ଜନ୍ମ ଜନ୍ମାନ୍ତର: 10
ଜନ୍ମ ଜନ୍ମାନ୍ତର: 10
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ " ଜନ୍ମ ଜନ୍ମାନ୍ତର " ର ପୂର୍ବ ଅଧ୍ୟାୟ ଗୁଡିକୁ ଦୟା କରି ଭଲ ଭାବରେ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ଘରେ ସବୁ ଜାଣି ଗଲେ ଯେ ରାଧା ଶରୀରରେ ଅତୃପ୍ତ ଆତ୍ମା ଅଛି। ଭୋଳା ନନା ଏହାର ପ୍ରତିକାର କହିଲେ।
ତାପରେ :
ଭୋଳା ନନା ଙ୍କ କହିବା ପ୍ରତିକାର ଅନୁଯାୟୀ ପୂଜାର ବ୍ୟବସ୍ଥା କରାଗଲା। ଶ୍ରୀକୁ ତଳେ ଶୁଆଇ ପୂଜା ହେଲେ। ରାଧାକୁ ଖଟରେ ବନ୍ଧା ହୋଇଥାଏ।
ପୂଜା ଆରମ୍ଭ ହେଲା। ସେହି ସମୟରେ ହଠାତ୍ ଜୋରରେ ପବନ ବହିଲା। ଲାଇଟ ସବୁ ଆପେ ଆପେ ଅନ୍ ଅଫ୍ ହେଉ ଥିଲା।ସେହି ସମୟରେ ସବୁ ବିକଟାଳ ଭୟଙ୍କର ଶବ୍ଦ ଶୁଣା ଯାଉ ଥାଏ।
ରାଧା ଧିର କି ଶୋଇ ଥାଏ। ହଠାତ ଶ୍ରୀ ଖାଇବା ପାଇଁ କାନ୍ଦିଲା। ରାଶି ଖାଇବା ଦେବା ପାଇଁ ଗଲା ବେଳକୁ ଭୋଳା ନନା ମନା କଲେ। ଶ୍ରୀ ଜୋରରେ କାନ୍ଦୁ ଥାଏ।
ସେହି ସମୟରେ ରାଧା ଆଖି ଖୋଲିଲା। ତା ମୁହଁର ଭୟଙ୍କର ରୂପ ଦେଖି ଘରେ ସମସ୍ତେ ଭୟଭୀତ ହୋଇ ଗଲେ। ଆଖି ତାର ଲାଲ। ପାଟିରୁ ରକ୍ତ ବହୁ ଥାଏ। ସେ ଚିତ୍କାର କରି କହୁ ଥାଏ ମୋତେ ଛାଡି ଦିଅ ନ ହେଲେ ଭଲ ହେବ ନାହିଁ। ମୁଁ ମୋ ଝିଅ ବିନା ରହି ପାରିବି ନାହିଁ। ମୋ ମୃତ୍ୟୁର କାରଣ ଏଇ ପରିବାର। ମୋ ଝିଅ ମୋତେ ଚିହ୍ନି ଗଲେ ମୁଁ ମୋ ଝିଅକୁ ମୋ ସାଙ୍ଗରେ ନେଇ ଯିବି। ଆମେ ମାଆ ଝିଅ ଖୁସିରେ ରହିବା। ତୁମେମାନେ ମୋତେ ଏମିତି କ'ଣ ପାଇଁ ବାନ୍ଧି ରଖିଛ। ମୋ ଝିଅ କାନ୍ଦୁଛି।
ଭୋଳା ନନା : ତୁ ତାହା ହେଲେ ମିନି।
ରାଧା ଦେହରେ ଥିବା ଅତୃପ୍ତ ଆତ୍ମା କହିଲା ହଁ ମୁଁ ମିନି। ଯାହା ର ଆଜି ଏ ସବୁ ଅବସ୍ଥା ପ୍ରମୋଦ ବାବୁ ଓ ତାଙ୍କ ବଂଶର ଲୋକଙ୍କ ପାଇଁ ।
ଭୋଳା ନନା : ମିନି ତୁ ଅଣ ପାଇଁ ତୋ ଝିଅକୁ ତୋ ସହ ନେଇ ଯିବାକୁ ଚାହୁଁଛୁ।ତୁ ତାକୁ ତୋ ସହ ନେବୁ ମାନେ ହେଉଛି ତୁ ତାକୁ ମାରି ଦେବୁ।
ମିନି ହା ହା ମାରି ହସି କହିଲା ହଁ। ତାକୁ ବି ଆଉ......। ମିନି ଚୁପ ହୋଇ ଗଲା।
