STORYMIRROR

Swapna Meher

Others

4.0  

Swapna Meher

Others

ରଂଗମଞ୍ଚ

ରଂଗମଞ୍ଚ

1 min
1.4K


ରଂଗମଞ୍ଚ ରୂପି ସଂସାରେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ସୌନ୍ଦର୍ୟ୍ଯମୟ କଳାକାର। ଯେପରି ପ୍ରତ୍ୟେକ କଳାକାର ମଧ୍ଯରେ ଲୁକ୍କାୟିତ ରହିଥାଏ ଅକ୍ଷୁର୍ଣ୍ଣ କଳା ର ଗୁଣ, ସେପରି ଏ ମଣିଷ ମଧ୍ଯେ ରହିଥାଏ ପ୍ରତ୍ୟେକ ଅଭିନୟ ର ଚମତ୍କାରିତା। ରଂଗମଞ୍ଚ ରେ ଯେପରି ଗୋଟିଏ ପରେ ଗୋଟିଏ ଦୁରଶ୍ୟ ପରିବେଷିତ ହୁଏ, ସେପରି ପ୍ରତ୍ୟେକ ମଣିଷ ନିଜର ଅଭିନୟ ନିଷ୍ଠା ର ସହିତ ପରିବେଷିତ କରି ରଂଗମଞ୍ଚ କୁ ଆକର୍ଷିତ କରିଥାନ୍ତି। ସତରେ ମହାନ୍ କଳାକାର ସେ ମଣିଷ। ହେଲେ... କାହିଁକି... କେଯାଣି କାହାଣି ର ମଧ୍ଯ ଭାଗରେ ରହି ଯାଇଥାଏ ଏକ ଦୁଃଖ ମୟ ଦୁରଶ୍ୟ, ସତେ ଯେପରି ଲାଗେ ହସ ଖୁସିଭରା ଜୀବନେ ଆସିଯାଏ ଏକ ମାୟାବି ରାକ୍ଷସ ରୂପକ ଦୁଃଖ ର ଆକ୍ରମଣ। ତଥାପି ମଣିଷ ସେହି ଅଭିନୟ କୁ ଧର୍ଯ୍ୟ ର ସହିତ ଗ୍ରହଣ କରି ନାଟକ କୁ ପରିବେଷିତ କରିଥାଏ। କିନ୍ତୁ କାହାଣୀ ମଧ୍ଯେ

ଯେତେ ବି ଦୁଃଖ ର ସମାଗମ ହେଇଥାଏ, ଅନ୍ତ ରେ ଅଲୌଖିକ ସୂର୍ୟ୍ଯକିରଣ ଶକ୍ତି ରୁ ଉଦ୍ଭାସିତ ସୁନ୍ଦର ଖୁସି ଏବଂ ଶାନ୍ତି ର ଆସରା ଭରି ରହିଥାଏ।

କାରଣ ଗୋଟିଏ କବି ତା ର କବିତା କୁ ସରଳ ଭାବରେ ପରିପ୍ରକାଶ କରିବା ଦ୍ବାରା କବିତା ର ମଧୁରତା କୁ ହରାଇଥାଏ, ତେଣୁ କବି ଅଲଂକାର ର ପ୍ରଯୋଗ କରି କବିତା କୁ ଚମତ୍କୃତ କରିଥାଏ। ସେପରି କବି ରୂପକ ବିଧାତା ଏଇ ସଂସାର ରୂପି ରଂଗମଞ୍ଚ କୁ ରଂଗିତ କରିବାପାଇଁ ଏକ ଭାବପ୍ରଣୟ ଦୁଃଖ କୁ ସ୍ଥାନ ଦେଇଥାନ୍ତି। କେବଳ ଉପଯୋଗ୍ୟ କଳାକାର ର ଜୀବନ ରେ ବିଧାତା ଏପରି କାହାଣୀ ରଖିଥାନ୍ତି।

ତେଣୁ କୋଟି ସମ୍ମାନ ସେ ମଣିଷ କୁ ଯାହାଂକ ଦ୍ବାରା ସେ ଅଭିନୟ କୁ ବିରାଟ ପ୍ରତିଭା ରେ ଆଭୂଷଣ କରିପାରୁଛି।

ସପ୍ନା ମେହେର୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Swapna Meher