STORYMIRROR

Minakshi Samal

Tragedy

3  

Minakshi Samal

Tragedy

ଘର ଢିଙ୍କି କୁମ୍ଭୀର

ଘର ଢିଙ୍କି କୁମ୍ଭୀର

1 min
204


ସୁଦୃଶ୍ୟ ଅଟ୍ଟାଳିକାର ସମ୍ପୂର୍ଣ୍ଣ ଅବୟବ ସୁନେଲୀ ରଙ୍ଗର ଲିଚୁ ଲାଇଟରେ ଆବୃତ। ଭିତରେ ବିଳାସପୂର୍ଣ୍ଣ ଢଙ୍ଗରେ ସାଜସଜା । ବାହାର ପଟ ଲନରେ ଧୋବ ଫରଫର ସାଟିନ କପଡା ଢଙ୍କା ଚେୟାର ସବୁ ଟେବୁଲ ଚାରିପଟେ ସଜା ହୋଇ ରହିଛି।

ଲନର ଗୋଟିଏ ପଟେ ଧାଡି ହୋଇ ଷ୍ଟାର୍ଟର ଖାଦ୍ୟର ପସରା। ଗୋଟିଏ କୋଣରେ ନନ୍ ଭେଜ୍ ଆଇଟମ ମାନଙ୍କ ପାଖରେ ଅତିଥି ମାନଙ୍କର ଭିଡ।କେକ କଟାହେବାର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଯାଇଛି।କେକ କଟା ହେବାର ଘୋଷଣା ଶୁଣି ଅତିଥି ମାନେ ସେଇଆଡକୁ ମୁହାଁଇଲେ।ଏହା ମିଷ୍ଟର ଏବଂ ମିସେସ୍ ରଥଙ୍କର ଦଶମ ବିବାହ ବାର୍ଷିକୀର ପାଳନ ଉତ୍ସବ ଥିଲା।ଡିଜାଇନର୍ ଡ୍ରେସରେ ଦୁଇଜଣ ଝଲମଲ କରୁଥିଲେ।କେକ୍ କାଟୁକାଟୁ ହସିହସି ସମସ୍ତଙ୍କର ଅଭିବାଦନ ସ୍ୱୀକାର କରିଚାଲିଥିଲେ ଦୁହେଁ।

 *******************

କେମିତି ଲାଗୁଛି ଏଇ ନୂଆ ରକମର ଚକଲେଟଟା? ହଁ ଅଙ୍କଲ,ଏଇଟା ବହୁତ ବଢିଆ ଲାଗୁଛି।କୋଉଠୁ ଆଣିଲେ?

ଆରେ ମା' ତତେ ଚକଲେଟ ଭଲଲାଗେ ବୋଲି ପରା ସବୁବେଳେ ମୁଁ ସବୁଠାରୁ ଭଲ ଆଉ ନୂଆ ପ୍ରକାରର ଚକଲେଟ ଖୋଜିକରି ଆଣେ। ଥ୍ୟାଙ୍କ ୟୁ ଅଙ୍କଲ।ୟୁ ଆର୍ ଦ ବେଷ୍ଟ।କହି ଅଙ୍କଲଙ୍କୁ ଚୁମାଟିଏ ଦେଇଦେଲା ସାତବର୍ଷର ଟେଡି।

ବିଜୁଳି ଚମକ ଖେଳିଗଲା ୪୫ବର୍ଷୀୟ ପରେଶ ମହାନ୍ତିଙ୍କ ଗୋଟା ଶରୀରରେ। କୋଳକୁ ଭିଡିଆଣିଲେ ଟେଡିକୁ। ମୁହଁ ଓ ଗାଲରେ ଭରି ଦେଇଗଲେ ଅଜସ୍ର ଚୁମ୍ବନ।ସେ ଚୁମାଠାରୁ ଏ ଚୁମ୍ବନ ଫରକ ଥିଲା।ଖରଶ୍ୱାସର ଧାରା ବହି ଚାଲିଥିଲା।

ହାତର ଅଙ୍ଗୁଳି ଗୁଡିକ ସକ୍ରିୟ ହୋଇ ଉଠୁଥିଲେ।ଟେଡିର ସମ୍ବେଦନଶୀଳ ଅଙ୍ଗ ଆଡକୁ ଧିରେଧୀରେ ଗତିଶୀଳ ହୋଇଉଠୁଥିଲେ ଦକ୍ଷିଣ ହସ୍ତର ଚାରୋଟି ଆଙ୍ଗୁଳି।

ଥରେ ଗୋଟିଏ ଭିଡିଓ ଦେଖାଇ ମମି ବତାଇଥିବା କଥାଗୁଡିକ ଅଚାନକ ଟେଡିର ମନେପଡିବାକୁ ଲାଗିଥିଲା।ଗୁଡ୍ ଟଚ୍, ବ୍ୟାଡ୍ ଟଚ୍ ଭିତରେ ଫରକ ବୁଝିପାରୁଥିଲା ସେ।କାଶି କାଶି ପାଣି ପିଇବା ବାହାନାରେ ଡାଡିଙ୍କ ବେଷ୍ଟଫ୍ରେଣ୍ଡ୍ ପରେଶ ଅଙ୍କଲଙ୍କ ଶକ୍ତ ବନ୍ଧନରୁ ନିଜକୁ ମୁକୁଳାଇ ଡ୍ରଇଂ ରୁମ୍ ଆଡକୁ ଦୌଡୁଥିଲା ଟେଡି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy