ଗୋଟିଏ ପରିସ୍ଥିତି କୋଟିଏ ଅନୁଭୁତି
ଗୋଟିଏ ପରିସ୍ଥିତି କୋଟିଏ ଅନୁଭୁତି
ଯାହା ସମଗ୍ର ବିଶ୍ୱ ଏକା ସାଥିରେ ଭୋଗ କଲା ଏଇ ଦୁଇ ହଜାର କୋଡ଼ିଏ ମସିହା ରେ।ମୃତ୍ୟୁ ପର୍ଯନ୍ତ କେହିବି ଭୁଲି ପାରିବେନି ।କୋଭିଡ ୧୯ ବିଶ୍ୱ ଦରବାର ର ଆତଙ୍କ ସୃଷ୍ଟି କରିଥିବା କୋରନା ମୋ ଘର ଭିତରକୁ ଆସିଗଲା। ମେ ୨୫।ରାତି ଦୁଇଟାରେ ଗାଡି ଆସି ଘର ବାଟ ମୁହଁରେ।ସେଦିନ ରାତିରେ ଛାତ ଉପରେ ପତି ପତ୍ନୀ ସୋଇ ଥିଲୁ। ହଠାତ ୧୨ ଟା ବେଳେ ମୋବାଇଲ ଶବ୍ଦ ରେ ମୋ ନିଦ ଭାଙ୍ଗି ଗଲା।ଦ୍ୱିତୀୟ ଥର ମୁଁ ତାଙ୍କୁ ଉଠାଇଲି ।ମୋର,,,!ସାଙ୍ଗେ ସାଙ୍ଗେ ମିଷ୍ଟର ଡକ୍ଟର ଙ୍କୁ ଫୋନକରିବା ଭିତରେ ମୁଁ ରିକଲ କଲି କଣ ସତରେ। ଉତ୍ତର ଆସିଲା ଏତେ ରାତିରେ ଏତେ ବଡ଼ କଥା କଣ କୁହାଜାଏ।ତାହାଲେ ଭାଇଙ୍କୁ ନେଇଯିବେ ନା କଣ। ଏଠୁ ୨୧ ଜଣଙ୍କୁ ଗାଡ଼ିରେ ନେଲେଣି। ମୋ ଛାତି ଥରି ଉଠିଲା। ମିଷ୍ଟର ଫୋନ ରେ କଥା ହେଉଥିଲେ।।ସେ ମୁହୂର୍ତ୍ତ ମୋର ମାନସିକତା କିଛି ଭାଷା ରେ ଶବ୍ଦ ନାହିଁ ବ୍ୟକ୍ତ କରିବା ପାଇଁ।କାନ୍ଦି ପାରୁନି ତାଙ୍କ ସାମ୍ନାରେ।ମିଷ୍ଟର କହୁ ଥାନ୍ତି। ମୁଁ ଏମାନଙ୍କ ସାଥିରେ ଗୋଟେ ଗାଡ଼ିରେ ଯାଇ ପରିବିନି। କାରଣ ମୁଁ ଜାଣିଛି ପୋଜିଟିଭ ର କୌଣସି ସିମଟମ ମୋର ନାହିଁ। ବମ୍ବେ ରୁ ପେରିଥିବା ପୁଅ ,ତା ସାଙ୍ଗ ଏମାନେ ନେଗେଟିଭ ।ମୋର ଡାଉଟ ହେଉଛି।ଆପଣ ମାନେ ଯାନ୍ତୁ ମୁ କୋଭିଡ ୧୯ ଗାଇଡ଼ ଲାଇନ କୁ ମାନୁଛି। ମୁଁ ନିଜେ କୋଭିଡ ସେଣ୍ଟର ରେ ପହଞ୍ଚି ଯିବି।ଗାଡି ଚାଲିଗଲା।ଡ୍ରାଇଭର ବି ସାଥିରେ ଯିବନି।ରାତି ସାଢ଼େ ଦୁଇ। ଭୟ ଲାଗୁଥିଲା ଏକୁଟିଆ କେମିତି ଯିବେ। ମୁଁ କହିଲି ମୁଁ ତମ ସାଥିରେ ଯିବି। ମୋଟର ସାଇକେଲରେ ଏକୁଟିଆ ଏତେ ରା ତିରେ।କିଛି ହେବନି ମୋର ହନୁମାନ ଚାଲିସା ପଢି ପଢି ପହଂଚି ଯିବି।
