ଜଡିବୁଟି
ଜଡିବୁଟି


ମୁଁଁ ଯେତେ ସଫଳତା ପାଇଛି ତାକୁ ହୁଏତ ଭୁଲିଯାଇପାରେ, ମାତ୍ର ପାଇଥିବା ବିଫଳତା ଗୁଡାକୁ ଇଚ୍ଛା କଲେ ବି ଭୁଲି ପାରେନା। କାରଣ ମୋ ଜୀବନରେ ସଫଳତା ହାତଗଣତି କେଇଟା ମାତ୍ର ବିଫଳତା ପ୍ରତି ସମୟରେ କହିଲେ ଚାଲିବ। କିନ୍ତୁ ସେଥର ୨୬ ଏପ୍ରିଲ ର ଘଟଣା ବୋଧହୁଏ ଜୀବନର ଅନ୍ତିମ ସମୟ ଯାଏ ଭୁଲି ହେବନି। କର୍ଣ୍ଣ ପରି ମୋତେ ବୋଧ ହେଉଥିଲା ସେଦିନ। ନିଜ ଘମଣ୍ଡ ଯୋଗୁଁ ମୁଁଁ ଲଜ୍ଜାଜନକ ଭାବେ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟରେ ସେକେଣ୍ଡ ହେଇଯାଇଥିଲି। ସେକେଣ୍ଡ ହେବା ଏଥିପାଇଁ ଦୁଃଖର କାରଣ ଥିଲା ଯେ ଜୀବନରେ କେବେ କୌଣସି ଶ୍ରେଣୀରେ ଦ୍ଵିତୀୟ ହେଇନି କିନ୍ତୁ ମାଟ୍ରିକରେ !!! ମେଧାବୀ ଛାତ୍ର ଥିଲି, ଶିକ୍ଷକମାନେ ଆଶା କରୁଥିଲେ ରାଜ୍ୟରେ ଟପ୍ ଟେନ୍ ରେ ରହିବ ଆଉ ଡିସଟ୍ରିକ୍ଟ ଟପ୍ପର ତ ପକ୍କା। ମାତ୍ର ନିଜ ସ୍କୁଲରେ ପ୍ରଥମ ହେଇନଥିଲି। କାହାକୁ ବା ନ ବାଧିବ??
ମାତ୍ର ରେଜଲ୍ଟ ପରେ ଯେଉଁମାନେ ମତେ ଆଶା କରୁଥିଲେ ସେମାନେ ହି ମୋ ପାଇଁ ଏକ୍ସକିଉଜ ଗୁଡାକ କହିଦେଲେ। କିଏ କହିଲା ତ ମାର ସ୍ୱାସ୍ଥ୍ୟ ଅତି ସଂକଟାପନ୍ନ ଥିଲା ତ କିଏ କହିଲା ବିଚାର ଏକଲା ପଢିପାରୁନଥିଲା। ବାସ୍ତବରେ ମୋ ମା ବିମାର ଥିଲେ। ନିଜେ କିଛି କରିପାରୁନଥିଲେ, ଏପରିକି କ୍ଷତରୁ ଉଠିବ ମଧ୍ୟ କଠିନ ହେଇଯାଉଥିଲା। ମୁଁଁ ବି ସେ ବାହାନାଟାକୁ ଗ୍ରହଣ କରିଦେଲି ଓ ମୋ ମା ମଧ୍ୟ। ଧୀରେ ଧୀରେ ବିଫଳତାର ପୀଡାରୁ ବାହାରି ସ୍ଵାଭାବିକ ହୋଇ ସମାଜରେ ମିଶିବସିଲି ପୁଣି। ଡାକ୍ତର ହେବାକୁ ସ୍ଵପ୍ନ ଦେଖୁଥିଲି କିନ୍ତୁ ପରିସ୍ଥିତିରେ ହିଁ କଳା ବିଭାଗରେ ନା ଲେଖାଇଇଦେଲି। କେହି ସପୋର୍ଟ କରୁନଥିଲେ ଜଣକୁ ଛାଡିଦେଲେ। ସିଏ ମୋ ମା । ନିଜ ବିଫଳତାରୁ ମୁଁକ୍ତି ପାଇଁ ଅହରହ ପରିଶ୍ରମ ସହ ଲାଗିପଡିଲି ଆଉ ଗୋଟେ ସ୍ଵପ୍ନ ଦେଖିବାକୁ। ଆଇଏଏସ ହେବି!! ସ୍ଵପ୍ନ ହି ମତେ ରାସ୍ତା ଦେଖେଇଦେଲା ଓ ସାମାଜିକ ବିଜ୍ଞାନ ସାଧାରଣ ଜ୍ଞାନ ସବୁ ଧୀରେ ଧୀରେ ଭଲ ଲାଗିବାକୁ ବସିଲା। ଯଦିଓ ଏ ସମୟରେ କେତେକ ଏ କଥା ବି କହିଦେଲେ ଯେ ମୁଁଁ ମେଧାବୀ ନଥିଲି ତେଣୁ ମାଟ୍ରିକରେ ଭଲ କଲିନି। ଆର୍ଟସ ରେ ଏଡମିଶନ ନେଇଥିବାରୁ ସେମାନେ ଏମିତି କହୁଥିଲେ। ଏଇଟା ତ ଆମ ସମାଜରେ କେବେରୁ ଚାଲିଛି । ଯିଏ ସାଇନ୍ସ ପଢୁଛି ଜ୍ଞାନୀପିଲା। ଆର୍ଟସ ପିଲା ଟିକେ ସାଧାରଣତଃ କମ ଜ୍ଞାନୀ ଅଥବା ପୁରା ମୂର୍ଖ। ସେଇଟା ଯାହା ହଉ ମୋ ମା କିନ୍ତୁ ମୋତେ ଉତ୍ସାହିତ କରିବାରେ କେବେ ଘୁଞ୍ଚିନଥିଲେ। ତାଙ୍କ ଧାରଣ ବି ଦିନେ ସେମିତି ହିଁ ଥିଲା। ସପ୍ତମ ଯାଏ ପଢିଥିଲେ ସେ । ଦୁନିଆକୁ ଯେମିତି ଦେଖିଥିଲେ ତାହା ଭାବୁଥିଲେ । ମାତ୍ର ମୁଁଁ ଆର୍ଟସ ନେବା ଦେଖି ସେ ଦୁନିଆକୁ ଭୁଲ ବୁଝିଲେ ଆଉ ମୋ ସପକ୍ଷରେ ଆସିଲେ ଓ ଏହି ଧାରଣ ସହ ଚାଲିଲେ ଯେ ମୋ ପୁଅ ଆର୍ଟସ ନେଲେ ବି ମୁଁର୍ଖ ନୁହେଁ। ମାଙ୍କର ଉତ୍ସାହ ସହ ମୁଁଁ ପଢି ଚାଲିଲି।
ଦୁଇ ବର୍ଷ ସେମିତି ଚାଲିଗଲା ପଶ୍ଚାତାପ ଓ ପରିଶ୍ରମ ଉଭୟରେ। ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବାର ସମୟ ଆସିଲା। କିନ୍ତୁ ଏ ମଧ୍ୟରେ ମୁଁ ଆଚମ୍ବିତ ହେଇଯାଇଥିଲିଯେ ମୋ ମା ଦୁଇ ବର୍ଷରେ ଏତେ ସୁସ୍ଥ ସବଳ କେମିତି ହେଇଗଲେ। ଯେଉଦିନ ରେଜଲ୍ଟ ବାହାରିବାରଥିଲା ସେ ଦିନ ମୋ ମା ଆରିସା ପ୍ରସ୍ତୁତ କରୁଥିଲେ, ନିଜେ ଚାଉଳ ଚୂନା ପ୍ରସ୍ତୁତ କରିକି। ଶେଷରେ ଯୁକ୍ତଦୁଇ ଫଳ ବାହାରିଲା ଓ ମୁଁ ରାଜ୍ୟ ଟପ୍ ଟେନ୍ ରେ ବି ଆସିଗଲି। ପୁଣି ସେଇଖୁସି ଫେରି ଆସିଲା । ଆନନ୍ଦର ସହ ମୁଁ ଆଉ ମା ବାପା ବିଭିନ୍ନ ସମ୍ବର୍ଦ୍ଧନା ଉତ୍ସବକୁ ଗଲୁ। ମୋ ମା ବହୁତ ଖୁସ୍ ଥିଲେ। ସେ ଭାବି ବସିଲେ କି ମୁଁ ତାଙ୍କୁ ବହୁତ ଭଲ ପାଏଁ ଓ ସେଥିପାଇଁ ଦଶମରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ଯୋଗୁଁ ଚିନ୍ତିତ ଥିଲା ଓ ରେଜଲ୍ଟ ଖରାପ ହେଲା । ମାତ୍ର ବାସ୍ତବ କାରଣ ତ ଏଇଆ ଥିଲା ଯେ ନିଜେ ମୁଁଁ ନିଜକୁ ଅତିବେଶି ଜ୍ଞାନୀ ଭାବୁଥିଲି ଓ ଓଭାର କନଫିଡେନ୍ସ ହେଇଯାଇଥିଲି।
