jyotsna mayee panda

Tragedy

3  

jyotsna mayee panda

Tragedy

ଜୀବନ ସାଥି

ଜୀବନ ସାଥି

6 mins
256


ଏ ନାରୀ ଜୀବନ ଟା ସତରେ କେଡ଼େ ବିଚିତ୍ର ନା.... l ଜନ୍ମ ର ପଚିଶ ଟି ବସନ୍ତ ଗୋଟେ ପୁରୁଷ ର କlନ୍ଧ ରେ ଭରାଦେଇ ବିତେଇ ଥିବା ଜୀବନ କୁ ସେ ପୁଣି ଟେକି ଦିଏ ଏକ ଅଜଣା ପୁରୁଷ ହାତ ରେ.... l. ସେ ସୃଷ୍ଟି ର ନିୟମ କୁ ଖାଲି ବଞ୍ଚାଇ ରଖିବା ପାଇଁ l ଆଉ ସେତେବେଳେ ତାର ମନ ର କୋହ ଆଉ ଭାବନା ଠିକ ସେ ବୁଢ଼ୀ ଅସୁରିଣୀ ର ସାତ ସିଂଧୁକ ରେ ସାଇତା ଜୀବନ ଭଳି ରହସ୍ୟ ମୟ ହୋଇଯାଏ l ପୃଥିବୀ ରେ ଗୋଟେ ନୂତନ ସୃଷ୍ଟି ର ଚାବିକାଠି ସିନା ତା ହାତ ରେ ସେ ଭଗବାନ ଦେଇଛନ୍ତି ହେଲେ ସେ ଚିର ରହସ୍ୟ ମୟ ପୁରୁଷ ର ମନ କୁ ପରଖିବା ଶକ୍ତି ଟା ବୋଧେ ଦେବାକୁ ଭୁଲିଗଲେ ସେ ବିଶ୍ୱ ନିୟନ୍ତା ! ଆଉ ଏ ରହସ୍ୟ ଜାଣିଲେ ବୋଧେ ଆଉ ରହନ୍ତା ନି ସେ ନାରୀ ନିର୍ଯାତନl l କେତେ ଅକୁହା କଥା ମନ ରେ ଉଙ୍କି ମରେ ସେ ଜୀବନ ସାଥି ପାଇଁl ଜୀବନ ନଈ ରେ ଗୋଟେ ସୁଦୃଢ ବିଶ୍ୱାସ ର ବଂଧ ବାନ୍ଧି ପାରିବ ତ ସେ???? ଜୀବନ ର ଅଜସ୍ର ଖୁସି କୁ ସାଉଁଟି ତା ଶୂନ୍ୟ ଆଞ୍ଜୁଳି ରେ ଭରି ଦେଇ ପାରିବ ତ ସେ ଠିକ ତା ଜୀବନ ର ପ୍ରଥମ ପୁରୁଷ (ବାପା )ପରିl ଏମିତି ଅନେକ ପ୍ରଶ୍ନ ର ମାୟା ଜାଲ ରେ ଗୋଟେ ନାରୀ ର ମନ ଛନ୍ଦି ହୋଇ ଯାଇଥାଏ l ସେଥିପାଇଁ ଗୋଟେ ନାରୀ ସବୁବେଳେ ତା ଜୀବନ ର ପ୍ରଥମ ପୁରୁଷ ପରି ଗୋଟେ ବ୍ୟକ୍ତିତ୍ୱ ଖୋଜେ ତାର ସେ ବାକି ଜୀବନ ପାଇଁ l ଯେ ତାର ସବୁ ଆଶା ଆକାଂକ୍ଷା କୁ ଅଚିରେ ପୂରଣ କରିବା ର କ୍ଷମତା ଟେ ରଖିଥିବ l ହେଲେ ଗୋଟେ ନାରୀ ଜୀବନ ରେ ଏହା କେତେ ଦୂର ସମ୍ଭବ???

ଦୁଇ ମହଲା ବିଶିଷ୍ଟ ଏକ ସୁ ଉଚ୍ଚ କୋଠା ଉପରେ ଲାଗିଥିବା ଏକ ଦୋଳି ଉପରେ ଆଖି ବନ୍ଦ କରି ଝୁଲୁଛି ସୁଲଗ୍ନା l ଲେଖିବା ପାଇଁ ହାତ ରେ ଛୋଟିଆ ଡ଼ାଇରୀ ଟେ.... ତାର ଲେଖିକା ମନ ଟା ଆଜି ଆନ୍ଦୋଳିତ କରି ପକାଉଛି କିଛି ଗୋଟେ ନୂଆ ଲେଖା ର ସନ୍ଧାନ ରେ.... ଠିକ ସେତିକି ବେଳେ ଦିଟା ପକ୍ଷୀ ଙ୍କର କିଚିରି ମିଚରି ଶବ୍ଦ ଟା ତା ନୀରବତା କୁ ଭଙ୍ଗ କରିଦେଇଛି l ଆଉ ସେ ଅସରାଏ ଶୀତଳ ପବନ ତା ଦେହ ରେ ଯେମିତି ପୁଲକ ଭରି ଦେଉଛି... ମନ କୁ ମୋହି ନେଉଛି ସେ କୁଣ୍ଡ ରେ ଲଗାହୋଇଥିବା ଗୋଲାପ ଆଉ ଜୁଇ ର ବାସ୍ନା.. ବିହଙ୍ଗ ଦୁଇଟି ବି ଏ ମନଲୋଭା ପରିବେଶ କୁ ମନ ଭରି ଉପଭୋଗ କରୁଛନ୍ତି.ନିର୍ଦ୍ୱନ୍ଦ ରେ...

ଜଣେ ଅନ୍ୟ ର ଡେଣା କୁ ଝlଡି ଦେଉଛି ତାର ସୁନ୍ଦର ଚଞ୍ଚୁ ରେ...

ବିହଙ୍ଗ ଦୁଇଟି ଖୁବ ଖୁସି ହୋଇ ପଡୁଛନ୍ତି ଠିକ ତାରି ପରିl ଆଉ ସେମାନଙ୍କ ଏ ନିଆରା ପ୍ରେମ ଆଜି ମନେପକେଇ ଦେଉଛି ତା ଅତୀତ ର ଜୀବନ କାହାଣୀ l ପୁଣି ସେ ଅତୀତ ର ସ୍ମୃତି କୁ ଉଜ୍ଜୀବିତ କରି ଦେଉଛନ୍ତି ସେ ବିହଙ୍ଗ ଦୁଇଟି l ସେ କର୍ମ ମୟ ଜୀବନ ରେ ସୁଲଗ୍ନା କେବେ ନିଜ କଥା ଭାବିନି.... ଖାଲି ଭାବିଛି ତାର ପରିବାର କଥା ଆଉ ଗୋଟେ ବାପ ଛେଉଣ୍ଡ ଝିଅ ୟା ଠୁ ଅଧିକା କଣ ଭାବିପାରିବ ଯେ??? ତାର ଠିକ ମନେଅଛି ସେଦିନ ମା ତାକୁ କିଛି ନ ପଚାରି ତା ବାହାଘର ପାଇଁ କଥା ଦେଇସାରିଥିଲେ ଓ ନିର୍ବନ୍ଧ ର ଦିନ ବି ଧlର୍ଯ୍ୟ କରି ସାରିଥିଲେ l ଆଉ ସେଦିନ ସୁଲଗ୍ନା କୁ ଫୋନ କରି ତା କର୍ମ କ୍ଷେତ୍ରରୁ ଅବକାଶ ନେଇ ଘରକୁ ଆସିବା ପାଇଁ କହିଥିଲେ l ସେ ନିର୍ବନ୍ଧ ପାରେ ଯେବେ ସେ ଫେରେ ସମସ୍ତେ ଯେମିତି ବିସ୍ମିତ ହୋଇ ପଡିଲେ ତାର ଏ ବାହାଘର ପ୍ରସ୍ତାବ ରେ.. କାରଣ ସୁଲଗ୍ନା ଏ ପର୍ଯ୍ୟନ୍ତ ତା ଭାବି ସ୍ୱାମୀ ର ଚେହେରା ବି ଦେଖିନି ଆଉ ବର୍ତମାନ ଯୁଗ ର ଏକ ଚାକିରିଆ ଝିଅ ପାଇଁ ଗୋଟେ ଆଶ୍ଚର୍ଯ୍ୟ ର କଥା ନୁହଁ କି???? ଆଉ ଅଫିସ ରେ ସମସ୍ତେ ଜେରା କରିଲା ଭଳିଆ କହି ଉଠିଲେ "ତୁମେ କେମିତିକା ଝିଅ ହେ ! ଜଣକୁ ନ ଦେଖି ନ ଜାଣି ବାହାଘର ପ୍ରସ୍ତାବ ରେ ରାଜି ହୋଇଗଲ..... ଏଠି ଏତେ ଭଲ ଭଲ ପ୍ରସ୍ତାବ କୁ ମନା କଲ ଆଉ.ଆଜି....... କିନ୍ତୁ କେମିତି ବୁଝେଇ ବ ସୁଲଗ୍ନା ଏ ଅବୁଝା ମଣିଷ ଙ୍କୁ..... ଯେ ଦଶମାସ ଗର୍ଭ ରେ ଧରି ତାକୁ ଜନ୍ମ ଦେଇଛି.... ଯାହାକୁ ତାର ସବୁ ରୁଚି ଆଉ ପସନ୍ଦ ଭଲ ଭଲ ଭାବେ ଜଣା ତା ପସନ୍ଦ ପୁଣି ଭୁଲ ହେବ.... ସୁଲଗ୍ନା କେବେ ଚାହିଁନି ସେ ବାହାଘର ପାଇଁ ବାରମ୍ବାର ଇଣ୍ଟରଭିଉ ଦେବାକୁ..... ସେଥିପାଇଁ ଭଗବାନ ତା ଡାକ ଶୁଣିଲେ... l ଭାଗ୍ୟ ବଶତଃ ତା ବାହାଘର ତାର ଘନିଷ୍ଠ ବାନ୍ଧବୀ ର ଭାଇ ର ଗୋଟେ ସାଙ୍ଗ ସହ ଠିକ ହୋଇଛି ଆଉ ସେ ସୁଲଗ୍ନା କୁ ବାହୁ ଆଗରୁ ଦେଖିଥିଲେ ତାଙ୍କ ସେ ସାଙ୍ଗ ଘରେ ହେଲେ ସୁଲଗ୍ନା ତ ଝିଅ ଟେ ସେ କେମିତି ଜାଣିବ ସେ ତା ସାଙ୍ଗ ଭାଇ ର କୋଉ ସାଙ୍ଗ l ଏମିତି ତ କେତେ ସାଙ୍ଗ ଆସନ୍ତି.... ସେଥିପାଇଁ ସେ ଆଉ ସୁଲଗ୍ନା କୁ ଦେଖିବାକୁ ଆସିଲେନି l ଯଥା ସମୟ ରେ ବାହାଘର ହୋଇଗଲା.... ସୁଲଗ୍ନା କୁ ତାଙ୍କର ପ୍ରଥମ ଚାହାଣି ହିଁ ଭଲ ଲାଗିଥିଲା ଆଉ ତାର ପୂର୍ଣ୍ଣ ବିଶ୍ୱାସ ଯେ ମା କେବେ ତା ପସନ୍ଦ ବାହାରେ ବାଛି ଥିବେ l ସେ ଦିନ ତା ଜୀବନ ର ସେ ପ୍ରଥମ ରାତି ଆଉ ସମସ୍ତେ କୁହନ୍ତି ଜୀବନ ରେ ଅନେକ ସୁନ୍ଦର ସ୍ମୃତି କୁ ନେଇ ଆସିଥାଏ ଏ ରାତି ଗୋଟେ ନାରୀ ଜୀବନ ରେ.... ସେ ଅନ୍ୟ ମାନଙ୍କ ଠୁ ଶୁଣିଛି ସବୁଦିନ ପାଇଁ ମନେରଖିବା କୁ କିଛି ଉପହାର ସ୍ୱାମୀ ମାନେ ଦିଅନ୍ତି ଆଉ ସେମିତି ବି ସେ ଜଣେ ଚାକିରିଆ ସେଥିପାଇଁ ନିଶ୍ଚେ ଗୋଟେ ମୂଲ୍ୟବାନ ଉପହାର ଦେବେ ତାକୁ ତାର ମନର ମଣିଷ.... କିନ୍ତୁ ଏ କଣ ସେତ ସେମିତି କିଛି ଉପହାର ଦେଲେନି..... ଏ କେମିତି ମଣିଷ ଟାଏ ମ....

ଆଉ ତାର ଧର୍ଯ୍ୟ କୁ ସମ୍ଭାଳି ପାରିଲାନି ଆଉ କହିଲା "ଆଜି ଭଳିଆ ରାତିରେ ମୋ ପାଇଁ କଣ ଉପହାର ଆଣିଛ ଆଉ ସେ ସଲରୀଆ ହସରେ କହିଲେ "ମୋ ଭଳିଆ ଛ ଫୁଟ ଲମ୍ବା ମଣିଷଟେ ଆଉ ସେ ଶରୀର ଭିତରେ ଥିବା ହୃଦୟ ଟା ବି ତୁମର ଆଉ ଏୟା ଠୁ କଣ ବଡ ଉପହାର ଦେବି ଯେ???? ଆଉ ସେଦିନ ସେ ବୁଝିଗଲା ଯେ କେତେ ଭଲ ପାଇବା ଅଛି ତାଙ୍କ ହୃଦୟ ରେ.... ତା ପାଇଁ ଆଉ ଏ ତୁଚ୍ଛ ଭୌତିକ ଉପହାର କଣ ହେବ ତା ତୁଲ୍ୟ l ଏମିତି କେତେ ଖୁସି ରେ ଦିନ ଗୁଡିକ ବିତି ଚାଲିଲା ଆଉ ସେ ବନ୍ଧନ ବି ଧୀରେ ଧୀରେ ଶକ୍ତ ହେବାକୁ ଲାଗିଲା... ସୁଲଗ୍ନା ର ସବୁ ଆଶା ଆକାଂକ୍ଷା କୁ ପୂରଣ କରନ୍ତି ତାର ସେ ମନ ର ମଣିଷ............. ସନ୍ଧାନ......କେବେ କୌଣସି ବାଧା ବନ୍ଧନ ନାଇଁ ତା ଜୀବନ ରେ... ବାପ ଘରପରି ଖୁସି ଆଉ ସବୁ ସ୍ୱାଧୀନତା ଦେଇଛନ୍ତି ସନ୍ଧାନ... ଆଉ ଜୀବନ ରେ କଣ ଲୋଡ଼ା ଯେ ତାର.......

ଜୀବନ ରେ ସେ ଖୁସି ର କଣ୍ଟା ଟା ସମାନ ଜାଗାରେ ରୁହେନି କେବେ...

ସୁଲଗ୍ନା ର ଦେହ ହଠାତ ବହୁତ ଖରାପ ହେଲା ଆଉ ତାକୁ ଚିକିତ୍ସା ପାଇଁ ଭୁବନେଶ୍ୱର ଯିବାକୁ ପଡିଲା ସେଠି ଡାକ୍ତର ସାଙ୍ଗେ ସାଙ୍ଗେ ଏକ ଅପରେସନ କରିବାକୁ କହିଲେ ଆଉ ସେଥିପାଇଁ ସେ ସୁଗାର, ବିପି ଆଉ ଅନ୍ୟ ଅନ୍ୟ ପରୀକ୍ଷା ପାଇଁ କହିଲେ ଆଉ ସେ ସେଦିନ ଜାଣିବାକୁ ପାଇଲା ଯେ ସେ HBS ag ପଜିଟିଭ... ସେଦିନ ତା ପାଦ ତଳ ର ମାଟି ଖସି ଗଲା.... ଦୁଃଖ ତା ନିଜ ପାଇଁ ଯେତିକି ନ ଥିଲା ଅଧିକା ଦୁଃଖ ଥିଲା ସେ ଜୀବନ ରୁ ବେସି ଭଲ ପାଉଥିବା ସ୍ୱାମୀ ସନ୍ଧାନ ପାଇଁ କାରଣ ଡାକ୍ତର କହିଲେ ଏ ସଂକ୍ରମଣ ତାଂକୁ ବି ହୋଇଥାଇ ପାରେ... ସେଥିପାଇଁ ତାଂଙ୍କ ରକ୍ତ ନମୁନା ବି ପଠା ଗଲା.... ସୁଲଗ୍ନା ର ସୁନ୍ଦର ସଂସାର ରେ ଯିମିତି କାର ନଜର ଲାଗିଗଲା.... ଆଉ ସେ ନିଜ ହୃଦୟ ରେ ବାରମ୍ବାର ସେ ବିଶ୍ୱ ନିୟନ୍ତା ଙ୍କୁ ଡାକିଲା... ପ୍ରଭୁ ତାଙ୍କର କିଛି ଯେମିତି ନ ବାହାରୁ... ଆଉ ତା ତଥା ବୋଧେ ସେ ଭଗବାନ ସୁଣି ପାରିଲେ ଆଉ ରିପୋର୍ଟ ନେଗେଟିଭ ଆସିଲା.. ସେ ବିଗ ବି ଭଳି ସେଲିବ୍ରେଟି ନୁହଁ ସୁଲଗ୍ନା ଯେ ସେ ଇନଫେକ୍ସନ କଥା ଜାଣିବି ସମସ୍ତେ ତାକୁ ସହଜେ ଗ୍ରହଣ କରିବେ.... ଆଉ ଏକ ବୋଝିଲା ମନ ନେଇ ଘରକୁ ଫେରିଲା ସେ... ଭାବିଲା ସନ୍ଧାନ ତl ଠୁ ଟିକେ ଦୁରେଇ ଯିବେ ତାର ଏ ଦୁରାରୋଗ୍ୟ ପାଇଁ ହେଲେ ସେ ଓଲଟା ହେଲା... ସେତ ଅଧିକ ଭଲ ପାଇଲେ ସବୁକଥା ଜାଣି ସାରିଲା ପରେ ବି.. ସୁଲଗ୍ନା କୁ ଡାକ୍ତର ଙ୍କ ପରାମର୍ଶ ରେ ସାରା ଜୀବନ ପାଇଁ ସେ ଔଷଧ ଖାଇବାକୁ ପଡିବ... ସେଥିପାଇଁ ସେ ଭାବେ ତାର ଏ ଶଙ୍ଖା ସିଂଦୁର ସବୁବେଳେ ଝଟକୁ ଥାଉ ଠିକ ତା ସନ୍ଧାନ ର ଚେହେରା ପରି ଆଉ ଜୀବନ ଯୁଦ୍ଧ ରେ କେବେ ଯଦି ହାରିଯିବ ଏ ମନ ର ମଣିଷ ର ସେ ବିଶାଳ ବାହୁ ବନ୍ଧନ ରେ ସୋଇ ଯିବ ଖୁସି ରେ ସବୁଦିନ ପାଇଁ ଯେ ଜୀବନ ର ସବୁ ପରିସ୍ଥିତି ରେ ତାକୁ ଗ୍ରହଣ କରିବାକୁ ଆଗେଇଆସିଛି ଠିକ ସେ ଜୀବନ ର ପ୍ରଥମ ପୁରୁଷ ପରି ଆଉ ବୋଧେ ସୁଲଗ୍ନା ହୃଦୟ ରେ ଖାଲି ପଡ଼ିଥିବା ଶୂନ୍ୟ ସ୍ଥାନ ବୋଧେ ସେ କେବେ ଠୁ ପୂରଣ କରି ସାରିଲେଣି କେବେ ଠୁ ... ଆଜି ଏ ପ୍ରକୃତି ର ସୁନ୍ଦରତା ଭିତରେ ବି ଆଖି ରେ ଆଖିଏ ଲୁହ ଆସିଯାଏ ସୁଲଗ୍ନା ର ତାର ସେ ଚିର ଆକାଂକ୍ଷିତ ଜନ୍ମ ଜନ୍ମ ର ଜୀବନ ସାଥି ପାଇଁ.... ଆଜି... ଏ ତାର ଇହ କାଳ ପରକାଳ ର ଦେବତା...



Rate this content
Log in

Similar oriya story from Tragedy