STORYMIRROR

Trushna Das

Horror Thriller

3  

Trushna Das

Horror Thriller

ଜନ୍ମ ଜନ୍ମାନ୍ତର : 11

ଜନ୍ମ ଜନ୍ମାନ୍ତର : 11

5 mins
213

ଜନ୍ମ ଜନ୍ମାନ୍ତର : 11


କାହାଣୀଟିକୁ ବୁଝିବା ପାଇଁ ଦୟା କରି " ଜନ୍ମ ଜନ୍ମାନ୍ତର "ର ପୂର୍ବ ଅଧ୍ୟାୟ ଗୁଡିକୁ ପଢନ୍ତୁ। ପୂର୍ବ ଅଧ୍ୟାୟରେ ଆମେ ପଢିଥିଲେ ଯେ ମିନିର ଆତ୍ମାକୁ ନିମ ଗଛରେ ବନ୍ଦୀ କରି ଦିଆଗଲା। ହେଲେ ସାମ୍ନାକୁ ଅସୁବିଧା ଥିବାର ଭୋଳା ନନା କହିଲେ।


ରାଧା ଏବେ ଠିକ ହୋଇଗଲା। ତାର ସେ ସବୁ କଥା ଆଉ ମନେ ବି ନ ଥିଲା। ଏବେ ପ୍ରମୋଦ ବାବୁଙ୍କ ପରିବାର ହସ ଖୁସିରେ ପରିପୂର୍ଣ୍ଣ। ହେଲେ ରାଶି ଙ୍କ ମନରେ ଗୋଟିଏ ହିଁ ଡର ଆଗକୁ ଆହୁରି କଣ ବିଘ୍ନ ଆସିବ। ଭୋଳା ନନା ଙ୍କ କହିବା ଅନୁସାରେ ଶ୍ରୀ ସମସ୍ତଙ୍କୁ ବହୁତ ଖୁସି ଦେବ। ହେଲେ ତା ଜୀବନରେ ନାନା ବିଘ୍ନ ଆସିବ। ତଥାପି ଶ୍ରୀକୁ ପାଇ ସବୁ ବହୁତ ଖୁସି। ଏ କଥା କିନ୍ତୁ ରାଶିଙ୍କ ଭାଉଜ ଲିସା ସହି ପାରୁ ନ ଥିଲେ। କାରଣ ସେ ଶ୍ରୀକୁ ନିଜର ବୋଲି ଗ୍ରହଣ କରି ପାରୁ ନ ଥିଲେ। ଆଉ ଶ୍ରୀ ଆଡକୁ ଖରାପ ଶକ୍ତି ଆକର୍ଷିତ ହେବା କଥାକୁ ନେଇ ସେ ଭୟଭୀତ ରହୁ ଥାଆନ୍ତି। 


ଇତି ମଧ୍ୟରେ ଦୁଇ ବିତି ଗଲାଣି। ଶ୍ରୀ ରାଶିର ଜୀବନ ହୋଇ ଗଲାଣି। ହଠାତ୍ ରାଶି ଦିନେ ପୂଜା କରୁ କରୁ ଅଚେତ ହୋଇ ଗଲେ। ଡାକ୍ତରାଣୀ ଘରକୁ ଆସି ଖୁସି ଖବର ଦେଲେ ଯେ ରାଶି ମାଆ ହେବାକୁ ଯାଉଛନ୍ତି। ଘରେ ହସ ଖୁସିର ସମାହାର। 


ଲିସାର ଭଉଣୀ ନିଶା ଆସିଲେ। ନିଶା ସ୍ୱାମୀକୁ ହରାଇବା ପରେ ଏବେ ପୁରା ଏକୁଟିଆ। ଭଉଣୀ ଲିସା ଘରକୁ ଆସିଛନ୍ତି ନିଜ ମନର ଦୁଃଖ ଭୁଲିବାକୁ। ହସଖୁସିର ପରିବାର ମଧ୍ୟରେ ସେ ରହିଲେ କାଳେ ନିଜ ଦୁଃଖକୁ ଭୁଲି ଯିବେ ଭାବି ଲିସା ନିଶା ଙ୍କୁ ଡାକି ଥିଲେ। 


ନିଶା ଘରେ ପ୍ରବେଶ କରୁ କରୁ ପ୍ରଥମେ ତାଙ୍କର ଦେଖା ପ୍ରମୋଦ ଙ୍କ ସହ ହେଲା। ପ୍ରମୋଦ ଅଫିସ ପାଇଁ ବାହାରି ତର ତର ହୋଇ ଯାଉଥିବା ସମୟରେ ନିଶା ସହ କୁଟି ହେଲେ। ନିଶା ପଡି ଯାଉ ଥିବା ସମୟରେ ପ୍ରମୋଦ ତାଙ୍କୁ ଧରି ଅଟକାଇ ଦେଲେ। 


ପ୍ରମୋଦ ନିଶାଙ୍କୁ ଦେଖି ହସି କହିଲେ ଭାଉଜ ଭିତରେ ଅଛନ୍ତି। ତୁମେ ଭିତରକୁ ଯାଅ। ମୁଁ ଅଫିସ କାମରେ ବାହାରକୁ ଯାଉଛି। 


ପଛ ପଟୁ ଶ୍ରୀ ବାପା ବାପା କହି ଦୌଡି ଆସୁ ଥିବା ସମୟରେ ହଠାତ ନିଶାକୁ ଦେଖି ଡରି କାନ୍ଦିବାକୁ ଲାଗିଲା। ପ୍ରମୋଦ ବାବୁ ତାକୁ ଯେତେ ଚୁପ କରିବାକୁ ଚେଷ୍ଟା କଲେ, ହେଲେ ସେ ଚୁପ ହୋଇଲା ନାହିଁ। ଶେଷରେ ତାକୁ ଗାଡିରେ ବୁଲାଇବାକୁ ନେଇଗଲେ। 


ନିଶାକୁ ଦେଖି ଲିସା ଖୁସି ହୋଇ ଗଲେ। ନିଶା ରାଶିଙ୍କୁ ଯାଇ ଦେଖା କରିଲେ ଆଉ ଜାଣିବାକୁ ପାଇଲେ ଯେ ରାଶି ମାଆ ହେବାକୁ ଯାଉଛନ୍ତି। ସେ ତାଙ୍କୁ ଶୁଭେଚ୍ଛା ଜଣାଇଲେ। 


କିଛି ସମୟ ପରେ ଶ୍ରୀକୁ ନେଇ ପ୍ରମୋଦ ଆସିଲେ। 


ଶ୍ରୀ ରାଶି ପାଖରେ ଯାଇ ଗେହ୍ଲ ହେଉ ଥାଏ। ନିଶା ଶ୍ରୀ ହାତରେ ତ୍ରିଶୂଳ ଚିହ୍ନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଭଉଣୀ ଲିସାଙ୍କୁ ସେ ବିଷୟରେ ପଚାରି ସବୁ କଥା ଜାଣିଲେ। 


ତାପର ଠାରୁ ନିଶା ଶ୍ରୀକୁ ଦେଖି ବିଚଳିତ ହେଲେ। ସେ ସବୁବେଳେ ଲିସାଙ୍କୁ କହିଲେ ଗୋଟିଏ ଚାକରାଣୀର ଝିଅକୁ ଏ ଘରର ଝିଅ ଭାବରେ କେମିତି ତୁମେ ଗ୍ରହଣ କରିଛ ଯେ। ପୁଣି ତାର ଜୀବନରେ ନାନା ବିଘ୍ନ ଆସି ପାରେ! ତା ସହ ଆମ ଜିତୁ ଓ ସିଆର ଯଦି କିଛି ଅସୁବିଧା ହୁଏ ତ। 


ଲିସା ଏବେ ଚିନ୍ତିତ। ଦିନେ କଥା କଥାରେ ସେ ରାଶିଙ୍କୁ କହିଲେ ମୋତେ କେବଳ ଏତିକି ଡର ଯେ ଶ୍ରୀ ପାଇଁ ତୁମ ଉପରେ କି ତୁମ ଗର୍ଭରେ ଥିବା ଛୁଆ ଉପରେ କିଛି ବିପଦ ନ ଆସୁ? 