ଇଏ କି ଆତଙ୍କ ଗୋଟାଏ ଘଣ୍ଟା ପୂର୍ବରୁ ଦେହକୁ ଦେହ ଲାଗି ଏକାଠି ସୋଇଥିଲୁ ଏବେ ତାଙ୍କୁ ଛୁଇଁବାକୁ ବି ଭୟ ଲାଗୁଚି।ନୂଆ ନୂଆ ଓଡ଼ିଶା ମାଟିକୁ ଛୁଉଁଥିଲା କୋରନା ଅନେକ ଭୟ ଥିଲା ସେ ସମୟରେ।ଛାତି ଥରୁ ଥିଲା ମୋର।ଛାତ ତଳକୁ ଓହ୍ଲାଇ କେମିତି ଆସିଲି ଜାଣିନି।ଗାଡି ଷ୍ଟାର୍ଟ କରି ସେ ଗଲେ।ଲୁହ କୁ ଚାପି ଧରିଲି। ବଡ ପୁଅ ହୋମ କ୍ୱାରେଣ୍ଟଇନ ରେ ।ସେ ପଟ ରୁମ ରେ ମୋ ମୁହଁ କୁ ଦେଖୁ ଥାଏ।ମାମା ସୋଇ ପଡ। ହଁ ତୁ ଯା।ସାନ ପୁଅ ନଣନ୍ଦ ଙ୍କ ଘରେ। ଆସନ୍ତା କାଲି ଏକାଦଶହ ତା ପିଉସା ଙ୍କର ।ପରିବାର ର ସମସ୍ତେ ସେଠି।ଆମେ ମାଆ ଛୁଆ ହୋମେ କ୍ୱାରେଂଣ୍ଟାଇନେ ରେ। ବଡ ପୁଅର ନେଗେଟିଭି ଆସିବା ପରେ ଆମେ ନଣନ୍ଦ ଘରକୁ ଦଶାହ କୁ ଯାଇ ଫେରିଥିଲୁ। ବମ୍ବେ TISS ରେ ପୁଅ ମାଷ୍ଟର ଡିଗ୍ରୀ କରୁ ଥିଲା।ମହାରାଷ୍ଟ୍ର ରେ ବେସି ବିପଦ।ରାତି ରାତି ମୁଁ ଶୋଇ ପାରୁ ନଥିଲି।ଗାଡି ପଠେଇ ତାକୁ ସୁରକ୍ଷା ବଳୟ ଭିତରେ ଆଣିଥିଲୁ।ଇଶ୍ୱରଙ୍କ ଆଶୀର୍ବାଦ ସେ ସୁସ୍ଥ।ଶୋଇବାକୁ ଚେଷ୍ଟା କରି ସୋଇପରୁନି।ମନର ସ୍ଥିତି ଅକୁହା....।କେବଳ ଅନୁଭବି ହିଁ ଜାଣିଛି ମନର ବେଦନା। ଡର ସମସ୍ତଙ୍କୁ ଲାଗେ ଗଳା ସମସ୍ତଙ୍କ ର ସୁଖେ।ପତ୍ନୀ ମୁଁ ଜାଣି ପାରୁ ଥିଲି ତାଙ୍କ ମନର ଭାବନା।ଡରୁ ଥିଲେ ଭିତରେ ଭିତରେ।ପୁରୁଷ ସେ କହିପାରିବେ ନି।ଦେଖେଇ ପାରିବେନି।ପୁଅକୁ ନିଜସ୍ୱ ଗାଡ଼ିରେ ବମ୍ବେ ରୁ ଆଣିଲେ ଜିଲ୍ଲା ପ୍ରଶାସନ ଙ୍କୁ ଅନୁମତି ଆଣି ହୋମ ରେ କ୍ୱାରେଣ୍ଟଇନ ରଖିଲେ।କୋରନା ଭାଇରସ ତାଙ୍କ ପାଖକୁ କେମିତି ଆସିଲା? ତାଙ୍କର ବିଶ୍ୱାସ ମୋର କିଛି ହୋଇନି। ତଥାପି ତାଙ୍କୁ ଯିବାକୁ ପଡ଼ିଲା ଏକା ଏକା କାରଣ draiver ବି ଆଜି ନେବାକୁ ଡରିବ।
ମୁଁ ପତ୍ନୀ,,,, ଶବ୍ଦ ହୀନ ଭାଷା ହୀନ ମୁଁ।ଅନୁଭବି କେବଳ ଜାଣି ପାରିବ ଏ ସିଚୁଏସନ।କୋରନା ଯୁଦ୍ଧ ଆଉ ଜଣେ
ସଂଗ୍ରାମୀ ଯୋଦ୍ଧା ସାମିଲ ହୋଇ ଆଗକୁ ଅଗକୁ କୋଭିଡ ହସ୍ପିଟାଲ ଅଭିମୁଖେ ଯାତ୍ରା କରୁ ଥିଲା। ଅଧା ରାତିରେ ଘନ ଅନ୍ଧକାରରେ ।ସହଧାର୍ମିଣୀ ଆଜି ସହ ଯାତ୍ରୀ ହୋଇ ପାରିଲିନି।କେବେ କଥାଦେଇ ଥିଲି ବଞ୍ଚି ଥିବା ଯାଏ ସାଥେ ସାଥେ ଚାଲିବାକୁ।
