Badal Nanda

Classics Children

3  

Badal Nanda

Classics Children

ଖଡ଼ିରତ୍ନ

ଖଡ଼ିରତ୍ନ

2 mins
239


ଖଡ଼ିରତ୍ନ

ଭାଗ (୧)


କଥା ସେ ସମୟର ଯେତେବେଳେ ଲୋକେ କର୍ମଠୁଁ ଭାଗ୍ୟକୁ ବେଶ୍ ଅଧିକା ମାନୁଥିଲେ l ସବୁ କାମ ପାଇଁ ଉଚିତ ସମୟ ନିର୍ଦ୍ଧାରଣ କରୁଥିଲେ, ପାଞ୍ଜିଖଡ଼ିକୁ ନେଇ l ଆଉ ଏଥିରେ ଖଡ଼ିରତ୍ନଙ୍କ ଭୂମିକା ଥିଲା ଅଧିକ ଏବଂ ଲାଭଜନକ l ଆସନ୍ତୁ ଦେଖିବା ଗଳ୍ପରେ....


ପାଖାପାଖି ୮୦ ବର୍ଷ ତଳର କଥା ଓଡ଼ିଶାର ଉପାନ୍ତ ଅଞ୍ଚଳର ଗାଁ ଟିଏ ସୁବର୍ଣ୍ଣପୁର l ଗାଁ ଟି ଭାରି ବଡ, ଜମିଦାରୀ ଗାଁ , ସେ ସମୟରେ ଭଲ ମାଟି ରାସ୍ତା ଖଣ୍ଡେ ଥିଲେ ବୋଧେ ସେ ଏବେ ଗୋଟାଏ ଭଲ ସହର ହୋଇପାରିଥାନ୍ତା l ଗାଁ ରେ ଗୋଟାଏ ବଡ ପଦ୍ମ ପୋଖରୀ l ଖରା,ବର୍ଷା, ଶୀତ ବର୍ଷସାରା ଅକାତ କାତ ପାଣି l ପାଣିକୁଆ ଭଳି ଜଳଜୀବଙ୍କ ବାସସ୍ଥାନ l ସେଇ ପୋଖରୀ କୂଳରେ ଗ୍ରାମ ଦେବତୀଙ୍କ କୋଠି l ସେଠିକାର ଲୋକମାନେ ଭାରି ସରଳ ବିଶ୍ୱାସୀ l ଗାଁ ମଝିରେ ଗୋଟାଏ ବିରାଟ ବରଗଛ କାହିଁ କୋଉ ଅମଳରୁ କାୟା ମେଲି ଛିଡାହୋଇଛି l ସେହି ଗଛଟି ସାକ୍ଷୀ ଗାଁ ର ପ୍ରତ୍ୟେକ ଘଟଣାର, ଜଦି ସେ କଥା କହି ପାରୁଥାନ୍ତା ତେବେ ବୋଧେ ସେସମୟର ଗୋଟାଏ ମୁଖ୍ୟ ଖବର ସଂଗ୍ରହ କେନ୍ଦ୍ରର ମାନ୍ୟତା ସିଏ ପାଇଥାନ୍ତା l କାରଣ, ଗାଁ ଯାକର ଫୁଟଣ ଏଇଠି ଫୁଟେ l

