STORYMIRROR

Basanti Pattnaik

Tragedy Action

3  

Basanti Pattnaik

Tragedy Action

କାଳ ସର୍ପ ଯୋଗ

କାଳ ସର୍ପ ଯୋଗ

2 mins
189


ଏହି ସମୟ ଟା ଭାରି ଖରାପ ସମଗ୍ର ଭାରତ ବର୍ଷ ପାଇଁ, ସତେଯେମିତି ଜ୍ୟୋତିଷର ଗଣନା ଅନୁଯାୟୀ ସବୁ ରାଶି ଚକ୍ର ସମାନ୍ତରାଳ ଭାବରେ ଗତି କରୁଛନ୍ତି,ତାରି ଭିତରେ ବାହାଘର, ବ୍ରତ ଘର,ସୁଧକ୍ରିୟା କର୍ମ, ଜନ୍ମଦିନ ପାର୍ଟି , ସବୁ ପ୍ରକାର ଡେ, କିଞ୍ଚିତ ଆଡମ୍ବର ଭିତରେ ଲୋକମାନେ ଘରେ ଘରେ ବନ‌ଉଛନ୍ତି ।

                ଜୀବନଟା ଆଗକୁ ଯାଉଛି, ଏହାକୁ ତାଳ ଦେଇ ମନୁଷ୍ୟ ତା ଜୀବନ ଶୈଳୀକୁ ସଳଖ‌ଉଛି, ଏହା ହିଁ ଜୀବନର ମାନେ ଜୀବନ ଅଛି ତ ସଂଘର୍ଷ, ଦୁଃଖ ସୁଖ ତାପ ସବୁ ଆସିବ, ତାହାରି ଭିତରେ ଆମକୁ ବଞ୍ଚିବାକୁ ପଡ଼ିବ, ଏହି ଦୁଇ ବର୍ଷ ମାନବ ଜାତି ପାଇଁ କାଳ ସର୍ପ ଯୋଗ,ମାରକ ଦଶା ପଡିଛି ସବୁ ପ୍ରକାର ଯୋଗ ପୂଜା, ପ୍ରାର୍ଥନା କାଟୁ କରୁନି, ବୁଢ଼ା ବୁଢି ମାନେ କହୁଛନ୍ତି

ଆମ ଆଖି ଫିଟିଲା ଦିନଠୁ ଏମିତି କାଳ ଦେଖିନଥିଲୁ କି ଯୁଗ ହେଲା?ଏ ଟୋକା ଟୋକି ଗୁଡ଼ାକ ଅଫିସି , କଲେଜ ଯାଉନାହାନ୍ତି, ପିଲା ଗୁଡ଼ାକ ଦିନ ରାତି ଫୋନ୍ ଧରି ବସୁଛନ୍ତି,ମରଦ ମାଇପ କବାଟ କିଳି ରାଉ ରାଉ ହ‌ଉଛନ୍ତି, ଟିଭି ଖୋଲିଲା ବେଳକୁ ନେତା ରାଉ ରାଉ, ଡାକ୍ତର ରାଉ ରାଉ, ରାମଦେବ ଟା ରାଉ ରାଉ, ପୋଲିସ ରାଉ ରାଉ, ଚାକିରି ନାହିଁ ଲୋକ ମାନେ ରାଉ ରାଉ, ଛୁଆ ମାନେ ପରିକ୍ଷା ନାହିଁ ରାଉ ରାଉ,ଫଳ ଓଲଟା ସେଥିପାଇଁ ରାଉ ରାଉ,ମୁଣ୍ଡ ଖରାପ ହେଇଗଲାଣି ଏ ରାଉରାଉ ଶୁଣିକି କେବେ ଏ ତାଲାବନ୍ଦ ସବୁ ଖୋଲିବ, ସମସ୍ତେ ବାହାରେ ଖୁସିରେବୁଲି ନିଃଶ୍ବାସ ଖୋଲା ପବନରେ ନେବେ,ସେଦିନ ସବୁ ରାଉରାଉ ଟିକିଏ ଶାନ୍ତ ପଡ଼ିବ ଆଗରୁ ମଦୁଆ ନିଶାଡି ନିଶାରେ ରାଉ ରାଉ ହେଉଥିଲେ ଏବେ କିନ୍ତୁ ବିନା ନିଶାରେ ସମସ୍ତେ ଖାଲି ରାଉ ରାଉ ।ଏହି ସମୟରେ ପ୍ରାୟ ଅଧିକାଂଶ

ତାଙ୍କ ଜୀବିକା ହରାଇ ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଛନ୍ତି,ଅର୍ଥ ଅଭାବ ଯୋଗୁଁ ସମାଜ ରେ

ପ୍ରତିଦିନ ବିଚିତ୍ର ଅଘଟଣ ଘଟୁଛି, ଆର୍ଥିକ ପରିସ୍ଥିତି ଏକ ପ୍ରକାର ଭୁଷୁଡି ପଡିଛି, ଏହି ସମୟ ଅଶାନ୍ତ ହୋଇପଡିଛି।

          ଆଗାମୀ ବର୍ଷ ଶୁଭମୟ ହେଉ,ସମସ୍ତଙ୍କ ଜୀବନ ରେ ହସଖୁସିର ବର୍ଷା ହେଉ,ସକଳ ଗ୍ରହ ରିଷ୍ଟ 

ଖଣ୍ଡନ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy