STORYMIRROR

CHITTARANJAN DEHURY

Tragedy Inspirational

3  

CHITTARANJAN DEHURY

Tragedy Inspirational

ଗୋଟେ କାରଣ

ଗୋଟେ କାରଣ

2 mins
185

 


  ଆସନ୍ତା ୩୧ ତାରିଖରେ ବର୍ଷ ଶେଷ । ଶାଳୀ ବାହାଘର, ପୁଅ ଜନ୍ମଦିନ, ବିବାହ ବାର୍ଷିକୀ ଅମୁକ ସମୁକରେ ସବୁ CL ସରି ଯାଇଛି । ସେପଟେ ଘରଣୀଙ୍କର କଡ଼ା ତାଗିଦ । ଯେମିତି ହେଲେ ଦୁଇ ସପ୍ତାହ ଛୁଟି ଦରକାର । ନିୟୁ ଇଅର ଟ୍ରିପ କୁଲୁ ମନାଲି ନ ହେଲେ ଦାର୍ଜିଲିଂ ।


    - " ହଇଓ ମହାପାତ୍ରେ ଗୋଟେ ଆଇଡ଼ିଆ ଦେଉନ ।"


     " ହଁ ହଁ ଗୋଟିଏ ଉପାୟ ଅଛି । ତୁମର କୌଣସି ସମ୍ପର୍କୀୟ ମୃତ ଘୋଷଣା କରି ଦେଉନ । କମ୍ ସେ କମ୍ ଦୁଇ ସପ୍ତାହ EL ମିଳିଯିବ ।"


    " ହଁ ଠିକ କହିଛ ମହାପାତ୍ରେ ଅନ୍ୟ କାରଣ ଦର୍ଶେଇ ଛୁଟି ନେଇ ହେବନି ।"


    ନୋଟପ୍ୟାଡ ରେ ଗୋଟେ ପିଲାଦିନ ଘୋଷା ଛୁଟି ଦରଖାସ୍ତ । ଆଜି ସକାଳ ୧୦ଟାରେ ମୋର ମାଆଙ୍କର ଦେହାନ୍ତ ଯୋଗୁଁ କ୍ରିୟା କର୍ମ କରିବା ନିମନ୍ତେ ଦୁଇ ସପ୍ତାହ ନିମନ୍ତେ ଛୁଟି ଦରଖାସ୍ତ ।


   ଦୁଇଟି ଲମ୍ବା ସୁଟ୍କେଶ ପୋଷାକ ପତ୍ର ଧରି ବିମାନ ବନ୍ଦରରେ ପହଞ୍ଚି ଲଗେଜ ଯାଞ୍ଚ ବେଳକୁ ହଠାତ ଫୋନ ଆସିଲା ।


    - " ହଁ ୱାର୍ଡନ ସାହେବ ପୁଣି କଣ ହେଲା ? ଗତ ମାସରେ ତ ତୁମ ବୃଦ୍ଧାଶ୍ରମକୁ ଯାଇଥିଲି ।"

    

    - " ଏଇ ହଠାତ ତୁମ ମାଆଙ୍କର ଦେହାନ୍ତ ହୋଇଗଲା । ଜଲଦି ଆସି ଶବଟିକୁ ନେଇ ଯାଆନ୍ତୁ ।"


   - " କଥା କଣ କି ମୁଁ ଗୋଟେ କମ୍ପାନୀ ପ୍ରୋଜେକ୍ଟ ପାଇଁ ଏବେ ସହରଠାରୁ ଦୂରରେ ଅଛି । ଗଲା ବେଳକୁ ଦୁଇ ସପ୍ତାହ ହୋଇ ଯିବ । ଆପଣ ଶବଦାହ କରି କ୍ରିୟା କର୍ମ କରି ଦିଅନ୍ତୁ । ମୁଁ ଗଲେ ଆପଣଙ୍କୁ ସମସ୍ତ ଖର୍ଚ୍ଚ ଦେଇ ଦେବି ।"


  କଥା ନ ସରୁଣୁ ହଠାତ ଫୋନଟିକୁ କାଟିଦେଲେ ୱାର୍ଡନ ବିଦ୍ୟାଧର ବାବୁ । ତାଙ୍କ ଆଖିରେ ନାଚି ଉଠୁଥିଲା ଅନାଥ ଶୈଶବର ଦୁର୍ଦ୍ଦିନଗୁଡ଼ିକ । ନିନ୍ଦି ଉଠୁଥିଲେ ଭଗବାନଙ୍କୁ । ଯାହା ପାଖରେ ମାଆ ଅଛି, ତାହାର ସମୟ ନାହିଁ । ଯାହା ପାଖରେ ମାଆ ନାହିଁ, ଭଗବାନ ତାଙ୍କୁ ଗୋଟେ ମାଆ ଦେଇ କୃତଘ୍ନ କରିଦେଲେ ।



Rate this content
Log in

Similar oriya story from Tragedy