STORYMIRROR

Lokanath Rath

Tragedy Inspirational

3  

Lokanath Rath

Tragedy Inspirational

କେତେ ଅଭିନୟ କରିବି ?

କେତେ ଅଭିନୟ କରିବି ?

6 mins
355

ସୁଜାତା ତାଙ୍କ ଘର ଦୁଆରକୁ ଭିତରପଟୁ ବନ୍ଦ କରିଦେଇ ସ୍ୱାମୀ ସ୍ୱର୍ଗତ ଅରୁଣ କୁମାର ଦାସଙ୍କ ଫଟ ଆଗରେ ବସି କାନ୍ଦିବାରେ ଲାଗିଛନ୍ତି | ତାଙ୍କ ସ୍ୱାମୀ ଅରୁଣ ବାବୁଙ୍କ ଦେହାନ୍ତ ହେବାର ଆଜିକୁ କୋଡିଏ ବର୍ଷ ହେଇ ଗଲାଣି | ସେତେବେଳକୁ ସୁଜାତାଙ୍କୁ ତିରିଶି ବର୍ଷ ହୋଇଥିଲା | ପୁଅ ଅଶୋକ ଆଠ ବର୍ଷର ଓ ଝିଅ ଅନିତା ପାଞ୍ଚ ବର୍ଷର ହୋଇଥିଲା | ସେବେଠାରୁ ସେ ଅଶୋକ ଓ ଅନିତାଙ୍କୁ ସବୁ ସୁବିଧା ଦେଇ ସେମାନଙ୍କ ଗୋଡ଼ରେ ଠିଆ ହେବା ପାଇଁ ସବୁ ପ୍ରକାରର ଚେଷ୍ଟା କରି ଆସିଛନ୍ତି | ଆଜି ପୁଅ ଅଶୋକ ଜଣେ ଡାକ୍ତର ଓ ଝିଅ ଅନିତା ଜଣେ ଯନ୍ତ୍ରୀ | ସେମାନଙ୍କୁ ବଡ କରିବା ପାଇଁ ସୁଜାତା ନିଜର ସବୁ ଦୁଃଖକୁ ଭୁଲିଯାଇ ନିଜକୁ ତିଳ ତିଳ କରି ମାରିଛନ୍ତି | ଏବେ ପୁଅ ଅଶୋକ ବି ତା ପସନ୍ଦର ଝିଅ ଆରତୀକୁ ବାହା ହୋଇଛି ଓ ସେ ବି ଜଣେ ଡାକ୍ତର | ଅନିତା ବାଙ୍ଗାଲୁରର ଚାକିରୀ କରୁଛି ଓ ଆଜି ତାର ଫୋନ ଆସିଥିଲା କି ସିଏ ସେଠିକାର ଜଣେ ପୁଅ ଆଜାଦକୁ ଆସନ୍ତା ସପ୍ତାହରେ ବିବାହ କରିବ | ଆଜାଦର ପୁରା ନାମ ମହମ୍ମଦ ଆଜାଦ ଖାଁ ଓ ସେ ମୁସଲମାନ ସମ୍ପ୍ରଦାୟର | ଏତକ ଶୁଣି ସୁଜାତା କିଛି କହିବା ଆଗରୁ ଅନିତା ତାଙ୍କୁ କହିଥିଲା, '' ମାଆ,ମୁଁ ଜାଣିଛି ତୁମେ ସେହି ପୁରୁଣାକାଳିଆ ଲୋକଙ୍କ ପରି କହିବ ଯେ ହିନ୍ଦୁ ହୋଇ ମୁସଲମାନକୁ କେମିତି ବିବାହ କରୁଛି ? ତେଣୁ ମୁଁ ଆଗରୁ କହି ଦେଉଛି ଯେ ମୁଁ ଆଜାଦକୁ ଭଲ ପାଏ ଓ ଆମେ ବହୁତ ଭଲରେ ରହିବୁ | ତୁମେ ରାଜି ହୁଅ କିମ୍ବା ନ ହୁଅ | ତେଣୁ ତୁମେ ଆସିଲେ ଭଲ ନ ଆସିଲେ ବି ମୋର କିଛି କହିବାର ନାହିଁ |ତୁମେ ଯାହା ସବୁ ଆମ ପାଇଁ କରିଛ, ସେଗୁଡିକ ପାଇଁ ଧନ୍ୟବାଦ |'' ଏତିକି କହି ଅନିତା ଫୋନ କାଟି ଦେଇଥିଲା | ସେତେବେଳେ ଅଶୋକ ଓ ଆରତୀ ତାକୁ ଦେଖୁଥିଲେ, ସେମାନେ ଏ ବିଷୟରେ ଆଗରୁ ଜାଣିଥିଲେ | ତେଣୁ ବୋହୁ ଆରତୀ ଆହୁରି ସଫେଇ ଦେଇ କହିଥିଲା, '' ମାଆ, ଆଜିକାଲି ଏପରି ସବୁ ହେଉଛି | ଆଉ ଯଦି ଆରତୀ ତାଙ୍କୁ ପସନ୍ଦ କରି ବାହା ହେଉଛନ୍ତି, ତେବେ ଆମର କିଛି କହିବା ଉଚିତ ହେବ ନାହିଁ |ଆପଣ ଆପଣଙ୍କ ଜୀବନ ଜୀଇଁ ସାରିଲେଣି i, ଏବେ ଆମକୁ ଆମ ହିସାବରେ ଆମକୁ ବଞ୍ଚିବାକୁ ଛାଡି ଦିଅନ୍ତୁ|'' ସୁଜାତା କିଛି ନ କହି ଅଶୋକ ଓ ଆରତୀକୁ ଚାହିଁ ଥିଲେ | ଅଶୋକ ଚୁପଚାପ ଠିଆ ହୋଇ କହୁଥିଲା, '' ଆରେ ଆରତୀ ମାଆ ଜଣେ ଶିକ୍ଷୟିତ୍ରୀ, ସେ ସବୁ ବୁଝି ପାରୁଥିବେ | ତାଙ୍କୁ କାହିଁକି ଏତେ କଥା ବୁଝାଉଛ ?ଆଜି ଯାଏ ସିଏ ସବୁବେଳେ ଆମର ସବୁ ଭୁଲକୁ ବି ହସି ହସି ଭୁଲି ଯାଇଛନ୍ତି | ତାଙ୍କୁ ଆମେ କେବେ ଦୁଃଖରେ କାନ୍ଦିବାର ଦେଖିନୁ |ତାଙ୍କ ପାଇଁ ଏଇଟା ଗୋଟିଏ କିଛି ବଡ଼ କଥା ନୁହେଁ |'' ଅଶୋକର କଥା ଗୁଡିକ ସୁଜନକ ଛାତିରେ କଣ୍ଟା ପରି ଫୋଡି ହେଇ ଯାଉଥିଲା | ସେଠାରୁ ସିଧା ସେ ନିଜ କୋଠରୀକୁ ଆସି କବାଟ ବନ୍ଦ କରି କାନ୍ଦୁଛନ୍ତି | ତାଙ୍କୁ ଆଜି ବହୁତ ବଢ଼ିଲା ଅନିତା ଓ ଅଶୋକ, ଦୁଇଜଣଙ୍କ କଥା | ଅନିତା ମୁସଲମାନକୁ ବାହା ହେଉଛି ଶୁଣି ଯେତିକି କଷ୍ଟ ଲାଗୁ ନଥିଲା, ତାର ରୁକ୍ଷ କଥା ଓ ବ୍ୟବହାର ତାକୁ ବହୁତ କଷ୍ଟ ଦେଉଥିଲା | ଆଜି ଅନିତା ତା ମାଆର ଉପସ୍ଥିତିକୁ ପରିହାସ କରୁଥିଲା ପରି ସୁଜାତାଙ୍କ ଲାଗିଲା | ଆଉ ଅଶୋକ, ଆଜି ତାକୁ ତାର ଶିକ୍ଷୟତ୍ରୀ ହେବାର ଅର୍ଥକୁ ଆରତୀକୁ କହି ତାକୁ ବି ପରିହାସ କରୁଥିଲା | ଅଶୋକ ଓ ଅନିତା ଆଜି ପର୍ଯ୍ୟନ୍ତ ସବୁ ଦୁଃଖ କଷ୍ଟରେ ସୁଜାତାର ଖୁସି ରହିବାର ଅଭିନୟକୁ ଠିକ ଭାବରେ ବୁଝି ନ ପାରି ଯେମିତି ତାକୁ ଗୋଟିଏ କଣ୍ଢେଇ ବୋଲି ଭାବି ନେଇଛନ୍ତି | ଆଉ ସୁଜାତା ତାଙ୍କ ପିଲାଦିନ ଠାରୁ ଆଜି ଯାଏ ଅନ୍ୟକୁ ଖୁସି ଦେବା ପାଇଁ ନିଜ ଦୁଃଖକୁ ଲୁଚାଇ ଯେତେ ଖୁସି ହେବାର ଅଭିନୟ କରି ଆସିଛନ୍ତି, ସେଥିରେ ସେ ନିଜର ଅସ୍ତିତ୍ବକୁ ବି ଭୁଲି ଯାଇଛନ୍ତି | କିନ୍ତୁ ଆଜି ଆଉ ସେ ସହି ନପାରି ସ୍ୱାମୀ ଅରୁଣ ବାବୁଙ୍କ ଫଟୋ ଆଗରେ ବସି କାନ୍ଦି କାନ୍ଦି କହୁଛନ୍ତି, ''କେତେ ଅଭିନୟ କରିବି ?'' ଅତୀତର ସବୁ କଥା ମନେ ପଡି ଯାଉଛି |

