Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ଜନ୍ମ ଜାତକ

ଜନ୍ମ ଜାତକ

3 mins
271


ସଂସ୍କୃତି ଓ ପରମ୍ପରାକୁ ନେଇ ଜନ୍ମ କୁଣ୍ଡଳୀ ମୁଖ୍ୟ ଭୂମିକା ଲିଭାଏ । ଜନ୍ମ ପରେ ଅଭିଜ୍ଞ ଯୋଉତିଶ ତାଳପତ୍ର ରେ ଲେଖନୀ ରେ ଜନ୍ମ ଜାତକ ପ୍ରସ୍ତୁତ କରନ୍ତି । ନବ ଗ୍ରହଙ୍କ ଜନ୍ମ ବେଳେ ସ୍ଥିତି ନେଇ ବିଚାର କରାଯାଏ । ମେଶ ଠାରୁ ମୀନ କୁଣ୍ଡଳୀର ବାରଟି ଗୃହ । ଜନ୍ମ ଗୃହ ଲଗ୍ନ । ଯାହାକୁ ତନୁ ବା ଶରୀର ବିଚାର କରାଯାଏ । ତନୁ ବା ଲଗ୍ନଗୃହ ରେ ଚନ୍ଦ୍ର ଥିଲେ ପୁଅକି ଝିଅ ହେଉ ଗୋରା ଓ ସୁନ୍ଦର ରୂପ ଧାରଣ କରି ଜନ୍ମ ନିଏ । ସେଇପରି କର୍ମ, ଗୃହରେ ବୃହସ୍ପତି ରହିଥିଲେ ସେ ବ୍ୟକ୍ତି ପରିଶ୍ରମ କରି ବିପୁଳ ସମ୍ପତ୍ତିର ଅଧିକାରୀ ହୁଏ । ଜଣେ ବ୍ୟକ୍ତି ତାର ଜୀବନ ଯାତ୍ରାର ସୁଖ ଦୁଃଖ ପ୍ରେମ, ଧନ, ପରିବାର, ବଂଧୁ, ଭାଇ, ଯାହା ଯାହା ଆବଶ୍ୟକ ତାହା ବିଚାର କରେ ଜନ୍ମ ଜାତକ । କହିବାକୁ ଗଲେ ମଣିଷ ର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବିଚାର କରାଯାଏ ଜନ୍ମ ଜାତକ ଦେଖି । ସିଧା କଥାରେ ଜୀବନର ଦର୍ପଣ ଜନ୍ମ ଜାତକ । ଅଜୟ ସାର ନିଜ ଜନ୍ମ ଜାତକ ଦେଖଉଥିଲେ ଜଣେ ପ୍ରବୀଣ ଜୌତିଶ ଶାସ୍ତ୍ର ବିଶାରଦଙ୍କ ପାଖରେ । ସେ ବ୍ୟକ୍ତିଙ୍କ ନାମ ଦନାର୍ଦନ ମହାରଣା । ଯେକି ଅବସର ଗ୍ରହଣ କରି ଲୋକମାନଙ୍କ ହିତରେ ଗବେଷଣା ରତ । ଜାତକ ଦେଖି ସିଲଟ ଓ ଖଡ଼ି ଧରି କଷି ଚାଲିଲେ । ଲଗ୍ନ ବା ଜନ୍ମ ସମୟ ରୁ ମହାଦଶା ହିସାବ କରି ଅନ୍ତର ଦଶା ମାନ ଦେଖି ଚାଲିଲେ ।ଧରନ୍ତୁ ଜନ୍ମ ସମୟ ସକାଳ ପାଞ୍ଚଟା ପଞ୍ଚବନ ଲଗ୍ନ ଘରେ କେଉଁ ଗ୍ରହ ତାହା ପାଞ୍ଜି ରୁ ଦେଖି ବିଚାରକରାଯାଏ । ଲଗ୍ନ କେତେସମୟ ଭୋଗ କରିଛି ଅର୍ଥାତ ଜଣେ ବ୍ୟକ୍ତି ତୁଲା ଲଗ୍ନ ରେ ଜନ୍ମ ହୋଇ କେତେ ସମୟ ଭୋଗ କରିଛି ଦେଖି ମହାଦେଶ ବିଚାର କରି ବର୍ତ୍ତମାନ ବୟସ ପଯ୍ୟନ୍ତ ଗଣନା କରାଯାଏ । ଅଜୟ ସାର କଂ ଜାତକ ଦେଖି ସଫା ସଫା କହିଦେଲେ ବର୍ତମାନ ଚାଲିଛି ସନୀ ମହାଦଶା ରେ ଅନ୍ତର ଦଶା ବୃହସ୍ପତି ତିନିବର୍ଷ ପରେ ସନି ରେ ସନି ଅନ୍ତର ଦଶା ହେବ । ତେବେ ସନି ତୁମର ତୁଲା ଗୃହରେ ଅଛି । ଉଚ୍ଚରେ, ବେସି କ୍ଷତିକିଛି କରିବ ନାହିଁ ।କେବଳ ମାନସିକ ଅସ୍ତିର ଓ ମଳ ଦ୍ୱାର ରୋଗ ହେବ । ଅର୍ସ ମଳ କଣ୍ଟକ । ହଁ, ଟିକିଏ ହୁସିଆରୀ ଓ ସତର୍କ ହୋଇ ଚାଲିବ, ନଚେତ ଅନ୍ୟମନସ୍କ ହୋଇ ଦୁର୍ଘଟଣା ରେ ପଡିପାର । ଅଜୟ ବାବୁ କହିଲେ, ସାର ମତେ ଭୟ ଲାଗୁଚି, ବସ କିମ୍ବା ସ୍କୁଟର ରେ ଗଲେ ଦୃଘଟଣା ଭୟ ଲାଗୁଛି ।ହଁ ଠିକ କାରଣ ବର୍ତ୍ତମାନ ସନି ସପ୍ତା ଚାଲିଛି ଏହା ଗୋଚର ଫଳ ଆଉ ତିନିବର୍ଷ ରହିବ । ଟିକେ ହୁସିଆର ହେବ, କିଛି ବିଶେଷ ଅସୁବିଧାରେ ପକେଇଦେବେ ନାହି କାରଣ ତୁମେ ବ୍ରାହ୍ମଣ ହେଲେ ମନ ଅସ୍ତିର ରହିବ । ହଁ, ପ୍ରତିକାର ଅଛି, ରାଶି ତେଲରେ ଦୀପ ଦେଇ ଶନିବାର ଦିନ ସନୀକୁ ପୂଜା କରିବ । ଅଜୟ ସାର ଫେରିଲେ ଘରକୁ । ମନ ରେ ଭୟ । କାମ କରିବାକୁ ଇଚ୍ଛା ଲାଗୁନାହିଁ । ହଜମ ନହୋଇ ପେଟ ଗ୍ୟାସ । ନିଦ ସବୁବେଳେ ଲାଗୁଛି ,କାହାସହିତ ମିଶିବାକୁ ମନ ଚାହୁଁନି । ସମୟ କୁ ଅପେକ୍ଷା କରି ରହଲେ ଅଜୟ ସାର । ଆସ୍ତେ ଆସ୍ତେ ଜୀବନ ଯେମିତି ସଂକୀର୍ଣ୍ଣ ହୋଇଯାଉଛି । ମୃତ୍ୟୁ ଭୟ ସହିତ ଭୋକ କି ଶୋଷ ଲାଗୁନି । ଏପରିକି ରାସ୍ତାରେ ଗଲେ କିଏ ଯେମିତି ପଛରୁ ଅନୁକରଣ କରି ମାରିଦେବାପାଇ ଚକ୍ରାନ୍ତ କରୁଛି ।ସବୁ ଭୁଲିଯିବା ଓ ବୋକା ପରି ରହିବା ଘଟଣା ମାନ ଘଟିଚାଲିଛି । ଆରାଧନା ଓ ଯୋଗ, ପ୍ରାଣାୟମ କରି ବର୍ଷକ ପରେ ପରିସ୍ଥିତିର କିଞ୍ଚିତ ପରିବର୍ତନ ହେଲା । ଝିଅ ବିଭାଘର ପ୍ରସ୍ତାପ ଆସିଲା। ଅଜୟ ସାର ଏକା ଏକା ସମସ୍ତ ଦାଇତ୍ୱକୁ ହାତକୁ ନେଇ ଦିଲ୍ଲୀରେ ଝିଅ ବିଭାଘର କରିଆସିଲେ ।ତାଙ୍କ ସହ ନିଜ ପରିବାର ଓ ବଂଧୁ କେତେକ ଦିଲ୍ଲୀ ଯାଇ ସେଠାରେ ବିଭାଘର ଆଡମ୍ବର ସହ କରି ଫେରିଲେ । ଭଡା ଘରେ ରହି ଘରଟିଏ କରିବାକୁ ମନସ୍ତ କଲେବି ଅର୍ଥ ପ୍ରତିବନ୍ଧକ ପାଇଁ ଆଗୋଉନଥିଲେ । ଏପରିକି ତାଙ୍କ ପାଇଁ ବାଟ ଫିଟିଗଲା ପରି ଜଣେ ବ୍ୟକ୍ତିଙ୍କ କିଛି ଜାଗା କିଣିଲେ । ଚାକିରିରୁ ଅବସର ନେଇ ଯାହା ଟଙ୍କା କିଛି ପାଇଲେ ଓ ବ୍ୟାଙ୍କ ରୁ ଲୋନ କରି ଘରଟିଏ ଆରମ୍ବ କଲେ । ଘର ପ୍ରତିଷ୍ଠା ହେଲା ଘରେ ରହିଲେ । କେମିତି କଳା ବାଦଲ ଆକାଶରୁ ଉଭେଇଗଲା ତାହା ସେଇ ବିଶ୍ୱକର୍ତ୍ତାଙ୍କୁ ଜଣା ।ଏବେ ଜୀବନର ଅବସର ସମୟ ଘଂଚ ଜଙ୍ଗଲ ସୃଷ୍ଟି କରିବାକୁ ଆଶା ରଖି ଚାଲିଛନ୍ତି । ନିଜକୁ ଲେଖାଲେଖିରେ ବ୍ୟସ୍ତ ରଖି ସମୟ ଯାଉଛି ।


Rate this content
Log in

Similar oriya story from Action