STORYMIRROR

Bichitra Biswal

Others

2  

Bichitra Biswal

Others

ଲାଲ ଗୋଲାପ

ଲାଲ ଗୋଲାପ

1 min
746


ଲାଲ ଗୋଲାପ

ପଛ ପଟେ ଲୁଚେଇ ଧରିଥିଲି ମୁଁ ଗୋଟେ ଲମ୍ବା ଡେମ୍ଫ ଲଗା ଲାଲ ଗୋଲାପ ତା ପାଇଁ। ଗୋଲାପର କଣ୍ଟାକୁ ଜାବୁଡି ଧରି ମୋ ହାତ ହୋଇଯାଇଥିଲା ରକ୍ତରେ ଜୁଡୁବୁଡୁ। ଡେମ୍ଫର ତଳ ଦେଇ ବୋହି ଯାଉଥିଲା ଧାରଧାର ରକ୍ତ।
ସେ ଆସିଲା। ଗୋଲାପକୁ ଛିଣ୍ଡେଇ ନେଇଗଲା ଅଗରୁ। ଯେଉଁଠି ନଥିଲା ଜମାରୁ ବି କଣ୍ଟା। ଗୋଲାପକୁ ଧରି ଖିଲଖିଲ ହୋଇ ହସି ଉଠିଲା ସେ। ଓଠ ପାଖକୁ ନେଇ ଚୁମାଟେ ଦେଇଦେଲା ଗୋଲାପକୁ।
ମୋ ହାତରେ ତଥାପି ଥିଲା ଫୁଲ ଛେଉଣ୍ଡ ଡେମ୍ଫଟା ଓ ସେଥିରୁ ବୋହି ପଡୁଥିଲା ଥୋପା ଥୋପା ରକ୍ତ।
ବ୍ୟାଣ୍ଡେଡ଼ ଟେ ପକେଇଦେଵ, କହିଲା ସେ ଓ ଚାଲିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