STORYMIRROR

Trushna Das

Horror Thriller Others

4  

Trushna Das

Horror Thriller Others

ଜନ୍ମ ଜନ୍ମାନ୍ତର :12

ଜନ୍ମ ଜନ୍ମାନ୍ତର :12

5 mins
226


କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ଜନ୍ମ ଜନ୍ମାନ୍ତର " ର ଆଗାମୀ ଅଧ୍ୟାୟ ଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢିଥିଲେ ଯେ ରାଶି ସକାଳେ ରାତିରେ ଘଟି ଥିବା କଥା ମାଆ ସୁଜାତା ଦେବୀଙ୍କୁ କହିବାରୁ ମାଆ କହିଲେ ଗର୍ଭବତୀ ସମୟରେ ଏମିତି ଭ୍ରମ ହୁଏ। ସେ ବିଷୟରେ ନ ଭାବିବା ପାଇଁ ସେ ପରାମର୍ଶ ଦେଲେ। ରାଶି ଶ୍ରୀକୁ ନେଇ ରୁମ ଭିତରକୁ ଗଲେ। 


ଯେତେ ଯାହା କଲେ ବି ତାଙ୍କ ମନରେ ସେଇ ରାତିର କଥା ଚାଲି ଥାଏ। ରାଶି ସନ୍ଧ୍ୟା ସମୟରେ ଶ୍ରୀ କୁ ଶୁଆଇ ପାଣି ଆଣିବା ପାଇଁ ଗଲେ। ଆସି ଦେଖୁଛନ୍ତି ଶ୍ରୀ ପାଖରେ ଥିବା କ୍ଷୀର ବୋତଲ ରେ କ୍ଷୀର ନାହିଁ ବରଂ ରକ୍ତ ଅଛି। ସେ ଚିତ୍କାର କରି ଅଚେତ ହୋଇ ଗଲେ। ସୁଜାତା ଦେବୀ ଆସି ରାଶି ଙ୍କ ଉପରେ ପାଣି ଛାଟିଲେ। ହେଲେ ଚେତା ଆସିଲା ନାହିଁ। ଶେଷରେ ଡାକ୍ତରାଣୀ ଆସିଲେ ଏବଂ କହିଲେ ବିପି କମି ଯାଇଛି। ତାଙ୍କୁ ଇଞ୍ଜେକସନ ଦେଲେ ଏବଂ କହିଲେ ଯେ ସେ କିଛି ଦିନ ପୁରା ଆରାମ କରିବେ। ରାଶି ଚେତା ଆସିବାରୁ ସବୁ କହିଲେ। ହେଲେ କ୍ଷୀର ବୋତଲରେ କ୍ଷୀର ଥିବା କଥା ସବୁ କହିବାରୁ ରାଶି ଆଶ୍ଚର୍ଯ୍ୟ ହୋଇ ଗଲେ। 


ରାଶି ନିଦରେ ଶୋଇ ଥାଆନ୍ତି। ଶ୍ରୀକୁ ସେଦିନ ତାଙ୍କ ମାଆ ସୁଜାତା ଦେବୀ ନିଜ ପାଖରେ ଶୁଆଇ ଥାଆନ୍ତି। ହଠାତ୍ ଅଧ ରାତିରେ ରାଶିଙ୍କ ନିଦ ଭାଙ୍ଗିଲା। ଗତାୟୂ ବୟସର ନିରବତା। ନିଶାଭର ରଜନୀ ର ଶୂନ୍ୟତାରେ କାହାରି ଗୋଟିଏ ପାଦ ଶବ୍ଦ। ଭଲ ଭାବରେ ବାରି ପାରୁ ଥାଆନ୍ତି ରାଶି। ପ୍ରମୋଦ ବାବୁ ଶୋଇ ଥାଆନ୍ତି ନିଘୋଡ ନିଦରେ। 


