STORYMIRROR

Titi Sarangi

Inspirational

2  

Titi Sarangi

Inspirational

କାର୍ତ୍ତିକ ଶେଷ ଯାଏ

କାର୍ତ୍ତିକ ଶେଷ ଯାଏ

1 min
14.1K


କାର୍ତ୍ତିକ ଶେଷ ଯାଏ ଗଙ୍ଗ ଶିଉଳି ଫୁଟେ ଅଳ୍ପ ଅଳ୍ପ ।ହେଲେ ତା ଆକର୍ଷଣ ଅଦମ୍ୟ ସବୁବେଳେ ।ପବନରେ ତା ମିଠା ବାସ୍ନାର ଶିହରଣ । ଡାଳପତ୍ରରେ ତାର ଫୁଟନ୍ତା ସୌନ୍ଦର୍ଯ୍ୟ ତାରା ଭର୍ତ୍ତି ଆକାଶର ଭ୍ରମ ସୃଷ୍ଟି କରେ ।ସକାଳ ହଉ ହଉ ଝରି ପଡେ ଭୁଇଁରେ । ସେଇଥି ପାଇଁ ପାହାନ୍ତାରୁ ମୁଁ ଉଠି ପଡେ ତାକୁ ଟିକେ ଦେଖିବି ବୋଲି।କାର୍ତ୍ତିକ ସ୍ନାନକୁ ଯାଉଥାନ୍ତି ଜେଜେମା ଆଉ ସମସାମୟିକ କେତେଜଣ । ମୋ ପାହାନ୍ତି ଅଭିଯାନ ଜେଜେମା ଆଖିରେ ପଡେ । ଗାଳି ବି ଖାଏ । କିନ୍ତୁ ମୋ ଅଭିଯାନ ବନ୍ଦ ହୁଏନି । ଶାନ୍ତ ସକାଳର ସେଇ ସ୍ଵର୍ଗୀୟ ଅନୁଭବଟି ହରେଇବାକୁ ମୋର ଇଛା ହୁଏନି । ମନେ ପଡେ କବିଙ୍କ କବିତା ପଦେ "ଏଡେ ମନଲୋଭା ପଳାଶ ଫୁଲଟେ ନହେଲେ ପଛକେ ନାଇଁ,ଛୋଟ ହେଲେ ହେଉ ଗଙ୍ଗଶିଉଳିଟେ କରିଦିଅ ମୋତେ ସାଇଁ।"

ବାସ୍ତବିକ ଜୀବନ ହଉ ,ପ୍ରତିଷ୍ଠା ହଉ କି ଯେ କୌଣସି କାମ ହଉ .....ଛୋଟ ବଡ ସେଥିରେ ନଥାଏ ।ଜୀବନରେ ଯଦି ସ୍ପନ୍ଦନ ନାଇଁ ,ମଣିଷ ହେଇ ଯଦି ମାନବିକତା ନାଇଁ,ପ୍ରତିଷ୍ଠା ଯଦି ମଣିଷକୁ ମଣିଷଠୁ ଦୂରେଇ ନେଲା ତେବେ ସେଥିରେ ପ୍ରକୃତ ଶାନ୍ତି ମିଳେନି । ସଞ୍ଜରେ ଫୁଟି ସକାଳେ ଝଡିଗଲେ ବି ଗଙ୍ଗଶିଉଳି ନିଜ ଜନ୍ମର ସାର୍ଥକତା ପ୍ରତିପାଦିତ କରି ଦେଇ ଯାଏ ସେଇ ଟିକକ ସମୟରେ । କୋଉ ପିଲା ଦିନର ମୋର ଏ ଅନୁଭବ କିନ୍ତୁ ଏବେ ବି ତାଜା ଅଛି । ଏଥିପାଇଁ ମୋ ସ୍ମୃତି ଯେତିକି ଦାୟୀ ନୁହଁ ଗଙ୍ଗଶିଉଳି ମିଠା ବାସ୍ନା ଆଉ ସନ୍ଦର ରୂପ ବେଶୀ ଦାୟୀ ।କାର୍ତ୍ତିକ ପଞ୍ଚକର ଅନେକ ଶୁଭେଛା ଜଣାଉଛି ।ଆସନ୍ତା କାଲି ବଡଓଷା ।ବାବା ଧବଳେଶ୍ଵର ଆପଣଙ୍କର ମଙ୍ଗଳ କରନ୍ତୁ ।

ଶୁଭରାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational