Jhunu swain

Others

2  

Jhunu swain

Others

ପିଲାଦିନର ଶୀତୁଆ ସକାଳ

ପିଲାଦିନର ଶୀତୁଆ ସକାଳ

1 min
131


ଉଦୁଉଦିଆ ଖରା ଦେହରେ ଟିକେ ବାଜିଲେ ବହୁତ ମଜା ଲାଗୁଥାଏ l ଶୀତ ଋତୁରେ ସମସ୍ତେ ସୂର୍ଯ୍ୟକୁ ଅପେକ୍ଷା କରିରହିଥାନ୍ତି l ଶୀତ ର ଦାଉରୁ ନିଜକୁ ରକ୍ଷା କରିବା ପାଇଁ l 

     ଅଧିକାଂଶ ଗାଆଁଗୁଡିକରେ ଲୋକମାନେ ଶୀତର ଦାଉ ସହ୍ୟ ନକରିପାରି, ଠୁଳ ଠୁଳ ହୋଇ ନିଆଁ ଶେକୁଥାଆନ୍ତି l 

     ଏତିକି ସମୟରେ କେତେକ କୁନି କୁନି ପିଲାଛୁଆ ଖେଳ ମଜାରେ ମାତିଥାନ୍ତି l ଏମାନଙ୍କ ଖେଳ ମଜା ଦେଖି, ନିଆଁରେ ଶେକି ହେଉଥିବା ଲୋକମାନେ ସେଗୁଡିକର ମଜା ନେଉଥାନ୍ତି l 

ନିଆଁରେ ଶେକି ହେଉଥିବା ଲୋକମାନଙ୍କ ମଧ୍ୟରୁ ଗୋଟିଏ ଲୋକ କହିଲା, ମୁଁ ବି ମୋ ପିଲାବେଳେ ବହୁତ ଖେଳ ଖେଳୁଥିଲି, ବହୁତ ଦୁଷ୍ଟାମୀ କରୁଥିଲି l କାହାରି କଥା ମଧ୍ୟ ଶୁଣୁନଥିଲି l  

     ଏହା ଶୁଣି ସେଥିରେ ଥିବା ସମସ୍ତେ ନିଜ ନିଜର ପିଲା ଦିନର ସବୁ ସୃତିକୁ ମନେ ପକାଇ ବହୁତ ହସ, ମଜା କରୁଥିଲେ l ସତେ ଯେପରିକି ସେମାନେ ପୁଣିଥରେ ସେହି ପିଲା ଦିନକୁ ଫେରି ପାଇଛନ୍ତି l 

      ପିଲା ଦିନର ସେହି ପୋଖରୀରେ ଗାଧୋଇ ଯିବା, ଗଛ ଉପରକୁ ଚଢି ବରକୋଳି ତୋଳି ଖାଇବା ସବୁ ଯାକ ସତରେ ପୁଣିଥରେ ଫେରି ପାଇଲା ପରିକା ଅନୁଭବ ହେଉଥାଏ l 

      ଏତିକି ସମୟରେ ଆକାଶ ଉପରେ ହେଲିକେପ୍ଟରଟିଏ ଉଡିବାର ଶବ୍ଦ ହେଲା l ଏହା ଦେଖି ସେହି କୁନି କୁନି ପିଲାମାନେମାନେ ବହୁତ ଜୋର ଜୋରରେ ଡାକ ଛାଡି, କରତାଳି ପିଟିବାକୁ ଲାଗିଲେ ଏବଂ ସେହି ଉପରେ ଉଡି ଯାଉଥିବା କୃତିମ ସଵାରୀଟିକୁ ଟାଟା କରିବାକୁ ଲାଗିଲେ l 

      ଏବଂ ଏହି ସବୁ ଦୃଶ୍ୟ ସେହି ନିଆଁରେ ଶେକି ହେଉଥିବା ଲୋକମାନେ ସତସତିକା ତାଙ୍କ ପିଲା ଦିନକୁ ସେହି କୁନି କୁନି ଛୁଆମାନଙ୍କ ଠାରୁ ପୁଣି ଥରେ ପାଇଯାଇଥିଲେ l 

    ଏବଂ ଏହା ସବୁ ସେମାନଙ୍କୁ ବହୁତ ଖୁସି ଦେଇଥିଲା l  



Rate this content
Log in