ହଠାତ୍ ରାଶିଙ୍କୁ ଲାଗିଲା କେହି ଜଣେ ତାଙ୍କ କବାଟ ଖୋଲି ଭିତରକୁ ଦେଖିଲା ଏବଂ ଚାଲି ଗଲା। ତାଙ୍କୁ ଲାଗିଲା ସେ ଲୋକଟି ଗୋଟିଏ ସ୍ତ୍ରୀ ଲୋକ ଯିଏ କି ଶ୍ରୀ କୁ ଧରିଛି। ରାଶି କିଏ କିଏ ବୋଲି ଚିତ୍କାର କଲେ। ପ୍ରମୋଦ ବାବୁ ଚମକି ଉଠି ବସିଲେ। ରାଶିଙ୍କ କଥା ଶୁଣି କବାଟ ଖୋଲି ବାହାରକୁ ଯାଇ ଦେଖିଲେ ସେଠାରେ କେହି ନାହାଁନ୍ତି। 


ପୁଣି ପ୍ରମୋଦ ବାବୁ କହିଲେ ତୁମକୁ ଆଉ ଥରେ ଭ୍ରମ ହୋଇଛି। ରାଶି କହିଲେ ଭ୍ରମ ନୁହେଁ। କେହି ତ ଜଣେ ଆସି ଥିଲା ଶ୍ରୀ କୁ ନେଇ। ରାଧା ଆଉ ଥରେ ସେମିତି ହେଉ ନାହିଁ ତ! 


ପ୍ରମୋଦ ଫୋନ କଲେ ସୁଜାତା ଦେବୀଙ୍କ ପାଖକୁ ଆଉ ଜାଣିବାକୁ ପାଇଲେ ଯେ ଶ୍ରୀ ପାଖାପାଖି ଘଣ୍ଟେ ହେଲାଣି କାନ୍ଦୁଛି । ରାଧା ଓ ମାଆ ତାକୁ ଚୁପ କରାଉଛନ୍ତି। ସେମାନେ କେହି ବି ରୁମରୁ ବାହାରକୁ ବାହାରି ନାହାଁନ୍ତି। 


ରାଶି : ମିନିର ଆତ୍ମା କଣ ଫେରି ଆସିଲା କି?


ପ୍ରମୋଦ : ତାକୁ ତ ବନ୍ଦୀ କରି ଦିଆ ଯାଇଛି। ଆଉ ଡର କଣ ପାଇଁ? 


ରାଶି ଏବେ ଖାଲି ଅନ୍ୟମନସ୍କ ରହୁ ଥାଆନ୍ତି। ଗର୍ଭ ବି ମାସ ପରେ ମାସ ବିତି ଚାଲିଛି। ସନ୍ଧ୍ୟା ସମୟ। ଭଲ ଲାଗୁ ନ ଥିବାରୁ ରାଶି ଗଡି ଥାଆନ୍ତି।ଉଠି ଦେଖିଲା ବେଳକୁ ବିଜୁଳି ନାହିଁ। ଶ୍ରୀ ବି ନାହିଁ ପାଖରେ। ମୋବାଇଲ ଲାଇଟ ପକାଇ ଦେଖିଲେ ଯେ ଖଟରେ ଓଦା ଓଦା ଲାଗୁଛି। ସେ ମୋବାଇଲ ଲାଇଟରେ ଦୃଖିଲେ ଯେ ଖଟରେ ଚାରି ଆଡେ ରକ୍ତ ଛିଟା ଆଉ ତଳକୁ ପଡିଛନ୍ତି ପ୍ରମୋଦ। ଯିଏ କି ମୃତ।


ତାପରେ ସେ ଚିତ୍କାର କରି ବାହାରକୁ ଗଲେ ସମସ୍ତଙ୍କୁ ଡାକ ପକାଉ ଥାଆନ୍ତି। ହେଲେ କେହି ଶୁଣୁ ନ ଥାଆନ୍ତି। ଜଣ ଜଣ କରି ସମସ୍ତଙ୍କ ରୁମକୁ ଗଲେ। ଦେଖିଲେ ଘରେ ସମସ୍ତେ ମୃତ। 


ଶେଷରେ ବାପା ମାଆଙ୍କ ରୁମକୁ ଯାଇ ଦେଖନ୍ତି ବାପା ମାଆ ମୃତ। ପାଖରେ ଗୋଟିଏ ପିଶାଚିନୀ ସହ ଶ୍ରୀ ଛଡା ହୋଇଛି ଗୋଟିଏ ରକ୍ତାକ୍ତ ଛୁରୀ ଧରି। ସେ ଦୁହେଁ ରାଶିଙ୍କ ଆଡକୁ ମାଡି ଆସୁଛନ୍ତି ବିକଟାଳ ହସି ରାଶିଙ୍କୁ ମାରିବା ପାଇଁ। 


ଠିକ ସେହି ସମୟରେ ରାଶି ଚିତ୍କାର କରୁଛନ୍ତି। ପ୍ରମୋଦ ବାବୁ ଉଠି ରାଶିଙ୍କୁ ଉଠାଉଛନ୍ତି। ରାଶି ନିଦରୁ ଉଠି ଜାଣିଲେ ଯେ ସେ ସବୁ ତାଙ୍କର ସ୍ୱପ୍ନ। ସେ ଡରି ଯାଇଥିଲେ। ଝାଳ ବାହାରି ସରପଟ। ପ୍ରମୋଦ ବୁଝି ଗଲେ ଯେ ସେ ସ୍ୱପ୍ନ ଦେଖିଛନ୍ତି ।ସେ ରାଶିଙ୍କୁ କିଛି ନ ପଚାରି ତାଙ୍କ ମୁଣ୍ଡକୁ ଆଉଁସି ଦେଲେ। ରାଶି ପ୍ରମୋଦଙ୍କ ହାତ ଧରି ଶୋଇ ଗଲେ। 


ସକାଳୁ ଉଠି ରାଶି ଏ ସବୁ ବିଷୟରେ ଭାବୁ ଥାନ୍ତି। ମନଟି ବ୍ୟାକୁଳ ହେଉ ଥାଏ। ଖାଇବା ପାଇଁ ଇଚ୍ଛା ନ ଥାଏ। ସେହି ସମୟରେ ଶ୍ରୀ ମମା ମମା କହି ପାଖକୁ ଆସିଲା। ରାଶିଙ୍କୁ ଶ୍ରୀକୁ ଦେଖି ରାତି କଥା ମନେ ପଡିଲା। ସେ ଶ୍ରୀକୁ ଧରି ତାକୁ ଛାଡ଼ି ପଳାଇଲେ। ଶ୍ରୀ ରାଶି ଙ୍କ ପଛରେ ଧାଇଁ ଯାଉ ଥିବା ସମୟରେ ପଡିଗଲା। ତାର ଓଠ ଫାଟିଗଲା। ସେ ମମା ମମା କହି କାନ୍ଦୁ ଥାଏ। ହେଲେ ରାଶି ନ ଶୁଣିଲା ପରି ଚାଲି ଗଲେ। ଏ କଥା ସୁଜାତା ଦେବୀ ଓ ପ୍ରମୋଦ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ପ୍ରମୋଦ ବାବୁ ଶ୍ରୀ ଓଠରେ ଔଷଧ ଲଗାଇ ଶ୍ରୀକୁ ନେଇ ରାଶିଙ୍କ ପାଖକୁ ଗଲେ। ଶ୍ରୀ ରାଶିଙ୍କ ପାଖକୁ ଯିବା ପାଇଁ ବ୍ୟାକୁଳ ହେଉ ଥାଏ। ହେଲେ ରାଶି ଶ୍ରୀ କୁ ଦେଖି ସେଠାରୁ ଉଠି ଚାଲି ଯିବାକୁ ବାହାରିଲେ। 


ପ୍ରମୋଦ ବାବୁ ପଚାରିଲେ କଣ ହେଲା ରାଶି ? ତୁମେ ଏମିତି ପଳାଉଛ କଣ ପାଇଁ? 


