ଜନ୍ମ ଜନ୍ମାନ୍ତର : 9
ଜନ୍ମ ଜନ୍ମାନ୍ତର : 9
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ଜନ୍ମ ଜନ୍ମାନ୍ତର " କାହାଣୀ ର ପୂର୍ବ ଭାଗଗୁଡିକୁ ଭଲ ଭାବରେ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ଶ୍ରୀ ଏବେ ରାଶି ଆଉ ପ୍ରମୋଦ ବାବୁଙ୍କ ଝିଅ ହୋଇ ରହିଛି। ଯିବା ପାଖରୁ ଶ୍ରୀ ଘରର ଚାକରାଣୀ ରାଧା ନ ହେଲେ ତା ଆଈ ସୁଜାତା ଦେବୀ ଙ୍କ ପାଖରେ ବେଶୀ ରହୁଛି । ଶୁଦ୍ଧ କାମର ନଅ ଦିନ ସନ୍ଧ୍ୟାରେ ରାଧା ମାଆ ଦେହ ଭଲ ନାହିଁ ବୋଲି କହି ପଳାଇଲା। ରାତିରେ ରାଶି ସ୍ୱପ୍ନରେ ମିନିକୁ ଦେଖି ଡରି ଗଲେ।
ତାପରେ:
ସ୍ୱପ୍ନ ଦେଖି ରାଶି ଡରି ଗଲେ। ସେ ଶ୍ରୀ କୁ ଧରି ଶୋଇବା ପାଇଁ ଗଲେ। ସେହି ସମୟରେ ତାଙ୍କୁ ଲାଗିଲା ଯେମିତି ରୁମରେ କେହି ଜଣେ ଅଛି। ତଥାପି ସେ ଆଖି ବନ୍ଦ କରିବା ମାତ୍ରେ ତାଙ୍କୁ ଲାଗିଲା ଯେମିତି ତାଙ୍କ ପାଖରେ ମିନି ରକ୍ତାକ୍ତ ଅବସ୍ଥାରେ ଆସି ଛିଡା ହୋଇଛି। ଆଖି ତାର ଲାଲ। ବହୁତ ଭୟଙ୍କର ଦେଖା ଯାଉଛି। ସେ ହାତ ବଢାଇ କିଛି ମାଗୁଛି। ନ ଦେବାରୁ ସେ ଜୋରରେ ଚଟକଣା ମାରିଲା। ରାଶି ଜୋରରେ ଚିଳାଇ ଉଠିଲେ। ତାଙ୍କ ପାଟି ଶୁଣି ପ୍ରମୋଦ ବାବୁ ଉଠିଲେ ଏବଂ ଶ୍ରୀ ବି ଉଠି କାନ୍ଦିବାକୁ ଲାଗିଲା।
ପ୍ରମୋଦ ବାବୁ ପଚାରିଲେ ରାଶି କଣ ହୋଇଛି?
ରାଶି ତାଙ୍କ ମୁହଁ ଦେଖାଇବାରୁ ପ୍ରମୋଦ ବାବୁ ଆଶ୍ଚର୍ଯ୍ୟ ହୋଇ ଗଲେ ଯେ ମୁହଁରେ ହାତ ଚାପୁଡା ଚିହ୍ନ ବସିଛି। ରାଶି କହିଲେ ମିନି କରିଛି। ହେଲେ ପ୍ରମୋଦ ବାବୁ କହିଲେ ସେ କାହିଁ ?
ରାଶି କହିଲେ ସେ ମୋତେ ବୋଧେ ଶ୍ରୀକୁ ମାଗୁ ଥିଲା। ମୁଁ କେମିତି ମୋ ଝିଅକୁ ଦେବି। ଏତେ ବର୍ଷ ପରେ ମୁଁ ମାଆ ହେବାର ପରିଚୟ ପାଇଛି। ତୁମେ କିଛି କର। ପ୍ରମୋଦ ବାବୁ ହଁ ମୁଁ ତାର ଆତ୍ମା ଶାନ୍ତି ପାଇଁ ଯଜ୍ଞ କରେଇବି। ଦେଖିବ ସବୁ ଠିକ ହୋଇ ଯିବ।
ସକାଳୁ ଦଶ ଦିନ ଘାଟ କାମ ଆରମ୍ଭ ହୋଇ ଥାଏ। ରାଶିଙ୍କ ମନରେ ବହୁତ କଥା ଚାଲି ଥାଏ। ସେପଟେ ଶ୍ରୀ ବହୁତ କାନ୍ଦୁ ଥାଏ। ଯେମିତି ସେ ରାଧାକୁ ଖୋଜୁଛି। ଶେଷରେ ତାକୁ ରାଶି ବୁଲାଇ ବୁଲାଇ ଶ୍ରୀକୁ ସେହି ଗଛ ପାଖକୁ ନେଇ ଗଲେ ଯେଉଁ ଠାରେ ସେ ସ୍ୱପ୍ନରେ ମିନିକୁ ଦେଖି ଥିଲେ। ସେଠାକୁ ଯାଇ ଶ୍ରୀ ପୁରା ଚୁପ ହୋଇ ଗଲା। ଏହା ଦେଖି ରାଶି ଆଶ୍ଚର୍ଯ୍ୟ ହୋଇ ଗଲେ।
ଦଶ ଦିନ ଗାଧୋଇ ଆସି ତୁଳସୀ ମାଳ ପିନ୍ଧୁ ପିନ୍ଧୁ ମାଳଟି ବାରମ୍ବାର ଛିଡିଲା ରାଶିଙ୍କର। ଘର ଉପରେ ବିପଦ ଅଛି ବୋଲି ସବୁ ଜାଣି ପାରିଲେ। ରାଶି ସତର୍କ ହୋଇ ରହିଲେ।
କଳା କୀର୍ତ୍ତନ ହେଲା। ସେହି ସମୟରେ ମିନି ନାମ ବସି ଥିବା ଘଟ ଟି ପଡି ଗଲା। ଆଉ ସେହି ପାଣିରେ ମିନି ପାଇଁ ଜଳାଇ ଥିବା ଦୀପ ବି ଲିଭି ଗଲା। ପଣ୍ଡିତ କହିଲେ ଘରେ ତେର ଦିନରେ ଭଲ ଭାବରେ ପୂଜା କରିବାକୁ ହେବ। ପଣ୍ଡିତଙ୍କ ଅନୁସାରେ ପୂଜା ହେଲା। ଏବେ ଘରେ ସବୁ ଟିକିଏ ଆଶ୍ୱସ୍ତି ଧରିଲେ ଯେ ପୂଜା ଠିକ୍ ରେ ସରି ଗଲା।
କିଛି ଦିନ ପରେ ରାଧା ତା ଘରୁ ଫେରିଲା।ରାଧାକୁ ଶ୍ରୀ ପାଇ ବହୁତ ଖୁସି ହୋଇ ଗଲା। ଯେମିତି ସେ ତା ମାଆକୁ ପାଇଛି। ଆଉ ରାଧା ବି ଶ୍ରୀର ସବୁ କାମ କଲା।
