ଧର୍ମାସନ
ଧର୍ମାସନ




ଟ୍ରାଭେଲ୍ ସିକନେସ୍ ର କେବେ ମୁଁ ସମ୍ମୁଖୀନ ହୋଇନଥିଲି । ମାତ୍ର ଗତ ପଞ୍ଚୁକ ଓ ବଡଓଷା ଛୁଟି ସାରି ବରଗଡ଼ରୁ କଟକ ଫେରୁଥିବା ବେଲେ ଟିକେ ବାନ୍ତିର ସାମ୍ନା କରିବାକୁ ପଡ଼ିଥିଲା । ଅବସ୍ଥା ଟିକେ ବିଗିଡିଥିଲା । ମଣ୍ଡା କାକରା ଖାଇଥିବାରୁ ଏସିଡିଟି ହେବ ବୋଲି ଜାଣିଥିଲି ମାତ୍ର ମାଁ ହାତରୁ ପ୍ରସ୍ତୁତ ଏ ସବୁ କିଏ ଛାଡିବ! ମୁଁ ପୁଣି ହଷ୍ଟେଲରେ ରହିଲା ଛୁଆ । ଶୋଇହେବ ବୋଲି ଗୋଟେ ସ୍ଲିପର୍ ସିଟ୍ ରିଜର୍ଭ କରିଥାଏ । ତେଣୁ ଯେତେବେଳେ ଏସିଡିଟି ପ୍ରଚୁର ହେଲା ଭାବିଲି ଖାଦ୍ୟ ହଜମ ହବା ଦରକାର ଓ ଏହି ସମୟରେ ସ୍ଲିପର୍ ସିଟ୍ ଭଲ ସାହାଯ୍ୟ କରିଥିଲା,ଯଦିଓ ରାସ୍ତାସାରା ଜମ୍ପ କରି କରି ଆସିଲି । ସେଇ ସିଟରେ ଏକା ବସିପଡ଼ିଲି ବଜ୍ରାସନରେ । ଶୁଣିଥିଲି ଖାଦ୍ୟ ହଜମ ହୁଏ । ଏ ବଜ୍ରାସନ କିନ୍ତୁ ଖାଦ୍ୟ ହଜମ କରିପାରିଲାନି ଓ ଶେଷରେ ବାନ୍ତି ହେଲା ଏକା । କିନ୍ତୁ ଏ ମଧ୍ୟରେ ଦୁଇଟି ଶିଶୁର ବାର୍ତ୍ତାଲାପ ମତେ ଆଶ୍ଚର୍ଯ୍ୟଚକିତ କରିଥିଲା । ତଲେ ପୁସବେକ୍ ସିଟ୍ ରେ ଥିବା ଛୁଆ ଦୁଇଟି ଭିତରୁ ଜଣେ ଆର ଜଣକୁ ମୋ ଆଡ଼କୁ ଦେଖେଇ ହିନ୍ଦୀରେ କହୁଥାଏ "ଉପର ଦେଖ୍ ଅଙ୍କଲ୍ ବସମେ ଭି ଅପନା ଆଲ୍ହାକୋ ପୂଜା କର୍ ରହେ ହେ" । ବଜ୍ରାସନ ମୋ ବାନ୍ତି ସିନା ରୋକିପାରିଲାନି ମାତ୍ର ମନରେ ଗୋଟେ ସ୍ମୃତି ଛାଡିଗଲା । ସେତେ ଦିନରୁ ଉତ୍ସୁକତା ରହିଛି ଥରେ ମସଜିଦ ଯାଇ ନମାଜ ପଠନ ଭଲ ଭାବରେ ଦେଖିକି ଆସିବି ।