ରାଶି କହିଲେ ମୋତେ ଶ୍ରୀ କୁ ଦେଖିଲା ବେଳକୁ ଲାଗୁଛି ଯେମିତି ତା ପାଖରେ କିଛି ଖରାପ ଶକ୍ତି ଅଛି। ଯିଏ କି ଆମ ଘରକୁ କ୍ଷତି ପହଞ୍ଚାଇବ। ହେଲେ ଏ ସବୁ ମୋ ମନର ଧାରଣା ନା ଆଉ କଣ ମୁଁ ଜାଣେ ନା। 


ପ୍ରମୋଦ କହିଲେ ତୁମେ ଆଗ କଥାକୁ ମନରେ ନେଇ ଏମିତି ଭାବୁଛ। ଦୁଇ ବର୍ଷ ମଧ୍ୟରେ ତୁମେ ଆଉ ସେମିତି କିଛି ଶ୍ରୀ ପାଖରେ ଦେଖିଛ କି? ସେ ପରା ଆମ ଝିଅ। 


ରାଶି କହିଲେ ହଁ ସତ କହିଲ। ସେ ଶ୍ରୀକୁ ନିଜ କୋଳକୁ ଆଣି ଜାକି ଧରିଲେ। ଶ୍ରୀ କୁ ଆଉଁସି କହିଲେ ମୁଁ ଜାଣି ପାରୁ ନାହିଁ ଶ୍ରୀ ପାଇଁ ମୋ ମନରେ ଏ ସବୁ କଥା କଣ ପାଇଁ ଆସୁଛି? 


ଶ୍ରୀ ରାଶିଙ୍କ ମୁହଁରେ ଚୁମ୍ବନ କରୁ ଥାଏ। ମାଆ ଝିଅଙ୍କ ଗେହ୍ଲ ଦେଖି ପ୍ରମୋଦ ଖୁସି ହୋଇ ଗଲେ। ମାଆ ଝିଅ ଦୁହେଁ ପରସ୍ପର ମଧ୍ୟରେ ବୁଡି ଯାଇ ଥାଆନ୍ତି। ସେହି ସମୟରେ ରାଶି ନିଜ ପେଟରେ ହାତ ମାରିଲେ ଏବଂ ପ୍ରମୋଦଙ୍କ ହାତ ଆଣି ନିଜ ପେଟରେ ଦେଲେ। ପ୍ରମୋଦଙ୍କ ମୁଖରେ ଅଦ୍ଭୁତ ଖୁସି ଦେଖା ଗଲା। ପ୍ରଥମ ଥର ସେ ରାଶିଙ୍କ ଗର୍ଭରେ ଥିବା ନିଜ ସନ୍ତାନ ଦୁଇ ଜଣଙ୍କର ଚଳ ପ୍ରଚଳନ ଅନୁଭବ କଲେ। ତାଙ୍କ ପରିବାରରେ ଆଜି ସତେ ଯେମିତି ହସର ଲହରୀ ଖେଳି ଯାଇଛି। 


ରାଶିଙ୍କୁ ସେହି ସମୟରେ ଲାଗିଲା କେହି ଜଣେ ତାଙ୍କୁ ଲୁଚି ଲୁଚି ଦେଖି ରାଗୁଛି। ହେଲେ ଚାରିଆଡ଼େ ଚାହିଁ ଦେଖିଲେ ପାଖରେ କେହି ନାହିଁ। 


ସେହି ସମୟରେ ସୁଜାତା ଦେବୀ ଚିତ୍କାର କରି ଡାକିଲେ। ପ୍ରମୋଦ ଓ ରାଶି ଏବଂ ଘରର ବାକି ସବୁ ବଗିଚାକୁ ଯାଇ ଦେଖିଲେ ଗୋଟିଏ ବାରବୁଲା କୁକୁର ମରି ପଡିଛି। ଆଉ ତା ଦେହରୁ ପୋକ ବାହାରୁଛି। ଲାଗୁଛି ଯେମିତି ରାତିରେ କେହି ଜଣେ ତା ପେଟକୁ ଚିରି ଅନ୍ତବୁଜୁଳି କାଢି ପକାଇଛି। 


ଏ ସବୁ ଦେଖି ରାଶି ବାନ୍ତି କରିବାକୁ ଲାଗିଲେ। ରାଶି ବାଥରୁମ କୁ ଯାଇ ମୁହଁ ଧୋଇ ନିଜ ଶୋଇବା ରମକୁ ଗଲେ। ସେ ଦେଖିଲେ ଯେ ତାଙ୍କ ଖଟରେ ସେଇ କୁକୁରର ଅନ୍ତବୁଜୁଳି ପଡିଛି। ସେ ଚିତ୍କାର କରି ବାହାରକୁ ପଳାଇ ଆସିଲେ। ପ୍ରମୋଦ ରାଶିଙ୍କ ଠାରୁ ସବୁ ଶୁଣି ରାଶିଙ୍କଙ ନେଇ ରୁମକୁ ଯାଇ ଦେଖିଲେ ଯେ ଖଟରେ କିଛି ବି ନାହିଁ। 


