STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

କିଛି ରହି ଯାଇନି ତ

କିଛି ରହି ଯାଇନି ତ

2 mins
203

ତିନି ମାସର ଛୁଆକୁ ଧାଈ ମା ପାଖରେ ଛାଡ଼ି ଅଫିସ୍ ଯାଉଥିବା ବେଳେ ମା କୁ ଧାଈ ପଚାରେ,"ନାନୀ କିଛି ରହି ଯାଇନି ତ, ପର୍ସ ଚାବି ସବୁ ନେଲନା?" ଏବେ ସେ କିପରି ହଁ କହିବ, ପଇସା ପଛରେ ଦୌଡ଼ି ଦୌଡ଼ି, ସବୁକିଛି ପାଇବାର ଇଚ୍ଛା ନେଇ, ଏ ସବୁ ଯାହା ପାଇଁ କରୁଛି , ସିଏ ତ ରହିଗଲା।

କନ୍ୟା ବିଦା ପରେ ବିବାହ ହଲ୍ ଖାଲି କରୁଥିବା ବେଳେ ଝିଅର ପିଉସୀ ପଚାରିଲେ, " ଭାଇ କିଛି ରହି ଯାଇନି ତ, ଭଲ କରି ଦେଖି ନିଅ ଚାରିପଟେ"। କନ୍ୟାର ପିତା ଯେତେବେଳେ ସବୁ କଠୋରୀ ବୁଲି ଦେଖୁଥାନ୍ତି, ଝିଅର କଠୋରୀ ରେ କିଛି ଶୁଖିଲା ଫୁଲ ପଡ଼ିଥିଲା। ତାକୁ ଦେଖି ମନେ ମନେ ଭାବିଲେ,ସବୁ କିଛିତ ପଛରେ ରହିଗଲା। ବିଗତ ୨୫ବର୍ଷ ଧରି ସେ ଯଉ ନାମକୁ ଅତି ଆଦରରେ ଡାକୁଥିଲେ, ଯାହାପାଇଁ ସେ ଏତେ ଗର୍ବ ଅନୁଭବ କରନ୍ତି, ସେ ନାମଟି ତ ପଛରେ ରହିଗଲା। ଭଉଣୀ କୁ ସେ କଣ ଜବାବ ଦେବେ। ଆଖିର ଲୁହକୁ ଲୁଚଉ ଲୁଚଇ ଭାବୁଥିଲେ ଜୀବନର ସବୁ କିଛିତ ପଛରେ ରହିଗଲା।

ପିତା ବହୁତ ଆଶା ରଖି ପୁଅକୁ ପଢ଼ିବା ପାଇଁ ବିଦେଶ ପଠେଇଲେ। ପୁଅ ପଢ଼ିକି ସ୍ଥାନୀୟ ଝିଅକୁ ବାହା ହେଇ ସେଇଠି ରହିଗଲା।ନାତିକୁ ଦେଖିବାକୁ ବହୁତ କଷ୍ଟରେ ବିଦେଶ ଯାଇ ନିଜ ଗାଁକୁ ଫେରିବା ବେଳେ ପୁଅ ପଚାରିଲା," ବାପା ଭଲ କରି ଦେଖି ନିଅ, କିଛି ରହି ଯାଇନି ତ"? ବାପା ପୁଅକୁ କଣ ବା ଉତ୍ତର ଦିଅନ୍ତେ, ତାଙ୍କର ସବୁକିଛି ତ ଏଇଠି ରହିଗଲା।

ସେବା ନିବୃତ୍ତିର ସନ୍ଧ୍ୟାରେ ଚପରାଶି ମନେ ପକାଇ ଦେଲା," ସାର୍ ଭଲ କରି ଦେଖି ନିଅନ୍ତୁ, କିଛି ରହି ଯାଇନି ତ"? କଣ ବା ଉତ୍ତର ସେ ଦିଅନ୍ତେ। ତାଙ୍କର ତ ପୁରା ଜୀବନଟା ଏଇ ଅଫିସ୍ ଯିବା ଆସିବାରେ ବିତିଗଲା, ଏବେ ଆଉ କଣ ବା ରହିଯିବ।

ମଶାଣି ରୁ ଫେରିଲାବେଳେ ପୁଣିଥରେ ମୁଣ୍ଡକୁ ବୁଲେଇ ପଛକୁ ଅନେଇଲା,ବାପାଙ୍କର ଚିତା ଜଳୁଥିବାର ଦେଖି ମନଟା ଦୁଃଖରେ ଭରିଗଲା। ପୁଣି ସେ ଦୌଡ଼ିଗଲା ଆଉ ଜଳୁଥିବା ଚିତାରେ ବାପାଙ୍କର ଚେହେରାକୁ ଖୋଜିବାର ଅସଫଳ ପ୍ରୟାସ କଲା। ଫେରିଆସିବା ବେଳେ ସାଙ୍ଗମାନେ ପଚାରିଲେ," କିଛି ରହି ଯାଇଥିଲା କଣ"? ଅଶ୍ରୁଳ ଆଖିରେ ସେ କହିଲା, ନାଁ ଆଉ କିଛି ଭି ରହିଲାନି,ସବୁ ସରିଗଲା। ଆଉ ଯାହା ରହିଗଲା ତାହା ସବୁବେଳେ ମୋ ହୃଦୟରେ ରହିବ।

ଥରେ ସମୟ କାଢ଼ିକି ଚିନ୍ତା କରନ୍ତୁ ହେଇପାରେ ପୁରୁଣା କଥା ସବୁ ମନେ ପଡ଼ିଯିବ।ଆଖିରେ ଲୁହ ଭରିଯିବ ଆଉ ବର୍ତ୍ତମାନ, ଜୀବନ ଜିଇଁବାର ଉଦ୍ଦେଶ୍ୟ ମିଳିଯିବ।କିଏ ଜାଣେ କେବେ ଜୀବନର ସୂର୍ଯ୍ୟାସ୍ତ ଆସିଯିବ। ତା ପୂର୍ବରୁ ସମସ୍ତଙ୍କୁ ସ୍ନେହ, ପ୍ରେମ, ବନ୍ଧୁତ୍ୟର ଡୋର ରେ ବାନ୍ଧିଦିଅ। ଦୁଇ ପଦ ମିଠା କଥା କହି ସମସ୍ତଙ୍କୁ ନିଜର କରିନିଅ। ତାକି କିଛି ରହି ଗଲା ବୋଲି ମନରେ ଦୁଃଖ ରହିନଯାଉ।


Rate this content
Log in

Similar oriya story from Tragedy