Badal Nanda

Children Stories Classics Children

3  

Badal Nanda

Children Stories Classics Children

ଖଡ଼ିରତ୍ନ

ଖଡ଼ିରତ୍ନ

2 mins
177



ପୂର୍ବଭାଷ..


(କଥା କହୁକହୁ ହଠାତ୍ ଜମିଦାର ବାବୁ ଅଟକି ଗଲେ ଅବାକ୍ ହୋଇ ଅନାଇଥାନ୍ତି ଦୂର ରାସ୍ତା ପଟରେ l ଗୋରା ତକ ତକ ଚେହେରା, ଉଜ୍ଜଳ ମୁଖମଣ୍ଡଳ ଦେବ ପୁରୁଷ ସମ କେହି ଜଣେ ଗାଁ ଆଡକୁ ଆଗେଇ ଆସୁଥାନ୍ତି l ଜମିଦାରେ ସ୍ବପ୍ନ ଦେଖିଲା ଭଳି ଅନେଇକି ରହିଲେ....)



  ମହାଜନେ ତାଟକା ହୋଇ ଅନାଇଛନ୍ତି l ବ୍ୟକ୍ତି ଜଣକ ଧିରେ ଧିରେ ଗାଁ ପଟରେ ବଢୁଥାନ୍ତି l ମହାଜନେ ଭଲକି ନିଘା କଲେ l ଡେଙ୍ଗା ହୃଷ୍ଟ ପୃଷ୍ଟ ହୋଇ ସୁଢଳ ଶରୀର l ଦେହରେ ଗୋଟାଏ ଧଳା ଧୋତି ଗୋଟାଏ କାନ୍ଧରେ ଲୁଗାର ଥଳି ଅନ୍ୟ କାନ୍ଧରେ ଗୋଟାଏ ଗାମୁଛା l ଗୋଟାଏ ହାତରେ କଳା ଛତାଟିଏ, ମୁଖ ମଣ୍ଡଳରୁ ସୂର୍ଯ୍ୟଙ୍କ ସୁନେଲି କିରଣ ସତେ ଯେମିତି ସିଧାସଳଖ ପ୍ରତିଫଳିତ ହେଉଛି l ଧିରେ ଧିରେ ବ୍ୟକ୍ତି ଜଣକ ଗାଁ ବରଗଛ ପାଖରେ ପହଞ୍ଚିଗଲେ l ତାଙ୍କର ଦି ବାହୁ ଓ ମଥାରେ ଲମ୍ବା ଲମ୍ବା ଚନ୍ଦନର ଟିକା, ଶରୀରରେ ଲମ୍ବିଯାଇଛି ନ ଖିଅ ପଇତା ଓ ମଥାରେ ଥିବା ଲମ୍ବା ଶିଖାକୁ ଦେଖି ସମସ୍ତେ କିଛି କିଛି ବୁଝିସାରିଥିଲେଣି l

  

      ବରଗଛ ପାଖରେ ପହଞ୍ଚୁ ପହଞ୍ଚୁ ଗୋଟାଏ ସଂସ୍କୃତ ଶ୍ଳୋକର ଗୁଞ୍ଜରଣ....

  ମଙ୍ଗଳମ୍ ଭଗବାନ ବିଷ୍ଣୁ, ମଙ୍ଗଳମ୍ ମଧୁସୂଦନମ୍ ,

  ମଙ୍ଗଳମ୍ ପୁଣ୍ଡାରୀକାକ୍ଷଃ,ମଙ୍ଗଳମ୍ ଗରୁଡଧ୍ୱଜ........

  ମାଧବୋ ମାଧବୋ ବାଚୀ, ମାଧବୋ ମାଧବୋ ହରିଃ,

  ସ୍ମରନ୍ତି ସାଧବୋ ନିତ୍ୟମ୍, ସକଳ କାର୍ଯ୍ୟେ ସୁମାଧବଃ.....


   ଶ୍ଳୋକଟିର ସୁନ୍ଦର ଉଚ୍ଚସ୍ୱର ମନ୍ଦିର ପରିସର ପ୍ରକମ୍ପିତ କଲା l ସ୍ୱରର ଆକର୍ଷଣଟି ସତେ ଯେମିତି ସାରସ୍ବତୀଙ୍କ ବୀଣାର ଝଙ୍କାର ମୁଗ୍ଧ ହୋଇ ଅନେକେ ଟାଣି ହୋଇଆସିଲେ ବରଗଛ ମୂଳକୁ l 

  ଦଣ୍ଡପାଣି ମହୋପାଧ୍ୟାୟ ମହାଶୟେ ସସମ୍ମାନେ ହାତ ଯୋଡି ତାଙ୍କୁ ସ୍ୱାଗତ କଲେ l ସଙ୍ଗେ ସଙ୍ଗେ ପାଖ ମନ୍ଦିର କୂଅରୁ ଢାଳେ ପାଣି ଆଣି ପାଦ ଧୌତ କରାଇଲେ l ମନ୍ଦିରର ଉଚ୍ଚ ପିଣ୍ଢାରେ ଗୋଟାଏ ସପ ପାରିଦିଆଗଲା l ପତିତପାବନଙ୍କ ଉଦ୍ଦେଶରେ ମୁଣ୍ଡିଆଟେ ମାରି ବ୍ରାହ୍ମଣ ମହାଶୟେ ସପ ଉପରେ ବିଜେ କଲେ l

ସାମ୍ନାରେ ହାତଯୋଡି ଛିଡା ହୋଇଥାନ୍ତି ଗାଁର ମାନ୍ୟଗଣ୍ୟ ଲୋକ ଓ ଅନେକେ l ଚାହାଁଣିରୁ ହିଁ ଦିବ୍ୟଦ୍ରଷ୍ଟା ଏଣୁ କାହାର ସାହସ ନାହିଁ ପରିଚୟ ପଚାରିବାପାଇଁ l ଏବେ ଦଣ୍ଡପାଣି ମହାଶୟେ ବେନି କର ଯୋଡି ପଚାରିଲେ

"ହେ ମହାଭାଗ, ଆପଣ ଦେବ ପୁରୁଷଙ୍କ ଭଳି l କୃପାକରି ଆପଣଙ୍କ ପରିଚୟ ଦେଲେ ଆମେମାନେ ସନ୍ତୁଷ୍ଟ ହୁଅନ୍ତୁ l "

 ବ୍ରାହ୍ମଣ ଜଣକ ମିଷ୍ଟ ଭାଷାରେ କହିଲେ, "ମୁଁ ପଣ୍ଡିତ ବିଷ୍ଣୁଦତ୍ତ,


କ୍ରମଶଃ.....




Rate this content
Log in