ରାଶିଙ୍କୁ ଭଲ ଲାଗୁ ନ ଥାଏ। ସେ ଶ୍ରୀକୁ ଧରି ଶୋଇ ଥାଆନ୍ତି। ସନ୍ଧ୍ୟା ସମୟରେ ଶ୍ରୀ କାନ୍ଦିଲା ଖାଇବା ପାଇଁ। ରାଶି ରୋଷେଇ ରୁମକୁ ଗଲେ ଶ୍ରୀର ଖାଇବା ଆଣିବା ପାଇଁ। ଆସି ଦେଖନ୍ତି ଶ୍ରୀ ଶୋଇ ପଡିଛି। ଆଉ ତା ପାଖରେ ସେଇ ଭୟଙ୍କର ସ୍ତ୍ରୀ ଲୋକଟି ବସିଛି ଏବଂ ରାଶିଙ୍କୁ ଦେଖି ହା ହା ମାରି ହସୁଛି। 


ରାଶି ଜୋରରେ ଚିତ୍କାର କରି ପଚାରୁ ଥାଆନ୍ତି ତୁମେ କିଏ? 


ରାଶିଙ୍କ ପାଟି ଶୁଣି ସମସ୍ତେ ଆସି ଦେଖିଲେ ଯେ ସେଠାରେ କେହି ନାହାଁନ୍ତି। ଶ୍ରୀ ଉଠି ଗଲା। ଶ୍ରୀ ବି ଡରି କାନ୍ଦିବାକୁ ଲାଗିଲା। ନିଶା ଯାଇ ଯେମିତି ଶ୍ରୀକୁ ଧରିଛନ୍ତି ଶ୍ରୀ ବାପା ମମା କହି ବିକଳ ହେଲା। ପ୍ରମୋଦ ଶ୍ରୀ କୁ ନେଇ ଯିବାରୁ ଶ୍ରୀ ପ୍ରମୋଦ ଙ୍କ ପାଖରେ ଜାକି ହୋଇ ରହିଲା। ପ୍ରମୋଦ ଶ୍ରୀକୁ ରାଧାକୁ ଧରିବା ପାଇଁ ଦେଇ ରାଶିଙ୍କୁ ବୁଝାଉ ଥାଆନ୍ତି। ସୁଜାତା ଦେବୀ ମଧ୍ୟ ରାଶିଙ୍କୁ ବହୁତ ବୁଝାଉ ଥାଆନ୍ତି। ହେଲେ ରାଶି କେବଳ ଗୋଟିଏ ହିଁ କଥା କହୁ ଥାଆନ୍ତି ଖଟରେ ସେ ଏବେ ବି ବସିଛି। ସେ କହୁଛି ସେ ଶ୍ରୀ ପାଇଁ ଆସିଛି। ସେ ଶ୍ରୀ ଓ ମୋ ଗର୍ଭର ସନ୍ତାନଙ୍କୁ ନେଇ ଯିବ। ଯିଏ ଯାହା କହିଲେ ବି ରାଶି ବୁଝିବା ଅବସ୍ଥାରେ ନ ଥାଆନ୍ତି। 


(ସତରେ କଣ ରାଶି ଯେଉଁ ଭୟଙ୍କର ସ୍ତ୍ରୀ ଲୋକ କଥା କହୁଛନ୍ତି ସେ ଅଛି ନା ଏ ସବୁ ତାଙ୍କ ମନର ଭ୍ରମ ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତର " କାହାଣୀ ର ଆଗାମୀ ଅଧ୍ୟାୟ ପଢନ୍ତୁ। ) 


କ୍ରମଶଃ ....... ।


Rate this content
Log in

Similar oriya story from Horror