Bichitra Biswal

Others

3  

Bichitra Biswal

Others

ଯୁଦ୍ଧଘୋଡା

ଯୁଦ୍ଧଘୋଡା

1 min
611


ବିଚିତ୍ର ବିଶ୍ୱାଳ

ଘୋଡା ସଜ ଚାଲିଛି। ଯୁଦ୍ଧଘୋଡା।

ଖୁବ ଯାକଜମକରେ ସଜା ଚାଲିଛି ଯୁଦ୍ଧଘୋଡାକୁ। ଜଳ ବାହିନୀ, ସ୍ଥଳ ବାହିନୀ ଓ ଆକାଶ ବାହିନୀର ବଳ ନେଇ ଯୁଦ୍ଧ ଘୋଡାକୁ ପ୍ରସ୍ତୁତ କରାଯାଉଛି। ନେତା, ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସୁରକ୍ଷିତ ବଳୟ ମଧ୍ୟରେ ଥିବା ସମସ୍ତେ ଯୁଦ୍ଧ ଘୋଡାକୁ ଛାଟିଆ ମାରି ହୁଇସିଲ ବଜେଇ ଦୌଡେଇବା ପାଇଁ ଲାଗିପଡିଛନ୍ତି। ଦେଶପ୍ରେମର ଅତର ବି ସିଞ୍ଚାଯାଇଛି ଯୁଦ୍ଧ ଘୋଡା ଦେହରେ। ଯୁଦ୍ଧଘୋଡାର ସେହି ଦେଶପ୍ରେମର ବାସ୍ନାରେ ସାରା ଦେଶବାସୀ ବିମୋହିତ।

ସମଗ୍ର ଦେଶବାସୀ ଅପେକ୍ଷରତ ଏଇଥର ଯୁଦ୍ଧଘୋଡା ଧୂଳିସାତ କରିଦେବ ପାକିସ୍ତାନକୁ। ସବୁଦିନ ପାଇଁ ଅପରେସନ କରି ସଫା କରିଦେବ ଭାରତ ମୁଣ୍ଡରେ ଥିବା ସେହି ପୁରାତନ ବଥକୁ। ରଣଦୁନ୍ଦୁଭି ବାଜିଲା। ଘୋଡା ସବାର ଦୌଡେଇଲେ ଯୁଦ୍ଧଘୋଡାକୁ।ସମସ୍ତେ ଚାହିଁଛନ୍ତି, କଣ ହେବ ପାକିସ୍ତାନର ଅବସ୍ଥା।

କିନ୍ତୁ ଏ କଣ ହେଲା! ଯୁଦ୍ଧଘୋଡା ଦୌଡ଼ି ଦୌଡ଼ି ପାର ହୋଇଗଲା ନିର୍ବାଚନ ନଈ। ତାପରେ ଠିଆ ହୋଇଗଲା ସ୍ଥିର ହୋଇ। ତା ଦେହରୁ କାଢି ନିଆଗଲା ସେଥିରେ ଖଞ୍ଜା ଯାଇଥିବା ସବୁ ବଳ କଳ। ତା ଦେହରେ ସିଞ୍ଚାଯାଇଥିବା ଦେଶପ୍ରେମର ଅତର ଫିକା ପଡ଼ି ଆସୁଥିଲା।

ଯୁଦ୍ଧଘୋଡା ଉପରେ ସବାର ହୋଇଥିବା ପ୍ରଧାନ ସେବକ ନିର୍ବାଚନ ନଈର ଆରପଟେ ଓହ୍ଲେଇ ପଡ଼ି ଅଳସ ଭାଙ୍ଗୁଥିଲେ। ଲୋକମାନେ ହାବା ହୋଇ ଚାହିଁଥିଲେ। ଯୁଦ୍ଧଘୋଡାକୁ ପାର୍ଟି ଅଫିସର ଖୁଣ୍ଟରେ ବାନ୍ଧି ଦିଆଯାଇଥିଲା, ପୁଣି କେବେ ସୁଯୋଗ ସମୟରେ କାମରେ ଆସିବ ବୋଲି।


Rate this content
Log in