Himalini Hota

Horror

3  

Himalini Hota

Horror

ଝରକା ବାହାରେ କିଏ

ଝରକା ବାହାରେ କିଏ

2 mins
216


ଶିଶୁବିଭାଗର ପ୍ରଫେସର ଡକ୍ଟର ଅମ୍ବୁଜ ମିଶ୍ର । କ୍ଲାସ ଚାଲିଥିବା ସମୟରେ ପିଲାଙ୍କ ରିଲାକ୍ସମେଣ୍ଟ ପାଇଁ ଆରମ୍ଭ କରିଥିଲେ ତାଙ୍କ ଅନୁଭୂତିରୁ କିଛି କଥା । 

ସେ ଦିନ ହସ୍ପିଟାଲରେ ଦିନ ସାରା ପୁରା ବିଜି ଥିଲେ ଡକ୍ଟର ମିଶ୍ର । ଗୋଟିଏ ଦିନରେ ୭ ଟି ଅପେରସନ କେସ ହ୍ୟାଣ୍ଡଲ କରିବାକୁ ପଡିଥିଲା ତାଙ୍କୁ । ଦିନ ସାରାର ବ୍ୟସ୍ତତା ଭିତରେ ରାତି ୧୦ ପରେ ଘରକୁ ଫେରି ଆଉ କିଛି ଖାଇବାକୁ ଇଛା ହେଇନଥିଲା ତାଙ୍କୁ । ମଥା ଆଜି ତାଙ୍କର ଭାରାକ୍ରାନ୍ତ ଲାଗୁଥିଲା । ବେଡ଼ ଉପରେ ଅବସ ଶରୀରକୁ ଲୋଟାଇ ଦେଇ କିଛି ଗୋଟେ କଥାକୁ ନେଇ ଚିନ୍ତା ମଗ୍ନ ରହିଥିବା ସମୟରେ ଝରକା ସେପାଖରୁ ଶୁଭିଲା ଛୋଟ ଶିଶୁମାନଙ୍କ ସମୂହ କ୍ରନ୍ଦନର ଶବ୍ଦ । 

ଅlରେ ଏ କଣ ? ଏକl ଥରେ ଏତେ ପିଲା କାହିଁକି କାନ୍ଦୁଛନ୍ତି? ପାଖ ପଡିସାରେ ତ କୌଣସି ଛୋଟ ପିଲା ନାହାନ୍ତି । କାହା ଘରକୁ ବୋଧହୁଏ କେହି ଅତିଥି ଆସିଥିବେ । ସେଥିପାଇଁ କ୍ରନ୍ଦନର ସ୍ୱର ଶୁଭୁଛି । ଛୋଟ ପିଲାଙ୍କର ପ୍ରକୃତି ଏୟା ଯେ ଜଣେ ଯଦି କ୍ରନ୍ଦନ ଆରମ୍ଭ କରିବ ତାହେଲେ ଏକାଥରେ ସମସ୍ତେ ମିଳିତ ଭାବରେ କାନ୍ଦିବେ । ଝରକା ବାହାରକୁ ନଜର ପଳେଇଲା ତାଙ୍କର । କ୍ଷୀଣ ଆଲୋକରେ ଦେଖାଗଲା ପ୍ରାୟ ୭/୮ ଟି ଶିଶୁ କାନ୍ଦୁଛନ୍ତି ସେ ପୁଣି ଝୁଲନ୍ତା ଅବସ୍ଥାରେ । ଚମକି ଉଠିଲେ ସେ । 

 ଡାକ୍ତର ହେଲେ ବି କଣ ହେଲା ଏମିତି ଅଦ୍ଭୁତ ଦୃଶ୍ୟ ସେ, ସେ ଯାଏଁ କେବେ ଦେଖିନଥିଲେ । ଚାକିରୀ କାଳରେ ଅବଧି ଭିତରେ ସେ ବହୁତ ଶିଶୁଙ୍କର ମୃତ ଦେହ ଦେଖିଥିଲେ ମଧ୍ୟ ଏ ଦୃଶ୍ୟ ତାଙ୍କ ହୃଦୟକୁ ଥରେଇ ଦେଇଥିଲା । ସ୍ୱପ୍ନ ଦେଖୁଛନ୍ତି ଭାବି ନିଜ ଦେହକୁ ନିଜେ ଚିମୁଟି ପକେଇଥିଲେ । କଷ୍ଟ ହେଇଥିଲା, ମାନେ ଏ ଦୃଶ୍ୟ କୌଣସି ସ୍ୱପ୍ନର ନୁହେଁ । ସେ ବାସ୍ତବରେ ଦେଖୁଛନ୍ତି । ଶିଶୁ ମାନେ କାନ୍ଦି କାନ୍ଦି ତାଙ୍କୁ ଯେପରି କହୁଛନ୍ତି "ଆମ ମୃତ୍ୟୁ ପାଇଁ ତୁମେ ହିଁ ଦାୟୀ ଡକ୍ଟର ଆମେ ତୁମକୁ ଛାଡିବୁନି । "ଅକାରଣ କାହିଁକି ଆମର ଜୀବନ ନେଲ । 

ଲୁହ ଆସିଗଲା ଡକ୍ଟରଙ୍କ ଆଖିରେ, ହାତ ଯୋଡି କହିଲେ ହେ ଅବୋଧ, ଅଜ୍ଞାନ ଶିଶୁ ମାନେ ମୁଁ ତୁମମାନଙ୍କ ମୃତ୍ୟୁ ପାଇଁ ଦାୟୀ ନୁହେଁ ତୁମ ମାନଙ୍କ ସ୍ୱାସ୍ତ୍ୟ ଗତ ସମସ୍ୟା ପାଇଁ ତୁମେ ମୃତ୍ୟୁ ପଥର ଯାତ୍ରୀ ହେଲ । ମୁଁ ତ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲି ତୁମକୁ ବଞ୍ଚାଇବା ପାଇଁ । 

ମତେ କ୍ଷମା କର । ଈଶ୍ୱର ତୁମମାନଙ୍କ ଆତ୍ମାକୁ ସଦ୍ଗତି ଦିଅନ୍ତୁ । ହାତ ଯୋଡି କ୍ଷମା ମାଗିଲା ପରେ ଦେଖାଗଲା ସେହି କ୍ରନ୍ଦନରତ ଶିଶୁ ମାନେ ଆଉ ନାହାନ୍ତି । ଏହା ଯେ ସେହି ମୃତ ଶିଶୁମାନଙ୍କର ଆତ୍ମା ଥିଲା ଏହା ତାଙ୍କୁ ଆଉ ବୁଝିବାକୁ ବାକି ନଥିଲା । 

ତାଙ୍କ ଦୁର୍ଭାଗ୍ୟକୁ ସେ ଦିନ ହସ୍ପିଟାଲରେ କିଛି ଶିଶୁ ମୃତ୍ୟୁ ବରଣ କରିଥିଲେ ତାଙ୍କ ପାଖରେ ଚିକିତ୍ସାରତ ଅବସ୍ଥାରେ । 

ପ୍ରଫେସର ଆମ୍ବୁଜ ମିଶ୍ରଙ୍କର ଏହି ଅନୁଭୂତି ଶୁଣିବା ପରେ ପୁରା କ୍ଲାସରେ ନୀରବତା ଛାଇ ଯାଇଥିଲା । 



Rate this content
Log in

Similar oriya story from Horror