Pritipriya Mohanty

Inspirational

1.8  

Pritipriya Mohanty

Inspirational

କେମିତି ଲାଗିବ ଯେ

କେମିତି ଲାଗିବ ଯେ

2 mins
483



ପୂଜା ଛୁଟିରେ ମିତାଲି ତା' ମାମୁଁ ଘରକୁ ଯାଇଥାଏ।ଅଜାଆଇ,ମାମୁଁମାଇଁଙ୍କର ଭାରି ଗେହ୍ଲୀ ସେ। ମାମୁଁ ଘରକୁ ବହୁତ ଦିନ ପରେ ଆସିଥିବାରୁ ମାଇଁ ତାକୁ ଭଲମନ୍ଦ ରାନ୍ଧି ଖାଇବାକୁ ଦେଉଥାଆନ୍ତି। ମିତାଲି ବି ଭଲ ଭଲ ଖାଦ୍ୟ ଖାଇ ଖୁସି ହେଉଥାଏ।ଥରେ ଖାଇବା ଥାଳିରେ ମିତାଲି କଲରା ଭଜା ଦେଖି ପଚାରିଲା ଅଜା ଇଏ କଣ? ଅଜା ଉତ୍ତର ଦେଲେ ଲାଗୁଛି ତୁ ବୋଧେ ୟାକୁ ଆଗରୁ ଦେଖିନୁ ଏଇ ପରିବାର ନାମ କଲରା। ମିତାଲି ପୁଣି ପଚାରିଲା ଇଏ କେମିତି ଲାଗିବ ଯେ? ଅଜା କହିଲେ ଏହାର ସ୍ୱାଦ ପିତା। ପିତା ଶୁଣିଦେଇ ମିତାଲି କହିଲା ନାଁ ନାଁ ଅଜା ମୁଁ ଏଇଟା ଜମା ଖାଇବିନି। ଅଜା ମିତାଲିକୁ ସେ ସମୟରେ କିଛି କହିଲେ ନାହିଁ। ସନ୍ଧ୍ୟା ସମୟରେ ଅଜା ନାତୁଣୀକୁ ଭଲଭଲ ଗପ କୁହନ୍ତି ଦୁହେଁ ବସି ଦୁଃଖ ସୁଃଖ ହୁଅନ୍ତି। ସେଦିନ ଅଜା କହିଲେ,ଆଜି ଗପ କହିବି ନାହିଁ। ମୁଁ ଯାହା ପଚାରିବି ତୁ ତା'ର ଉତ୍ତର ଦେବୁ। ମିତାଲି କହିଲା ହଁ ଅଜା ପଚାର। ଅଜା କହିଲେ,ଆଛା କହିଲୁ ମିତାଲି ତୁ ସବୁବେଳେ ଗୋଟିଏ ପ୍ରକାର ପୋଷାକ ନ ପିନ୍ଧି ଭଳିକି ଭଳି କେତେ ପ୍ରକାର ପୋଷାକ ପିନ୍ଧୁଛୁ କାହିଁକି? ମିତାଲି କହିଲା,ଅଜା ଗୋଟେ ପ୍ରକାର ଡ୍ରେସ୍ ପିନ୍ଧିଲେ କ'ଣ ଭଲ ଲାଗିବ?ବିଭିନ୍ନ ପ୍ରକାର ଡ୍ରେସ୍ ପିନ୍ଧିଲେ ସିନା ଆମେ ସୁନ୍ଦର ଦିଶିବା। ଅଲଗା ଅଲଗା ଡ୍ରେସ୍ ପିନ୍ଧିବାର ମଜା ବି ଅଲଗା ନା।


