେରିଲାବେଳେ ଦେଖିଲି ସୋମ୍ୟକାନ୍ତ ଯୁବକଟି ମୋ ଆଡକୁ ଆକୁଳ ନୟନରେ ଚାହିଁ ରହିଛି . ମୋତେ ଇତସ୍ତତଃ ଲାଗିଲା, ମୁଁ ଜାଣିପାରିଲି ପିଲାଟି ମୋର ପୁଅ ବୟସର ହେବ, କିଛିଟା ମାନସିକ ଭାରସାମ୍ୟ ହରାଇଛି, ସତେ ଯେପରି ବହୁପ୍ରଶ୍ନ ମତେ ପଚାରୁଛି? ମୁଁ ସେଠୁ ଚାଲିଆସିଲି, ପୁଣି ଯେତେବେଳେ ଡାକ୍ତର ପାଖକୁ ଗଲି ନିଜ ଦେହ ଅପେକ୍ଷା ପିଲାଟି ବିଷୟରେ ଜାଣିବାକୁ ବେଶୀ ଚିନ୍ତିତ ଥିଲି, ଡାକ୍ତରଙ୍କୁ ପଚାରିଲି ମାଡାମ ସେଦିନ ଯେଉଁ ପୁଅଟି ମୁଁ ଥିବା ସମୟରେ ଆସିଥିଲା ତାର କଣ ହେଇଛି? ସେ ଚଷମାଟି ଆଖିରୁ କାଢି ଟେବଲରେ ଥୋଇ କହିଲେ ସେ ପୁଅଟି ମାଆ ବାପାଙ୍କ କଳିରେ ଅତିଷ୍ଠ ହୋଇ ଭାରସାମ୍ୟ ହରାଇଥିଲା, ଗତକାଲି ଦଉଡି ଦେଇ ଆତ୍ମହତ୍ୟା କରିଦେଇଛି, ତାଙ୍କ କଥା ଶୁଣି ମୋ ପାଦ ତଳୁ ପୃଥିବୀଟା ଖସିଗଲା ପରି ଲାଗିଲା...... ମୁଁ ଅନୁଭବ କଲି ସେ ମୋତେ କଣ କହିବାକୁ ଚାହୁଁଥିଲା??. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy