Trushna Das

Horror Thriller

3  

Trushna Das

Horror Thriller

ଜନ୍ମ ଜନ୍ମାନ୍ତର : 6

ଜନ୍ମ ଜନ୍ମାନ୍ତର : 6

5 mins
121



କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ "ଜନ୍ମ ଜନ୍ମାନ୍ତର" କାହାଣୀର ପୂର୍ବ ଭାଗଗୁଡିକୁ ଭଲ ଭାବରେ ପଢନ୍ତୁ । ପ୍ରମୋଦ ବାବୁଙ୍କ ଗାଡି ସହର ଅଭିମୁଖେ ବଢି ଚାଲି ଥାଏ । ରାଶି ରାସପୁରର ରାଜକୁମାରୀ କଳ୍ପନାଙ୍କ ବିଷୟରେ ଶୁଣି ତାଙ୍କୁ ଦେଶର ଗୌରବ କହି ପ୍ରଶଂସା କଲେ । 

ତାପରେ :

ଗାଡି ସହର ଅଭିମୁଖେ ବଢି ଚାଲିଛି । ହଠାତ୍ ରାସ୍ତାରେ ବହୁତ ଗାଡି ଲାଇନରେ ଛିଡା ହୋଇଛନ୍ତି ଦେଖି ଡ୍ରାଇଭର ଗାଡି ଅଟକାଇ ଦେଇଛି । ରାସ୍ତାର ଦୁଇ ପଟେ ଗାଡିମାନଙ୍କର ଲମ୍ବା ଲାଇନ । ଶ୍ରୀ ସେପଟେ ଭୋକରେ କାନ୍ଦିବାକୁ ଲାଗିଲା । କ୍ଷୀର ବୋତଲରେ ଯେତିକି ଥିଲା ସରି ଗଲାଣି।

ପ୍ରମୋଦ ବାବୁ ଆଉ ରାଶି ବ୍ୟସ୍ତ ହେଉ ଥାଆନ୍ତି । କେମିତି ଶ୍ରୀକୁ ଚୁପ କରାଇଲବେ।

ରାଶି ଦେଖିଲେ ଯେ ରାସ୍ତା ଆର ପଟେ ଗୋଟିଏ ଢାବା ଅଛି । ଡ୍ରାଇଭର କହିଲେ ମୋତେ ଲାଗୁଛି ଏଇଠି ଡେରି ହେବ । ଆପଣ କାମ କରନ୍ତୁ ରାସ୍ତା ଆର ପଟକୁ ଯାଇ ଖାଇ ଦିଅନ୍ତୁ । ଆଉ ଛୁଆ ପାଇଁ କ୍ଷୀର ବି ପାଇଯିବେ।

ପ୍ରମୋଦ ବାବୁ : ଆଉ ତୁମେ?

ଡ୍ରାଇଭର : ମୁଁ ଗାଡି ଛାଡି ଯାଇ ପାରିବି ନାହିଁ । ଆପଣ ମୋ ପାଇଁ ରୋଟି ଆଉ ଡାଲମା ନେଇ ଆସିବେ।

ପ୍ରମୋଦ ବାବୁ : ହଉ ମୁଁ ଆଗ ଯାଇ ଦେଖେ ଖାଇବା ଅଛି କି ନାହିଁ।

ପ୍ରମୋଦ ବାବୁ ଏକୁଟିଆ ଗାଡିରୁ ଓହ୍ଲାଇ ଯାଇ ଦେଖିଲେ ଯେ ସେ ଢାବାରେ ଖାଲି ମଦୁଆମାନେ ନିଶା ଗ୍ରସ୍ତ ହୋଇ ପଡିଛନ୍ତି । ତାଙ୍କୁ ରାଶି ଆଉ ଶ୍ରୀକୁ ସେଠାକୁ ନେଇ ଯିବା ପାଇଁ ଇଚ୍ଛା ହେଲା ନାହିଁ । ଖାଇବାର ବି ସେମିତି କିଛି ଭଲ ନ ଥିଲା । ତେଣୁ ସେ ରାଶି ପାଇଁ କେବଳ କ୍ଷୀର ନେଇ ଆସିଲେ।

