STORYMIRROR

RAJENDRA DASH

Tragedy

2  

RAJENDRA DASH

Tragedy

ଜୋତା

ଜୋତା

1 min
739

"ସାର୍, ମୋତେ ଆଉ ଗୋଟିଏ ହଳ ଜୋତା ଦିଅନ୍ତୁ, ପୁରୁଣା ଜୋତା ହଳ ଟା ଛିଡି ଗଲା ସାର୍,"


୧୦-୧୨ ବର୍ଷ ର ସେ ପିଲା ଟି ର ଭୟ ମିଶା ଅନୁରୋଧ ଶୁଣି ଯନ୍ତ୍ରବତ୍ ବାଣ୍ଟୁ ଥିବା ମୋର ହାତ ଦୁଇଟା କ୍ଷଣିକ ପାଇଁ ରହିଗଲା। ସରକାର ଙ୍କ ସର୍ବଶିକ୍ଷା ଅଭିଯାନ ରେ ମୁଁ ନିଜକୁ ସ୍କୁଲ ର ଜୋତା ବଣ୍ଟା ରେ ନିୟୋଜିତ କରିଥିଲି, ପେଟ ପୋଷିବା ଛଡ଼ା ଛୋଟ ଛୋଟ ପିଲା ଙ୍କ ମୁହଁ ରେ ଜୋତା ପାଇଁ ହସ ଫୁଟିବା ହିଁ ଏଇ କାମ ପାଇଁ ମୋତେ ଆକର୍ଷିତ କରିଥିଲା।


" ଯା ବେ, କଉ ଆଡୁ ପଳେଇ ଆସିଛ ବେ, ଜୋତା ନେଇଥିଲୁ ପା କିଛି ଦିନ ତଳେ, ଭାକ୍ ଏଠୁ, " ଏହା ସହ ଦୁଇଟା ଶକ୍ତ ଚାପୁଡ଼ା ବସିଯାଇଥିଲା ପିଲା ଟି ର କୋମଳ ଗାଲ ରେ,


ବିରକ୍ତି ର ମନୋଭାବ ସହ ବିବେକ ସାର୍ କହିଲେ,

" ବୁଝିଲେ ଦାଶ ବାବୁ, ଏଇ ବସ୍ତି ଛୁଆ ଗୁଡା କୁଆଡୁ ଏଇ ଜୋତା ମୂଲ୍ୟ ବୁଝିବେ, ସରକାର ସିନା ମାଗଣା ରେ ଜୋତା ବାଁନ୍ତୁ (baantu) ଛନ୍ତି, ଇୟେ ଶଳା ଏଇ ଅଣ୍ଡା ଜୋତା ଡ୍ରେସ ପାଇଁ ସ୍କୁଲ ଆସୁଛନ୍ତି,

ଛାଡ଼ନ୍ତୁ ସେ କଥା, ମୋ ହିସାବ ଟା ମନେ ରଖିଛନ୍ତି ତ, ସେ ପଇସା ବାଦ୍ ମୋତେ ଦୁଇ ହଳ ଜୋତା ଦେବେ, ଗୋଟେ ହଳ କଳା ଆଉ ହଲେ ଧଳା, ମୋ ପୁଅ ପ୍ରାଇଭେଟ୍ ସ୍କୁଲ ରେ ପଢୁଛି ନା , ତା ପାଇଁ"


ନିଃସହାୟ ହେଇ ମୁଁ ବି ହାଁ ମାରିଲି, ଆଉ ବାହାରି ଆସିଲି

ହେଲେ କର୍ଣ୍ଣ ଗୁଜ୍ଜରିତ ହେଇଥାଏ ସେଇ ଗୋଟେ କଥା


"ସାର୍, ମୋତେ ଆଉ ଗୋଟିଏ ହଳ ଜୋତା ଦିଅନ୍ତୁ, ପୁରୁଣା ଜୋତା ହଳ ଟା ଛିଡି ଗଲା ସାର୍,"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy