Chinmayee Barik

Inspirational

2  

Chinmayee Barik

Inspirational

ହୀରା ବାଇ

ହୀରା ବାଇ

2 mins
7.4K


-ଏ ...ଚି କ୍ ଣା....କୁଆଡେ ଆଇଛୁ?

-କାଇଁ ଆସିବାକୁ ମନା କି?

-ନା,ନା....ତଥାପି?

-ପ୍ରେମ କରିବାକୁ...

-ହି..ହି...ହୀରାବାଇକୁ ପ୍ରେମ?

-କଣ କରିପାରିବିନି?

-ସାମ୍ନାରେ ଅଇନା ଅଛି ଦେଖ ମୁହଁକୁ ଥରେ ।

-ଜାଣେ ମୁଁ ଘୋଡା ମୁହାଁ ନୁହେଁ କି ମାଙ୍କଡ ମୁହାଁ ନୁହେଁ ।

-ଉଁଉଁଉଁ....ନା ...ଦେଖ୍ ତୋ ବୟସ ।

-ତୁମେ ମୋ ଠୁ ବଡ ଜାଣେ ।କଣ ହେଲା ସେଇଠୁ ।ପକେଟ୍ ବି ଗରମ ଅଛି ।

-ହୀରାବାଇକୁ ପଇସା ଦେଖଉଛୁ? ଜାଣିଛୁ ମୁଁ କିଏ?

-ଶୁଦ୍ଧରେ କହିବାକୁ ଗଲେ ତୁମେ ଗୋଟେ ବାଇ ଅଶୁଦ୍ଧରେ ଦା...

-ତେବେ ପଇସା ଲୋଭ କାହାକୁ ଦେଖଉଛୁ?

-ପଇସା ଦେଖିଲେ ବାଇ ମାନଙ୍କର ଲାଳ ବୋହେ ଶୁଣିଛି ।

-ବାଇର ଲାଳ ବୋହିଲେ ସେ ସାରା ଦୁନିଆକୁ ଚାଟି ହଜମ କରିଦେବ ।ତୁ ତ ଛାର ...

-ତା ହେଲେ କଣ କହୁଛ?

-କହିବି କଣ?ଏଠି ହୀରାବାଇ ର ମନମାନୀ ଚାଲେ ଗରାଖର ନୁହେଁ ।

-କିନ୍ତୁ ମୁଁ ତୁମ ପ୍ରେମରେ ।

-ପ୍ରେମ?ହି..ହି...ବାଇର ପ୍ରେମରେ ଘର ଉଜୁଡେ...ଆଉ ଘୃଣାରେ ଘର ବସେ।ବୁଝିଲେ ବୁଝ୍ , ନ ହେଲେ ନାହିଁ ।

-ସେମିତି କୁହନି...ତୁମ ଦୁଆରକୁ ଆସି ନିତି ଫେରୁଛି ।ପ୍ରେମରେ ପଡିଛି ।

-ପ୍ରେମ କରୁଛୁ??କି ପ୍ରେମ? କେବେ ଭୟଙ୍କର ପ୍ରେମ କରିଛୁ?

-ସେ ପୁଣି କେମିତିକା ପ୍ରେମ?

-ଏବେ ଶୁଣ୍ ଭୟଙ୍କର ପ୍ରେମ କଣ ?ଏଇ ଆଗରେ ଯେଉଁ ଚାରି ଛଅଟା ଷଣ୍ଢ ପୋଷିଛି ଦେଖୁଛୁ ତ??ଯଦି ଆଜିଠୁ ଆଉ କେବେ ଏ ଗଳିରେ କି ସହରର ଆଉ କେଉଁ ବଦନାମ ଗଳିରେ ଦେଖିବି ତୋତେ ସିଧା ଉଠାଇ ଆଣି ରେଳ ଲାଇନ୍ ରେ ଫୋଫାଡି ଦେବି । ବୁଝିଲୁ?ମନେ ରଖ ହୀରାବାଇ ଯାହା କୁହେ ତାହା କରେ ।ଭାବିବୁନି ହୀରାବାଇ କୁ କିଛି ଖବର ଅଜଣା ରହିବ । ଚାଲ୍ ,ଭାଗ୍ ଏଠୁ ।ତୋ ମୁହଁ ଦେଖିବାକୁ ଇଛା ନାହିଁ ମୋର ।ହୀରା ବାଇର ଆଖିରେ ଅଗ୍ନିର ଲେଲିହାନ ଶିଖା ।

....................************...........

ପିଲାଟି ପାଖରେ ସେତିକି ସତ୍ ସାହାସ ନ ଥିଲା ହୀରାବାଇକୁ ସାମ୍ନାକରି କିଛି ପଚାରି ପାରିବ । ସେ ଏକମୁହାଁ ହୋଇ ଫେରିଗଲା ।ହୀରା ବାଇର ଆଖିରୁ ନିଆଁ ଖସି ଲୁହ ବି ଖସିଲା ।ସେ ଠିକ୍ ଜାଣିଥିଲା ପିଲାଟି ତା ପୂର୍ବତନ ପ୍ରେମିକର ଏକ ମାତ୍ର ପୁଅ ଥିଲା ।

......Lucy........


Rate this content
Log in

Similar oriya story from Inspirational