କାଣିଚାଏ ଅନୁଭୂତି
କାଣିଚାଏ ଅନୁଭୂତି
ମୋର ସ୍ବାମୀଙ୍କର ଦେହ ଭଲ ନଥିଲା, ମୁଁ ତାଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଚାଲିଗଲି । ଡାକ୍ତର ସେହିଦିନ ରହିବା ପାଇଁ କହିଲେ । ମୁଁ ସାମାନ୍ୟ ଚାପ ଅନୁଭବ କଲି, ତାଙ୍କର ରୁମ୍ ପାଖରେ ଆଉ ଦୁଇ ଜଣ ରୋଗୀ ଚିକିତ୍ସିତ ହେଉଥାନ୍ତି । ମୁଁ ଟିକିଏ ଗପୁଡି ପ୍ରକୃତିର ନାରୀଟିଏ । ତେଣୁ ମୋର ସ୍ବାମୀଙ୍କର ଯତ୍ନ ନେବା ସଙ୍ଗେ ସଙ୍ଗେ ଆଖପାଖରେ ଥିବା ରୋଗୀଙ୍କର କଣ ହେଇଛି ଓ ଚିକିତ୍ସା କଣ ଚାଲିଛି ତାଙ୍କର ପାଖ ଲୋକଙ୍କୁ ପଚାରୁଥାଏ । ମୋର ସ୍ବାମୀ ମତେ ଚାହିଁ ରହିଥାନ୍ତି ବୋଧେ ମୋର ଏହି ଭଳି କାମ ତାଙ୍କୁ ପସନ୍ଦ ଆସୁନଥାଏ । ମୁଁ କିନ୍ତୁ ବୁଝୁଥାଏ ଓ ସେମାନଙ୍କ ଭଲ ହୋଇଯିବ ବୋଲି ଆଶା ଦଉଥାଏ । ମୋତେ ପଛପଟୁ ହଠାତ୍ କିଏ ମାଉସୀ ବାହାରକୁ ଟିକେ ଆସିବେ ବୋଲି ଡାକିଲା, ମୁଁ ବାହାରକୁ ଗଲା ପରେ
ଯୁବକଟିଏ ମତେ ପଚାରିଲେ, ମୋର ବାପାଙ୍କର କାନ୍ସର ହେଇଛି ଫୋର୍ ଷ୍ଟେଜରେ ଅଛି ବୋଲି ଡାକ୍ତର କହୁଛନ୍ତି କିନ୍ତୁ ବାପାଙ୍କୁ ଜଣେଇନୁ ପେଟରେ ଟିଉମର୍ ହୋଇଛି ବୋଲି ଆମେ କହିଛୁ
ଭଲ ହୋଇଯିବେ? ମୁଁ ବୁଝିଗଲି ସେ ମୋତେ କାହିଁକି କହିଲା କାରଣ ତା ବାପାଙ୍କୁ କ'ଣ ହେଇଛି ବୋଲି ମୁଁ ପଚାରିଥିଲି, ମୁଁ କହିଲି ଚିନ୍ତା କରନା ଭଲ ହୋଇଯିବେ । ସେ କିନ୍ତୁ ଅନିଶ୍ଚିତ ଭିତରେ ରହି ଥାଏ । ମୁଁ ଭବିଷ୍ୟତରେ ତାଙ୍କ ବିଷୟରେ ଜାଣି ବା ପାଇଁ ପୁଅ ଠାରୁ ଫୋନ୍ ନମ୍ୱର୍ ରଖିଲି, । ରୁମ୍ ଭିତରକୁ ଆସି ବସିଲି ଓ ତୃତୀୟ ବେଡ୍ କୁ ନଜର ପକେଇଲି ଦେଖିଲି ଏକ ମହିଳା ତାଙ୍କର ସ୍ବାମୀଙ୍କର ଗୋଡ଼କୁ ଘଷି ଚାଲିଥାନ୍ତି ଓ ସ୍ବାମୀ ଜଣକ ଚିତ୍କାର କରୁଥାନ୍ତି । ମୁଁ ନାରୀଟିର ସେବା ଦେଖି ଅଭିଭୂତ ହୋଇପଡିଲି । ତା ସ୍ବାମୀ ମଝିରେ ମଝିରେ ବାନ୍ତି କରୁଥାନ୍ତି, ନାରୀ ସ୍ବାମୀ ର କଷ୍ଟ ସହି ନପାରି ସିଷ୍ଟର୍ ପାଖକୁ ଦଉଡୁଥାନ୍ତି । ମୁଁ ବୁଝିଗଲି କେମୋଥେରାପିର ପ୍ରତିକ୍ରିୟାରେ ବାନ୍ତି ହଉଛି । ମୋର ସ୍ବାମୀ ଏକା ଲୟରେ ମୋତେ ଅନାଇ ଥାନ୍ତି ଓ କହିଲେ ବ୍ୟସ୍ତ ହେବାର କିଛିନାହିଁ ତୁମକୁ ଏହି ଭଳି ସାମନା କରିବାକୁ ପଡିପାରେ । ମୁଁ ବୁଝିଗଲି ଦୁଃଖ କରି ଭାଙ୍ଗି ପଡ଼ିବା ଅପେକ୍ଷା ସାହାସର ସହିତ ସବୁକୁ ସାମନା କରିବାକୁ ମୋର ସ୍ବାମୀ ମୋତେ ଇଙ୍ଗିତ କରୁଥିଲେ । ମୁଁ ମୁଚୁକି ହସି ତାଙ୍କ ମୁଁହକୁ ଚାହିଁଲି । ସାଲାଇନ୍ ଚାଲିଥାଏ ଆଉ ଅଳ୍ପ ଥାଏ ସରିବାକୁ ତେଣୁ ଧ୍ୟାନ ଟା ମୋର ସେଠାରେ ଭି ଥାଏ, ଭାବୁଥାଏ ପ୍ରଭୁ ମଣିଷକୁ ଏ ରୋଗ ବ୍ୟାଧି, ଦୁଃଖ କଷ୍ଟ କାହିଁକି ଦଉଛ?
ମୋର ହୃଦୟ ଭିତରୁ କିଏ କହିଲା ମଣିଷ ଜୀବନ ପାଇଛୁ ତତେ ଯଦି ଏହି ସବୁ ନ ଦେବି ତୁ ମତେ ପୁରା ଭୁଲି ଯିବୁ ତେଣୁ ସଂସାରରେ ସବୁକୁ ଭୋଗିବାକୁ ପଡ଼ିବ । ମୁଁ ଚହଲି ଉଠିଲି, ଭାବିଲି ହେ ପ୍ରଭୁ ତୁମରୀ ଲିଳା ବଡ଼ ବିଚିତ୍ର। ଭାବନା ଭିତରେ ସାଲାଇନ୍ ସରିଯାଇ ଥାଏ । ମୁଁ ସିଷ୍ଟର୍ କୁ ଡାକିଲି । ସେ ଆସି ଆଉ ଗୋଟିଏ ଲଗାଇ ଦେଇଥିଲେ । ମୁଁ ସବୁ ବେଡ୍ କୁ ନଜର ପକେଇଲି। ଦେଖିଲି ସମସ୍ତେ ଶୋଇବା ପାଇଁଁ ରେଡ଼ି ହଉଥିଲେ। ମୋର ଆଖିକୁ କାହିଁକି ନିଦ ଆସୁ ନାହିଁ ଭାବୁଥାଏ । ଅବଶ୍ୟ ମୁଁ ଆଗରୁ ରାତିରେ ଡେରିରେ ଶୁଏ । ସକାଳୁ
ପାଟି ତୁଣ୍ଡରେ ମୋର ନିଦ ଭାଙ୍ଗି ଗଲା । ଅନୁଭବ କଲି ମୁଁ କେତେ ବେଳେ ସ୍ବାମୀଙ୍କର ଗୋଡ଼ ପାଖରେ ଆଉଜି ଶୋଇପଡିଛି । ସକାଳୁ ସକାଳୁ ଚା ଆସିଲା ଗରମ୍ ଚା ପିଇ ସ୍ବାମୀଙ୍କୁ ଚାହିଁଲି ଦେଖିଲି ସେ ଆଖି ରେ ବହୁତ କଥା କହୁଛନ୍ତି,ଧର୍ଯ୍ୟ ର ସହ ମୋର ପାଖରେ ରହିବ ମୁଁ ନିଶ୍ଚିତ ଭଲହୋଇଯିବି। ମୁଁ ତାଙ୍କର ହାତକୁ ଜାବୁଡ଼ି ଧରିଲି।