ପ୍ରମୋଦ ବାବୁ : ମିନି ଆଉ କଣ କହ। କାହିଁକି ତୁ ଆମ ଶ୍ରୀକୁ ଆମ ଠାରୁ ଦୁରେଇ ନେବାକୁ ଚାହୁଁଛୁ।
ମିନିର ଆତ୍ମା : ଶ୍ରୀ ତ ମୋ ଝିଅ। ଆପଣଙ୍କ ଝିଅ ସେ କେବେ ହେଲା ? କେବଳ ଆପଣମାନେ ଆପଣଙ୍କ ଭୂଲକୁ ଲୁଚାଇବାକୁ ଯାଇ ଶ୍ରୀକୁ ନିଜ ପାଖରେ ରଖିଛ।
ରାଶି : ନା ମିନି। ଶ୍ରୀ ମୋ ଝିଅ । ଆମେ ଦୋଷ ଘୋଡାଇବା ପାଇଁ ରଖି ନାହୁଁ।
ମିନିର ଆତ୍ମା ରାଧା ଶରୀରରେ ରହି ରାଧାକୁ କଷ୍ଟ ଦେବାକୁ ଲାଗିଲା। ରଧା ବି ବଞ୍ଚାଅ ବଞ୍ଚାଅ ପାଟି ବେଳେ ବେଳେ କରୁ ଥାଏ।
ଏ ସବୁ ଦେଖି ସମସ୍ତେ ଭୟଭୀତ ହୋଇ ଗଲେ। ଡରରେ କାନ୍ଦିବାକୁ ଲାଗିଲେ।
ସେପଟେ ଶ୍ରୀ କାନ୍ଦି କାନ୍ଦି ରାହା ଧରି ଗଲା। ଶେଷରେ ମିନି ରାଗି ଯାଇ ନିଜ ଶକ୍ତି ବଳରେ ରାଧା ଦେହରୁ ବନ୍ଧନ ଖସାଇ ଦେଲା ଏବଂ ଦୌଡି ଯାଇ ଶ୍ରୀକୁ ଧରିଲା। ରାଶି ଯେତେବେଳେ ଶ୍ରୀ କୁ ଧରିବା ପାଇଁ ଗଲେ ମିନି ର ଆତ୍ମା ତାଙ୍କୁ ଜୋରରେ ଜାବୁଡା ମାରିଲା। ଆଉ ତା ପାଟି ବାଟେ ପବନ ବାହାରିଲା। ପୂଜାର ଯଜ୍ଞ ବନ୍ଦ ହୋଇ ଗଲା। ଚାରି ଆଡେ ଧୂଆଁ ଧୂଆଁ ହୋଇ ଗଲା।
ସମସ୍ତେ ଖୁଁ ଖୁଁ ହୋଇ କାଶିବାକୁ ଲାଗିଲେ। କିଛି ସମୟ ପରେ ଦେଖିଲେ ଯେ ରାଧା ଶ୍ରୀ ସହ ସେଠାରେ ନ ଥିଲା। ସବୁ ରାଧା ଓ ଶ୍ରୀକୁ ଖୋଜିବାରେ ଲାଗିଲେ।
ସେଠାରେ ଭୋଳା ନନା ବି ନ ଥିଲେ। ଖୋଜୁ ଖୋଜୁ ସେମାନେ ଦେଖିଲେ ଯେ ରାଧା ଦେହରେ ଥିବା ମିନି ର ଆତ୍ମା ଶ୍ରୀ କୁ ନେଇ ବାଡିରେ ଥିବା ନିମ ଗଛରେ ବସିଛି।
ଆଉ ମିନିର ଆତ୍ମା କହୁଛି ମୁଁ ଶ୍ରୀକୁ ନେଇ ଏଠାରୁ ପଳାଇବି। ମୋତେ ଛାଡି ଦିଅ। ନ ହେଲେ ଏବେ ମୁଁ ରାଧାକୁ ମାରି ଦେବି।
ମିନିର ଆତ୍ମା ରାଧା ଦେହରେ ରହି ରାଧା ବେକକୁ ଯାକି ଧରି ଥାଏ। ରାଧାର ବେଳେ ବେଳେ ଚିତ୍କାର ଶୁଣା ଯାଉ ଥାଏ।
ଶ୍ରୀ ଆଉ ହଳଚଳ ହେଉ ନ ଥାଏ। ସବୁ ଡରି ଗଲେ ଶ୍ରୀର କଣ ହେଲା। ମିନିର ଆତ୍ମା କଣା ଶ୍ରୀ ସହ...... କହୁ କହୁ ରାଶି ଅଟକି ଗଲେ ଏବଂ ନେହୁରା ହୋଇ ମିନର ଆତ୍ମା କୁ କହିଲେ ମିନି ଶ୍ରୀକୁ ଛାଡି ଦେ। ମୁଁ ତାର ମାଆ ହୋଇ ରହିବି। ତାର ବହୁତ ଯତ୍ନ ନେବି । ତୁ ମାଆ ହୋଇ କେମିତି ତୋ ଛୁଆ କୁ ମାରିବୁ କହୁଛୁ?
