Prasanjit Sahoo

Inspirational

2.0  

Prasanjit Sahoo

Inspirational

ଚା ଦୋକାନ

ଚା ଦୋକାନ

2 mins
7.1K


☕☕ ଚା 'ଦୋକାନ ☕☕

ସମୟ ଭୋର ଚାରି ଟା । ନାଉଗାଁ ବଜାରର ଶୂନ୍ୟତା ଭିତରେ କିଛି ହେଁ ହେଁ ଆବାଜ । ଦୂରରୁ ଲାଗୁଛି ପୁରୁଣା ବସଷ୍ଟାଣ୍ଡ ,ଯେଉଁଠି ଚା' ଦୋକାନ ସୀମାର । ଗତ ରାତିରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମଶା ମାନଙ୍କ ବିକଟାଳ ସ୍ଵର ଆଉ ଦଂଶନ ଶୁଆଇ ଦେଇନି ଆଲୋକ ଭାଇ ,ବାପୁ ଭାଇ ,ତାପସ, କାଳିଆ ଭାଇ , ଲଲାଟ ଭାଇ, ଛକୁ ଦାଦି ଆଉ କିଛି ଅଚିହ୍ନା ଯୁବକଙ୍କୁ ।ଯେଉଁମାନଙ୍କ ଭୂସ୍ୱର୍ଗ ସୀମା ଚା' ଦୋକାନ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପଏନ୍ତରା ମାରୁଥାନ୍ତି ଯେମିତି କିଛି ନୂଆ ତଥ୍ୟ ଅନୁସନ୍ଧାନରେ । ସତରେ, ସୀମା ଚା' ଦୋକାନ ସେମାନଙ୍କ ମଠ ଆଉ ଖଟ । ସେଠି ଦେଖିବାକୁ ମିଳେ ଦୁଇଟି ଭିନ୍ନ ଚରିତ୍ର । ଗୋଟିଏ "ନଗେନ ",ଯିଏ ସମସ୍ତଙ୍କ ମୁହଁରେ ନବମ ନାଆଁରେ ପରିଚିତ ।ଅନ୍ୟ ଭିନ୍ନ ଚରିତ୍ରଟି କଲିକତାର ଜାହାଙ୍ଗୀର । ନଗେନ୍ ସ୍ଵଭାବରେ ଟିକେ ପାଗଳ ବୋଲି ଲୋକେ କୁହାକୁହି ହୁଅନ୍ତି । ଭିନ୍ନ ଭିନ୍ନ ଥିଓରି ଉପସ୍ଥାପନ କରେ ଯେମିତି ରେଡିଓ ଷ୍ଟେସନର ରେଡିଓ ଆର.ଜେ. । କେତେବେଳେ ମୁଦ୍ରା ବିଭ୍ରାଟ କଥା ତ ଆଉ କେତେବେଳେ ନାଉଗାଁ ବଜାରର ଭୌଗୋଳିକ ପରିସ୍ଥିତି, ଯାହା ମନକୁ ଆସେ ଗପିଚାଲେ ଆଉ ତା କଥାକୁ ହସରେ ଉଡାନ୍ତି ସୀମା ଚା ' ଦୋକାନର ଚା' ପିଆ ଗ୍ରାହକ ମାନେ ।ସମସ୍ତଙ୍କ ମନରେ ନଗେନ୍ ଆଉ ମୁହଁରେ ନବମ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ରାଜ କରେ । ସୀମା ଚା' ଦୋକାନରେ ଗୋଟିଏ ନାଁ ନବମ......ନବମ......। ଅନ୍ୟ ଏକ ଚରିତ୍ର କଲିକତାର ଜାହାଙ୍ଗୀର । ଖଟିଖିଆ ମଜୁରିଆ ଶ୍ରେଣୀର । ବୃତ୍ତିରେ ରାଜମିସ୍ତ୍ରୀ । ଟିକେ ଔଷଧ (ମଦ) ପ୍ରିୟ ସେ । ଔଷଧ ପଡିଗଲେ କହେ ଖଟିଖିଆ ମଜୁରିଆର କାହାଣୀ । ଖୁସିପାଏ ଖଟି ଖାଇବାକୁ । ମଦ ପିଇ ସାରିବା ପରେ ତା' ସରଳ ମନଟି କହିଉଠେ ""ଆମେ ଟୁକା ଟି......। ଖାଟୁଛେ ଖାଉଛେ । ଆମେ ସବୁ ପାତ୍ର ଟୁକା ......""(କଲିକତା କଥାଭାଷା ଢଙ୍ଗରେ ) । ସତରେ ନାଉଗାଁର ସବୁ ଚା' ଦୋକାନଠୁ ସୀମାଚା' ଦୋକାନ ସ୍ଵତନ୍ତ୍ର । ପିଲାଠାରୁ ବୁଢା କେତେ ଚରିତ୍ର ସକାଳୁ ସଂଧ୍ୟା ଯାଏ ଭିଡ ଜମାନ୍ତି । ଚାଳଛପର ସେହି ଭଙ୍ଗା କୁଡିଆ ଭିତରେ କ'ଣ ପାଆନ୍ତି ଆଉ କ'ଣ ହରାନ୍ତି ଚା' ପିଉଥିବା ଗ୍ରାହକ ମାନେ ହିଁ ଜାଣିଥିବେ । ପ୍ରସନ୍ନଜିତ ସାହୁ, ନାଉଗାଁ, ଜଗତସିଂହପୁର


Rate this content
Log in

Similar oriya story from Inspirational