ସୁଜାତାଙ୍କ ଜନ୍ମ ଗୋଟିଏ ମଧ୍ୟବିତ୍ତ ପରିବାରରେ ହୋଇଥିଲା | ବାପା ରମେଶ ଦାସ ଜଣେ ସରକାରୀ ଚାକିରିଆ ଥିଲେ ଓ ମାଆ ଶାନ୍ତି ଜଣେ ଗୃହିଣୀ | ଯେତେବେଳେ ସୁଜାତାଙ୍କୁ ପାଞ୍ଚ ବର୍ଷ ବୟସ, ସେତେବେଳେ ତାଙ୍କ ମାଆ ଶାନ୍ତି ହଠାତ ହୃଦଘାତରେ ପ୍ରାଣ ହରାଇଲେ | ପରିବାରର ଅନ୍ୟ ଲୋକମାନଙ୍କ ଚାପରେ ପଡି ରାମର୍ଶ ବାବୁ ଦ୍ଵିତୀୟ ବିବାହ ନମିତା ସୁଜାତାଙ୍କ ସାବତ ମାଆ ନମିତାଙ୍କ ସହିତ କଲେ | କିନ୍ତୁ ରମେଶ ବାବୁ ସୁଜାତାକୁ ବହୁତ ଭଲ ପାଉଥିଲେ | ସୁଜାତାଙ୍କର କିଛି ଟିକେ ଅସୁବିଧା ହେଲେ ରମେଶ ବାବୁ ଆଦୌ ସହି ପାରୁ ନଥିଲେ | ସୁଜାତାଙ୍କ ସାବତ ମାଆ ନମିତା ପ୍ରଥମ ଗୋଟିଏ ବର୍ଷ ସୁଜାତାଙ୍କ ବହୁତ ଆଦର କରୁଥିଲେ | ଯେତେବେଳେ ତାଙ୍କର ନିଜର ଗୋଟିଏ ପୁଅ ବସନ୍ତ ଜନ୍ମ ହେଲା, ସେତେବେଳେ ଧୀରେ ଧୀରେ ନମିତା ସବୁ କିଛି ଭୁଲି ଗଲେ | ସେହି ଛୋଟ ବୟସରେ ସୁଜାତାଙ୍କୁ ସେ ବହୁତ ହଇରାଣ କରିବାକୁ ଲାଗିଲେ | ସୁଜାତା ପାଠ ପଢିବା ସହିତ ଘରର ସବୁ କାମ ବି କରୁଥିଲେ .ହେଲେ ତାଙ୍କର ସବୁ ଦୁଃଖ କଷ୍ଟକୁ ସେ କେବେ ବି ତାଙ୍କ ବାପା ରମେଶ ବାବୁଙ୍କୁ ଜାଣିବାକୁ ଦେଉ ନଥିଲେ | ହସି ହସି ସବୁ ସହି ଯାଉଥିଲେ | ତାଙ୍କ ବାପା ଘରେ ନଥିଲା ବେଳେ ସାବତ ମାଆ ନମିତା ପରିହାସ କରି ସୁଜାତାକୁ କହୁଥିଲେ, ''ଭଲ ଅଭିନୟ କରି ଜାଣିଛୁ | ବାପ ଆଗରେ ଗେହ୍ଲେଇ ହୋଇ ହସି ହସି ସବୁବେଳେ ଦେଖେଇ ହେଉଚୁ|'' କିନ୍ତୁ ସେ ବୁଝି ପାରିନଥିଲେ ଯେ ସୁଜାତା ସେହି ଅଭିନୟ ତାଙ୍କ ବାପାଙ୍କୁ ଖୁସି କରିବାକୁ ଓ ପରିବାରକୁ ଶାନ୍ତି ଦେବାକୁ କରୁଥିଲେ ବୋଲି | ଏମିତି ସୁଜାତା ମାଟ୍ରିକ ପାସ କରି କଲେଜରୁ ସ୍ନାତକ ବି ପାସ କଲେ ଓ ଶିକ୍ଷକତା କରିବା ପାଇଁ ଗୋଟିଏ ବର୍ଷ ବି.