Prasanjit Sahoo

Inspirational

3  

Prasanjit Sahoo

Inspirational

ଜୈବ ବିବିଧତା

ଜୈବ ବିବିଧତା

2 mins
7.2K


ମଇ ମାସ 22 ତାରିଖ । ସକାଳୁ ସକାଳୁ ସୂର୍ଯ୍ୟଙ୍କ ସୁନେଲି କିରଣର ବର୍ଷା । ଯେମିତି ଗରମ ହାଉଆ ଦେହକୁ ପୋଡିପକାଉଛି । ଚାରିଆଡ଼େ କଂକ୍ରିଟ ଜଙ୍ଗଲ । ମାଟି ବଦଳରେ ଗୋଡି, ବାଲି ମିଶା ଟାଣୁଆ କଂକ୍ରିଟ । ସକାଳର ଶୀତଳ ପବନ ବଦଳରେ ତତଲା ପବନ। ଯେମିତି ବୈଶାଖର ଝାଞ୍ଜି । ଥୁଣ୍ଟା ଗଛଟିଏ ପାଖରୁ ଭାସି ଆସିଲା କା......ଆ.....କା......ଆ.....ର ଆର୍ତ୍ତନାଦ । କେଉଁଠି ଥିଲା ଚଟକିନା ଉଠିଆସିଲା ଆଉଗୋଟିଏ କାଉ । ;- ମା' ଲୋ ।ଆଜି ଭାରି ଗରମ ଲାଗୁଛି । ତାତିରେ ଦେହ ଜଳି ପୋଡି ଯାଉଛି । ସେ ମାଧିଆ ଜେଜେ ବାରିରେ ଯେଉଁ ପୋଖରୀଟି ଥିଲା ସେ ଫାଟି ଆଁ ମେଲା କରିଛି । ଭାରି ଶୋଷ .....ଲାଗୁଛି ମା'। ;-ଆଃ !! ତଣ୍ଟି ଶୁଖିଯାଉଛି । ;-କ'ଣ କରିବିରେ ବାପା ।ଆଜିର ସମାଜରେ ଆମେ ଯେମିତି ଅଭିଶପ୍ତ । ଏଇ ଦେଖ୍, ଆମ ଦୁଇଜଣଙ୍କୁ ଛାଡିଦେଲେ ଏଠି ଆଉ କେହି ଅଛନ୍ତି ?? କେତେବେଳୁ ବଣି ,ଘରଚଟିଆ କାଠହଣା ଆଉ ଗୁଣ୍ଡୁଚିମୂଷା କୁ ଅପେକ୍ଷା କରିଛି । କାଇଁ ଦେଖା ମିଳୁନି ତ !! ସେମାନେ ଯେମିତି ଆମକୁ ପର କରିଦେଲେଣି । ;-ନାହିଁରେ ବାପା ।(କହିଲା ମା' କାଉ) ପର କରିଦେଇନାହାନ୍ତି ନିଜେନିଜେ ହୋଇଯାଉଛନ୍ତି । କେମିତି ଦେଖା ମିଳିବେ ଯେ ??? ;-ଦୁନିଆଠୁ ପର ହୋଇଯାଉଛନ୍ତି !! ହେଲେ କେମିତି ମା' ??? ;-ସ୍ଵାର୍ଥପିପାଷୁ ମଣିଷ ଆଜି ନିଜ ପାଇଁ ଗଢୁଛି ବିକାଶର ସୌଧ । ଭୁଲିଛି ପରିବେଶ ପାଇଁ ଯତ୍ନ ଆଉ କାଙ୍ଗାଳ କରିଦେଉଛି ଆମପରି ଜଙ୍ଗଲି ପଶୁପକ୍ଷୀଙ୍କୁ । ;-ହେଲେ ମା' .....ଆଜି ଏ ଧଳା ଲୋକଗୁଡା ଧୋବ ଫରଫର ପୋଷାକ ପିନ୍ଧି କୁଆଡେ ଧାଇଁଛନ୍ତି ??? କ'ଣ ସ୍ଵାର୍ଥ ଏମାନଙ୍କର। ??? ;-ଆରେ ବାପା ଆଜି କୁଆଡେ ବିଶ୍ଵ ଜୈବ ବିବିଧତା ଦିବସ । ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ନରମ ଚୌକି ଉପରେ ବସି ଗୁଡାଏ ଭାଷଣ ଦେବେ, କୁମ୍ଭୀର କାନ୍ଦଣା କାନ୍ଦିବେ । ଏସା କରିଦେବୁ ତେଷା କରିଦେବୁ କହିବେ । କାଉ , କୋଇଲି, ବଗ, କଜଳପାତି, ଗୁଣ୍ଡୁଚିମୂଷା ଇତ୍ୟାଦି ଆଜି ବିଲୁପ୍ତ କହି ମିଛଟାରେ ଥପଥପ ଲୁହ ନିଗାଡିବେ । ;-ହଁ !!! ସତରେ ???(କହିଲା ଛୁଆ କାଉ ) ;-ହେଲେ ବାପା ଶୁଣ୍ । ଆଜିର ଏ ମଣିଷ ମିଛ ଭାଷଣ ଦେଇ ପରିବେଶର ଅନେକ କ୍ଷତି କରୁଛି । ଯାହାଦ୍ୱାରା ପରିବେଶର ସନ୍ତୁଳନ ରକ୍ଷା ହୋଇପାରିବ ନାହିଁ । ;-କଅଣ ହବ ମା' ??? ଆମେ ସମସ୍ତେ ମରିଯିବା ??? ;-ନାଇଁ ମା ମୁଁ ମରିବିନି । ଡେଣା ଫରଫର କରି ଆହୁରି ଉପରକୁ ଉଡିବି । ;-ନାହିଁରେ ଖାଲି ଆମେ ନୁହେଁ ।ଏଇ ମଣିଷମାନେ ବି ଦିନେ ନିଜ ସ୍ଵାର୍ଥପରତା ଯୋଗୁଁ ଧ୍ଵଂସ ପାଇଯିବେ । ;-ମା' ଲୋ ....କି ଖରା .....। ଆଉ ସହି ପାରିବିନି ।(କହିଲା ଛୁଆ କାଉ ) ;-ଆରେ ବାପା ସେ ଇସ୍କୁଲ ପାଖ ବରଗଛକୁ ଯିବା । ଯାହା କରିବ ଏଇ ବିବେକି ମଣିଷ । ଯାହା ହେବାର ଥିବ ହେବ । ତାପରେ ପୁଣି ତତଲା ଭିତରେ ଶୁଭିଲା ଦୁଇ କାଉଙ୍କର ଆର୍ତ୍ତନାଦ । କା......ଆ.....କା .....ଆ......। ସତରେ ଆଜିର ମଣିଷ ସ୍ଵାର୍ଥାନ୍ଧ । ନିଜେ ନିଜ ଗୋଡକୁ କୁଠାରଘାତ କଲାପରି ନଷ୍ଟ କରି ଚାଲିଛି ସୁନ୍ଦର ପରିବେଶ ଆଉ ଜୈବ ସନ୍ତୁଳନ । ଏହାକୁ ରୋକିବାକୁ ହେବ । ନହେଲେ ଉତ୍ତର ପିଢି କେବଳ ପରିବେଶର ଧ୍ଵଂସାତ୍ମକ ରୂପ ହିଁ ଦେଖିବାକୁ ବାଧ୍ୟ ହେବେ । ପ୍ରସନ୍ନଜିତ ସାହୁ, ନାଉଗାଁ,ଜଗତସିଂହପୁର


Rate this content
Log in

Similar oriya story from Inspirational