Nayak Akshaya raazhasti

Tragedy

1.3  

Nayak Akshaya raazhasti

Tragedy

ଗରିବ ହଟାଓ

ଗରିବ ହଟାଓ

1 min
224


ସେ ଆଉ ଗରିବ ହେଇ ରହିବ ନାହିଁ । ଏଇଆ ଭାବି ଭାବି ରାତିରେ ରଘୁଆକୁ ନିଦ ହେଉନି । ସତ କୁ ସତ ଗାଆଁ ର ଗୋଟେ କୁଜି ନେତା ଖବର ଦେଲା ଯେ ତାର ନାଁ ମୋ କୁଡିଆ ଯୋଜନା ର ଆଗ ସିରିଏଲ ରେ ଅଛି ।

ସେ ଭାରି ଖୁସି । ଏତେଦିନ ପରେ ଠିକ୍ ନେତା ଟିଏ ବାଛିଛନ୍ତି ଲୋକ । ଧାଇଁଲା ସିଧା ପଞ୍ଚାୟତ ଅଫିସ୍ । ଦେ. ଦେ କୋଡ଼ିଏ ହାଜର ଟଙ୍କା । ନହେଲେ ତୋ ଘର କଟିଯିବ । ସରପଞ୍ଚଙ୍କ ଠାରୁ ଏଇ କଥା ଶୁଣି ସେ ଆଁ କରି ଚାହିଁଲା ।ପୁଣି ସେ ଶୁଣିବାକୁ ପାଇଲା. ବୋକା କିରେ ।

ତୁ ତ ଘର ପାଇବୁ । ଆମେ କି ପାଇବୁ । ପଇସା ଦେ ବସା ନେ । ସେ ଫେରି ଆସିଲା ଭାଙ୍ଗି ଯାଇଥିବା ଘର କୁ

ସେ ନିଜକୁ ଦାୟୀ କଲା ଭୋଟ ଦେଇ ଆଉ ସେଇ ରାତିରେ ଗରିବ ତାଲିକାରୁ ନିଜ ନାଆଁ କାଟି ଦେଲା ସବୁ ଦିନ ପାଇଁ ।



Rate this content
Log in

Similar oriya story from Tragedy