Madhabi Patel

Tragedy

4  

Madhabi Patel

Tragedy

କେନ୍ସର୍

କେନ୍ସର୍

2 mins
198


ଶବ୍ଦ ପୁଅ , କେନ୍ସର ,ଶଶୁର।

କେନ୍ସର।

ଅନେକ ଦିନହେଲା ଦିଲ୍ଲୀର କେନ୍ସର ହସପିଟାଲ ରେ ପଡିଛନ୍ତି ସୁବ୍ରତ ବାବୁ।ସେ ଜାଣି ସାରିଲେଣି ତାଙ୍କ ସମୟ ସରିଆସୁଛି।ଥରେ ଜଣକୁ କେନ୍ସର ହେଲା ମାନେ ଦୁଇ ତିନିବର୍ଷ ଆଉ ତାର ଆୟୁଷ ବୋଲି ଧରିନେବା କଥା।ପୁଅ ପ୍ରକାଶ କିନ୍ତୁ ପାରୁପର୍ଯ୍ୟନ୍ତ ଲାଗିଛି ଯମ ହାତରୁ ତାଙ୍କୁ ଛଡେଇବା ପାଇଁ।ପାଣିପରି ଟଙ୍କା ବହାଇ ଦେଉଛି।ସେବାରେ ଦୁଇ ପାଣୀ ମିନତୀ ଓ ସେ ଲାଗିଛନ୍ତି ସବୁବେଳେ।କିଏ ହାତ ଗୋଡ ଘସିଦେଉଛି ତ କିଏ ମୁଣ୍ଡ କୁଣ୍ଡେଇ ଦେଉଛି।ବୋହୁ ନିଜ ଛୋଟ ପୁଅପରି ନିଜ ହାତରେ ଖୁଆଇ ଦିଏ ଓଦାକପଡାରେ ମୁହଁ ପୋଛିଦିଏ।ଚନ୍ଦା ମୁଣ୍ଡରେ ଯେଉଁ କେତୋଟି ବାଳ ବଞ୍ଚିଛି ସେଥିରେ ତେଲ ଲଗାଇ କୁଣ୍ଡେଇେ ଦେଉଛି।କେତେବେଳେ କିଛି ମଜା କଥା କହି ଖୁସି ରଖିବାକୁ ଚେଷ୍ଟା କରୁଛି।ଅଫିସରୁ ଛୁଟି ନେଇଯାଇଛି ତିନିମାସ ହେଲାଣି ଯେବେଠୁ ସେ ନିଜକାମ କରିବାକୁ ଅକ୍ଷମ ହେଇଛନ୍ତି।ପୁଅ ତା ଅଫିସ ବନ୍ଦ କରିନି।ଅଫିସରୁ ଫେରିଲେ ତାର ପାଳିପଡେ।ସେତିକିବେଳେ ବୋହୁ ଘରର ବାକି କାମ ଦେଖେ।ଚାକର ପିଲାଟେ ଅଛି ଘରର କାମରେ ସାହାଯ୍ୟ କରିବାକୁ।ନାତି ନାତୁଣୀ ବାହାରେ ହଷ୍ଟେଲରେ ରହି ପଢନ୍ତି।ମଝିମଝିରେ ଆସନ୍ତି।ହେଲେ ପ୍ରତିଦିନ ଥରେ ଫୋନକରି ଦାଦାଙ୍କ ଭଲମନ୍ଦ ବୁଝନ୍ତି ନିଶ୍ଚୟ।ଏସବୁ ଦେଖି ତାଙ୍କ ଖୁସି ବଢିଯାଏ।ଆଜିର ଯୁଗରେ ପୁଅବୋହୁ ନାତି ନାତୁଣୀ ବୟସ୍କ ପିତାମାତାଙ୍କୁ ଜରାଶ୍ରମର ବାଟ ଦେଖାଉ ଥିବାବେଳେ ତାଙ୍କୁ ଏପରି ସ୍ନେହି ପରିବାରଟେ ମିଳିଥିବାରୁ।ଝିଅପରି ବୋହୁଟେ ମିଳିଛି ତାଙ୍କୁ।ଝିଅ ପଛେ ଏତେସବୁ କାମ କରିବାକୁ ଘୃଣା କରନ୍ତା ହେଲେ ବୋହୁ ସବୁ କାମ ଖୁସିରେ କରିଯାଉଛି।

