STORYMIRROR

Bichitra Biswal

Thriller

4.3  

Bichitra Biswal

Thriller

ଗୋଟେ ରାତିର କଥା

ଗୋଟେ ରାତିର କଥା

1 min
2.4K


ବିଚିତ୍ର ବିଶ୍ୱାଳ

ରାତି ଦଶଟା। ମୁଁ ଆଜି ଜଲଦି ଶୋଇବାକୁ ଗଲି। ଲେଖାଲେଖି କରି ଡେରିରେ ଶୁଏ ବୋଲି ତାର ସବୁବେଳେ ଅଭିଯୋଗ। ତେଣୁ ଆଜି ଆଉ ଲେଖାରେ ମନ ଦେଲିନି।

ଆମେ ଦୁଇଜଣ ପାଖାପାଖି ଶୋଇଥିଲୁ। ବିଲେଇ ଛୁଆ ଭଳି ସେ ଜାକିଜୁକି ହୋଇ ଶୋଇଥିଲା ମୋ ପାଖରେ। ମୋ କାନ ପାଖକୁ ମୁହଁ ଆଣି ଫିସଫିସ ହୋଇ ସେ କହିଲା, ସାରା ଜୀବନ ମୁଁ ଏମିତି ଜଡେଇ ହୋଇ ରୁହନ୍ତି କି ତୁମ ସହିତ! ଧାରେ ହସ ଖେଳିଗଲା ମୋ ମୁହଁରେ।

ତା ଗୋରା ମୁହଁଟା ଭାରି ସୁନ୍ଦର ଦିଶୁଥିଲା। ଅନ୍ଧାରରେ ବି ଜାଣିହେଉଥିଲା ତା ମୁହଁର ଗଠନ। ଆଖି ଉପରକୁ ପଡ଼ି ଯାଇଥିବା ତା ଚୁଟି କେରାକୁ ଖୁବ ସନ୍ତର୍ପଣରେ ଆଡେଇ ଦେଲି ମୁଁ, ଯେମିତି ଟିକେ ବି ବ୍ୟାଘାତ ହେବନି ତା ନିଦରେ। ମୁଁ ବି ଶୋଇଗଲି ଜଡେଇ ହୋଇ ତା ସହିତ।

ସକାଳ ହେବା ବେଳକୁ ବି ସେ ଥିଲା ମୋ ପାଖରେ। ହେଲେ ମୁଁ ନଥିଲି।

ମଝି ରାତିରେ ଦୁଇଟି ଶକ୍ତ ହାତ ମୋ ମୁହଁରେ ତକିଆ ଦାବି ଧରିଥିବା ବେଳେ ଦୁଇଟି ନରମ ହାତ ମୋ ଗୋଡ଼କୁ ଭିଡ଼ି ଧରିଥିଲା। କଣ ଆଉ କରିଥାନ୍ତି ମୁଁ! ଆତ୍ମରକ୍ଷା କରିବାକୁ ଜମାରୁ ବି ଇଛା ହେଲାନି ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller