STORYMIRROR

Prasanjit Sahoo

Inspirational

3  

Prasanjit Sahoo

Inspirational

ମିରର ଫର୍ମୁଲା

ମିରର ଫର୍ମୁଲା

3 mins
27.8K


+2 ସମୟ । ମନରେ ଅନେକ ଆଶା ଆଉ ଉନ୍ମାଦନା ଖଣ୍ଡି ଉଡା ଦେଉଥିବା ପକ୍ଷୀ ଟିଏ ପରି ।ସକାଳୁ ଉଠିଲେ କୋଚିଂ ଆଉ କଲେଜ ଚିନ୍ତା ।ଖିଆପିଆ ଦୂରର କଥା ।କେମିତି କୋଚିଂରେ ପହଞ୍ଚିବି ଆଉ ତାପରେ କଲେଜରେ ।ସାଥିରେ ଦଳେ ସାଙ୍ଗ,ଭଙ୍ଗା ସାଇକେଲ ଟିଏ ଆଉ କାନ୍ଧଗଳା ବ୍ୟାଗ ।ପାଠପଢା ଯାହା ହେଉନା କାହିଁକି ଆମେ ସାଇନ୍ସ ପିଲା ।ସବୁଦିନେ କଲେଜ ଯିବାଟା ଥୟ ।କେବେ କେବେ ଅନ୍ୟମନସ୍କ ହୋଇ ଛୁଟି ଦିନମାନଙ୍କରେ କଲେଜରେ ହାଜର। ପରସ୍ପରକୁ ଦେଖି ହସୁ । ପୁଣି ଘରକୁ ଫେରୁ ସେହି ଭଙ୍ଗା ସାଇକେଲ ସହ। ପ୍ରାୟ ସକାଳ 08:30 ରୁ କଲେଜରେ ଭାରି ଭିଡ। କିଏ ଗେଟ୍ ପାଖରେ ପଇଁତରା ମାରେ ତ,କିଏ କ୍ୟାଣ୍ଟିନରେ କିଏ ସାମ୍ନା ପିଣ୍ଡାରେ ତ କିଏ ମଠବାରିରେ । କିଛି ପିଲାଙ୍କୁ ମଠବାରିଟି ଯେମିତି ସ୍ଵର୍ଗ ପରି ଲାଗେ । ଯେତେ ନୋଟିସ୍ ଲଗାଗଲେ କି ବାଡ ଦେଲେ ବି ଯେମିତି ସେଠି ସୁନାଖଣି ଅଛି । ମେଳାମେଳା ଭିଡ ସେଠାରେ ।କଣ ଥାଏ ସେଠାରେ ? ମନରେ ଅନେକ ପ୍ରଶ୍ନ । ଧିରେଧିରେ ଜାଣିଲି ମଠବାରିର ରହସ୍ୟ । ଧେତ୍ !!! ଯାହା କହିବାର ଥିଲା ଛାଡିଦେଲି । ସେ ଯାହା ହେଉନା କାହିଁକି କଲେଜ ଗଲେ 26 ନମ୍ବର୍ ହଲଟି ପ୍ରାୟ ସମସ୍ତଙ୍କ ପ୍ରିୟ । ସେଠି ସମସ୍ତେ ସାଥି ସଙ୍ଗାତ ହୋଇ ଗୁଲିଗପ କରନ୍ତି । ଆଉ କେତେକ ଏମାନଙ୍କୁ ଦେଖି ଦ୍ଵାର ମୁହଁରେ ବେଂଚ ପକାଇ ଚାତକ ପରି ଚାହିଁରହିଥାନ୍ତି ମୁହଁରୁ ବାରି ହୋଇପଡେ ସେମାନଙ୍କ ଏକୁଟିଆ ପଣ। କିନ୍ତୁ କାହିଁକି କେଜାଣି ସେଇଠି ସେମାନେ ବସି ଚାହିଁବାକୁ ଭଲପାଆନ୍ତି ସବୁଦିନ । ସେଦିନ ଅନ୍ଧାରିଆ ପାଗ ।