ଅଜା ପୁଣି ପଚାରିଲେ,ସ୍କୁଲରେ ତମେ କେବଳ ଗଣିତ,କେବଳ ସାହିତ୍ୟ କି କେବଳ ଇଂଗ୍ରାଜୀ ନ ପଢି ସବୁ ବିଷୟ କାହିଁକି ପଢୁଛ? ମିତାଲି କହିଲା ଅଜା ତମେ ଏତିକି ଜାଣିନଟି ସବୁ ବିଷୟ ପଢିଲେ ସିନା ଆମେ ଅନେକ କଥା ଜାଣିବା। ସବୁ ବିଷୟରେ ଜ୍ଞାନ ପାଇବା। ବିଭିନ୍ନ ବିଷୟରୁ ଭିନ୍ନ ଭିନ୍ନ ପ୍ରକାରର ତଥ୍ୟ ଆହରଣ କରିବା। ସବୁ ବିଷୟ ଆମର ଦରକାରୀ। ତେଣୁ ଆମେ ସବୁ ବିଷୟ ପଢୁଛେ। ଅଜା କହିଲେ ମୋ ମିତାଲି ଅନେକ କଥା ଜାଣିଛି ଆଉ। ତେବେ କଲରା ଖାଇବା ବେଳେ ପଚାରୁଛୁ କାହିଁକି ଏଇଟା କେମିତି ଲାଗିବ ବୋଲି ରସଗୋଲା, ଛେନାପୋଡ଼,ଜଲେପି,ଚକୋଲେଟ,ଆଇସକ୍ରିମ ତ ବେଶ୍ ଆରମ୍ ରେ ଖାଇଦେଉଛୁ।


 ପାଠ,ପୋଷାକ ପରି ସବୁ ପ୍ରକାରର ଖାଦ୍ୟ ବି ଆମ ପାଇଁ ଜରୁରୀ। ହୋଇପାରେ କଲରା ପିତା ମାତ୍ର ଏହା ଏକ ଭଲ ପରିବା ଦେହ ପାଇଁ ଉପକାରୀ। ଏଥିରେ ମ୍ୟାଗ୍ନେସିୟମ,ମାଙ୍ଗାନିଜ୍,ଜିଙ୍କ,ଭିଟାମିନ ବି ୱନ୍,ବି ଟୁ,ବି ଥ୍ରି,ସି ଆଦି ଖାଦ୍ୟସାର ଅଛି। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି। ମଧୁମେହ ରୋଗୀ ପାଇଁ ତା ଏହା ମହୌଷଧି ପରି କାମ କରେ। ବିଭିନ୍ନ ପ୍ରକାର ଖାଦ୍ୟରୁ ବିଭିନ୍ନ ଖାଦ୍ୟସାର ମିଳିଥାଏ ଯାହା କି ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ। ତେଣୁ ଆମେ ସବୁ ପ୍ରକାରର ଖାଦ୍ୟ ଖାଇବା ଉଚିତ୍। ମିତାଲି ଏବେ ବୁଝିଲା। କହିଲା ଅଜା ମୁଁ ଆଜିଠୁ ସବୁ ପ୍ରକାରର ପରିବା ଖାଇବି। ଅଜା କହିଲେ,ଖାଇଲାବେଳେ ଆଉ କେବ ପଚାରିବୁନି ଏଇଟା କେମିତି ଲାଗିବ ଯେ!ଯେତେବେଳେ ଯାହା ମିଳିବ ଖୁସିରେ ଖାଇବୁ।


ପୂଜା ଛୁଟି ସରିଲା। ମିତାଲି ନିଜ ଘରକୁ ଫେରିଲା। ଥରେ ମାଆ ତାର ଭାତ,ଡାଲି,ତରକାରୀ ସହ କଲରା ଭଜା ବି ଖାଇବାକୁ ଦେଇଥାନ୍ତି। ସେ ଆଶ୍ଚର୍ଯ୍ୟ ହେଲେ ମିତାଲି କିଛି ନ କହି ଚୁପଚାପ୍ ଖାଇଚାଲିଛି।

ଝିଅ ତାଙ୍କର ଅନେକ ପରିବା ଖାଇବାକୁ ମନା କରେ। ଯାହା କି ଆଦୌ ଭଲ କଥା ନୁହେଁ।


ଖାଇବା ସରିଲା ପରେ ଝିଅକୁ ସେ ପଚାରିଲେ, କେମିତି କିଛି ନ କହି କଲରା ପରି ପିତା ଜିନିଷ ଖାଇଦେଲୁ ବୋଲି । ମିତାଲି କହିଲା ମାଆ ସବୁ ଖାଦ୍ୟ ଆମ ଦେହ ପାଇଁ ଭଲ। ଅଜା କହିଛନ୍ତି ଯେତେବେଳେ ଯାହା ମିଳିବ ଆମେ ଖାଇବା ଉଚିତ୍। ମୁଁ ଆଉ କେବେ କହିବିନି ଏଇଟା କେମିତି ଲାଗିବ ଯ? ମାଆ ଝିଅର କଥା ଶୁଣି ଖୁସି ହୋଇଗଲେ।



Rate this content
Log in

Similar oriya story from Inspirational