ହୃଦୟ ର କ୍ରନ୍ଦନ
ହୃଦୟ ର କ୍ରନ୍ଦନ
ଅଦିନିଆ ଶୀତ ପୁଣି କେତେଯେ ଅଭାବ, ଏଣିକି ବୁଢା ଟି ର ଶରୀର ଅର୍ଦ୍ଧ ନଗ୍ନ, ଶୀତ ର ଦାଉ ସହ୍ୟ କରିବାର ଶକ୍ତି ଏବେ ତାପାଖରେ ନାହିଁ ବୋଲି l ପୁଅ, ବୋହୁ, ପାଖରେ ଖଣ୍ଡେ କପଡା ପାଇଁ କେତେଯେ ନେହୁରା ହେବାକୁ ପଢୁଛି ତାକୁ l
ସେଦିନ ସକାଳ ଭୋର ଭୋର ରୁ ବୁଢା ଉଠି ଶୀତ ଦାଉରୁ ନିଜକୁ ରକ୍ଷା କରିବାକୁ ପାଇଁ, ଝାଟି, କାଠି ଗୋଟେଇ ବା ପାଇଁ ବାହାରିଲା, ଦେହରେ ଗୋଟେ, ଦଦରା, ଖଣ୍ଡିଆ ଗଞ୍ଜି ଟିଏ, ଏବଂ ଅଣ୍ଟାରେ ଧଳା ରଙ୍ଗର ମଇଳା ଧୁତି ଖଣ୍ଡେ ଏବଂ କାନ୍ଦରେ କୁରାଢ଼ୀ ଟିଏ ଧରି , ବୁଢା ଶୀତରେ ଥୁରୁ ଥୁରୁ ହୋଇ ବାହାରିଛି l
. ବାଟରେ କେତେଯେ ଗୋଡି, ବାଲି ବୁଢା ର ନଗ୍ନ ପାଦରେ ଖୁମ୍ପି ଯାଉଥିଲା କିନ୍ତୁ ତାହାସବୁ ଖାତିର ନ କରି, କାଠ ଗୋଟେଇବି ଏହି ଭାବନା ନେଇ ଚାଲିଛି l
ଜଙ୍ଗଲ କୁ ପହଞ୍ଚି ବୁଢା କେତେ ଶୁଖିଲା ଝାଟି, କାଠି ଗୋଟେଇ ତାର ହାଡ଼ ଖଣ୍ଡିକ ଥିବା କାନ୍ଦରେ ବୋହି, ଘର କୁ ଚାଲିଲା l
ବାଟରେ କେତେକ ବାଟୋଇ ବୁଢା ଏପରିକା କଷ୍ଟ ଦେଖି, ବୁଢା କୁ କହିବାକୁ ଲାଗିଲେ,
କାକା :, ଏତେ ବୁଢା ବୟସରେ କାହିଁକି ଏତେ କଷ୍ଟରେ ଏ କାଠ ଗୁଡାକ ବୋହି ଆଣୁଛନ୍ତି l
ଏହା ଶୁଣି ବୁଢା ର ହୃଦୟ କାନ୍ଦି ବା କୁ ଲାଗିଲା
ବୁଢାଟି କହିଲା, ଏହାତୋ ମୋ ପୁଅ, ବୋହୁ ବୁଝି ନ ପାରୁଛନ୍ତି, ଏ ବୁଢା କୁ ଖଣ୍ଡେ କପଡା ଦେବାରେ,
ମଧ୍ୟ ତାଙ୍କ ମନ ବଳୁ ନାହିଁ, ବୁଢା ଏହା କହି, ସେହିଠି ହିଁ, ତା ର ବୋହି ଥିବା l ଝାଟି କାଠିକୁ କଚାଡ଼ି ଦେଲା ଏବଂ ବୁଢାର, ଉର୍ବର ପରିକା ହୃଦୟ ତରଳି ଗଲା l
ଏଣିକି ସକାଳରୁ ସନ୍ଧ୍ୟା ହେବାକୁ ମଧ୍ୟ୍ୟ ଲାଗିଲାଣି ହେଲେ ବୁଢା ର ଏପରି ପରିସ୍ଥିତି କୁ ନେଇ ପୁଅ, ବୋହୁ ର କିଛି ଚିନ୍ତାନାହିଁ l ଛୋଟିଆ, ନିରୀହ ନାତୀଟିଏ ଯିଏକି ଅଜା ଆଜା କହି ପାଖେ ପାଖେ ହେଉଥାଏ l
କିନ୍ତୁ ତାହାକୁ ବି ମୋ ପାଖକୁ ଆସିବା ପାଇଁ ପୁଅ, ବୋହୁ ର ନିଷେଧ ରହିଅଛି l
ଏହା ସବୁ ଭାବି ବୁଢା ଟିର ସବୁଯାକ ଶକ୍ତି ସେଠିହିଁ ସରିଗଲା, ବୁଢା ଟିର ଆଖିରୁ ଅଶ୍ରୁର ଧାର ବୋହିଯାଉଥି, ଆଉ ସେଠି ହିଁ ବୁଢା ଟି ପଡିରହିଥିଲା l
ଆକାଶକୁ ଅନେଇ ବୁଢା, ହେ ଇଶ୍ୱର କହି ସେଠାରେ ତାର ଜୀବନ କୁ ହରିଦେଲା l