Dr Jharana Satapathy

Action Crime Inspirational

4.0  

Dr Jharana Satapathy

Action Crime Inspirational

ଗବର ସିଂ ମିଶନ

ଗବର ସିଂ ମିଶନ

3 mins
251



ଗଵର ସିଂ ଡକାୟତ କବଳରୁ ମୁଁ ଵହୁକଷ୍ଟରେ ମୁକୁଳି ଆସିଛି ଠାକୁର୍। ମୋ ନାମ ସେବତୀ। ମତେ ଆପଣ ହେପାଜତକୁ ନିଅନ୍ତୁ। ମୋ ଭଉଣୀକୁ ସେ ମାରିଦେବ ।କିଛି କରନ୍ତୁ ସାର୍। ସେ ଜୋର୍ ଜଵରଦସ୍ତ ଆମକୁ ତା ଦଳରେ ମିଶାଇଥିଲା। ଆମେ ନିରିହ ଜନସାଧାରଣ। ଆମେ ମୁରୁଖ ଲୋକ। ପାଠସାଠ ପଢିନୁ। ଟଙ୍କା ପଇସାର ପ୍ରଲୋଭନ ଦେଖାଇ ଆମକୁ ଦଳରେ ସାମିଲ କରିଥିଲା। 

ଯେଉଁ ହାତରେ ଛୁରିଟିଏ ଧରିନଥିଲୁ ସେ ହାତରେ ବନ୍ଧୁକ ଧରିଲୁ । 

ସେ ନିମିସେକ ମଧ୍ୟରେ ଆଖିରେ ଧୂଳିଦେଇ ଚମ୍ପଟ ମାରିଯିଵ। ସେ ନକ୍ସଲାଇଟମାନଙ୍କ ସର୍ଦ୍ଦାର ସାଜିଛି। ସେ ଦେଖିବାକୁ ଠିକ୍ ସୋଲେ ଫିଲିମର ଗବର ସିଂ ଭଳି। 

ସେ ବିଭିନ୍ନ ଇଲାକାବୁଲି ନିରିହ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନର ବଶବର୍ତ୍ତି କରାଇ ଶାରୀରିକ ମାନସିକ ଅତ୍ୟାଚାର ଦେଇ ତା ଦଳରେ ସାମିଲ କରାଏ। କେତେ ଚାବୁକର ପ୍ରହାର ବାଜିଛି ଏ ଦେହରେ। ସବୁ ସହିଛି ଦେହକୁ ପଥର କରି। କିନ୍ତୁ ସହିବା ସୀମା ଟପିଗଲା। ବହୁତ ଥର ଉଦ୍ୟମ କରିଛି ସେ ଦଳରୁ ଖସିବାକୁ କିନ୍ତୁ ସବୁବେଳେ ଧରା ପଡିଯାଉଥିଲି। ସବୁବେଳେ ଦୈହିକ ନିର୍ଯ୍ୟାତନା। ଆଉ ସହି ହେଲା ନାହିଁ କଳେବଳେ କୌଶଳେ ଖସି ଆସିଛି। ମୁଁ ସେ ଦଳରେ ଆଉ ସାମିଲ ହେବାକୁ ଚାହୁଁନି। 


ଠାକୁର୍, ମୁଁ ଵହୁକଷ୍ଟରେ ଖସି ଆସିଲି କିନ୍ତୁ ମୋ ସାନଭଉଣୀ ରୂପାକୁ ବଞ୍ଚାନ୍ତୁ। ତା ପରି ବହୁ ନିରିହ ଯୁବତୀ ସେଠାରେ ରହି ଧର୍ଷଣର ଶିକାର ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ନାନା ପ୍ରକାର ଜଙ୍ଘନ୍ୟ କାଣ୍ଡରେ ଲିପ୍ତ କରାଯାଉଛି। ସର୍ଦ୍ଦାର ଉଦ୍ୟମ କରୁଛି।କେମିତି ଲ୍ୟାଣ୍ଡମାଇନ ବିଷ୍ପୋରଣ ଘଟାଇ ପୋଲିସ୍ ଶିବିରକୁ ଧ୍ବଂସ କରିବ। ସେ ରାମଗିରି ଜଙ୍ଗଲ ମଧ୍ୟରେ ଲୁଚିରହିଛି। ଉଦ୍ୟମ କରୁଛି ଆପଣଙ୍କ ଗାଡିକୁ ବୋମବ୍ଲାଷ୍ଟ କରିବ। ସାର୍ ତାକୁ ଯେତେଶୀଘ୍ର ହେଉଛି ହେପାଜତକୁ ନିଅନ୍ତୁ। 


କନେଷ୍ଟବଲ ରାଧେ ସେବତୀକୁ ଆରେଷ୍ଟ କରି ହେପାଜତକୁ ନିଅ। ଏ ଗଵର ସିଂ ଏଥର ନିଶ୍ଚୟ ଆରେଷ୍ଟ ହେବ। ଏହା ମୋର ଶେଷ ପ୍ରତିଶ୍ରୁତି।


