ଗୋଟେ ପୁଅ ଆଉ ଗୋଟେ ଝିଅ
ଗୋଟେ ପୁଅ ଆଉ ଗୋଟେ ଝିଅ


କ'ଣ ଗୋଟେ ପୁଅ ଆଉ ଗୋଟେ ଝିଅ କେବଳ ବେଷ୍ଟ ଫ୍ରର୍ଣ୍ଡ ହେଇ ରହି ପାରିବେ? କେବଳ ସାଙ୍ଗ ହେଇ!
ଗୋଟିଏ ପୁଅ ଥିଲା ଆଉ ଗୋଟିଏ ଝିଅ ଥିଲା । ଉଭୟେ ଉଭୟଙ୍କ ମଧ୍ୟରେ କୌଣସି ସମ୍ପର୍କ ନ ଥିଲା । କିନ୍ତୁ ପୁଅ ଝିଅକୁ ଆଗରୁ ଜାଣି ଥିଲା । ପରବର୍ତ୍ତୀ ସମୟରେ ଦୁହେଁ ଗୋଟିଏ କଲେଜରେ ନାମ ଲେଖାଇଲେ । ଉଭୟଙ୍କ ମଧ୍ୟରେ କମ କଥାବାର୍ତ୍ତା ହେଉ ଥିଲା, କିନ୍ତୁ ପରେ ତାଙ୍କ ମଧ୍ୟରେ ବନ୍ଧୁତା ଭାବ ସୃଷ୍ଟି ହେଲା । ତାହା ଦୃଢ ହେବାକୁ ଲାଗିଲା । ଉଭୟେ ଉଭୟଙ୍କୁ ଟିକିଏ ନ ଦେଖିଲେ ରହି ପାରୁ ନ ଥିଲେ । ଟିକିଏ ସମୟ କଥା ନ ହେଲେ ତାଙ୍କ ହୃଦୟରେ କ'ଣ ଗୋଟିଏ ହେଇ ଯାଉଥିଲା । ସତରେ ଦୁହେଁ ଦୁହିଁଙ୍କ ପାଇଁ ।
ତାହେଲେ ଇଏ କ'ଣ ପ୍ରେମ ? ପୁଅ ମନରେ କ'ଣ ଭାବନା ଥିଲା? ଝିଅ ମନରେ କ'ଣ ଭାବନା ଥିଲା? ତାହା ଭଗବାନ ହିଁ ଜାଣନ୍ତି । ପୁଅ ତ ଭାବିଲା ସେ ମୋତେ ପ୍ରେମ କରୁଛି । ସେ ମୋ ବିନା ଗୋଟିଏ ମୁହୂର୍ତ୍ତ ରହି ପାରୁ ନାହିଁ ! ମୁଁ ନ ଖାଇବା ପର୍ଯ୍ୟନ୍ତ ସେ ଖାଉ ନାହିଁ । ସେ ମୋତେ ଭଲ ପାଉଛି ।କିଛି ସମୟ ଚିନ୍ତା କରିବା ପରେ ପୁଅଟି ତା' ମନର ଭାବନାକୁ କହିବା ପାଇଁ ସ୍ଥିର କଲା । ସେପ୍ଟେମ୍ବର ମାସ ୨୪ ତାରିଖରେ କହିବା ଭଲ ହେବ ବୋଲି ଭାବିଲା । କାରଣ ସେ ଦିନ ଥିଲା ସେ ଝିଅର ଜନ୍ମ ଦିନ । ପୁଅଟି ତା ପାଇଁ ଜନ୍ମ ଦିନର ଉପହାର ଦେଇ ନିଜ ହୃଦୟର ଭାବନାକୁ କହିବି ବୋଲି ସେ ଦିନ ସେ ଝିଅ ସହିତ ଭେଟ ହେଲା । କିନ୍ତୁ ପୁଅଟି ନିଜ ମନର କଥା କହି ପାରିଲା ନାହିଁ । ତା ମନରେ ଡର ଥିଲା କାଳେ ଏହି ସମ୍ପର୍କ ଜାଣିଲେ ତା' ବନ୍ଧୁତ୍ୱରେ ଫାଟ ସୃଷ୍ଟି ହେବ । ପୁଅଟି ନ କହି ଘରକୁ ପଳାଇ ଆସି ଚିଠିଟିଏ ଲେଖି ସେ ଝିଅ ପାଖକୁ ଦେଇ ତା'ର ଉତ୍ତର ଦେବାକୁ କହିଲା ।
ଝିଅ ର ଉତ୍ତରେ..ହେଲେ ..!