Sunanda Mohanty

Inspirational Others Children

3  

Sunanda Mohanty

Inspirational Others Children

ଗୁରୁଙ୍କ ଗାଳି ଡାକିଆଣେ ତାଳି

ଗୁରୁଙ୍କ ଗାଳି ଡାକିଆଣେ ତାଳି

2 mins
219



  ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ପରେ ବେହୋସ ହୋଇଯାଇଥିଲେ ଗାୟତ୍ରୀ ଦେବୀ. କିଏ ତାଙ୍କୁ ରାସ୍ତାରୁ ଉଠେଇ ହସ୍ପିଟାଲ ଆଣି ମୁଣ୍ଡରେ ବ୍ୟାଣ୍ଡେଜ କରି ଦୁଇଦିନ ହେଲାଣି ସେଵା କରୁଛି ତାକୁ ଟିକେ ଦେଖନ୍ତେ ବୋଲି ଡାକ୍ତରଙ୍କୁ ଅନୁରୋଧ କଲେ ଗାୟତ୍ରୀ ଦେବୀ. ଡାକ୍ତର କହିଲେ ସେ ଯୁବକ ବର୍ତ୍ତମାନ ଥାନାରେ. ହେଲେ ବ୍ୟସ୍ତ ହେବାର କିଛି ନାହିଁ ଯେଉଁ ଯୁବକ ଆପଣଙ୍କୁ ଧକ୍କା ଦେଇ, ରାସ୍ତାରେ ଗାଡି ଚଳେଇବାର ନିୟମ ସବୁକୁ ଅମାନ୍ୟ କରି ବେପରୁଆ ଗାଡି ଚାଳନା କରିଥିଲେ ତାଙ୍କୁ ଥାନାରୁ ମୁକୁଳେଇ ଔଷଧ ଓ ଇଞ୍ଜେକ୍ସନ ନେଇ ଏଇ ଆସିଯିବେ. ସେ କଣ ଆପଣଙ୍କ ପୁଅ ମ୍ୟାଡାମ? ନାହିଁ ଆଜ୍ଞା ମୋର ପୁଅ ଝିଅ କେହି ନାହାଁନ୍ତି. ମୁଁ ବିବାହ କରିନି.ଶିକ୍ଷୟିତ୍ରୀ ଜୀବନରୁ ଅବସର ପରେ ଅନାଥାଶ୍ରମ ବିଦ୍ୟାଳୟଟିଏ ଖୋଲି ଦିବ୍ୟାଙ୍ଗ ବାଳକ ବାଳିକା ମାନଙ୍କୁ ପଢ଼ାଏ.

  ଏହି ସମୟରେ ଯେଉଁ ଦୁଇ ଯୁବକ ଆସିଲେ ସେ ଦୁହିଁଙ୍କୁ ଗାୟତ୍ରୀ ଚିହ୍ନିଲେ. ଦୁହେଁ ତାଙ୍କ ଛାତ୍ର ଥିଲେ. ଜଣେ ତେରକେ ତେର କହି ଆଉ ଆଗକୁ ବଢ଼ିପାରୁନଥିବାରୁ କେତେ ମାଡ଼ ଗାଳି ଖାଇଲା ବେଳେ, ଅନ୍ୟ ଜଣକ ଖୁବ ମେଧାବୀ ଥିଲା. ମେଧାବୀ ଥିବାରୁ ତାର ଡେରିରେ ସ୍କୁଲ ଆସିବା, ଅନ୍ୟ ପିଲାଙ୍କୁ ଚିଡ଼େଇବାକୁ,ଅପରାଧରେ ଗଣନ୍ତିନାହିଁ ଗାୟତ୍ରୀ, ତା ନାମ ମୋହନ ଥିଲାବେଳେ, ଅନ୍ୟ ଜଣକ ମାନସ. ମୋହନ ନିଶ୍ଚୟ ତାଙ୍କୁ ଆଜି ରାସ୍ତାରୁ ରକ୍ଷା କରିଥିବ ଭାବି ତାକୁ ତୁ ଆଜି ଗୁରୁଦକ୍ଷିଣା ଦେଇ ଜୀବନ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେଇଛୁ କହିଲା ବେଳେ ମାନସ ନୀରବରେ ଭୂମିରେ ନଖ କାଟୁଥିଲା. ଡାକ୍ତର ବାବୁ କହୁଥିଲେ ମୋହନ ନୁହେଁ ବରଂ ମାନସ ହିଁ ଆପଣଙ୍କ ଜୀବନ ବଞ୍ଚେଇ ଦେଇଛି ନହେଲେ ମୋହନର ବେପରୁଆ ଗାଡି ଚାଳନା ଆପଣଙ୍କର କି କ୍ଷତି କରିଥାନ୍ତା କହିହେଉନି. ମାନସ ଥିଲା ବୋଲି ଠିକ ସମୟରେ ହସ୍ପିଟାଲ ଆଣି ଆପଣଙ୍କୁ ବଞ୍ଚେଇଦେବା ସହ ମୋହନକୁ ଉଚିତ ଶିକ୍ଷା ଦେଇଛି. ମାନସ କହୁଥିଲା ମତେ କ୍ଷମା କରିଦିଅନ୍ତୁ ମ୍ୟାଡାମ ତେରକ ପଣିକିଆ ଠିକ ସେ କହି ନପାରି ଆପଣଙ୍କଠୁଁ ଯେଉଁ ଗାଳି ମାଡ଼ ଖାଇଥିଲି ତାହାର ଆଶୀର୍ବାଦ ସ୍ୱରୂପ ସହରର ବଡ଼ ବ୍ୟବସାୟୀ ଆଜି ହୋଇପାରିଛି କେବଳ ଆପଣଙ୍କ ଦୟାରୁ. ଗାୟତ୍ରୀ ଦୁଇ ଛାତ୍ରଙ୍କୁ କ୍ଷମା କରିଦେଇ ଭାବୁଥିଲେ ମଣିଷପଣିଆ, ଭଲ ପାଠ ଶାଠ ପଢି ଡ଼ିଗ୍ରୀ ପାଇବାରେ ନଥାଏ, ଥାଏ ବିବେକ ଓ ବୁଦ୍ଧିରେ ତଥା ମାନବିକତାରେ ।


Rate this content
Log in

Similar oriya story from Inspirational