ରାଶି : ଏ କଣ କହୁଛ ଭାଉଜ? 


ଲିସା : ଶ୍ରୀ ଆଡକୁ ଖରାପ ଶକ୍ତି ଆକର୍ଷିତ ହେବେ। ତୁମେ ଗର୍ଭବତୀ ଅଛ। ଯଦି ତୁମ ଆଡକୁ ତା ପ୍ରତି ଥିବା ବିପଦ ଆସେ ତେବେ ତୁମ ଗର୍ଭରେ ଥିବା ସନ୍ତାନର ଅବସ୍ଥା କଣ ହେବ ଯେ! 


ଏମିତି କଥା ହେଉ ଥିବା ସମୟରେ ହଠାତ ଗୋଟିଏ ପାରା ରାଶିଙ୍କ ରୁମ ଭିତରକୁ ପ୍ରବେଶ କରି ପଙ୍ଖାରେ କଟି ଗଲା। ରାଶି ଉପରେ ରକ୍ତର ଛିଟା ପଡିଲା। ରାଶି ଡରି ଗଲେ। 


ଲିସା କହିଲେ ମୋତେ କିଛି ଠିକ ଲାଗୁ ନାହିଁ। ଏ ତ ଅଶୁଭ ସଙ୍କେତ। 


ରାଶିଙ୍କ ଦେହ ଆଦୌ ଭଲ ଲାଗିଲା ନାହିଁ। ସନ୍ଧ୍ୟା ସମୟରେ ଡାକ୍ତରଖାନା ଗଲେ। ଯାହା ହେଉ ସବୁ ଠିକ ଥିଲା। ସେ ଜାଣିବାକୁ ପାଇଲେ ଯେ ତାଙ୍କରେ ଗର୍ଭରେ ଦୁଇଟି ଭୃଣ ଅଛି। ଏ କଥା ଶୁଣି ରାଶି ବହୁତ ଖୁସି ହେଉ ଥାଆନ୍ତି। ହେଲେ ମନେ ମନେ ଶ୍ରୀ ବିଷୟରେ ଲିସା କହି ଥିବା କଥାକୁ ଭାବୁ ଥାନ୍ତି। 


ରାତିରେ ଶୋଇ ଥାଆନ୍ତି। ସ୍ୱପ୍ନରେ ଦେଖିଲେ ଯେ ଗୋଟିଏ ପିଶାଚିନୀ ଶ୍ରୀ ପାଖରେ ଛିଡ଼ା ହୋଇଛି। ଚମକି ଉଠି ପଡିଲେ ରାଶି। ଶ୍ରୀ ଶୋଇ ଥାଏ। ଝାଳରେ ଜୁଡୁବୁଡୁ ରାଶି। ପାଣି ପିଇ ଶୋଇ ଗଲେ। ତାପର ଦିନ ସକାଳୁ ପ୍ରମୋଦ ଅଫିସ କାମରେ ବାହାରକୁ ଯାଇଥାଆନ୍ତି। ଡେରିରେ ଫେରିବେ ବୋଲି କହିଥିଲେ। ରାତି ଏଗାରଟା ହେଲାଣି। ସବୁ ଶୋଇ ଯାଇଥାଆନ୍ତି। ବର୍ଷା ଜୋରରେ ହେଉ ଥାଏ। ରାଶି ପ୍ରମୋଦ ଙ୍କୁ ଫୋନ କଲେ। ପ୍ରମୋଦ କହିଲେ ଗାଡି ଖରାପ ହୋଇଛି। ପହଞ୍ଚିବାକୁ ଟିକିଏ ଡେରି ହେବ। ବିଜୁଳି ଚାଲି ଯାଇ ଥାଏ। ଅନ୍ଧାରରେ ବସି ଥାଆନ୍ତି ରାଶି। ଶ୍ରୀ ବି ଟିକେ ପରେ ଟିକେ କାନ୍ଦୁ ଥାଏ। ରାଶି ଶ୍ରୀକୁ ବୋତଲରେ କ୍ଷୀର ପିଆଉ ପିଆଉ ତାଙ୍କ ଆଖି ଲାଗି ଯାଇ ଥାଏ। 


ହଠାତ ତାଙ୍କ ରୁମର କବାଟଟି ଖୋଲିଲା। ରାଶିଙ୍କୁ ଲାଗିଲା ପ୍ରମୋଦ ଆସିଲେ। ଉଠି ଦେଖିଲେ କେହି ନାହାଁନ୍ତି। ହେଲେ କେହି ଜଣେ ରୁମ ସାମ୍ନା ଦେଇ ଗଲେ। ରାଶି କିଏ କିଏ ପଚାରିଲେ। ହେଲେ କାହାରି କଥା ଶୁଣା ଗଲା ନାହିଁ। 


ରାଶି ଡରି ଯାଇ କବାଟକୁ ଆଉଜି ଦେଇ ବାଥରୁମ ଗଲେ। ବାଥରୁମରୁ ବାହାରି ଦେଖିଲେ ଯେ ଗୋଟିଏ ସ୍ତ୍ରୀ ଲୋକ ତାଙ୍କ ରୁମରୁ ବାହାରକୁ ଗଲା। ଆଉ ମାଟିର ପାଦ ଚିହ୍ନ ବି ଖଟ ପାଖରେ ଅଛି। ରାଶି ଜୋରରେ ଚଳାଇବାକୁ ଲାଗିଲେ। ପାଟି ଶୁଣି ଲିସା ଓ ନିଶା ଦୌଡି ଆସିଲେ।


ରାଶିଙ୍କ ଠାରୁ ସବୁ ଶୁଣିଲେ। 


ନିଶା କହିଲେ ଦିଦି ସେ ମିନିର ଅତୃପ୍ତ ଆତ୍ମା ଆଉ ଆସି ନ ଥିଲା ତ..... ନା ଆଉ କୌଣସି ଖରାପ ଶକ୍ତି? 


ଲିସା କହିଲେ ହଁ ନିଶା ଏ ଦୁଇଟା ଭିତରୁ ଗୋଟିଏ ହୋଇ ଥିବ। 


ସେହି ସମୟରେ ପ୍ରମୋଦ ବାବୁ ଘରର ଚାବି ଖୋଲି ଭିତରକୁ ଆସିଲେ। ସେ ଦେଖିଲେ ରାଶି, ଲିସା, ନିଶା ସଫାରେ ବସିଛନ୍ତି। ରାଶି ଭୟରେ ଥରୁଛନ୍ତି। 


ଲିସାଙ୍କ ଠାରୁ ପ୍ରମୋଦ ସବୁ ଶୁଣିଲେ। ପ୍ରମୋଦ ବାବୁ କହିଲେ ଏ ସବୁ ମନର ଧାରଣା। 


ଠିକ ସେହି ସମୟରେ ଶ୍ରୀ ଜୋରରେ କାନ୍ଦିଲା। ପ୍ରମୋଦ ଶ୍ରୀର କାନ୍ଦ ଶୁଣି କହିଲେ ରାଶି ତୁମେ ଆମ ଛୁଆକୁ ଏକୁଟିଆ ଛାଡିଲ କେମିତି? ଯାଅ ତା ପାଖକୁ। 


ରାଶି ଭୟରେ କହିଲେ ତା ପାଖରେ ପୁଣି ମିନିର ଆତ୍ମା କି ଆଉ କିଛି ଖରାପ ଶକ୍ତି ଅଛି। 


ପ୍ରମୋଦ କହିଲେ ପୁଣି ସେ ସବୁ କଥା। ଆମ ଶ୍ରୀ ପାଖରେ କିଛି ଖରାପ ଶକ୍ତି ନାହିଁ। 


ରାଶି ଦେଖିବ ଯାଅ ଆମ ରୁମରେ ମାଟି ପାଦ ଚିହ୍ନ ଅଛି। 


ପ୍ରମୋଦ କହିଲେ ହଉ ଚାଲ ଦେଖିବା କଣ ହେଇଛି?