ପ୍ରାୟ ଅଗଷ୍ଟ ମାସର ଶେଷ ସମୟ। କଲେଜ ପରିସର ହିମାୟିତ ଦିଶୁଥାଏ ଯେମିତି ଦ୍ଵିତୀୟ ଦାରିଙ୍ଗବାଡ଼ି ।ଦୂରରେ ବର୍ଷା କଣିକା ମାନଙ୍କର ଦୌଡ ପ୍ରତିଯୋଗିତା ଲାଗିଥାଏ । ବିଜୁଳି ଚମକ ସାଙ୍ଗକୁ ହାବେଳି ପରି ଘଡଘଡିର ଶବ୍ଦ । ଝରକା ଫାଙ୍କରୁ ଆକାଶ ଦୁଇ ଭାଗ ହେବାପରି ଦେଖା ଯାଉଥାଏ ।ସମୟ ପ୍ରାୟ 11:25 । 26ନଂ ହଲରେ ବସିଥାଆନ୍ତି ଅନେକ ପିଲା । କିଏ କାହା ମୁହଁକୁ ଚାହିଁ ତ କିଏ କାହାର ହାତକୁ ଧରି । ଉପର ତାଲାର ଅନ୍ୟ ହଲ ମାନଙ୍କରେ ବେଶ୍ ଭିଡ। କ୍ଲାସ୍ ସସ୍ପେଣ୍ଡ୍ ହେଲା ପାଗର ତାଣ୍ଡବ ଯୋଗୁଁ । 26 ନଂ ହଲରେ ମୁଁ ଆଉ ରିଚି । ହଲରେ ଅନ୍ୟ କେତେକ ସାଙ୍ଗସାଥୀ କିଛି ଦୂରରେ । ବେଶ୍ ଥଟ୍ଟାମଜା ଆଉ ଗୁଲିଗପ । ରିଚି ମୋର ହାଇସ୍କୁଲ ବେଳର ଭଲ ସାଙ୍ଗ । ସେଥିପାଇଁ ପୁଅଝିଅର ବାଛବିଚାର ନଥାଏ । ଆମ ବ୍ୟବହାରକୁ ଦେଖିଲେ ଯେ କେହି ଘଡିଏ ଚାହିଁବ । ସେଦିନ କୋଚିଙ୍ଗରେ ମିରର୍ ଫର୍ମ୍ୟୁଲା ବୁଝିପାରିନଥାଏ ରିଚି । ହେଇ !!! ପ୍ରସନ୍ନଜିତ ......... ମୋତେ ଟିକେ ମିରର୍ ଫର୍ମ୍ୟୁଲା ବୁଝେଇ ଦବୁ ?? ବିଭୂତି ସାର୍ କ'ଣ ପଢେଇଲେ କିଛି ବୁଝିପାରୁନି । ଯେମିତି ରକେଟ୍ ସ୍ପିଡରେ ପଢଉଛନ୍ତି । ମନଦୁଃଖରେ କହିଲା ରିଚି । ହଁ ।।। ହେଲେ ଟିକେ ରହ ମୁଁ ବ୍ୟାଗଟା ଦେଖେ । ଫିଜିକ୍ସ ନୋଟ୍ ଆଣିନି ବୋଧେ । ଆରେ ଆରେ !!! ତୋ ଭାଗ୍ୟ ଭଲ । ନୋଟ୍ ବି ଆଣିଛି ।। ବୁଝେଇଦେବି । -କହିଲି ମୁଁ ରିଚି କୁ ........। କିଛି ସମୟ ପାଖରେ ବସି ମିରର ଫର୍ମ୍ୟୁଲାର ବିଶ୍ଲେଷଣ । ବୁଝିପାରିଲା ରିଚି । ଆଉ ମୁଁ ବୁଝେଇ ପାରିଥିବାରୁ ଖୁସି ମଧ୍ୟ ହେଲି । ହେଲେ..........। ବୁଝିପାରିନଥିଲି ଜଣେ ରଙ୍ଗୀନ ମନଭରା ବନ୍ଧୁର ହୃଦୟ ଯିଏ ଥିଲା ରିଚିର ଅନ୍ଧ ପ୍ରେମିକ । ଜାଣିପାରୁନଥିଲି ତା ମନର କଥା । ବୋଧହୁଏ ରିଚି ସହିତ ପାଖରୁ ମିଳାମିଶାକୁ ସହି ପାରିନଥିଲା ସେ । ମୁହଁରୁ ଜାଣିହେଉଥିଲା ଅସହ୍ୟ କଷ୍ଟ ।ବନ୍ଧୁ ଜଣକ କିଛି ନବୁଝି ବହୁତ କିଛି ଗପି ଚାଲିଲେ ଆକ୍ରମଣାତ୍ମକ ଢାଞ୍ଚାରେ । ବହୁ ବଚସା ପରେ ବାଜିଲା କଲେଜର ଶେଷ ଘଣ୍ଟା । ଡିଙ୍ଗ୍.......ଡଙ୍ଗ୍......ଡଙ୍ଗ୍ । କିଏ କୁଆଡେ ହଜିଗଲେ କଲେଜ ପରିସର ମଧ୍ୟରୁ ଯେମିତି ସଂନ୍ଧ୍ୟାରେ ପକ୍ଷୀମାନଙ୍କ ପରି । ହେଲେ ଏକୁଟିଆ ଯାଉଥିବା ବନ୍ଧୁଟିର ମୁହଁରୁ ବାରି ହୋଇପଡୁଥିଲା ଯନ୍ତ୍ରଣାର ବାରିଧାରା । ମୁଁ ମର୍ମେମର୍ମେ ଅନୁଭବ କଲି ତାଠି ଥିବା ରିଚି ପ୍ରତି ପ୍ରେମ । ପାଖକୁ ଡାକିଲେ ଆସିବାର ନାରାଜ । ଯେମିତି ମୁଁ ତା'ର ଆଜନ୍ମ ଶତ୍ରୁ । ବହୁ ଅନୁରୋଧ ପରେ ସାଥି ହୋଇ ଫେରିଲୁ କଲେଜରୁ ।। ପ୍ରକୃତରେ ପ୍ରେମର ଆଗମନ କେତେବେଳେ ମଳୟ ପବନ ସହ ଆଣେ ମଲ୍ଲୀର ବାସ୍ନାତ କେତେବେଳେ ସାଜେ ପ୍ରାକୃତିକ ବିପର୍ଯ୍ୟୟର ଉତ୍ସ ।କେତେବେଳେ ଯୋଡିଦିଏ ଅଜଣା ସଂପର୍କତ ପୁଣି କେବେ ବିଗାଡିଦିଏ ନିଃସ୍ଵ ନିଷ୍କଳଙ୍କ ପ୍ରେମକୁ । ବନ୍ଧୁ ଜଣଙ୍କର ପ୍ରେମ ବାସ୍ତବ ରୂପ ନେଲା କି ନାହିଁ ଜାଣିନି କିନ୍ତୁ ମୋ ମତରେ ପ୍ରେମ ଏକ ବିରଳ ବିସ୍ମୟ ଯାହା କଷ୍ଟ ଦେଇଥିଲା ମୋର ବନ୍ଧୁଙ୍କ ହୃଦୟକୁ । ଦାରୁଣ କଷ୍ଟ ଯାହାକୁ ଅନୁଭବ କରିଥିଲେ ବନ୍ଧୁଜଣଙ୍କ ଯାହା ଆଗରେ ଫିକା ପଡିଗଲା ମୋ ମିରର୍ ଫର୍ମ୍ୟୁଲା ........।। ପ୍ରସନ୍ନଜିତ ସାହୁ, ନାଉଗାଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational