Jhunu swain

Inspirational Others

3  

Jhunu swain

Inspirational Others

ଜୀବନ ର ଜ୍ଞାନ

ଜୀବନ ର ଜ୍ଞାନ

3 mins
177


              କାର୍ତିକ ମାସ ଚାଲିଥାଏ l ଗାଁ ମାନଙ୍କରେ ବହୁତ ଲୋକ ପୁରାଣ ବସେଇ ବହୁତ ଆନନ୍ଦ ରେ କର ତାଳି ମାରି, ଢୋଲ କୀର୍ତନ କରି ପୂଜା ଅର୍ଚନା କରୁଥିଲେ l 

           ଏତିକି ସମୟରେ ଗୋଟିଏ ବୃଦ୍ଧ ଗରିବ ବୁଢା ଟି ଆସି ଗୋଟିଏ ଗାଁ ରେ ପହଞ୍ଚିଲା l 

        ବୁଢା ଟି ଦେଖିବାକୁ ଶୁଖିଲା ବାଉଁଶ ପରିକା, ଲାଗୁଥାଏ ଫୁଙ୍କି ଦେଲେ ଉଡିଯିବ, ଦେହରେ ତାର ଗୋଟିଏ ଚିରା, ଦଦରା କପଡା ଖଣ୍ଡେ ଏବଂ ଅଣ୍ଟାରେ ମଇଳା ଧୁତି ଖଣ୍ଡେ ସେ ପିନ୍ଧି ଥାଏ l 

         ଏବଂ କାନ୍ଧ ରେ ଗୋଟିଏ ମୁଣା ଧରିଥାଏ l ଓ ହାତରେ ତାକୁ ସାହାରା ଦେବାପାଇଁ ପାଞ୍ଚ ହାତର ଠେଙ୍ଗା ଟି ଧରିଥାଏ l ଏବଂ ମୁହଁରେ ତାର ହରେ ରାମ, ହରେ କ୍ରିଷ୍ଣ ର ଶବ୍ଦ ପବନର ଲହରୀରେ ମାଡି ଯାଉଥାଏ l 

             ବୁଢା ସେହି ହରେ ରାମ, ହରେ କ୍ରିଷ୍ଣ ଭଜନ ଗାଇ ଗାଇ ଗାଁ ର କେତକ ଘର ଠାରୁ ଭିକ୍ଷା ସଂଗ୍ରହ କଲା l ଏବଂ ଶେଷରେ ବୁଢା ଯାଇପହଁଚିଲା ସେହି ଭଜନ କୀର୍ତ୍ତନ କରୁଥିବା ସ୍ଥାନକୁ, ସେଠାରେ ଅନେକ ଲୋକମାନେ ଦେଖିବାକୁ ଧନୀ, ଏବଂ ସେମାନଙ୍କ ବସ୍ତ୍ର ମଧ୍ୟ୍ୟ ଚକ ଚକ, ସଫାସୁତୁରା ଦିଶୁଥାଏ l 

           ବୁଢା ର ସେସବୁ କିଛି ମନେ ନ ଥିଲା l ଯେତେବେଳେ ଠୋଲ, ଗିନି ବାଜିଛି ବୁଢା ଆଉ ନିଜକୁ ସମ୍ଭାଳି ନ ପାରି ସେହି କୀର୍ତ୍ତନ କରୁଥିବା ମଧ୍ୟ୍ୟ ଭାଗକୁ ଯାଇଛି l ଏବଂ ସେ ସବୁ କିଛି ଭୁଲିଯାଇ ଖାଲି ତା ର ନୟନ କୁ ବନ୍ଧକରିଦେଇ କର ତାଳି ମାରି ଖାଲି ହରେ ରାମ, ହରେ କ୍ରିଷ୍ଣ ନାମ ଜୋର ଜୋର ରେ ଗାଇବାକୁ ଲାଗିଥାଏ l 

          ଏତିକି ସମୟରେ ଗୋଟିଏ ମହିଳା ଜୋର ଜୋର ରେ ଡାକ ଛାଡିଲା : ଅପବିତ୍ର ହୋଇ ଗଲା ଅପବିତ୍ର ହୋଇ ଗଲା ବୋଲି 

        ଏହା ଶୁଣି ସବୁଲୋକ ଠୋଲ, ଗିନି, କୀର୍ତ୍ତନ କୁ ବନ୍ଧ କରିଦେଲେ l  

       ଏବଂ ସେହି ମହିଳା ଆଡକୁ ସମସ୍ତେ ଚାହିଁଲେ ଏବଂ ମହିଳା ଜଣକୁ ପଚାରିବାକୁ ଲାଗିଲେ କଣ ହେଲା କଣ ଅପବିତ୍ର ହୋଇଗଲା l  

        ଏହା ଶୁଣି ସେହି ମହିଳା ଜଣକ ସେହି ବୃଦ୍ଧ ଲୋକଙ୍କୁ ଦେଖେଇ କହିଲା l ଦେଖ ଏହି ଲୋକ ଟି ଗାଧୋଇ ନାହିଁ ପୁଣି ମଇଳା ପୋଷାକ ପିନ୍ଧି, ଏହିଁ ପବିତ୍ର ସ୍ଥାନ କୁ ପଶିଆସିଛି, ପ୍ରକୃତରେ ସେହି ମହିଳା ଜଣକ ସେହି ଗାଁ ର ଗଟିଆ ର ପତ୍ନୀ ଥିଲା l  

            ଏହା ସବୁ ଶୁଣି କେତକ ଲୋକ ବୁଢା କୁ ସେହି ସ୍ଥାନ ରୁ ଘଉଡ଼ାଇଦେଲେ l ବୁଢା ଏହିସବୁ ଦେଖି ତା ହୃଦୟରେ ବହୁତ ଦୁଃଖ ହେଲା l ଏବଂ ତାକୁ ସେହି ସବୁତକ ବହୁତ କଷ୍ଟ ଦେଲା l 

           ସେ ଗାଁ ର ବାହାରକୁ ଆସି ମନେ ମନେ ସେହି ସବୁତକ କଥା ଗୁଡିକୁ ମନେ ପକେଇ ବହୁତ ଦୁଃଖିତ ହେଲା, ଏବଂ ମନେ ମନେ ଭାବିଲା ସେମାନଙ୍କ ହୃଦୟରେ ତୋ କେତେ ଅପବିତ୍ରତା ରହିଅଛି, ମୋତେ କଣ ସେମାନେ ଅପବିତ୍ର, କହୁଥିଲେ l 

          ଏହା ଭାବି ବୁଢା ସେହିସବୁକୁ ଭୁଲିଗଲା l ଏବଂ ପୁଣି ଥରେ ସେ ହରେ ରାମ , ହରେ କ୍ରିଷ୍ଣା ନାମ ଜପି ଜପି ମୁରୁକି ମୁରୁକି ହସି ସେ ତା ନିଜ ପଥରେ ଚାଲିଲା l 


Rate this content
Log in

Similar oriya story from Inspirational