ରାଶି ଯିବା ପାଇଁ ଚାହୁଁ ନ ଥିଲେ। ହେଲେ ପ୍ରମୋଦ ଜିଦ କରି ରାଶିଙ୍କୁ ନେଇ ଗଲେ। ହେଲେ ସେଠାରେ କିଛି ପାଦ ଚିହ୍ନ ନ ଥିଲା। ଏହା ଦେଖି ପ୍ରମୋଦ ବାବୁ କହିଲେ ରାଶି ଏ ସବୁ ତୁମ ମନର ଭ୍ରମ। ଏଠି କିଛି ନାହିଁ। 


ପ୍ରମୋଦ ଶ୍ରୀକୁ ନେଇ ଚୁପ କରାଇଲେ। ରାଶି ଡରି ଯାଇ ଚୁପ କି ଶୋଇ ପଡିଲେ। ସେ କିଛି ବୁଝି ପାରୁ ନ ଥାଆନ୍ତି କଣ ସବୁ ହେଉଛି। 


ତାପର ଦିନ ସକାଳୁ ରାଶି ଉଠିଲା ବେଳକୁ ଦେଖିଲେ ଶ୍ରୀ ତାଙ୍କ ପାଖରେ ବସି ଖେଳୁଛି। ମମା ମମା କହି ତାଙ୍କ ମୁହଁରେ ହାତ ମାରୁଛି। ରାଶି ଶ୍ରୀକୁ ଖୁସିରେ ଜାବୁଡି ଧରି ଗେହ୍ଲ କଲେ ଏବଂ ଭାବିଲେ ଯେ ରାତିର ଘଟଣା ବୋଧେ ତାଙ୍କର ଭ୍ରମ। 


ରାଶି ତାଙ୍କ ମାଆ ସୁଜାତା ଦେବୀଙ୍କୁ ସବୁ କଥା କହିଲେ। ତାଙ୍କ ମାଆ କହିଲେ ଏ ସବୁ ତୋ ମନର ଧାରଣା। 


ଗର୍ଭବତୀ ଥିବା ସମୟରେ ଏମିତି କଥା ମନକୁ ଆସେ ବୋଲି ସୁଜାତା ଦେବୀ କହିଲେ। ରାଶି ମଧ୍ୟ ହଁ ମାରିଲେ। ହେଲେ ମନେ ମନେ ରାତିର କଥା ଭାବୁ ଥାନ୍ତି। ସୁଜାତା ଦେବୀ ସେ ବିଷୟରେ ଭାବିବା ପାଇଁ ମନା କରି କହିଲେ ଯେ ଏମିତି ଭାବିଲେ ଗର୍ଭରେ ଥିବା ଦୁଇ ଛୁଆଙ୍କ ପାଇଁ ଖରାପ। ରାଶି ଶ୍ରୀକୁ ନେଇ ନିଜ ରୁମକୁ ଗଲେ। 


( ଏ ସବୁ ସତରେ ରାଶିଙ୍କ ମନର ଭ୍ରମ ନା ସତରେ କିଛି ଖରାପ ଶକ୍ତି କି ମିନିର ଆତ୍ମା ଏ ଯାଏଁ ଅଛି ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତର " କାହାଣୀର ଆଗାମୀ ଅଧ୍ୟାୟ ପଢନ୍ତୁ) 


କ୍ରମଶଃ.....।



Rate this content
Log in

Similar oriya story from Horror