ମନରେ ପ୍ରତିହିଂସାର ନିଆଁ ଜଳିଉଠୁଛି । ହଁ ମନେ ପଡ଼ିଯାଉଛି ଗୋଟି ଗୋଟି ହୋଇ ସେ ଦିନର ସବୁ ଘଟଣାମାନ । ଯେତେବେଳେ ନିଜେ ଏ ପୋଲିସ ଅଫିସର ରତନ ସିଂ, ଗବର ସିଂକୁ ବନ୍ଦି ବନେଇ ହେପାଜତକୁ ଆଣିଥିଲା। ଅଦାଲତ ଆଜୀବନ ତାକୁ କାରାଦଣ୍ଡ ପାଇଁ ଘୋଷଣା ଶୁଣାଇଥିଲା। କିନ୍ତୁ ସେ ଜେଲରୁ ଖସି ବଦଲା ନେବା ପାଇଁ ମୋ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଦେଲା । ସେତିକି ନୁହଁ ଶେଷରେ ମୋର ହାତ ଦୁଇଟିକୁ ମଧ୍ୟ କାଟିଦେଲା। 


ତଥାପି ଏ ଠାକୁର ବଞ୍ଚିଛି ଯିଏକି ଜଣେ ସଚୋଟ ପୋଲିସ୍ ଅଫିସର ଦିନେ ନା ଦିନେ ନିଶ୍ଚୟ ତାର ପ୍ରତିଶୋଧ ନେବ।


ହଁ ଏ ଠାକୁର ବଞ୍ଚିଛି.....। ସେ ସମୟ ପୁଣି ଆସିଯାଇଛି। ଏତିକି କହୁ କହୁ ଆଖିରୁ ଅଶ୍ରୁ ଗୁଡାକ ଵାହାରିଆସିଲା ଠାକୁର ରତନ ସିଂଙ୍କର।


ନିଜର ମନୋବଳ ଦୃଢକରି ଆରମ୍ଭ କରିଦେଲେ ଗବର ସିଂ ମିଶନ । ଏଥିପାଇଁ ସେ ଜଣେ ସୁଦକ୍ଷ ଏବଂ ବିଶ୍ବସ୍ତ ସି. ଆଇ.ଡି ଅଫିସରଙ୍କ ଖୋଳତାଡରେ ଲାଗିପଡିଲେ । ଯିଏକି ଗବର ସିଂ ର ଆଡା ଏବଂ ଅବସ୍ଥିତି ସହ କେତେଜଣ ନକ୍ସଲ, ସେହି ଦଳରେ ସାମିଲ ଅଛନ୍ତି ତାଙ୍କର ଗତିବିଧି ଉପରେ ସବିଶେଷ ଖବର ଆଣିଦେଇପାରିବ। ଖୋଳତାଡ଼ରୁ ଜଣାପଡିଲା ପଟେଲ ସାର ଜଣେ ଜଣାଶୁଣା ସି.ଆଇ.ଡି ରୂପେ ପରିଚିତ। ସେ ଜାସୁସୀରେ ବହୁତ ଧୁରନ୍ଧର। ସବୁ ତଥ୍ୟ ପାଇଲା ପରେ କମ୍ବିଂ ଅପରେସନ ଜାରି କଲେ। 


ଡିକେଟିଭ୍ ପଟେଲ ଏବଂ ତାଙ୍କ ଦଳ ଦିନରାତି ଲାଗିପଡି ମିସନ୍ ଗବର ସିଂ କାର୍ଯ୍ୟକ୍ରମ ଆରମ୍ଭ କଲେ।ଏକ ଉଡନ୍ତା ପକ୍ଷୀ ତିଆରି କରି ସେଥିରେ ଡ୍ରୋନ କ୍ୟାମରା ଖଞି ସେ ଜଙ୍ଗଲର ସବୁ ତଥ୍ୟ ସଂଗ୍ରହ କଲେ ଏବଂ ସେ ସଵୁରୁ ପୋଲିସ ଟିକିନିଖି ଖବର ଜାଣିପାରିଲା। 


ଏସବୁ ଯୋଜନା ପରେ ପୋଲିସଵାହିନୀ ଅଧରାତିରେ ସି. ଆଇ. ଡି ପଟେଲ ଦେଇଥିବା ତଥ୍ୟ ଅନୁଯାୟୀ ଜଙ୍ଗଲର ସଂକୀର୍ଣ୍ଣ ପାହାଡ ଝରଣା ରାସ୍ତାରେ ଯାଇ ଗବର ସିଂ ଆଡାରେ ଅତର୍କିତ ଆକ୍ରମଣ କଲେ। ଏ ସମ୍ପର୍କରେ କିଛି ଖବର ନ ଜାଣି ଗବର ସିଂ ସହ ନକ୍ସଲଦଳର ସମସ୍ତ ସଦସ୍ୟମାନେ ମଦ୍ୟପାନ କରି ମଜାମଜଲିସରେ ବ୍ୟସ୍ତ ଥିଲେ । 


ଠିକ୍ ଏତିକିବେଳେ ତାଲିମ ପ୍ରାପ୍ତ କମାଣ୍ଡୋମାନେ ଅତର୍କିତ ଭାବେ ଆକ୍ରମଣ କରି ଗୋଟି ଗୋଟି କରି ନକ୍ସଲଦଳର ସମସ୍ତ ସଦସ୍ୟକୁ ମାରିଦେବା ସହ ଗବରସିଂକୁ ହେପାଜତକୁ ନେଇଥିଲେ। ଠାକୁର ଆଗରେ ତାକୁ ସମର୍ପିତ କରିଥିଲେ। ଅଦାଲତ ଗବର ସିଂକୁ ଫାସିଦଣ୍ଡ ଶୁଣାଇଥିଲା। ତା ସହ ସେବତୀର ଭଉଣୀ ଅନ୍ୟ ନିରିହ ଆଦିବାସୀମାନେ ସେମାନଙ୍କ କବଳରୁ ମୁକ୍ତ ହୋଇଥିଲେ।


Rate this content
Log in

Similar oriya story from Action