ପ୍ରମୋଦ ବାବୁ ଗାଡିରେ ବସି କହିଲେ ମୋତେ କଣ ପାଇଁ କେଜାଣି ଆଜି ରାତି ବହୁତ ଭୟଙ୍କର ଲାଗୁଛି । କ୍ଷୀର ରାଶିଙ୍କୁ ଦେଲେ ଶ୍ରୀକୁ ପିଆଇବା ପାଇଁ।

ରାଶି ପଚାରିଲେ ସାମ୍ନାରେ କଣ ହୋଇଛି ଏତେ ଭିଡ।

ପ୍ରମୋଦ ବାବୁ : ବର୍ଷାରେ ପୋଲ ଉପରେ ପାଣି ଚାଲିଛି । ପାଣି କମିଲେ ଯାଇ ଗାଡି ଯାଇ ପାରିବ।

ଡ୍ରାଇଭର : ସାର ମୁଁ ଗୋଟିଏ ଜଙ୍ଗଲ ଦେଇ ରାସ୍ତା ଜାଣିଛି । ଆଗରୁ ଯାଉଥିଲୁ । ହେଲେ ମାଟି ରାସ୍ତା ବୋଲି କମ ସେପଟେ ଲୋକମାନେ ଯାଆନ୍ତି।ବହୁତ ବର୍ଷ ହେଲାଣି ମୁଁ ଯାଇ ନାହିଁ । ଆମେ ସେ ରାସ୍ତାରେ ଯିବା କି? କାରଣ ପାଣି ପ୍ରାୟ ରାତି ସାରି ଚାଲିବ।

ପ୍ରମୋଦ ବାବୁ : ହଉ । କିନ୍ତୁ ରାସ୍ତାରେ ଢାବା କି ହୋଟେଲ ପାଇଲେ ଅଟକାଇବ।

ଆସ୍ତେ ଗାଡିକୁ ପଛେଇ ପଛେଇ ଡ୍ରାଇଭର ଗୋଟିଏ ମାଟି ରାସ୍ତା ଦେଇ ଜଙ୍ଗଲ ଭିତରକୁ ପଶିଲେ । ଜଙ୍ଗଲଟି ପୁରା ଭୟଙ୍କର ଲାଗୁଥାଏ । ଖାଲ ଡିପ ରାସ୍ତା । ବୋଧହୁଏ କେଉଁ କାଳରୁ ସେ ରାସ୍ତାରେ ଗାଡି ଯାଇ ନାହିଁ।

ରାଶି : ଆଜି ଏ ସବୁ କଣ ଘଟୁଛି ?

ପ୍ରମୋଦ ଆସି ରାଶିଙ୍କ ପାଖରେ ବସିଛନ୍ତି । କାରଣ ରାଶି ଭୟଭୀତ ହେଉଛନ୍ତି । ତାଙ୍କୁ ଲାଗୁଥିଲା ଯେମିତି ତାଙ୍କ ପାଖରେ କେହି ଜଣେ ବସିଛି।

ହଠାତ୍ ଡ୍ରାଇଭର ଜଙ୍ଗଲ ମଝିରେ ଗୋଟିଏ ଗେଷ୍ଟ ହାଉସ ଦେଖିଲେ । ସେଇଠି ଲେଖା ହୋଇଛି ଜଙ୍ଗଲ ବିଭାଗ ଡାକ ବଙ୍ଗଳା।

ଡ୍ରାଇଭର କହିଲେ ସାର ଆମେ ସେଇ ଡାକ ବଙ୍ଗଳାରେ ରହିଯିବା କି?

ପ୍ରମୋଦ ବାବୁ : ସେଇଠି କଣ ଆମକୁ ରହିବା ପାଇଁ ଦେବେ ?

ଡ୍ରାଇଭର : ରୁହନ୍ତୁ ମୁଁ ଯାଇ ପଚାରେ।

ଡ୍ରାଇଭର କିଛି ସମୟ ପରେ ଆସି କହିଲେ ସାର ସେଇଠି ମୁଁ ଆମ ଛୁଆ କଥା କହିଲାରୁ ସେମାନେ ରାଜି ହୋଇ ଯାଇଛନ୍ତି । ଆଉ ରାତିର ଭୋଜନ ପାଇଁ ସେମାନେ ଖାଇବା ବ୍ୟବସ୍ଥା କରି ଦେବେ।

