ଜୀବନ୍
ଜୀବନ୍


ମୁଇଁ ଗୁଟେ ଟୁକେଲ୍ ଟେ ଆଏଁଇ କଲିଯୁଗ୍ ର,ଜୀବନ୍ ଥି ବହୁତ୍ କିଛି ଦେଖିଛେଁ। କେତେବେଲେ କାହାର୍ ଜିତ୍ ତ କେତେବେଲେ କାହାର୍ ହାର୍, କେତେବେଲେ କାହାର୍ ସୁଖ୍ ତ କେତେବେଲେ କାହାର୍ ଦୁଖ୍, କେତେବେଲେ କାହାର୍ ଇଜ୍ଜତ୍ ବଢବାର୍ ତ କେତେବେଲେ କାହାର୍ ଇଜ୍ଜତ୍ ଯିବାର୍। ସତେ ସେ ଭଗବାନ୍ ର ଦିମାଗ୍ ଭିଲ୍ ବଢେ ଖତରନାକ୍ ଆଏ, ଯେନ୍ ହିସାବେ ଆମକୁ ଗୁଟେ ଗୁଟେ କାହାଣୀ ଦେଇକରି ଅଭିନୟ କରଉଛେ ସତେ ଧଏନ୍ ଆଏ ଇ ମୁନୁଷ୍ ଜାତି। ହେନ୍ତା ସିମି ବଲି ଗୁଟେ ଟୁକେଲ୍ ର ଜୀବନର୍ କାହାନୀ ଟା ଭିଲ୍ ବଡହେ ଅଜିବ୍ ଆଏ । ଦେଖବାର୍ ଲାଗି ଗୁଟେ ଚାଉଲେ ଗଢା ଆଏ ସେ, ପାଠ ପଢା ରେ ଏକ୍ ନମ୍ବର୍ ,ବଡ୍ ହେଇ କରି ଗୁଟେ ଡାକ୍ତର ହେବାର୍ ସପନ୍ ଥିଲା ତାର୍। କେତେ ସପନ୍ ସେ ଦେଖିଥିଲା ସପନ୍ ତକ୍ ପହଁଚିବାର୍ ଲାଗି। ଅନ୍ଟା କେ ଭିଡି, ସବୁ ଦୁଖ୍ ଦରଦ୍ କେ ସାଉଁଟି ବାହାରିଥିଲା ସପନର୍ ରାଇଜେ ପାଦ୍ ଦେବାର୍ ଲାଗି। ଭାବୁଥିଲା ସତ୍ ହେଇଯିବା ସପନ୍ ଟା ତାର୍ ବଡହା ଜଲଦି ,ହେଲେ କହେସନ୍ ନା, ଜିତ୍ ସହଜେ କାହାକେ ନି ମିଲେ । ହଁ ସେଟା ସତ୍ ଆଏ। ଗୁଟେ ସାଧାସିଧା ଘରର୍ ଛୁଆ ଥିଲା ସେ,ଛୋଟ୍ ମୋଟ୍ ଖୁସି ଥି ଜୀବନ୍ ତାକର୍ ବିତି ଯାଉଥିଲା । ବୁଆ ମା ର୍ ଗୁଟେ ବଲିଝି । ସବୁବେଲେ ହସିଁ ଥିଲା ସବକର୍ ମୁହେଁ। ସେଦିନୁ ମୁଲ୍ ହେଲା ସିମି ର୍ ଜୀବନ ର ଅସଲି କାହାନୀ।
ସେଟା ଥିଲା ତାର୍ ସ୍କୁଲ୍ ସମିଆ, ମେଟ୍ରିକ୍ ପରିକ୍ଷା ଲାଗି ସବୁ ଛୁଆ ମାନକର୍ ଭିତରେ ଗୁଟେ ଅଲଗା ଯୋଶ୍ ଥିଲା ସେତେବେଲେ। ଆର୍ ପଢା ରେ ଭିଲ୍ ସେ କେତନିକେତେ ଭଲ୍ ଥିଲା । ସବୁ ପରିକ୍ଷ୍ୟା ନେ ଏକ୍ ନମ୍ବର। ଠିକ୍ ମେଟ୍ରିକ୍ ପରିକ୍ଷାର୍ ଦୁଇଦିନର୍ ଆଗରୁ ସେ ସ୍କୁଲ କେ ଏଡମିଟ୍ କାଡ୍ ନେଇଯାଇଥେ । ଫିରବାର୍ ତାର୍ ଲେଟ୍ ହେଇଗଲା, ଏକଲା ରାସ୍ତା ଥି ଚାଲି ଚାଲି ଉସତ୍ ମନେ ଆସୁଥେ । ଛିନା ରାସ୍ତା କିହେ ନାଇ ବାଟେ ଘାଟେ, ହେଲେ ସିମି କେତନିକେତେ ସାହାସୀ ଥିଲା। ଯେତେବେଲେ ସେ ବ୍ରିଜ୍ ତକ୍ ଆସଲା ଗୁଟେ ପିଲା ଗାଡି ଥି ଅଚାନକ୍ ଆସି ତାର୍ ବାଟ୍ ଛେଁକଲା, ଆର୍ ତାହାକେ ଜବରଦସ୍ତି କରବାର୍ କେ ଚେଷ୍ଟା କରଲା ହେଲେ ସିମି ବହୁତ୍ କଷ୍ଟେ ତାର୍ ନୁ ଛଡେଇହେବାର କେ ଚେଷ୍ଟା