ହେଲେ ମିନିର ଆତ୍ମା କିଛି ଶୁଣିବାକୁ ନାରାଜ। ମିନି ଆତ୍ମାରେ ଭୟଭୀତ ହୋଇ ସବୁ ମିନିକୁ ଛାଡି ଦେଲେ। ମିନିର ଆତ୍ମା ରାଧା ଶରୀରରେ ରହି ଶ୍ରୀକୁ ନେଇ ଯାଉ ଥାଏ। ଠିକ୍ ଏତିକିବେଳେ ସେଇ ନିମ ଗଛର ପଛ ପଟୁ ଭୋଳା ନନା ବାହାରି ମିନି ର ଆତ୍ମା କୁ ଅଟକାଇଲେ। ମନ୍ତ୍ର ପାଣି ଆଣି ଛିଞ୍ଚି ଦେବାରୁ ମିନିର ଆତ୍ମା ରାଧା ଶରୀରରେ ରହି ଚିତ୍କାର କରିବାକୁ ଲାଗିଲା । ସେ ରାଧା ଶରୀରକୁ ଆଞ୍ଚୁଡି ରକ୍ତାକ୍ତ କରି ଦେଲା। ଭୋଳା ନନା ରାଧା ଶରୀର ଆଉ ନିମ ଗଛର ଚାରିପଟେ ଲକ୍ଷ୍ମଣ ରେଖା ଟାଣି ଦେଲେ।
ମିନି ରାଧା ଶରୀରରେ ରହି ଆଉ ବାହାରକୁ ଯାଇ ପାରିଲା ନାହିଁ। ଶେଷରେ ସେ ବାହାରକୁ ଯିବା ପାଇଁ ରାଧା ଶରୀର ଛାଡିବା ମାତ୍ରକେ ଭୋଳା ନନା ରାଧା ଓ ଶ୍ରୀକୁ ବାହାରକୁ ଟାଣି ଆଣିଲେ ଏବଂ ମିନିର ଆତ୍ମା ରାଧା ଶରୀର ବିନା ସେଇ ଗୋଲ ଲକ୍ଷ୍ମଣ ରେଖା ମଧ୍ୟରେ ରହି ଗଲା।
ଭୋଳା ନନା ପୂଜା କରିବାକୁ ଲାଗିଲେ ଏବଂ ମିନିକୁ କହିଲେ ତୋର କେବଳ ତୋ ଝିଅକୁ ନେବା ଉଦ୍ଦେଶ୍ୟ ନାହିଁ ବରଂ ତୋର ଆଉ ଗୋଟିଏ ବଡ ଉଦ୍ଦେଶ୍ୟ ଅଛି। ତେଣୁ ତୁ ଏତେ ଶକ୍ତିଶାଳୀ ହୋଇ ଯାଇଛୁ। କହ ତୋର ଉଦ୍ଦେଶ୍ୟ କ'ଣ ?
