STORYMIRROR

Akshayakumar Dash

Action Crime Fantasy

3  

Akshayakumar Dash

Action Crime Fantasy

ଇଲାକା

ଇଲାକା

2 mins
216

 ତାଙ୍କର ଉଗୋପୀ ତାର ଇଲାକାର ମାଲିକ। ଯେପରି ଲୋକପ୍ରତିନିଧି ନିଜନିଜ ଇଲାକା ଦେଖାଶୁଣା କରନ୍ତି।ସରପଞ୍ଚ,ମେମ୍ବରଙ୍କ ପରି। ଗୋପୀ ମଧ୍ୟ ତାର ଇଲାକାର ପ୍ରତିନିଧି।ଗୋପୀର କାମ ହେଲା, ପ୍ରତିଦିନ ନିଜ ଇଲାକାକୁ ତଦାରଖ କରିବା।କେଉଁଠି ଭୋଜିଭାତ ଆୟୋଜନ ହେଲେ ନିଜ ଲୋକଙ୍କୁ ସଜାଗ ରଖିବା। ନିଜ ଲୋକ କହିଲେ ତାର ଦଳକୁ।ତାର ଦଳରେ ପ୍ରାୟ କୋଡିଏ କି ବାଇଶି ମେମ୍ବର ଅଛନ୍ତି।ସମସ୍ତଙ୍କ ଦାୟିତ୍ଵ ହେଲା ସୁରକ୍ଷା ଦେବା। ସଫେଇ କରିବା,ତଦାରଖ କରିବା ଇତ୍ୟାଦି। ଦଳପତି ହିସାବରେ ଶୃଙ୍ଖଳା ରକ୍ଷା କରିବା ତାର କାମ।ପ୍ରତେକ ମେମ୍ବରଙ୍କୁ ତାଙ୍କର ଅଂଚଳରେ ରହି ସେଇ ସ୍ଥାନରେ ଘଟୁଥିବା କାର୍ଯ୍ୟରେ ତଦାରଖ କରି ନିର୍ଦ୍ଦେଶ ଦେବା ଗୋପୀର କାମ।ଗୋପୀର ଇଲାକାରେ ଯଦି ମହିଳା ଧର୍ଷଣ ନିର୍ଯାତନା ଆଦି ଦେଖେ ତେବେ ଦଳପତିଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସଭ୍ୟ ଏକାଠି ହୋଇ ଲଢନ୍ତି।ତେଣୁ ଗୋପୀ ଇଲାକାରେ କୌଣସି ବାହ୍ୟ ଶତ୍ରୁ ପଶିବାକୁ ଭୟ କରେ।ଗୋପୀର ସାଙ୍ଗ ବାଘ, ଭାଲୁ, ବଳିଆ, ଚିଲା, କାଳିଆ। କାଳିଆ ଟିକେ ଅମାନିଆ।ସେଥିପାଇଁ ଗୋପୀ ତାକୁ ମନେଇ ପାଖେ ପାଖେ ରଖେ।ମାନେଇବା ଗୋପୀର ଗୋଟିଏ ବିଶେଷ ଗୁଣ।ଦଳପତି ହିସାବରେ ତାର ପିତା ବି ଥିଲେ। ପିତା ରୋଡ଼ ଆସିଡେଣ୍ଟରେ ଚାଲିଗଲେ।ଗୋଟିଏ ଟ୍ରକ ମାଡ଼ିଦେଲା। ସେତେବେଳେ ଗୋପୀ ଛୁଆ।ତାର ମା ରାଧିକା ଓ ଗୋପୀ ବହୁତ କାନ୍ଦିଲେ। ତିନିଦିନ ନଖାଇ ପିତାଙ୍କ ଶବ ପାଖରେ ଜଗି ରହିଲେ।ଗୋପୀ ସେଇଦିନୁ ଟ୍ରକ ଦେଖିଲେ ଗୋଡାଇ ଗୋଡ଼ାଇ ପଛରେ ଖଣ୍ଡେ ଦୂର ଯାଏ।କିଛି ଦିନ ପରେ ତାର ମା ରାଧିକା ବିଦେଶୀ ସହିତ ପ୍ରେମରେ ପଡି ଛାଡି ଚାଲିଗଲା।ଗୋପୀ ମନ ଦୃଢ଼ କରି ବଞ୍ଚିଲା।ସମସ୍ତଙ୍କ ସହିତ ମିଶିଯାଏ।ଡାକିଦେଲେ ଦୌଡ଼ି ଆସେ।କଣ୍ଟ୍ରାକ୍ଟର ଘର ଗ୍ୟାରେଜରେ ଶୁଏ।ସେଇଟି ଆଗରୁ ତାର ମା ରହୁଥିଲା। ବଢିଭୋରୁ ଉଠି ଦୌଡ଼ି ଦୌଡ଼ି ବୁଲିଆସେ।