ରାଶି ଓ ପ୍ରମୋଦ ବାବୁ ଖୁସି ହୋଇ ଡାକ ବଙ୍ଗଳା ଭିତରକୁ ଗଲେ । ଡାକ ବଙ୍ଗଳାଟି ପୁରା ବଡ ହୋଟେଲ ପରି ହୋଇଛି । ସୁନ୍ଦର ଭାବରେ ସୁସଜିତ ହୋଇଛି । ହେଲେ ଚାରିଆଡେ ପଶୁ ପକ୍ଷୀଙ୍କର ଫୋଟୋ ରହିଛି । ଯାହାକୁ ବି ହେଲେ ସେ ଡାକ ବଙ୍ଗଳାର ସୌନ୍ଦର୍ଯ୍ୟ ଆକର୍ଷଣ କରିବ।

ରାଶି ଶ୍ରୀକୁ ନେଇ ରୁମ ଭିତରକୁ ଗଲେ । ଶ୍ରୀ କିନ୍ତୁ ସେଠାରେ ପଶିବା ପାଖରୁ ଖାଲି କାନ୍ଦିବାକୁ ଲାଗିଲା । ପ୍ରମୋଦ ବାବୁ ଆଉ ରାଶି ତାକୁ ଚୁପ କରିବା ପାଇଁ ଚାହୁଁଥିଲେ । ହେଲେ ସେ କଣ ଚୁପ ହୁଏ । କାହାକୁ ବୁଝା ପଡିଲା ନାହିଁ ଯେ ଶ୍ରୀର ହେଲା କଣ।

ଶ୍ରୀର ଦେହ ହଠାତ ଗରମ ହେଲା । ତାକୁ ଜ୍ଜର ଆସିଗଲା । ପ୍ରମୋଦ ବାବୁ ଆଉ ରାଶି ଚିନ୍ତିତ । ଭାବିଲେ ଶ୍ରୀକୁ ନେଇ ପଳାଇଲବେ । ଡ୍ରାଇଭରକୁ ଡାକି ଗାଡି ନେଇ ଯିବା କହିଲା ବେଳକୁ ଗାଡି ଆଉ ଗଡିଲା ନାହିଁ । ଯେମିତି କେହି ଗୋଟିଏ ଗାଡିକୁ ସେଇଠି ଟାଣି ଧରିଛି । ଗାଡି ଗର୍ଜନ କରୁ ଥାଏ କିନ୍ତୁ ଆଉ ଆଗକୁ ବଢିଲା ନାହିଁ।

ବର୍ଷା ଆଉ ଥରେ ଆରମ୍ଭ ହେଲା । ଜଙ୍ଗଲରେ ଫୋନ ନେଟୱାର୍କ ବି ନ ଥିଲା । ଶେଷରେ ଡାକ ବଙ୍ଗଳା ଭିତରକୁ ପ୍ରମୋଦ ବାବୁ ଆଉ ରାଶି ଶ୍ରୀକୁ ନେଇ ଗଲେ । ସେହି ସମୟରେ ଗୋଟିଏ ଝାମ୍ପୁରା ବୁଢା ଆସିଲା । ଆଖି ଦୁଇଟି ଲାଲ । ବାଳ ସବୁ ଝୋଟ ପରି ହୋଇ ଥାଏ । ହାତରେ ବହୁତ କଟା ଦାଗ । ସେ ଶ୍ରୀକୁ ଟାଣି ନେବା ପାଇଁ ଚେଷ୍ଟା କଲା । ଶ୍ରୀ ଜୋରରେ ଚିତ୍କାର କର କୁଆଁ କୁଆଁ କାନ୍ଦିଲା । କଣ ହେଲା କେଜାଣି ସେ ବୁଢା ଡରି ଯାଇ ଶ୍ରୀକୁ ଛାଡି ପଳାଇଲା।

ସେଇ ଡାକ ବଙ୍ଗଳାର ଗୋଟିଏ ଅଫିସର କହିଲେ ସେ ଗୋଟିଏ ପାଗଳ ବୁଢା । ଆପଣ ରୁମକୁ ଯାଇ ବସନ୍ତୁ । ମୁଁ ଖାଇବା ପଠାଉଛି।

ରାଶି ଶ୍ରୀକୁ ଜାବୁଡି ଧରି ରୁମରେ ବସିଲେ । ପ୍ରମୋଦ ବାବୁ ଆସି ରାଶିଙ୍କ ହାତକୁ ଧରି ବସିଲେ । ଶ୍ରୀର କାନ୍ଦ କିନ୍ତୁ ବନ୍ଦ ହେଉ ନ ଥାଏ।

ରାଶି ଯେତେବେଳେ ମାଆ ବନଦୁର୍ଗାଙ୍କ ମନ୍ତ୍ର ଗାଇଲେ ସେତେବେଳେ ଶ୍ରୀର କାନ୍ଦ ବନ୍ଦ ହୋଇ ଗଲା ଏବଂ ହସିବାକୁ ଲାଗିଲା । ତାର ହସ ଦେଖି ରାଶି ଓ ପ୍ରମୋଦ ବାବୁଙ୍କ ମୁହଁରେ ହସର ଝଲକ ଦେଖିବାକୁ ମିଳିଲା।

ସେହି ସମୟରେ ଡାକ ବଙ୍ଗଳାର ଗୋଟିଏ ଷ୍ଟାଫ ଖାଇବା ନେଇ ଆସିଲା । ଖାଇବାଟିର ବାସନା କେମିତି ଅଜିବ ଲାଗୁ ଥାଏ । ଯାହା ଯେମିତି କରି ଘୃଣାରେ ରାଶି ଓ ପ୍ରମୋଦ ଅଳ୍ପ ଖାଇଲେ।

ଖାଇବା କିଛି ସମୟ ପରେ ରାଶି ଓ ପ୍ରମୋଦ ବାବୁ ଶ୍ରୀକୁ ନେଇ ରୁମରେ ଶୋଇଲେ। । ରାତି ଅଧରେ ହଠାତ୍ ପୋଲିସ ଗାଡି ଶବ୍ଦ ଶୁଣି ରାଶି ଉଠିଲେ । ଉଠି ଦେଖିଲା ବେଳକୁ ରୁମଟି ପୁରା ଅନ୍ଧାର । ମୋବାଇଲରେ ଦେଖିଲେ ରାତି ତିନିଟା।ସେ ମୋବାଇଲ ଲାଇଟରେ ଦେଖିଲେ ଖଟରେ ଶ୍ରୀ ନାହିଁ ।

ରାଶି ପ୍ରମୋଦ ବାବୁଙ୍କୁ ଡାକି କହିଲେ ଆମ ଶ୍ରୀ କାହିଁ?

ପ୍ରମୋଦ ବାବୁ ଚମକି ପଡ଼ି ଉଠି କହିଲେ ଶ୍ରୀ ନାହିଁ.... ତ କୁଆଡେ ଗଲା ସେ ?

ରାଶି : ଏତେ ଦିନ ପରେ ମୁଁ ଶ୍ରୀ ରୂପରେ ମୋ ଛୁଆକୁ ପାଇଛି । ତାକୁ ମୁଁ ହରାଇବାକୁ ଚାହେଁ ନାହିଁ । ତୁମେ ଯେମିତି ହେଲେ ତାକୁ ଖୋଜି କାଢ।

ପ୍ରମୋଦ ବାବୁ : ମୋତେ ଲାଗୁଛି ସେ ପାଗଳ ବୁଢା ତାକୁ ନେଇ ଥିବ । ତୁମେ ମୋ ସହ ଚାଲ ସେ ବୁଢାକୁ ଖୋଜିବା।

ରାଶି : ହଁ... ହଁ... । ହେଲେ ଏତେ ରାତିରେ ପୋଲିସ ଗାଡି ଶବ୍ଦ ସେ ବି ଏ ଜଙ୍ଗଲରେ।

ପ୍ରମୋଦ ବାବୁ : ଭଲ ହେଲା ଆମେ ପୋଲିସର ସାହାଯ୍ୟ ନେଇ ଶ୍ରୀକୁ ଖୋଜିବା।

ରାଶି ଓ ପ୍ରମୋଦ ବାବୁ ରୁମରୁ ବାହାରକୁ ବାହାରିବେ କହିଲା ବେଳକୁ ରୁମର କବାଟ ବାହାର ଆଡୁ ବନ୍ଦ ଅଛି । ସେମାନେ କେମିତି ସେ ରୁମରୁ ବାହାରିବେ କିଛି ବୁଝି ପାରୁନଥିଲେ । ସେମାନେ ଡ୍ରାଇଭରକୁ ଆଉ ଡାକ ବଙ୍ଗଳାର ଷ୍ଟାଫମାନଙ୍କୁ ଡାକିଲେ । ହଠାତ୍ ଗୁଳି ବାରୁଦ ଚାଲିବାର ଶବ୍ଦ ହେଲା । ସେମାନେ ଝରକା ବାଟେ ଦେଖିଲେ ଯେ ପୋଲିସ ଗାଡିରେ ନିଆଁ ଲାଗି ଗଲା । କିଛି ପୋଲିସ ଗୁଳି ମାଡ଼ରେ ମରି ଗଲେ । କିଛି ଫରେଷ୍ଟ ଅଫିସର ବି ମରି ଗଲେ । ଏ କଣ ଚାଲିଛି .....କିଛି ବୁଝି ପାରୁ ନାହାଁନ୍ତି ରାଶି ଆଉ ପ୍ରମୋଦ ବାବୁ । ସେମାନଙ୍କୁ ଲାଗୁଛି ଏ ସବୁ ସତ ନା ସପନ ।

ଶ୍ରୀର କାନ୍ଦ ଶୁଣା ଯାଉଥାଏ । ହେଲେ କେମିତି ସେ ରୁମରୁ ବାହାରିବେ । ମୋବାଇଲର ବ୍ୟାଟେରୀ ବି ଆଉ ଅଳ୍ପ କିଛି । ସେହି ସମୟରେ ସେମାନେ ଘରର ଭିତର ଆଡ ଝରକାରୁ ଦେଖିଲେ ଯେ କିଛି ଲୋକ କଳା ପୋଷାକ ପିନ୍ଧି କିଛି କଅଁଳା ଛୁଆଙ୍କୁ ନେଇ ଯାଉଛନ୍ତି । ଆଉ କହୁଛନ୍ତି ଆଜି ଏମାନଙ୍କୁ ମିଶି ଅନେଶତ ଛୁଆଙ୍କ ବଳି ହେବ।ଆଉ ଯଦି ବାବା ଆଉ ଗୋଟିଏ ଛୁଆ ଖୋଜି ସାରିଥିବେ ତେବେ ଶହେ ଛୁଆର ବଳି ହୋଇ ଗଲେ ସେମାନେ ଅମର ହୋଇ ଯିବେ।

ଏ କଥା ଶୁଣି ରାଶି ଶ୍ରୀ କହି ଅଚେତ ହୋଇ ତଳେ ପଡିଗଲେ । ଗ୍ଲାସର ପାଣିକୁ ଆଣି ପ୍ରମୋଦ ବାବୁ ରାଶିଙ୍କ ମୁହଁରେ ଛିଞ୍ଚିବାକୁ ଲାଗିଲେ।

ରାଶି ଉଠି କହିଲେ ମୋତେ ମୋ ଛୁଆ ଶ୍ରୀ ଦରକାର । ସେମାନେ ତାକୁ ମାରି ଦେବେ । କବାଟ ଭାଙ୍ଗିକି ହେଲେ ବି ଯିବା ଚାଲ । ପ୍ରମୋଦ ବାବୁ ଯେତେବେଳେ ମୋବାଇଲ ଲାଇଟରେ ରାଶିଙ୍କ ମୁହଁକୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । କାରଣ ରାଶିଙ୍କ ମୁହଁ ସାରା ରକ୍ତ । ପ୍ରମୋଦ ବାବୁ ଗ୍ଲାସରେ ଥିବା ପାଣିକୁ ଯେତେବେଳେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ ଯେ ସେଇଟା ପାଣି ନୁହଁ ରକ୍ତ ଥିଲା।

( କଣ ଶ୍ରୀକୁ ରାଶି ଓ ପ୍ରମୋଦ ବାବୁ ବଞ୍ଚାଇ ପାରିବେ? ଗ୍ଲାସର ପାଣି କେମିତି ରକ୍ତ ହୋଇ ଗଲା? ଜଙ୍ଗଲ ଭିତରେ ଥିବା ଡାକ ବଙ୍ଗଳାର ରହସ୍ୟ କଣ? ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତର"ର ଆଗାମୀ ଅଧ୍ୟାୟ ପଢନ୍ତୁ । )



Rate this content
Log in

Similar oriya story from Horror