STORYMIRROR

Jhunu swain

Others

3  

Jhunu swain

Others

କ୍ରୋଧ ର କରାମତି

କ୍ରୋଧ ର କରାମତି

2 mins
203

          ପ୍ରସାଦ ବୋଲି ପିଲାଟି ଥିଲା ସେ ପ୍ରତି ଛୋଟ ଛୋଟ କଥାରେ କ୍ରୋଧ ପ୍ରଦର୍ଶନ କରେ ତାହାର ଏହି କ୍ରୋଧ ପ୍ରଦର୍ଶନ ଅଭ୍ୟାସ ରେ ବଦଳି ଯାଇଥିଲା l 

       କିନ୍ତୁ ଏପଟେ ପ୍ରସାଦର ବାପା ଅତି ସାଧାରଣ ଏବଂ ଶାନ୍ତ ସ୍ୱାଭାବ ପ୍ରକୃତିର ଲୋକ ଥିଲେ ସେ ସବୁବେଳେ ପ୍ରସାଦର ସେହି କ୍ରୋଧ ପ୍ରଦର୍ଶନ ଅଭ୍ୟାସକୁ ନେଇ ଚିନ୍ତିତ ଥିଲେ l 

          ଦିନକର କଥା ପ୍ରସାଦକୁ ତା ପିତା ଡ଼ାକି କହିଲେ ବାପାରେ ଏଦୁନିଆ ଅଳ୍ପ ଦିନର ତୁ କାହିଁକି ସବୁଲେ ଲୋକ ମାନଙ୍କୁ ଡରଉଛୁଁ ଧମକୁଛୁ ଏହା ଜମା ବି ଉଚିତ ନୁହେଁ l ଏହା ଶୁଣି ପ୍ରସାଦ ପୁଣି ଥରେ ରାଗରେ ଜର୍ଜରିତ ହେଲା ଏବଂ ପିତାକୁ କ୍ରୋଧରେ ଜର୍ଜରିତ ହୋଇ କହିଲା, ତମେ ଚୁପ ରହ ମୋତେ ଶିଖାଅ ନାହିଁ କଣ ମୋତେ କରିବା କଥା ଆଉ କଣ ନାହିଁ, ସବୁ ମୋତେ ଜଣା ଏହା କହି ପ୍ରସାଦ ସେଠାରୁ ବାହାରି ଗଲା l 

             ଏବଂ ସେତେବେଳେ ବାଟରେ ଯାଉଥିଲା ଦୁର୍ଭାଗ୍ୟ ବଶତଃ ତାହାର ବାଇକ ଦୁର୍ଘଟଣା ହୋଇଗଲା ଏବଂ ପ୍ରସାଦ ର ଗୋଟିଏ ଗୋଡ ଭାଙ୍ଗିଗଲା l 

         ଯେତେବେଳେ ପ୍ରସାଦର ଦୁର୍ଘଟଣାରେ ଗୋଡ ଭାଙ୍ଗି ଯାଇ ରକ୍ତରେ ଜୁଡୁବୁଟୁ ସେତିକି ସମୟରେ ପ୍ରସାଦ ପାଖରେ ଲୋକ ମାନେ ଥାଇ ମଧ୍ୟ୍ୟ ତାକୁ ସାହାଯ୍ୟ କରିବା ନିମନ୍ତେ ଇଛୁକ ନ ଥିଲେ l  

          କାରଣ ହେଲା ତାର ସେହି କ୍ରୋଧ, ରୂପକ ଅଭ୍ୟାସ ଯାହାକି ତା ପ୍ରତି ସମସ୍ତଙ୍କ ହୃଦୟରେ ଭୟ, ଡର ର ଭାବ ଜନ୍ମ କରିଦେଇ ଥିଲା l  

           ପ୍ରସାଦ ସେଠାରେ ଯନ୍ତ୍ରଣା ରେ କଷ୍ଟ ପାଉଥାଏ l ଏବଂ ବହୁତ ଲୋକଙ୍କୁ ନେହୁରା ହେଉଥାଏ l ମୋତେ ସାହାଯ୍ୟ କର କହି କହିଁ, ଏତିକି ସମୟରେ କେହି ଜଣେ ପ୍ରସାଦ ର ଦୁର୍ଘଟଣ ଖବର ତା ପିତା ନିକଟକୁ ପହଞ୍ଚାଇ ଦେଲେ l ଏବଂ କିଛି ସମୟ ଭିତରେ ତା ପିତା ଆସି ତାକୁ ଚିକିତ୍ସା ଲୟ ନେଇ ଯାଇଛନ୍ତି l  

          ଏତିକି ସମୟରେ ପ୍ରସାଦ ବୁଝି ଯାଇଥିଲା ଯେ ଏଦୁନିଆ କ୍ରୋଧ, ବୁଝେ ନାହିଁ ପ୍ରେମର ଭାବନାକୁ ବୁଝେ, ଏହା ଜାଣିସେ, ସେଠାରେ ତାର ସେହି କ୍ରୋଧ ପାଇଁ ବହୁତ ଅନୁତାପ କରିଛି, ଏବଂ ସେଦିନଠୁ ପ୍ରେମର ଭାବନା ସମସ୍ତଙ୍କ ଠାରେ ପ୍ରଦର୍ଶନ କରିଛି l  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