କରୁଥିଲା। ଠିକ୍ ସେ ସମିଆ କେ ଗାଁ ର ଦୁଇ ଲୋକ୍ ସେ ବାଟୁ ଯାଉଥିଲେ । ଇଟା ଦେଖି ଅଟକିଲେ କି ସେ ପିଲା କହେଲା ଇ ଟୁକେଲ୍ ମତେ ଇନକେ ଡାଖିଥିଲା । ସିମି ଯେତେ ବୁଝାବାର୍ କେ ଚେଷ୍ଟା କରଲେ ଭିଲ୍ ତାର୍ କଥା କିହେ ନି ସୁନଲେ । ଆର୍ ଗାଁ ର ଆଗେ ସେ ଖରାପ୍ ଚରିତ୍ର ର ଟୁକେଲ୍ ବନିଗଲା। ଦୁଇଦିନ୍ ପରେ ପରିକ୍ଷା, ଇଆଡେ ଇ ଘଟଣା କେ ସହି ନି ପାରି କରି ତାର୍ ବାପା ହାର୍ଟ ଆଟକ୍ ରେ ଜୀବନ୍ ହାରିଦେଲେ। ସିମି ପୁରା ଚୁପ୍ ଥିଲା, ସବୁ ସୁନୁଥିଲା ସବୁ ଦେଖୁଥିଲା। ସଭେ ମନା କରଲା ସତ୍ବେ ବି ସେ ମେଟ୍ରିକ୍ ପରିକ୍ଷା ଦେଇଥିଲା ଆର୍ ଫାଷ୍ଟ୍ ଡିଭିଜନ୍ ରେ ପାସ୍ କରିଥିଲା କାଏଁ ଯେ କି ସେ ବହୁତ୍ ସାହାସୀ ଥିଲା, ସପନ ଲାଗି ମେହେନତ୍ କରୁଥିଲା।
ମନେ ସେ ଦରଦ୍ କେ ନେଇ ଆଗକେ ବଢଲା । +୨ ସାଇନ୍ସ ନେ ନା ଲେଖେଇକରି ଫେର୍ ସପନର୍ ଦିଗେ ଆଗକେ ବଢଲା। ବରସେ ପଲେଇଗଲା, ଦୁଇ ନମ୍ବର୍ ବରସ୍ ଚାଲିଥେ,ଦିନେ ସେ ଚାଲି ଚାଲି କଚିଂ ଯାଉଥେ ଆର୍ ଫେର୍ ସେ ଗାଁ ନେ ହେଇଥିବା ଘଟନା ବାଗିର୍ ଦୁଇଟା ପିଲା ଆସିକି ଜବରଦସ୍ତି କରଲେ, ହେଲେ ଇ ସବୁ ଆଉ ସହି ନି ପାରଲା ସିମି ଆଉ ସେ ଦୁହିଲୁକର୍ ସାଂଗେ ଗାଲେ ଲଢିବସଲା । ଇ ସମିଆ ରେ ଗୁଟେ ପିଲା ତାର୍ ପକେଟ୍ ରୁ ଏସିଡ୍ ବାହାରକରେଇ କି ସିମିର୍ ମୁହେଁ ଫିକିଦେଲା ଆର୍ ଦୁହିଲୁକ ଫେରାର୍ ହେଇଗଲେ। ସିମି ରାସ୍ତା ରେ ଛଟପଟଉଥେ , ଗୁଟେ ଲୋକ୍ ଆସି କି ତାକେ ହସପିଟାଲ୍ ରେ ଭର୍ତି କରଲେ,ତାର୍ ମା ନିଜର୍ ଛୁଆର୍ ଦୁଖ୍ ଦେଖି ନି ପାରଲେ ଆର୍ ସେ ଭିଲ୍ ଜୀବନ୍ ହାରିଦେଲେ। ସିମି ର୍ ଜୀବନ୍ ଥି ସେତେବେଲେ କିହେ ନାଇଁ ଯେ ତାହାକେ ରାସ୍ତା ରୁ ଉଠେଇ କି ନେଇଥିଲା ସେ ସିମି ଲାଗି ଭଗବାନ୍ ସାଜି ଥିଲା। ସେ ଲୋକ୍ ଜଣକ ସିମି କେ ତାର୍ ଘର୍ କେ ଆନିକରି ତାର୍ ମାଁ ବାପା ସାଂଗେ ରଖଲା ଆର୍ ସିମିର୍ ସେବା କରଲା, ସବୁ ସପନ୍ କେ ପୁରା କରଲା।
ହଁ, ସେ ସିମି ଇହାନି ଗୁଟେ ଡକ୍ଟର ଅଛେ, ତାର୍ ମୁହେଁ ଦୁନିଆରେ ସବୁ ଖୁସି ଅଛେ, ଆଗକେ ବଅଁଚିବାର୍ ଲାଗି ସାହାସ୍ ବାନ୍ଧିଛେ। ଆର୍ ସେ ଲୋକ୍ ଯାହାର୍ ଲାଗି ସିମି ନୂଆଁ ଜୀବନ୍ ପାଇଛେଁ ସେ ସିମି ର୍ ହାତ ମରି ଯିବାର୍ ତକ୍ ଧରିଛେ । ଆର୍ ସେ ସିମି..................... ମୁଇଁ ଆଏଁ।