jhunu SWAIN

Others

3  

jhunu SWAIN

Others

ଜୀବନର ଦଉଡି

ଜୀବନର ଦଉଡି

2 mins
188


               ଶୀତ ର ଋତୁ ହୋଇଥାଏ l ଭୋର ଭୋର ସକାଳୁ ବେଣୁଧର ଉଠି ଖେତକୁ ଚାଲିଲା, ଏଣିକି ଶୀତର ଦାଉ ସହିବା ଅସହ୍ୟ ହୋଇ ପଡୁଥାଏ l କୁହୁଡିରେ ରାସ୍ତା ଘାଟ କିଛି ମଧ୍ୟ୍ୟ ଦିଶୁନଥିଲା l ବେଣୁଧର ମୁଣ୍ଡରେ ପଗଟିଏ ବାନ୍ଧି, ଅଣ୍ଟାରେ ଧୁତି, ଏବଂ ଛାତିରେ ଖଣ୍ଡେ ଗଞ୍ଜି ପିନ୍ଧି ଖେତକୁ ଯାଇ ବୁଲି ଆସିବି ଏହା ଭାବି ସେ ଚାଲିଲା l 

          ତାଙ୍କ ଗାଁ ଠାରୁ ଖେତ ଗୋଟିଏ କିଲୋମିଟର ହେବ, ସେଥିପାଇଁ ବେଣୁ ଏତେ ଭୋର ଭୋର ସକାଳୁରୁ ଉଠି ବାହାରିଥିଲା l ବେଣୁଧର ଖେତକୁ ପହଞ୍ଚି, ସେ ତା ନିଜ ହାତରେ ପରିଶ୍ରମରେ କରିଥିବା ସେହି ଫସଲ ଗୁଡିକୁ ଦେଖିଲେ ତାକୁ ବହୁତ ଆନନ୍ଦ ମିଳିଥାଏ l ଏବଂ ସେ, ସେହି ଦିନ, ଦିନ ଧରି ପରିଶ୍ରମ କରିଥିବା ସେହି ଫସଲମାନଙ୍କୁ ଦେଖି ବହୁତ ଖୁସି ହେଉଥାଏ ଏବଂ ମନେ ମନେ ଭାବୁଥାଏ- ଏ ଥରକ ମୋ ପରିବାର, ମୋ ପିଲାଛୁଆର ଆଉ ଅନ୍ନ, ବସ୍ତ୍ରର ଦୁଃଖୀ ହେବେ ନାହିଁ l 

ଏହା ଭାବି ଭାବି ସେ ଫସଲମାନଙ୍କୁ ଦେଖି ମୁରୁକି ମୁରୁକି ହସୁଥାଏ l ଏତିକି ସମୟରେ ହଠାତ କେଜାଣି କାହିଁକି l ବେଣୁ ଟିକେ ଅସୁସ୍ଥ ଅନୁଭବ କଲା ଏବଂ ସେଠାରେ ହିଁ ସେ ହଠାତ ପଡିଗଲା l ସେ ବାରମ୍ବାର ଚେଷ୍ଟା କଲା ଉଠିବାକୁ କିନ୍ତୁ ଉଠି ପାରିଲା ନାହିଁ l ତା ପରେ ସେ ତାର ସେହି ନିରାଶା ପାଟିରେ ଲୋକମାନଙ୍କୁ ଡାକିବାକୁ ଚେଷ୍ଟା କଲା କିନ୍ତୁ ତା ପାଟିରୁ ପଦେ ହେଲେ ଶବ୍ଦ ବାହାରିଲା ନାହିଁ l  ଏତିକି ସମୟରେ ବେଣୁ ଜାଣି ପାରିଲାଯେ ମୋତେ ପକ୍ଷାଘାତ ରୋଗ ହେଲାବୋଲି ଏବଂ ସେ ତାର ସେହି ଆବେଗ, ଅନୁଭବ, ପ୍ରେମକୁ କାହାକୁ ଵା କାହା ପାଖରେ ପ୍ରକାଶ କରିବି ଏହା ଭାବି, ସେ ନିଜକୁ ଜିଅନ୍ତା ଅକାମି, ତୁଚ୍ଛ ଶବଟିଏ ଭାବି ତା ହୃଦୟରେ ବହୁତ ଦୁଃଖ ରଖି ସେ ବହୁତ କାନ୍ଦିଛି l 

       ସେ ତା ନିଜକୁ ମାରିବା ପାଇଁ ବହୁତ ଚେଷ୍ଟା କରୁଥାଏ କିନ୍ତୁ ସେହି ଅକାମି, ହାତ, ଗୋଡ଼ରେ ସେ କେମିତି ତା ନିଜକୁ ମାରି ପାରିବ ? ଏମିତି ପରିସ୍ଥିତି ନେଇ ବଞ୍ଚିବା ବଦଳରେ ମରିବା ବହୁତ ଭଲ, ଏହା ଭାବି ଭାବି ବେଣୁ ସେଠାରେ ବହୁତ କାନ୍ଦିଛି l ସକାଳୁ ସନ୍ଧ୍ୟା ହେବାକୁ ଯାଉଥାଏ l ଏତିକି ସମୟରେ ତାର ପତ୍ନୀ ଚିନ୍ତିତ ହୋଇ ବେଣୁକୁ ଡାକିବାକୁ ଲାଗିଲା l ପିନୁର ବାପା, ପିନୁ ବାପା ଏହା କହି ସେ ବହୁତ ଥର ଡ଼ାକ ଛାଡିଲା l ଏତିକି ସମୟରେ ବେଣୁ ସେହି ସବୁ ଡାକ ଶୁଣୁଥାଏ ଏବଂ ବହୁତ ଥର ଚେଷ୍ଟା ମଧ୍ୟ୍ୟ କରୁଥାଏ ଯେ, 'ମୁଁ ଏଠି ଅଛି' ବୋଲି କହିବା ପାଇଁ କିନ୍ତୁ ତାର ସେହି ଅଶୁଭ, ଦୁର୍ଦଶାଟି ତାର ସବୁ ପରିବାରକୁ ଛାରଖାର କରି ଦେଲା l 

          ଏତିକି ସମୟରେ ତା ପତ୍ନୀ ଖେତ ଭିତରକୁ ଧୀରେ ଧୀରେ ଗଲା, ଏବଂ ଯେତେବେଳେ ସେ ବେଣୁକୁ ଦେଖିଛି ଏବଂ ତାକୁ ଉଠେଇ ବାକୁ ଚେଷ୍ଟା କରିଛି କିନ୍ତୁ ସେ ଯେତେ ଚେଷ୍ଟା କଲେ ମଧ୍ୟ୍ୟ ଉଠେଇ ପାରିଲା ନାହିଁ l  ତା ପରେ ତା ପତ୍ନୀ ବି ଜାଣି ପାରିଲାଯେ, ବେଣୁକୁ ପକ୍ଷାଘାତ ରୋଗ ହେଲା ବୋଲି ଏବଂ ସେଠାରେ ସେ ତା ପତିକୁ କୁଣ୍ଡେଇ ବହୁତ କାନ୍ଦିବାକୁ ଲାଗିଲା ଏବଂ ଏହା ଦେଖି ବେଣୁ ହୃଦୟରେ ବହୁତ ଜୋରରେ ଆଘାତ ହେଲା l ସେ ମଧ୍ୟ୍ୟ ତା'ର ସେହି ନିରୀହ ପତ୍ନୀକୁ ଦେଖି କୁଣ୍ଡେଇ ପକେଇ କାନ୍ଦିବାକୁ ଇଚ୍ଛା କରିଛି କିନ୍ତୁ ତାର ରୋଗ ତାର ସବୁକିଛିକୁ ଉଜାଡି ଦେଇଛି l 


સામગ્રીને રેટ આપો
લોગિન