Sunanda Mohanty

Tragedy Action Others

3  

Sunanda Mohanty

Tragedy Action Others

ହାତ ମୁଠାରେ ଦୁନିଆଁ

ହାତ ମୁଠାରେ ଦୁନିଆଁ

1 min
160



ଯଶୋଦା ଦେଖିଥିଲେ କୃଷ୍ଣଙ୍କ ପାଟିରେ ସାରା ବିଶ୍ୱବ୍ରହ୍ମାଣ୍ଡ ଧନ୍ୟ ହୋଇଯାଇଥିଲେ। ପୁତ୍ର ପାଟିରେ ସମଗ୍ର ବ୍ରହ୍ମାଣ୍ଡ ଦେଖି ଆଉ ଏହା ଥିଲା ପୂର୍ବଜନ୍ମର ପ୍ରାରବ୍ଧ କର୍ମଫଳ l

   ଆଈ କିନ୍ତୁ ନାତୁଣୀ ହାତମୁଠାରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଦେଖୁଥିଲେ, ଏଇ କିଛିଦିନ ଭିତରେ ଟିକିନାତୁଣୀ ହାତରେ ଫୁଲ ଧରାଇ ଆସୁଥିଲେ ପୂଜା ପାଇଁ ।ସେଇ ଟିକି ଟିକି ପାପୁଲି ହାତ ଦୁଇଟିରେ ନାତୁଣୀ କରେ ନମ ନମ ଠାକୁରଙ୍କୁ । ବୋଳିହୁଏ ଅଳତା, ନେଲପାଲିସ ଦୁଇ ପାପୁଲିରେ ଆଉ ଦୁଇ ପାପୁଲିରେ ଆଈ ମୁଁହକୁ ତୋଳିଧରି ଡାକୁଥାଏ ମାଇଁ ଆଉ ସେଇ ହାତ ଦୁଇଟିରେ ବୁଲାଉଥାଏ ସଞ୍ଜ ସଳିତା ଆଈଙ୍କ ସହ । ଆଉ ଡରି ଡରି ଆଈ ଧୂପକାଠି ଓ ସଞ୍ଜସଳିତା ଦେବାକୁ ରାଜି ନହେଲେ ରାହାଧରି କାନ୍ଦୁଥାଏ ନାତୁଣୀଟି ତ ଆଈ ହୁସିଆରରେ ଧରାନ୍ତି ଧୂପଦାନୀ ଓ ଦୀପ । କି ଖୁସି ନାତୁଣୀଟି ହସିଦିଏ ଲକ୍ଷେଟଙ୍କିଆ ହସ ଟିକେ । ଡାକିଦେଇ ମାଇଁ ବୋଲି ତ ସମଗ୍ର ବିଶ୍ୱର ଖୁସି ମିଳିଯାଏ ଆଈଙ୍କୁ l

  ସେଦିନ ଆଈଙ୍କ ଫେରିବା ବେଳ ମାଆ ବାପାଙ୍କ କୋଳରେ ଥାଇ ଅବୁଝା ଆଖିରେ ଚାହିଁଥାଏ ନାତୁଣୀଟି । ଆଈ କାନ୍ଦି କାନ୍ଦି ବିଦାୟ ନେଉଥାନ୍ତି ତ ନାତୁଣୀଟି ହାତ ପାପୁଲି ଦୁଇଟି ବଢ଼େଇ କହୁଥାଏ ନମ ନମ ତ ତା ପାପୁଲି ଦୁଇ ଯୋଡିରେ ସତେ ଯେମିତି ବିଶ୍ୱ ତାରି ହାତ ମୁଠାରେ ଦେଖୁଥିଲେ ଆଈ ତ ଟ୍ରେନ ଛାଡିଥିଲା ଆଉ ଅଦୃଶ୍ୟ ହେବାଯାଏଁ ନାତୁଣୀର ମୁଁହ । ଆଈଙ୍କ ଆଖିରୁ ବୋହି ଯାଉଥିଲା ଧାରଧାର ଅଶ୍ରୁ l



Rate this content
Log in

Similar oriya story from Tragedy