ତାର ଆଇଁସ ଭାରି ପ୍ରିୟ।ଦିନି ଅଧଃ କିଲୋ କୁକୁଡ଼ା ଗୋଡ଼ କି ଖସି ହାଡ଼ ଚୋବାଏ।ଦେଖିବାକୁ ବଲିଷ୍ଟ ଚେହେରା,ଧୂସର ବର୍ଣ୍ଣ।କାଳିଆ କି ଭାଲୁ ପରି କଳା ନୁହେଁ।କଣ୍ଟ୍ରାକ୍ଟର ବଡ଼ ପୁଅ ତାକୁ ଭାରି ଭଲପାଏ।ଗୋପୀବି ।ଦିନେ କଣ୍ଟ୍ରାଟର ପୁଅ ରାତି ବାରଟାରେ ଘରକୁ ଫେରୁଥାଏ।ଗୋପୀର ନଜର ପଡିଲା।ଦୌଡ଼ି ଯାଇ ପାଖରେ ଲାଞ୍ଜ ହଲେଇ ହଲେଇ ଆଗେ ଆଗେ ପୋଲିସ ଵାଲା ବଡିଗାର୍ଡପରି ଚାଲିଲା।ରାତି ଦଶଟା ପରେ ଅଜଣା ଲୋକଙ୍କୁ ଦେଖିଲେ ଗୋପୀ ଓ ତାର ଦଳ ଭୁକି ଖେଦି ଯାଆନ୍ତି।ତେଣୁ ତାଙ୍କ ଇଲାକାରେ ପଶି ଚୋର ଚୋରୀ କରିବାକୁ ଡରନ୍ତି।ଥରେ ଜଣେ ମଦୁଆ ପଡ଼ିଆସିଲା।କାଳିଆ ତାକୁ ପୁଲେ ଦୁଇପୁଳା ଦାନ୍ତ ଲାଗେଇଦେଲା। ସେଇଦିନୁ ସେଇ ପଡାକୁ ମଦୁଆବି ଯିବାକୁ ଭୟ କରନ୍ତି।ଫେରି ଵାଲା, ପରିବା ଵାଲା, ମୂଲିଆ ଆଦି ଅଜଣା ଲୋକ ସେଇ ପଡାକୁ ଯିବାକୁ ଡରନ୍ତି। ଗୋପୀ ହଠାତ କାହାକୁ କାମୁଡ଼ି ନାହିଁ। ଏମିତି ଭୁକିବ ଯେମିତି ଜଣେ ଛାନିଆ ହୋଇଯିବ। ଗୋପୀର ରାଗ ଟ୍ରକ ଵାଲା ଉପରେ ।ଦିନେ ଜଣେ ଡ୍ରାଇଭର ଟ୍ରକରୁ ଓଲ୍ଲେଇ ହୋଟେଲକୁ ଖାଇବାକୁ ଆସୁଥିଲା। ଗୋପୀ ନଜର ପଡିଗଲା। ତାକୁ ଖେଦି ଏମିତି ଡରେଇଲା ସେ ଭୟରେ ଦୌଡ଼ି ହୋଟେଲ ଭିତରକୁ ପଶି ମାଲିକ ସରଣ ନେଲା। ହୋଟେଲ ମାଲିକ ଗୋପୀ ବୋଲି ଡାକିବାରୁ ଚୁପ ହେଲା।ମାଲିକ କହିଲା, ଏହି ବସ୍ତିରେ ଯେତେ କୁକୁର ଅଛନ୍ତି ସବୁଠାରୁ ଗୋପୀ ଭଲ। ମଣିଷ ପରି କଥା ବୁଝେ। ସବୁ କୁକୁର ବି ତା କଥା ମାନନ୍ତି। ଅନ୍ୟ କୁକୁର ପରି ସାଙ୍ଘାତିକ ନୁହେଁ। ଭୁଝିବା ଶକ୍ତି ତାର ଅଛି। କେବଳ ଟ୍ରକ ଦେଖିଲେ ଗୋଡେଇବ, ଭୁକିବ।ଡ୍ରାଇଭର ପଚାରିଲେ, କାହିଁକି?କାରଣ ତାର ବାପାକୁ ଗୋଟେ ଟ୍ରକ ଚଢ଼ିଦେଇଗଲା ବୋଲି।ସେଇଦିନୁ ସେ ଟ୍ରକ ଦେଖିଲେ ତାର ମୁଣ୍ଡକୁ ପିତ୍ତ ଚଢ଼ିଯାଏ। ଟ୍ରକ ଡ୍ରାଇଭର ପା ରୁଟି କିଣି ଗୋପୀକୁ ଖାଇବାକୁ ଅକେଇଲା।ଗୋପୀ ଛୁଇଁଲା ନାହିଁ।ହୋଟଲ ମାଲିକ ମାଂସ ଭାତ ଦେବେ ପିଠି ଆଉଶିଲେ, ଖୁସିରେ ଗୋପୀ ଲାଞ୍ଜ ହଲେଇ ଖାଇଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action