ଧିରେ ଧିରେ ଶ୍ରୀ ଆଉ ରାଧାକୁ ଛାଡି ରହି ପାରିଲା ନାହିଁ। ରାତିରେ ବି ଶ୍ରୀ କାନ୍ଦି କାନ୍ଦି ଚୁପ ହୁଏ ନାହିଁ। ରାଧା ଆସିଲେ ଯାଇ ସେ ଚୁପ ହୁଏ। ଆଉ ଶ୍ରୀ ଧିରେ ଧିରେ ବୋତଲ କ୍ଷୀର ପିଇଲା ନାହିଁ। ହେଲେ ଆଶ୍ଚର୍ଯ୍ୟ କଥା ଶ୍ରୀ ନ ଖାଇ ମଧ୍ୟ ବେଶ୍ ଭଲ ସ୍ୱାସ୍ଥ୍ୟ ଥିଲା। ଡାକ୍ତର କୁ ବି ଦେଖାଇଲେ। ଡାକ୍ତର କହିଲେ ଶ୍ରୀ ତ ପୁରା ଠିକ ଅଛି।
ଦିନକର କଥା। ରାତିରେ ଶ୍ରୀ ବହୁତ କାନ୍ଦିବାରୁ ରାଧା ଆସି ରାଶି ଠାରୁ ନେଇ ଗଲା। ବହୁତ ଡେରି ହେଲା। ରାଧା ଶ୍ରୀକୁ ନେଇ ନ ଆସିବାରୁ ରାଶି ରାଧା ରୁମ ଆଡକୁ ଗଲେ। ସେଠାରେ ସେ ଯାହା ଝରକା ବାଟେ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଗଲେ। ରାଧା ଝରକା ବାହାରେ ଆଡକୁ ସାଇଟ କରି ବସିଛି। ଆଉ ଶ୍ରୀକୁ ତାର ସ୍ତନ୍ୟପାନ ପାନ କରାଉଛି।
ଏହା ଦେଖି ରାଶି ଯେତେବେଳେ ରାଧା ବୋଲି ଡାକିଲେ। ରାଧା ରାଶିଙ୍କ ଆଡକୁ ଚାହିଁଲା। ରାଧାର ମୁହଁ ଦେଖି ରାଶି ଚମକି ପଡ଼ିଲେ। ସେ ଦେଖିଲେ ରାଧାର ଆଖି ଦୁଇଟି ପୁରା ଲାଲ। ଚୁଟି ସବୁ ଖୋଲା କରି ସାମ୍ନା ଆଡକୁ କରିଛି।ଆଉ ପୁରା ଭୟଙ୍କର ଦେଖା ଯାଉଛି। ରାଶି ଡରି ଯାଇ ରାଧା କହି ଅଚେତ ହୋଇ ପଡିଗଲେ।
ପ୍ରମୋଦ ବାବୁ ଆସି ରାଶିଙ୍କୁ ନେଇ ତାଙ୍କ ରୁମକୁ ଗଲେ। ସକାଳ ହୋଇ ଗଲା ହେଲେ ରାଶିର ଚେତା ନ ଆସିବାରୁ ଡାକ୍ତର ଡାକିଲେ। ଡାକ୍ତର ଆସି କହିଲେ ଯେ ରାଶି ବହୁତ ଡରି ଯାଇ ଅଚେତ ହୋଇ ପଡିଛନ୍ତି। ପୁଣି ଜୋର ଆସି ଥିବାରୁ ଚେତା ଆସିବାରେ ବିଳମ୍ବିତ ହେଉଛି। ସେ ରାଶିଙ୍କୁ ଇଞ୍ଜେକସନ ଦେଲେ। ଚେତା ଆସିବାରୁ ରାଶି ରାତିର ସବୁ କଥା କହିଲେ। ହେଲେ ରାଧା କୁ ସବୁ ଘରୁ ଦେଖିଲେ ଯେ ରାଧା ଠିକ୍ ଅଛି। କେହି ରାଶି କଥା ବିଶ୍ୱାସ ନ କରି ଭାବିଲେ ଯେ ରାଶିଙ୍କ ଏ ସବୁ ଭ୍ରମ। ରାଶି ଶ୍ରୀକୁ ନିଜ ପାଖକୁ ନେଇ ଆସିଲେ। ଆଉ ରାଧାକୁ ଦେଲେ ନାହିଁ। ରାତି ହେଲା। ଶ୍ରୀ ଆଉ ବୋତଲ କ୍ଷୀର ନ ପିଏ। କାନ୍ଦି କାନ୍ଦି ରାହା ଧରି ଗଲା।
ଶେଷରେ ରାଧା ଆଉ ନ ରହି ପାରି ରାଶିଙ୍କୁ ଗୋଟିଏ ଜୋରରେ ଜାବୁଡା ମାରି ଶ୍ରୀକୁ ନେଇ ପଳାଇଲା। ଏ କଥା ସବୁ ଆଶ୍ଚର୍ଯ୍ୟ ହେଲେ। ମାଆ ସୁଜାତା ଦେବୀ ରାଧାର ପଛେ ପଛେ ଯାଇ ଦେଖିଲେ ଯେ ରାଧା ଶ୍ରୀକୁ ସ୍ତନ୍ୟପାନ କରାଉଛି। ସେ ଏବେ ବିଶ୍ୱାସ କଲେ ଯେ ରାଶି ରାଧାକୁ ନେଇ ଯାହା କହୁଥିଲେ ସତ କହୁଥିଲେ।
ସୁଜାତା ଦେବୀ ପାଟି କରି ସମସ୍ତଙ୍କୁ ଡାକିଲେ। ସବୁ ରାଧାକୁ ଡାକୁ ଥାନ୍ତି ଯେ ସେ କଣ କରୁଛି। ହେଲେ ରାଧା କିଛି ଶୁଣୁ ନ ଥାଏ। ସେ ଶ୍ରୀକୁ ସ୍ତନ୍ୟପାନ କରାଉ ଥାଏ। ଶେଷରେ ରାଶି ଯାଇ ରାଧାକୁ ଜୋରରେ ଚଟକଣାଟିଏ ମାରିଲା। ସେତେବେଳେ ରାଧାର ଭୟଙ୍କର ରୂପ କହିଲେ ନ ସରେ। ଗୋଟିଏ ହାତରେ ଶ୍ରୀ ଆଉ ଗୋଟିଏ ହାତରେ ରାଶିଙ୍କ ବେକ କୁ ଚାପି ଧରି କହୁଥାଏ ତୁ କିଏ ମୋ ଠାରୁ ମୋ ଛୁଆକୁ ନେବା ପାଇଁ। ଶ୍ରୀ ମୋ ଛୁଆ। ମୁଁ ତାକୁ କିଛ ବର୍ଷ ପରେ ମୋ ସହ ନେଇ ଯିବି। ଆମେ ମାଆ ଝିଅ ଖୁସିରେ ରହିବୁ। ତୁ କଣ ପାଇଁ ଆମ ଦୁହିଁଙ୍କ ମଧ୍ୟରେ ଆସୁଛୁ।
ରାଶି ଅଣନିଶ୍ୱାସୀ ହୋଇ ଗଲେ। ପ୍ରମୋଦ ବାବୁ ଆସି ରାଶିକୁ ରାଧା ଠାରୁ ଛଡାଇ ଆଣିଲେ। ରାଧା ର ଆଖି ନିଆଁ ପରି ଜଳୁ ଥାଏ। ରାଧା ଶ୍ରୀକୁ ଧରି ପଳାଇବାକୁ ଚେଷ୍ଟା କଲା। ପ୍ରମୋଦ ବାବୁ ଓ ମହେଶ ( ରାଶିଙ୍କ ଭାଈ) ରାଧାକୁ ଅଟଇବାକୁ ରାଧା ପଛେ ପଛେ ଯିବାରୁ ସେମାନେ ଦେଖିଲେ ରାଧା ଗୋଟିଏ ଜିଅନ୍ତା କୁକୁଡା ବେକକୁ ମୋଡି ଖାଉଛି। ମୁହଁ ଯାକ ତାର ରକ୍ତ। ସେହି ସମୟରେ ସୁଜତା ଦେବୀ ଠାକୁରଙ୍କ ମନ୍ତ୍ରା ପାଣି ଆଣି ରାଧା ଉପରେ ପକାଇଲେ। ରାଧା ଚେତାଶୂନ୍ୟ ହୋଇ ତଳେ ପଡିଗଲା। ଶ୍ରୀକୁ ରାଶି ପାଖକୁ ନେଇ ଜାବୁଡି ଧରିଲେ।
ସକାଳ ହେଲା ବେଳକୁ ଭୋଳା ନନା ଫୋନ ପାଇ ଆସି ପହଞ୍ଚି ଗଲେ। ଭୋଳା ନନା ଙ୍କ କହିବା ଅନୁସାରେ ରାଧାକୁ ଖଟରେ ବାନ୍ଧି ଦେଇ ଥିଲେ। ସକାଳ ହେଲାରୁ ରାଧାର ଚେତା ଆସିଲା। ଏବେ ସେ ଭଲ ହୋଇ ଗଲା ପରି କଥା ହେବାକୁ ଲାଗିଲା। ଆଉ ରାଧା କହୁଥାଏ ବାବୁ ବାବୁଆଣୀ ମୋତେ ଛାଡନ୍ତୁ। ହେଲେ ଭୋଳା ନନା କହିଲେ ଯେ ରାଧା ଉପରେ ଅତୃପ୍ତ ଆତ୍ମର ଛାୟା ଅଛି। ସେ ବହୁତ ଶକ୍ତିଶାଳୀ। ତାର ମୋହ ଏ ଘରର ସଦସ୍ୟ ଉପରେ ଏବେ ବି ଅଛି। ସେ ତାକୁ ନେଇ ଯିବା ପାଇଁ ରାଧାର ଶରୀରରେ ସେ ଆଶ୍ରୟ ନେଇଛି। ଏ କଥା ଶୁଣି ସମସ୍ତଙ୍କର ଅବସ୍ଥା ଖରାପ ହୋଇଗଲା। ସବୁ ଜାଣି ସାରିଲେଣି ଯେ ରାଧା ଶରୀରରେ ଥିବା ଅତୃପ୍ତ ଆତ୍ମା ଶ୍ରୀ କୁ ନେବାକୁ ଆସିଛି।ଭୋଳା ନନାଙ୍କୁ ପ୍ରମୋଦ ବାବୁ କହିଲେ ଏ କଣ ମିନି ?
ଭୋଳା ନନା : ମୁଁ ଜାଣି ନାହିଁ। ମୋତେ ଯଜ୍ଞ କରିବାକୁ ହେବ। ସେ ଅତୃପ୍ତ ଆତ୍ମାକୁ ଡାକି ପଚାରିଲେ ଜଣା ପଡିବ। ହେଲେ ସେ ପୂଜା ଏତେ ସହଜ ନୁହେଁ। ରାଧା ଏମିତି ବନ୍ଧା ହୋଇ ଥିବ। ଶ୍ରୀ କୁ ତଳେ ଶୁଆଇ ପୂଜା ହେବ। ଶ୍ରୀ ପୂଜା ମଝିରେ କାନ୍ଦିଲେ ଯାଇ ସେ ଆତ୍ମା ବାହାରକୁ ଆସିବ। ଆଉ ତାର ପ୍ରକୃତ ଉଦେଶ୍ୟ ଜଣା ପଡିବ। ଆଉ ସେହି ସମୟରେ ଘରେ ନାନା ପ୍ରକାର ଭୟଙ୍କର ଶବ୍ଦ ଶୁଣିବାକୁ ମିଳିବ।
ଏ ସବୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି।।
( ପ୍ରକୃତରେ କଣ ରାଧା ଶରୀରରେ ଥିବା ଅତୃପ୍ତ ଆତ୍ମା ମିନି ନା ଆଉ କେହି ? ଜାଣିବା ପାଇଁ ଜନ୍ମ ଜନ୍ମାନ୍ତର ଆଗାମୀ ଅଧ୍ୟାୟ ପଢନ୍ତୁ।)