ମିନି : ନା ମୁଁ କହିବି ନାହିଁ । ଏଇଠି କେହି ଭଲ ନୁହଁନ୍ତି। ପ୍ରଥମେ ମୋ ସହ ଖରାପ ବ୍ୟବହାର, ତାପରେ ମୋର ବଳାତ୍କାର ଆଉ ଶେଷରେ ମୋତେ ମାରି ଦିଆ ଗଲା। ମୋ ସହ ଏ ସବୁ କ'ଣ ପାଇଁ ନନା କୁହ ?
ଭୋଳା ନନା : ଯାହା ହୋଇଛି ତୋ ସହ ଖରାପ ହୋଇଛି। ମୁଁ ଜାଣି ମଧ୍ୟ ତୋର କିଛି ସାହାଯ୍ୟ କରି ପାରିଲି ନାହିଁ କି କରି ବି ପାରିବି ନାହିଁ। ଆଉ ତୋର ମୃତ୍ୟୁ ଗୋଟିଏ ଦୁର୍ଘଟଣା ଆଉ କିଛି ନୁହେଁ।
ମିନିର ଆତ୍ମା : ମୋ ସହ ଏ ସବୁ କାହଁକି?
ଭୋଳା ନନା : ଏ ସବୁ ତୋ ସହ କଣ ପାଇଁ ହେଲା ମୁଁ ତ ତାର କାରଣ ଜାଣି ନାହିଁ। ହୁଏ ତ ଏ ସବୁ ତୋର ପୂର୍ବ ଜନ୍ମର କର୍ମଫଳ କି ଏ ଏ ଜନ୍ମର। ତୁ କହ ତୋର ଆଉ ଗୋଟିଏ ଉଦ୍ଦେଶ୍ୟ କ'ଣ ?
ମିନିର ଆତ୍ମା ଜୋରରେ ହସି କହିଲା ନା କେବେ ନୁହେଁ..... ମୁଁ କାହାକୁ କହିବି ନାହିଁ।
ସକାଳ ହୋଇ ଗଲେ ମିନିର ଆତ୍ମା ଗାଏବ ହୋଇ ଯିବ। ହେଲେ ସେ ତ କିଛି କହୁ ନାହିଁ। ବହୁତ ଚେଷ୍ଟା କରି ମଧ୍ୟ ଭୋଳା ନନା ଆଉ ପାରିଲେ ନାହିଁ। ଶେଷରେ ସେ ବାଧ୍ୟ ହୋଇ ମିନିର ଆତ୍ମାକୁ ବନ୍ଦୀ କରିବା ପାଇଁ ମନ୍ତ୍ର ଜପିଲେ।
ମିନି ଚିତ୍କାର କରୁ ଥାଏ। ସେ କହୁ ଥାଏ ନା ନନା ସେମିତି କରନ୍ତୁ ନାହିଁ। ମୋତେ ଛାଡି ଦିଅ। ମୋ ଅତୃପ୍ତ ଆତ୍ମା ର ଉଦ୍ଦେଶ୍ୟ ପୂରଣ କରିବାକୁ ଦିଅ।
ଭୋଳା ନନା ଉଦ୍ଦେଶ୍ୟ ପଚାରିବାରୁ କିଛି କହୁ ନ ଥାଏ।
ଭୋଳା ନନା ତା ଆତ୍ମା କୁ ସେଇ ନିମ ଗଛରେ ବନ୍ଦୀ କରିବା ପାଇଁ ପୂଜା ଚଳାଇ ଥାନ୍ତି।
ଆ.... ଆ.... ଆ.... ଏମିତି ଚିତ୍କାର କରୁ ଥାଏ ମିନି। ସମସ୍ତଙ୍କୁ ଲାଗୁ ଥାଏ ଯେମିତି କାନ ଫାଟି ଯିବ। ଆଉ ମିନି କହୁ ଥାଏ ମୁଁ ଦିନେ ନା ଦିନେ ଫେରିବି ମୋ ଅତୃପ୍ତ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ।
ମିନିର ବିକଟାଳ ରୂପ ଓ ଚିତ୍କାରରେ ଭୋଳା ନନାଙ୍କୁ ଛାଡି ଦେଇ ସବୁ ଆଖି ଓ କାନ ବନ୍ଦ କରି ଦେଲେ।
କିଛି ସମୟ ପରେ ସବୁ ଶୁନଶାନ ଲାଗିଲା। ସମସ୍ତେ ଆଖି ଖୋଲି ଦେଖିଲେ ଯେ ଭୋଳା ନାନା ସେ ନିମ ଗଛ ମୂଳରେ ଗୋଟିଏ ତ୍ରିଶୂଳ ପୋତି ଦେଲେ ଏବଂ ଗୋଟିଏ ମନ୍ତ୍ରିତ ରକ୍ଷା କବଚ ବାନ୍ଧି ଦେଲେ।
ରାଶି ଶ୍ରୀ ଠିକ ଅଛି ଦେଖି ତାକୁ କୋଳକୁ ନେଇ ଗେହ୍ଲରେ କାନ୍ଦୁ ଥାଆନ୍ତି।
ଭୋଳା ନନା କହିଲେ ମୁଁ ମିନିର ଆତ୍ମା କୁ ମୁକ୍ତି କରି ପାରିବି ନାହିଁ। ସେ ଏବେ ଗୋଟିଏ ରକ୍ତମୁଖା ପିଶାଚୁଣୀ। ମୁଁ ତାକୁ ଏ ନିମ ଗଛରେ ବାନ୍ଧିଛି। ମନେ ରଖ ଏ ତ୍ରିଶୂଳ ଏଠାରୁ ଯେମିତି କଢା ନ ଯାଏ କି ଏ ମନ୍ତ୍ରିତ ରକ୍ଷା କବଚ ଏ ଗଛରୁ ଖୋଲା ନ ଯାଉ।ଏମିତି ନ ହେଲେ ସେ ଏ ବନ୍ଧନ ରୁ ମୁକ୍ତି ହୋଇ ପ୍ରଳୟ ଆଣିବ। ଶ୍ରୀ ଆଉ ଆପଣଙ୍କ ପରିବାର ପାଇଁ ବିପଦପୂର୍ଣ୍ଣ ହେବ। ଆଉ ଗୋଟିଏ କଥା ଶ୍ରୀ ଯେମିତି ଏ ନିମ ଗଛ ପାଖକୁ କେବେ ନ ଆସୁ କି ଏ ଗଛର ପତ୍ର କେବେ ନ ଖାଉ। ନ ହେଲେ ଅନର୍ଥ ହେବ।
ରାଶି ଓ ପ୍ରମୋଦ ବାବୁ ହଁ ମାରିଲେ।
ରାଧାର ଚେତା ଫେରି ଆସିଲା।
ପ୍ରମୋଦ ବାବୁ କିଛି ସମୟ ପରେ ପଚାରିଲେ ବାବା କଣ ଅନର୍ଥ?
ଭୋଳା ନାନା : ମୁଁ ବି ଠିକ୍ ରେ ଜାଣି ନାହିଁ। ଶ୍ରୀକୁ ସତର୍କ ସହ ରଖିବ। ସେ ଦେବାଂଶୀ। ତା ଜୀବନ ପ୍ରତି ଖରାପ ଶକ୍ତି ଆକର୍ଷଣ ହେବେ। ତା ଦ୍ୱାରା ସମାଜର ଉନ୍ନତି ହେବ। ହେଲେ ତା ସହ ବହୁତ ପ୍ରକାରର ବାଧା ବିଘ୍ନ ହେବ।
ଭୋଳା ନନା କହିଲେ ମୁଁ ଯାଏ। ଆଜି ସନ୍ଧ୍ୟାରେ ମନ୍ଦିରରେ ଯଜ୍ଞ ଅଛି।
ଭୋଳା ନାନା ପଳାଇଲେ। ରାଶି ଏବେ ଚିନ୍ତିତ ନନା ଙ୍କ କଥା ଶୁଣି ଯେ ଆହୁରି କଣ କଣ ବାଧା ବିଘ୍ନ ଶ୍ରୀ ଓ ଏ ଘରକୁ ଆସିବ।
( କଣ ସତରେ ମିନି ଏ ବନ୍ଧନ ରୁ ମୁକ୍ତି ପାଇ ଆସି ଅନର୍ଥ କରିବ.... ଶ୍ରୀ ଜୀବନରେ ଆଉ କଣ କଣ ବିପଦ ଆସିବ ଜାଣିବା ପାଇଁ " ଜନ୍ମ ଜନ୍ମାନ୍ତର " ଆଗାମୀ ଅଧ୍ୟାୟ ପଢନ୍ତୁ। )