ଏଡ଼୍. ବି ଶେଷ କଲେ | ତାପରେ ତାଙ୍କର ବିବାହ ଅରୁଣ ବାବୁଙ୍କ ସହିତ ହୋଇଥିଲା | ଅରୁଣ ବାବୁ ତାଙ୍କ ପିତା ମାତାଙ୍କ ଗୋଟିଏ ବୋଲି ପୁଅ, କିନ୍ତୁ ତାଙ୍କର ତିନି ଭଉଣୀ ଥିଲେ | ସମସ୍ତେ ଅରୁଣ ବାବୁଙ୍କ ଠାରୁ ସାନ | ଶ୍ୱଶୁର ଅସିତ ବାବୁ ଓ ଶାଶୁ ଆଶା ଦେବୀ ତାଙ୍କର ତିନି ଝିଅ ରମା, ଉମା ଓ ଶ୍ୟାମାଙ୍କୁ ବହୁତ ଭଲ ପାଉଥିଲେ | ଅରୁଣ ବାବୁ ଗୋଟିଏ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ| ଅସିତ ବାବୁ ଜଣେ ଚାଷୀ ଥିଲେ | ତେଣୁ ପରିବାର ଚଳାଇବା ପାଇଁ ବହୁତ ଅସୁବିଧା ହେଉଥିଲା | ସୁଜାତା ବେଳେ ବେଳେ କହୁଥିଲେ ଶିକ୍ଷୟିତ୍ରୀ ଚାକିରୀ କରିବା ପାଇଁ, ସେଥିପାଇଁ ତାଙ୍କୁ ଶାଶୁ ଓ ନଣନ୍ଦଙ୍କ ଗଞ୍ଜଣା ସହିବାକୁ ହେଉଥିଲା | କିନ୍ତୁ ସେ କେବେ କାହାକୁ ପ୍ରତ୍ୟୁତ୍ତର ଦେଉନଥିଲେ କି କେବେ ଅରୁଣ ବାବୁଙ୍କୁ ବି କହୁନଥିଲେ | ସବୁ କିଛି ନିଜେ ସହି ହସି ହସି ସବୁ କାମ କରି ଯାଉଥିଲେ | ବହୁତ କଷ୍ଟରେ ତାଙ୍କ ତିନି ନଣନ୍ଦ ରମା, ଉମା ଓ ଶ୍ୟାମାର ବାହାଘର ବି ହେଇଗଲା ଓ ହସି ହସି ନିଜର ସବୁ ଗହଣା ସେ ସେମାନଙ୍କୁ ଦେଇ ଦେଇଥିଲେ | ତାଙ୍କର ସବୁବେଳେ ତାଙ୍କ ବାପାଙ୍କର କଥା ମନରେ ଥାଏ କି ଗୋଟିଏ ପରିବାରକୁ ଯୋଡି ରଖିବାକୁ ହେଲେ ଦୁଃଖରେ,ଅସୁବିଧାରେ ହସି ହସି ଖୁସିର ଅଭିନୟ କରି ସମସ୍ତଙ୍କୁ ସୁଖ ଦେବାକୁ ହୁଏ | ସେଥିପାଇଁ ସୁଜାତା ସବୁ ଅଭିନୟ କରି ଆସୁଥିଲେ | ସବୁ ନଣନ୍ଦଙ୍କ ବିବାହର ଗୋଟିଏ ବର୍ଷ ପରେ ତାଙ୍କ ଶାଶୁ ଓ ଶ୍ୱଶୁର ଗୋଟିଏ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ | ସେଥିରେ ଅରୁଣ ବାବୁ ଭାଙ୍ଗି ପଡ଼ିଥିଲେ | ସୁଜାତା ତାଙ୍କୁ ନିଜର ସାହାରା ଦେଇଥିଲେ| କିନ୍ତୁ ନିଜ ଦୁଃଖ କେବେ ବି ସେ ଅରୁଣ ବାବୁଙ୍କୁ କିଛି କହୁ ନଥିଲେ |ତାର ଦୁଇ ବର୍ଷ ପରେ ଅରୁଣ ବାବୁ ହୃଦଘାତରେ ଦେହତ୍ୟାଗ କଲେ | ସୁଜାତା ସେତେବେଳେ ବିଲକୁଲ ଏକା ହୋଇଗଲେ | ପୁଅ ଅଶୋକ ଓ ଝିଅ ଅନିତାକୁ ମଣିଷ କରିବା ପାଇଁ ନିଜେ ଶିକ୍ଷୟତ୍ରୀ ଚାକିରୀ କଲେ | ଜୀବନର ସବୁ ଦୁଃଖ କଷ୍ଟକୁ ସହି ହସି ହସି ସେ ପିଲାଙ୍କର ସବୁ ଇଛା ପୁରାଣ କରୁଥିଲେ | ସେମାନଙ୍କୁ କେବେ ବି ଅରୁଣ ବାବୁଙ୍କ ଅନୁପସ୍ଥିତ ଅନୁଭବ କରିବାର ସୁଯୋଗ ଦେଉ ନଥିଲେ | ଅଶୋକ ଯେତେବେଳେ ବିଦ୍ୟାଳୟରେ ବହୁତ ଦୁଷ୍ଟାମୀ କରି ଦଣ୍ଡ ପାଏ, ସୁଜାତା ଯାଇ ତା ପାଇଁ ଭୁଲ ମାଗୁଥିଲେ ଓ ତାକୁ ହସି ହସି ବୁଝାଉଥିଲେ ଜୀବନକୁ କେମିତି ଠିକ ରାସ୍ତାରେ ନେବାକୁ ହୁଏ | ଅନିତାର ବହୁତ ଖରାପ ବ୍ୟବହାରକୁ ସେ ଅଣଦେଖା କରି ବୁଝାଉଥିଲେ ଯେ ଭଲ ମଣିଷ ହେବାକୁ ହେଲେ ଆଜି ଭଲ କହିବାକୁ ଶିଖିବାର ହେବ |ସେମାନେ ବଡ଼ ହେଇଗଲେ | ଅଶୋକ ଯେତେବେଳେ ଆରତୀକୁ ବିବାହ କରିବାକୁ କହିଥିଲା, ସେତେବେଳେ ସୁଜାତା ନିଜେ ଆରତୀର ଘରକୁ ଯାଇ ତା ପିତା ମାତାଙ୍କୁ ଭେଟି ପ୍ରସ୍ତାବ ଦେଇଥିଲେ |ସେତେବେଳେ ସେଠାରେ ସୁଜାତାଙ୍କର ବହୁତ ଅପମାନ ହେଇଥିଲା, କିନ୍ତୁ ସେ ତାକୁ ସହିବାର ଅଭିନୟ କରି ସେମାନଙ୍କର ବାହାଘର କରି ଦେଇଥିଲେ | ଆଜି ଯାଏ ଆରତୀ ସୁଜାତାଙ୍କ ଠାରେ ବି ଗୋଟିଏ କପ ଚାହା ତିଆରି କରି ଦେଇ ନାହିଁ | ଏବେବି ସୁଜାତା ଚାକିରୀ ସାଙ୍ଗରେ ଘରର ସବୁ କାମ କରୁଛନ୍ତି | ଅନିତା ଓ ଅଶୋକ ଆଜି ନିଜ ଗୋଡ଼ରେ ଠିଆ ହୋଇଛନ୍ତି, କିନ୍ତୁ ଏବେବି ସୁଜାତା ତାଙ୍କ ଠାରୁ କେବେ କିଛି ପାଇଁ ନାହାନ୍ତି ବା ପାଇବାର ଆଶା କରି ନାହାନ୍ତି | କେବଳ ଏବେ ସେ ଚାହୁଁଛନ୍ତି ଟିକେ ସମ୍ମାନର ସହିତ ଶାନ୍ତିରେ ବଞ୍ଚିବାକୁ, ଆଉ କେତେ ଅଭିନୟ କରିବେ ? ସେଥିପାଇଁ ଆଜି ସେ ଭାଙ୍ଗି ପଡିଲେ ଅଶୋକ, ଆରତୀ ଓ ଅନିତାର ବ୍ୟବହାର ଓ କଥା ଶୁଣି | ସହି ନ ପାରି ଲୁଚି ଲୁଚି ଅରୁଣ ବାବୁଙ୍କ ଫଟ ଆଗରେ ବସି ପଚାରୁଛନ୍ତି, ''ଆଉ କେତେ ଅଭିନୟ କରିବି ?'' ସାହସ ହେଉ ନାହିଁ ସମସ୍ତଙ୍କ ଆଗରେ କାନ୍ଦିବାକୁ |



Rate this content
Log in

Similar oriya story from Tragedy