kalpana sahoo

Tragedy


4.0  

kalpana sahoo

Tragedy


କେତେ ବଦଳିଯାଇଛ ତୁମେ !

କେତେ ବଦଳିଯାଇଛ ତୁମେ !

1 min 236 1 min 236

  


   ମନେଅଛି ତୁମର ? ଦିନେ ମୁଁ ଅଭିମାନ କରୁଥିଲି ତୁମ ଉପରେ, ଆଉ ତୁମେ ମୋତେ ବୁଝାଇବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲ । ସରି... ଚେଷ୍ଟା ନୁହେଁ ତୁମେ ମୋତେ ଯେମିତି ହେଲେ ବି ତୁମ କଥା ଛଳରେ ବୁଝେଇ ଦେଉଥିଲ l ଆଉ ଆଜି କେତେ ବଦଳିଯାଇଛି ସେସବୁ । ମୋତେ କୌଣସି କଥା ବୁଝାଇ କହିବାତ ଦୂର ଭଲରେ ପଦେ କଥାବି ହେଉନ । 



   ସତରେ ଦିନ ବଦଳିଯାଇଛି । କିଛି ଦିନ ପୂର୍ବରୁ ମୁଁ ତୁମକୁ ରାତିରେ ନ ଶୋଇ ଚେଇଁ ରହୁଥିଲ ବୋଲି ପାଟି କରୁଥିଲି । ଆଉ ଆଜି ଯେତେବେଳେ ତୁମ ସହ ଟିକିଏ କଥା ହେବାକୁ ମୁଁ ଚେଇଁ ରହୁଛି, ସେତେବେଳେ ତୁମକୁ ନିଦ ଆସିଯାଉଛି । ମୋର ମନେ ଅଛି ଦିନେ ତୁମେ ହିଁ କହିଥିଲ, ତୁ ଯାହା ପଚାରିବୁ ମୁଁ ସବୁ ଉତ୍ତର ଦେବି ତୋ ମନ ନବୁଝିବା ପର୍ଯ୍ୟନ୍ତ । ଆଉ ଆଜି ସେଇ ଉତ୍ତର ଦେବାକୁ ପଡିବବୋଲି ମୋ କଲ୍ ବି ରିସିଭ୍ କଲନି ।



  କଷ୍ଟ ଲାଗିଲା ବହୁତ୍ କିନ୍ତୁ ଆଜି ମୋ କଥା ବୁଝିବାକୁ କେହି ନାହାଁନ୍ତି । ଦିନେ ସାରା ଜୀବନ ହାତଧରି ବାଟ ଚାଲିବାର କଥା ଦେଇଥିଲ, କିନ୍ତୁ ଏବେ ଲାଗୁଛି ସେକଥା ବୋଧହୁଏ ତୁମର ମନେନଥିବ । କାଲି ଆଉ ଆଜି ଭିତରେ ବହୁତ ଫରକ୍ ଆସିଯାଇଛି । ଆଜି ମୋ କଥା ତୁମକୁ ଏତେ ଖରାପ ଲାଗୁଛି ଯେ ତୁମେ କାମର ବାହାନା ଦେଖେଇ ମୋଠାରୁ ଦୂରେଇ ରହିବାକୁ ଚେଷ୍ଟାକରୁଛ । ସତରେ ତୁମେ କେତେ ବଦଳିଯାଇଛ ? 





     * END *



Rate this content
Log in

More oriya story from kalpana sahoo

Similar oriya story from Tragedy