STORYMIRROR

Bichitra Biswal

Tragedy

3  

Bichitra Biswal

Tragedy

ନାଲି ରଙ୍ଗ

ନାଲି ରଙ୍ଗ

1 min
14.6K


 ଅନେକ ଚେଷ୍ଟା ପରେ ବି ଟୋପାଏ ନାଲି ରଙ୍ଗର ସିନ୍ଦୂର ଲାଗି ପାରୁନଥିଲା ଫୁଲର ମଥାରେ। ଝିଅ ଦେଖିବାକୁ ଆସୁଥିବା କୂଣିଆ ମାନଙ୍କ ସାମ୍ନାକୁ ପ୍ରତିଥର ସଜେଇ ହୋଇ ଯାଉଥିଲା ସେ। କିନ୍ତୁ ସବୁଥର ତା ମୁଣ୍ଡରେ ସିନ୍ଦୂର ଲାଗିବା ପୂର୍ବରୁ କଥା ଅଟକି ଯାଉଥିଲା ତା ବାପାର ଯୌତୁକ ଦେଇପାରିବାର ଅସାମର୍ଥ୍ୟତା ପାଖରେ। ପରିଣାମ ସ୍ୱରୂପ ନାଲି ହୋଇପାରୁନଥିଲା ଫୁଲର ମଥା। ଅଭାବବୋଧଟିଏ ଗ୍ରାସି ରହିଥିଲା ଫୁଲକୁ।

ସେଦିନ ହୋଲିରେ ଗାଁ’ର ସୁରିଆ ଭାଇ ପୁଳାଏ ଲାଲ ଅବିର ବୋଳି ଦେଲା ଫୁଲର ମୁଣ୍ଡରେ। ଲାଲ ରଙ୍ଗରେ ବୁଡିଗଲା ସେ। ନିଜ ମଥାରେ ଲାଲ ରଙ୍ଗ ଦେଖି କେଇ କ୍ଷଣ ପାଇଁ ଉଲ୍ଲସିତ ହୋଇ ଉଠିଲା ଫୁଲ।

ହେଲେ ତାହା ତ କ୍ଷଣସ୍ଥାୟୀ ଥିଲା। ହୋଲିର ଲାଲ ରଙ୍ଗ କଣ ସମାନ ହୋଇପାରିବ ସିନ୍ଦୂରର ଲାଲ ରଙ୍ଗ ସହିତ!

ଏବେ ବି ସିନ୍ଦୂର ଛେଉଣ୍ଡ ଥିଲା ଫୁଲର ମଥା। ହୋଲିର ସବୁଯାକ ରଙ୍ଗ ନିଷ୍ପ୍ରଭ ଲାଗୁଥିଲା ଫୁଲକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy