STORYMIRROR

Jhunu swain

Others

2  

Jhunu swain

Others

ଦୁଃଖୀ ମଣିଷର ଦୁଃଖ

ଦୁଃଖୀ ମଣିଷର ଦୁଃଖ

1 min
126

ସେ ଦିନ ଭୋର ଭୋର ସକାଳୁ ଉଠି ବୁଢ଼ାଟି ଚାଲିଥିଲା ଭିକ ମାଗିବା ଉଦ୍ଦେଶ୍ୟରେ ଏପଟେ ବୁଢ଼ା ଦେହରେ କିଛି ବି ବସ୍ତ୍ର ନ ଥିଲା l ଅଣ୍ଟାରେ ଖଣ୍ଡେ ଚିରା ମଇଳା ଦଦରା କପଡା ଖଣ୍ଡେ, ଏପଟେ ସେ ତାର ନଗ୍ନ ପାଦରେ ତରବର ହୋଇ ବାହାରିଥାଏ l 

        ମନ ରେ ତାର କେତେଯେ  ଆଶା ଥାଏ l ଯେ ଆଜି ଯଦି ଭିକ ମୁଠାଏ ପାଇଲେ ମୋ ପରିବାର କେତେ ହସ ଖୁସିରେ ବିତନ୍ତା l 

        ଏହା ଭାବି ବୁଢାଟି ହେ ଈଶ୍ୱର କହି ଚାଲିଲା ଭିକ ମାଗିବା ନିମନ୍ତେ ,  

         ବୁଢା ପ୍ରଥମେ ଗରିବ ବସ୍ତିକୁ ଯିବି ବୋଲି ଭାବୁଥିଲା କିନ୍ତୁ କାହିଁକି କେଜାଣି ସେ ଆଜି ଧନୀ ଲୋକଙ୍କୁ ଭିକ ମାଗିବାକୁ ଇଚ୍ଛା କରିଛି ଭାବିଛି ଧନୀ ଲୋକ ମାନେ ମୋତେ ସାହାଯ୍ୟ କରିବେ ବୋଲି କିନ୍ତୁ ତାହା ନ ହୋଇ ସେଠାରେ ବୁଢାର ବହୁତ ଅପମାନ ହୋଇ ଥିଲା l ହେଲେ ଶେଷରେ ବୁଢା ଆସି ଗରିବ ବସ୍ତିକୁ ଯାଇ ଭିକ ମାଗିଛି, ବୁଢାର ସେହି ଅବସ୍ଥାକୁ ଦେଖି ସେଠିକାର ସମସ୍ତେ ବୁଢାକୁ କିଛି ନା କିଛି ଦାନରେ ଦେଇଛନ୍ତି l 

         ବୁଢା ଯେତେବେଳେ ଏସବୁ କିଛି ଦେଖିଲା ସେ ବୁଝି ପାରିଲା ଯେ ଗୋଟିଏ ଦୁଃଖୀ ମଣିଷର ଦୁଃଖ କେଵଳ ଗୋଟିଏ ଦୁଃଖୀ ମଣିଷ ହିଁ ବୁଝି ପାରିବ, ଏହା ବୁଝିପାରି ବୁଢା ସେଦିନଠାରୁ କେବେହେଲେ ଧନୀ ଲୋକଙ୍କୁ ଭିକ ପାଇଁ ନେହୁରା ହେଲା ନାହିଁ l  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