ତା ମୁହଁରେ ସାମାନ୍ୟତମ ବିକାର ଭାବଟିଏ ବି କେବେ ସେ ଦେଖି ନାହାଁନ୍ତି ଆଜିଯାଏ।ଏସବୁ ଉତ୍ତମ ସଂସ୍କାର ର ଦାନ।ସେ ଘରର ସଂସ୍କାର ଦେଖି ବୋହୁକରି ଆଣିଥିଲେ।ତା ପରିବାରର ସମସ୍ତେ ସ୍ନେହି ମଣିଷ।ନିଜ ଗୁରୁଜନଙ୍କ ଆଦର ଯତ୍ନରେ କେବେ ଅବହେଳା କରନ୍ତି ନାହିଁ।ପିଲାଏ ଯାହା ଦେଖନ୍ତି ତାହା ଶିଖନ୍ତି। ତାକୁ ଏସବୁ ଖାନଦାନୀ ସୂତ୍ରେ ମିଳିଛି।ନାତି ନାତୁଣୀ ବି ବହୁତ ଭଲ ପାଆନ୍ତି ତାଙ୍କୁ।ଭିଡିଓ କଲ୍ କରି ଖୁସି ରହିବାକୁ କୁହନ୍ତି।ଛୁଟିରେ ଆସିଲେ ମଜା କରିବା ବୋଲି ତାଙ୍କ ମନରେ ବଞ୍ଚିବାର ମୋହ ବଢାନ୍ତି।ହେଲେ ତାଙ୍କ ଜୀବନରେ ଆଉ ବଞ୍ଚିବାର ସୃହା ନାହିଁ।ସୁମତି ତାଙ୍କୁ ଛାଡି ଚାଲିଗଲା ଆଗ।ସେ ସେଠି ରାସ୍ତା ଦେଖୁଥିବ ତାଙ୍କର।କେନସର ରୋଗ ବଡ ବେଦନା ଦାୟକ ରୋଗ।ଭିଷଣ କଷ୍ଟ ହୁଏ ବେଳେବେଳେ।ଅସହ୍ୟ ହେଇଯାଏ ପିଡା।ସେ ଭଗବାନଙ୍କୁ ପ୍ରର୍ଥନା କରନ୍ତି,ହେ ଭଗବାନ ଶିଘ୍ର ମତେ ଏ ଯନ୍ତ୍ରଣା ରୁ ମୁକ୍ତି ଦିଅ।ତଥାପି ପରିବାର ଲୋକଙ୍କ ସମ୍ମୁଖରେ ଖୁସି ରହିବାକୁ ଚେଷ୍ଟା କରନ୍ତି।ତଥାପି ଥରେ ଥରେଯନ୍ତ୍ରଣା ର ଝଲକ ଫୁଟିଉଠେ ତାଙ୍କ ମୁହଁରେ ଯାହା ପଢି ନିଅନ୍ତି ସେମାନେ।

କାଲିଠୁ ଆଉ ଶଶୁର କିଛି ଖାଉନଥିଲେ।ସାଲାଇନ ଚାଲିଥିଲା।ମିନତୀ ଶଶୁରଙ୍କ ପାଖ ଛାଡୁନି।କେତେବେଳେ କଣ ହେଇପାରେ।କେତେବେଳେ ମୁଣ୍ଡକୁ ଆଉଁଷି ଦେଉଛିତ କେତେବେଳେ ଗୋଡକୁ।ଶଶୁର ଆଖି ମୁଦି ପଡିଛନ୍ତି।ବୋଧହୁଏ ଯନ୍ତ୍ରଣା ବେଶି ହେଉଛି।ଯନ୍ତ୍ରଣା ବେଶିହେଲେ ଏମିତି ଆଖିମୁଦି ଦାନ୍ତଚାବି ପଡି ରୁହନ୍ତି।ପ୍ରକାଶ ମୁହଁରେ ହତାଶିଆ ଭାବର ଝଲକ ପ୍ରକାଶିତ ହେଉଛି।ବାପାଙ୍କର ଅଭୟ ଛତ୍ରଛାୟାରୁ ବଞ୍ଚିତ ହେବାର ଦୁଃଖରେ ସେପୂର୍ବରୁ

ସନ୍ତୁଳି ହେଉଛି।ପୁଅ ଯେତେ ବଡ ହେଇଯାଉନା କାହିଁକି ବାପାର ଆଶ୍ରା ମୁଣ୍ଡ ଉପରେ ଥିବାଯାଏ ଆସ୍ବସ୍ତ ଥାଏ।ସମାଧାନର ରାସ୍ତାଟିଏ ମିଳିଯାଏ ବାପାଙ୍କ ଅନୁଭବରୁ।ସେ ଚାଲିଗଲେ ନିଯେ ଅନାଥ ହେଇଯିବ।ନିଜଠୁ ବଡବୋଲି ଯିଏ ଜଣେ ଅଭୟକର

ରେ ଆଶିର୍ବାଦର ଫୁଲବର୍ଷା କରୁଥିଲ ସେ ଚିରଦିନ ପାଇଁ ହଜିଯିବ ଏକଥା ଭାବିଲା ବେଳକୁ ଛାତି କରତି ହେଇଯାଉଥିଲା।ମିନତି ସ୍ବାମୀଙ୍କ ମନୋଦଶା ହୃଦୟଙ୍ଗମ କରୁଥିଲା।ତା ମନ ଭିତରଟାବି ଘାଣ୍ଟି ଚକଟି ହେଉଥିଲା।ବାପା ଥିଲେ ବୋଲି ସେ ଘର ଛାଡି ନିଶ୍ଚିନ୍ତରେ ଅଫିସ ଚାଲି ଯାଉଥିଲା।ତାଲା ଦେବା ଦରକାର ପଡୁନଥିଲା।ସେ ପିଲାମାନଙ୍କୁ ଫୋନକରି ଡାକି ଦେଇଥିଲା।ସମସ୍ତେ ଆସି ଦାଦଙ୍କ ପାଖରେ ଥିଲେ।ଦାଦାଙ୍କୁ ଆଉଁଷି ଦେଉଥିଲେ।ତାଙ୍କର ଅତି ଆଦରର ଦାଦା ତାଙ୍କର ସାଂଗ ଯିଏ ସବୁକାମରେ ତାଙ୍କୁ ସହଯୋଗ କରୁଥିଲେ ସିଏ ଆଜି ମରଣ ସଯ୍ୟାରେ କଷ୍ଟସହ ଲଢେଇ କରୁଛନ୍ତି।ଅଥଚ ସେମାନେ ସଭିଏଁ ପାଖରେ ଥାଇ କିଛି କରି ପାରୁନାହାଁନ୍ତି।ବଡ ବିଷମ ସମୟ ଥିଲା ସମସ୍ତଙ୍କପାଇଁ।ଶେଷରେ ଜୀବନର ଯାତ୍ରା ସାରି ପ୍ରାଣପକ୍ଷୀ ଉଡି ଯାଇଥିଲା ଘଟରୁ ଆଉ ସମସ୍ତେ ପାଟିକରି କାନ୍ଦି ଉଠିଥିଲେ।ଏକ ଦୁଃଖଦ ଜୀବନର ଅନ୍ତ ଘଟିଥିଲା ଆତ୍ମା ଫେରିଯାଇଥିଲା ନିଜ ଉତ୍ପତ୍ତି ସ୍ଥଳ ପରମାତ୍ମା ପାଖକୁ।



Rate this content
Log in

Similar oriya story from Tragedy