ରଂଗମଞ୍ଚ
ରଂଗମଞ୍ଚ
ରଂଗମଞ୍ଚ ରୂପି ସଂସାରେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ସୌନ୍ଦର୍ୟ୍ଯମୟ କଳାକାର। ଯେପରି ପ୍ରତ୍ୟେକ କଳାକାର ମଧ୍ଯରେ ଲୁକ୍କାୟିତ ରହିଥାଏ ଅକ୍ଷୁର୍ଣ୍ଣ କଳା ର ଗୁଣ, ସେପରି ଏ ମଣିଷ ମଧ୍ଯେ ରହିଥାଏ ପ୍ରତ୍ୟେକ ଅଭିନୟ ର ଚମତ୍କାରିତା। ରଂଗମଞ୍ଚ ରେ ଯେପରି ଗୋଟିଏ ପରେ ଗୋଟିଏ ଦୁରଶ୍ୟ ପରିବେଷିତ ହୁଏ, ସେପରି ପ୍ରତ୍ୟେକ ମଣିଷ ନିଜର ଅଭିନୟ ନିଷ୍ଠା ର ସହିତ ପରିବେଷିତ କରି ରଂଗମଞ୍ଚ କୁ ଆକର୍ଷିତ କରିଥାନ୍ତି। ସତରେ ମହାନ୍ କଳାକାର ସେ ମଣିଷ। ହେଲେ... କାହିଁକି... କେଯାଣି କାହାଣି ର ମଧ୍ଯ ଭାଗରେ ରହି ଯାଇଥାଏ ଏକ ଦୁଃଖ ମୟ ଦୁରଶ୍ୟ, ସତେ ଯେପରି ଲାଗେ ହସ ଖୁସିଭରା ଜୀବନେ ଆସିଯାଏ ଏକ ମାୟାବି ରାକ୍ଷସ ରୂପକ ଦୁଃଖ ର ଆକ୍ରମଣ। ତଥାପି ମଣିଷ ସେହି ଅଭିନୟ କୁ ଧର୍ଯ୍ୟ ର ସହିତ ଗ୍ରହଣ କରି ନାଟକ କୁ ପରିବେଷିତ କରିଥାଏ। କିନ୍ତୁ କାହାଣୀ ମଧ୍ଯେ
ଯେତେ ବି ଦୁଃଖ ର ସମାଗମ ହେଇଥାଏ, ଅନ୍ତ ରେ ଅଲୌଖିକ ସୂର୍ୟ୍ଯକିରଣ ଶକ୍ତି ରୁ ଉଦ୍ଭାସିତ ସୁନ୍ଦର ଖୁସି ଏବଂ ଶାନ୍ତି ର ଆସରା ଭରି ରହିଥାଏ।
କାରଣ ଗୋଟିଏ କବି ତା ର କବିତା କୁ ସରଳ ଭାବରେ ପରିପ୍ରକାଶ କରିବା ଦ୍ବାରା କବିତା ର ମଧୁରତା କୁ ହରାଇଥାଏ, ତେଣୁ କବି ଅଲଂକାର ର ପ୍ରଯୋଗ କରି କବିତା କୁ ଚମତ୍କୃତ କରିଥାଏ। ସେପରି କବି ରୂପକ ବିଧାତା ଏଇ ସଂସାର ରୂପି ରଂଗମଞ୍ଚ କୁ ରଂଗିତ କରିବାପାଇଁ ଏକ ଭାବପ୍ରଣୟ ଦୁଃଖ କୁ ସ୍ଥାନ ଦେଇଥାନ୍ତି। କେବଳ ଉପଯୋଗ୍ୟ କଳାକାର ର ଜୀବନ ରେ ବିଧାତା ଏପରି କାହାଣୀ ରଖିଥାନ୍ତି।
ତେଣୁ କୋଟି ସମ୍ମାନ ସେ ମଣିଷ କୁ ଯାହାଂକ ଦ୍ବାରା ସେ ଅଭିନୟ କୁ ବିରାଟ ପ୍ରତିଭା ରେ ଆଭୂଷଣ କରିପାରୁଛି।
ସପ୍ନା ମେହେର୍