ବରଗଛର ଛାଇରେ କାହିଁ କାଳରୁ ଫଇସଲା ପାଇଁ ଗ୍ରାମ ସଭା ବସିଆସୁଛି l ଏଇ ବରଗଛ ତାର ଘନ ବହଳ ଡାଳ ତଳେ ଖରାଦିନର ଜୋର ଝାଞ୍ଜିରେ ବି ସମସ୍ତଙ୍କୁ ଶୀତଳତାର ଅନୁଭୂତି ଦେଇଛି ତେଣୁ ଛୁଆ ଠୁଁ ବୁଢା ଯାଏଁ ସମସ୍ତେ ଏଠି ମେଳ l ତାସ ଠୁଁ ଆରମ୍ଭ କରି ପିଲାଙ୍କ ବାଗୁଡ଼ି ଖେଳା ସବୁ ଏଇଠି l ବରଗଛକୁ ଲାଗି ମହାପ୍ରଭୁ ପତିତପାବନଙ୍କ ଆସ୍ଥାନ l ଭାରି ପୁରୁଣା ମନ୍ଦିର, ଲୋକେ ଭାରି ଶ୍ରଦ୍ଧାରେ ମନ୍ଦିରକୁ ଆସନ୍ତି l ଗାଁ ମୁଖିଆ ଜମିଦାର ଦଣ୍ଡପାଣି ମହୋପାଧ୍ୟାୟ ମହାଶୟେ ପୂର୍ବ ପୁରୁଷଙ୍କ ଭଳି ଏବେ ବି ଗାଁ ଫଇସଲା ନିଜେ କରନ୍ତି l ଦଣ୍ଡପାଣି ମହାଶୟେ ଙ୍କର ଭାରି ଖାତିର ହେଲେ କେବେ ମୁଖରେ ଅହଂ ଭାବ ପ୍ରତିଫଳିତ ହେବା କେହି ଦେଖି ନାହାନ୍ତି ତେଣୁ ତାଙ୍କ ପ୍ରତି ସମସ୍ତଙ୍କର ଢେର ଭଲପାଇବା l ଦଣ୍ଡପାଣି ମହାଶୟେ ବି ଭାରି ମିଶାଣିଆ ଲୋକ ନିଜେ ଗାଁ ଲୋକଙ୍କ କଥା ବୁଝନ୍ତି ବିପଦ ଆପଦରେ ଲୋକ ପଠାଇ ସାହାଯ୍ୟ କରନ୍ତି l ଦରକାର ପଡିଲେ ଅର୍ଥ ସାହାଯ୍ୟବି ଲୋକଙ୍କୁ ମିଳେ l ଘରେ ତାଙ୍କର ଘରଣୀ ଗୋଟାଏ ଝିଅ l ପୂର୍ବପୁରୁଷଙ୍କ କମାଣି ସେ ଏବେ ଉପଭୋଗ କରୁଛନ୍ତି କହିଲେ ଚଳେ l ଗାଁ ର ଅଧେ ଜମି ତାଙ୍କର, ବେଶ୍ କହିବାକୁ ଗଲେ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପିଢ଼ି ପିଢ଼ି ଧରି ତାଙ୍କ ଉପରେ କହିଲେ ଚଳେ l ଖରା ଦିନର କଥା ଦ୍ବିପହର ବେଳା ବରଗଛତଳେ ଗୋଟାଏ ଦଉଡିଆ ଖଟ ପଡିଛି l ଖଟ ଉପରେ ବିଜେ ଜମିଦାର ବାବୁ ସ୍ୱୟଂ ଦଣ୍ଡପାଣି ମହାଶୟେ l ପାଖରେ ତାଙ୍କ ପାଞ୍ଜିଆ ଦି ଜଣ ଆଉ ଗାଁ ର କେଇଜଣ ମାନ୍ୟଗଣ୍ୟ ଲୋକ ଉଭା lକିଛି ଗୋଟାଏ କଥାକୁ ନେଇ ଆଲୋଚନା ଚାଲିଥାଏ l କଥା କହୁକହୁ ହଠାତ୍ ଜମିଦାର ବାବୁ ଅଟକି ଗଲେ ଅବାକ୍ ହୋଇ ଅନାଇଥାନ୍ତି ଦୂର ରାସ୍ତା ପଟରେ l ଗୋରା ତକ ତକ ଚେହେରା, ଉଜ୍ଜଳ ମୁଖମଣ୍ଡଳ ଦେବ ପୁରୁଷ ସମ କେହି ଜଣେ ଗାଁ ଆଡକୁ ଆଗେଇ ଆସୁଥାନ୍ତି l ଜମିଦାରେ ସ୍ବପ୍ନ ଦେଖିଲା ଭଳି ଅନେଇକି ରହିଲେ....


କ୍ରମଶଃ...


Rate this content
Log in

Similar oriya story from Classics