ମା ବାପାଙ୍କ ସହ ରେଭେନ୍ସା ଆସିଲି ଏଡମିଶନ ପାଇଁ । ବହୁତ ଗର୍ବ କରୁଥିଲେ ମା ବାପା କାରଣ ଆମ ଅଞ୍ଚଳର ପ୍ରଥମ ଥିଲି ଯିଏ ରେଭେନ୍ସା ଯାଏଁ ପହଞ୍ଚିଛି । ଏଡମିଶନ ସାରିଲା ପରେ ବଡ ମେଡିକାଲ ଗଲୁ। ଯେଉଁ ଡାକ୍ତର ମୋ ମାଙ୍କୁ ଦେଖୁଥିଲେ ତାଙ୍କ ଚାମ୍ବର ରେ ପହଞ୍ଚିଲୁ। ଡାକ୍ତର ଦେଖିକି ପଚାରିଲା “ରୋଗୀ କିଏ ?” ମୁଁଁ ବି ଆଚମ୍ବିତ ହେଲି କଣ ସେ ମୋ ମାଙ୍କୁ ଚିହ୍ନି ପାରିଲାନି। ଏତେ ବଡ ଡକ୍ଟର ରୋଗୀର ମୁଁହଁ ଦେଖିଲେ ଜାଣିପକେଇବା କଥା। ଆମେ ଆଗରୁ ଟେଷ୍ଟ ଗୁଡାକ କରିକି ରିପୋର୍ଟ ନେଇଆସିଥିଲୁ । ହଇରାଣକୁ କିଏ ପସନ୍ଦ କରେ । ଡାକ୍ତର ରିପୋର୍ଟ ଦେଖିଲେ ଓ ମୋ ମାଙ୍କୁ ଦେଖିଲ ଏକ ଅଦ୍ଭୁତ ନଜରରେ । ସତେ ଯେମିତି ମୋ ମା କିଛି ବଡ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । କିନ୍ତୁ ଡାକ୍ତରଙ୍କ ମୁହଁରୁ ପରବର୍ତୀ ବାକ୍ୟଟି ଥିଲା “ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଆଉ ଆପଣଙ୍କୁ ଆସିବାର ଆବଶ୍ୟକତା ନାହିଁ। ମେଡିସିନ ବି ସେତେ ଜରୁରୀ ନୁହଁ । ” ହସ୍ପିଟାଲରୁ ଫେରିବା ବେଳେ ଗୋଟିଏ କଥା ମୋତେ ବ୍ୟଥିତ କରୁଥିଲା । ଡକ୍ଟର ଆଚମ୍ବିତ ହେଲେ କାହିଁକି । ରିପୋର୍ଟ ବାହାର କଲି ଆଉ ଦେଖିବାକୁ ଲାଗିଲି । ଫାର୍ସ୍ଟ ରିପୋର୍ଟଟା କିନ୍ତୁ ମତେ ଚକିତ କରିଥିଲା କାରଣ ସେଥିରେ ଲେଖାଥିଲା ସିକେଡ଼ି,ମାନେ କ୍ରୋନିକ କିଡନୀ ଡିଜିଜ । ଏ ସମୟରେ ମୋ ମା କହିଲେ ଡାକ୍ତର ପରେ ପ୍ରଥମ ଥର ହିଁ ତାଙ୍କୁ କହିଥିଲା କି ତାଙ୍କ ରୋଗ ବହୁତ ବଢିଯାଇଛି ଓ ସେ ନିରୋଗ ହେବା ପ୍ରାୟତଃ ଅସମ୍ଭବ। କିନ୍ତୁ ଏକଥା ମୋତେ ମା କହିନଥିଲେ ମୋତେ। ବୋଧେ ଏଇଥିପାଇଁ ଡକ୍ଟରଟି ଆଚମ୍ବିତ ହେଲେ ଯେ ଜଣେ ଏଡେ ବଡ ବେମାରି କେମିତି ଏ ଅବସ୍ଥା ପୁଣି ଫେରି ପାଇଲା।
ମୁଁଁ କିନ୍ତୁ ବୁଝି ଯାଇଥିଲି। ମୋ ମା ଚାହୁନଥିଲେ କି ତାଙ୍କ ପାଇଁ ଆଉ ଗୋଟେ ମୋ ପରୀକ୍ଷା ଖରାପ ହଉ। ସେ ଚାହୁନଥିଲେ କି ତାଙ୍କୁ ମଧ୍ୟ ଆଉଥରେ ମୋ ବିଫଳ ହେବା ପାଇଁ କିଏ ଦାୟୀ କରୁ । ସେ ଏହା କରିକି ଦେଖେଇଦେଲେ ମଧ୍ୟ। ଛୋଟବେଳେ ନୃସିଂହନାଥ ଗନ୍ଧମର୍ଦନ ମାତ୍ରୁନିକେତନରେ ପାଇଥିବା ସେହି ଆୟୁର୍ବେଦ ଜଡିବୁଟି ଜ୍ଞାନକୁ ଉପଯୋଗ କରି ସେ ପୁଣି ନିଜ ପୂର୍ବାବସ୍ଥା ଫେରିପାଇଥିଲେ ଆଉ ଆଜି ବି ସେମିତି ଅଛନ୍ତି।