STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଗର୍ବ

ଗର୍ବ

2 mins
246


ଶକ୍ତି ଶ୍ରେଣୀରେ ସବୁବେଳେ ପ୍ରଥମ ହୁଏ । କିଛି ଏମିତି ପାଠ ନଥାଏ ଯାହାକି ତାହାର ମନେ ରହେନି । କେମିତି କେଜାଣି ବ୍ରେନ୍ ଟେ ପାଇଥିଲା , ଯାହା ଶୁଣିଲା ସବୁ ମନେ ରଖିଲା .। କିନ୍ତୁ ଏ ସବୁ ପାଇଁ ମନରେ ତାର ଭାରି ଗର୍ବ । କୌଣସି ପିଲା ସହ କଥା ହୁଏନି କି କୌଣସି ଶିକ୍ଷକଙ୍କୁ ସମ୍ମାନ ଦିଏନି । କିନ୍ତୁ ଭଲ ପଢେ ବୋଲି କେହି ଶିକ୍ଷକ ତା ଉପରେ ରାଗନ୍ତିନି ।


୩ୟ , ୫ ମ , ୭ ମ ରେ ବୃତି ପାଇଲା । ଯେମିତି କୁହନ୍ତି ନା କେତେ ଜଣ ମାଟି ଛୁଇଁଲେ ବି ସୁନା ହୋଇଯାଏ , ବୋଧେ ସେମିତି ସେ ଯାହା ପଢିଲା , ଆଗୁଆ ରହିଲା । କ୍ଲାସ୍ ୧୦ ରେ ସ୍କୁଲ ରେ ପ୍ରଥମ , ତା ସହ ବ୍ଲକ୍ ରେ ବି ପ୍ରଥମ ଆଉ ଜିଲ୍ଲାରେ ଦ୍ବିତୀୟ । ଏଥର ଆଉ ତା ଗର୍ବ କହିଲେ ନ ସରେ । +୨ ପାଇଁ ନାମ ଲେଖେଇଲା । ବହୁତ୍ ବଡ଼ କଲେଜ ରେ ଗୋଟେ ନାମ ଲେଖା ହେଲା ତାର ।


ଶକ୍ତିର ଏବେ ବି ମନରେ ଗର୍ବ ଭରପୁର । ପାଠକୁ ଏଥର ସେ ବେ ଖାତିର କରିବାକୁ ଲାଗିଲା । ଘରଠୁ ଦୂରରେ ରହି କିଛି ସାଙ୍ଗଙ୍କ ସହ ଖଟି କରିଲା । ସିଗାରେଟ , ମଦ ସବୁ ଏବେ ତାର ନିଶାରେ ଅନ୍ତର୍ଭୁକ୍ତ । ପାଠ ଠୁ ଗୋଟେ ମାଇଲ ଦୂରରେ ସେ ..। ପ୍ରଥମ ବର୍ଷର ପରୀକ୍ଷା ସମୟ ଆସିଲା । ସେତେବେଳକୁ ତ ତାକୁ କିଛି ବିଷୟ ଜଣା ହିଁ ନାହିଁ । ଆଉ ପରୀକ୍ଷାରେ କଣ ବା ଲେଖିଥାନ୍ତା । ଘରକୁ ଆସି କାନ୍ଦିବାରେ ଲାଗିଥାଏ । ତା ବାପା ବହୁତ୍ ବୁଝେଇଲେ କିନ୍ତୁ ବୁଝିବାକୁ ନାରାଜ ଥାଏ ସେ । ମା ତାର ଦୂରରେ ଛିଡ଼ା ହୋଇ କହୁଥାନ୍ତି ଏ ସବୁ ତୋ ଗର୍ବର ଫଳ ।


ଆରେ କଥାରେ ଅଛି ଅତି ଗର୍ବେ ହତ ଲଙ୍କା ..। ଆଉ ତୁ କିଏ କିରେ ? ଏବେ ବି ସମୟ ଅଛି ସୁଧୁରି ଯା ! ନହେଲେ ଏ ଗର୍ବ ଦିନେ ତୋତେ ବୁଡି ମାରିବ । ମାଙ୍କ କଥାଟା ତା ମନକୁ ଭାରି ଛୁଇଁ ଗଲା । ଦୌଡ଼ି ଯାଇ ମାଙ୍କୁ କୁଣ୍ଢେଇ କହିବାକୁ ଲାଗିଲା , ସତରେ ମା .... ଏ ମୋ ମନର ଗର୍ବର ଫଳ । ଆଉ କରିବିନି ଗର୍ବ । ଆଜିଠୁ ମୁଁ ସୁନା ପିଲା ହେଇ ପଢିବି , ପୁଣି ଥରେ ମନ ଦେଇ ପଢିବି । ଶକ୍ତି ଏତିକି କହି ପଢା ଘରକୁ ଚାଲିଗଲା ।


କିନ୍ତୁ ତା ବାପା ଶକ୍ତି ପରି ନିଜର ଗର୍ବ ପାଇଁ ଆଉ କୁସଙ୍ଗରେ ପଡି ଅବାଟକୁ ଯାଉଥିବା ପ୍ରତି ଯୁବକ କଥା ଭାବୁଥାନ୍ତି । ମନରେ ଭାବୁଥାନ୍ତି କି ଏମିତି କିଛି କରିପାରିବି ନି କି ଯେଉଁଥିରେ ଏ ପଥ ଭ୍ରଷ୍ଟ ପିଲା ଙ୍କୁ ସଠିକ୍ ରାସ୍ତାକୁ ଆଣିହେବ ।




Rate this content
Log in

Similar oriya story from Tragedy